Posted inଜାତୀୟ

ଭାରତର ଆଭିମୁଖ୍ୟ ଗ୍ରହଣ କରିଛି କ୍ୱାଡ୍‌

ନୂଆଦିଲ୍ଲୀ, ୨୨ା୩: ୟୁକ୍ରେନ୍‌-ରୁଷିଆ ପ୍ରସଙ୍ଗରେ ଭାରତର ନିରପେକ୍ଷ ଆଭିମୁଖ୍ୟକୁ କ୍ୱାଡ୍‌ ଦେଶ ଗ୍ରହଣ କରିଛନ୍ତି ବୋଲି ଅଷ୍ଟ୍ରେଲିଆ କହିଛି। ୟୁକ୍ରେନ୍‌ରେ ଯୁଦ୍ଧ ରୋକିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ସମସ୍ତ ସମ୍ପର୍କକୁ ବ୍ୟବହାର କରୁଥିବା ନୂଆଦିଲ୍ଲୀରେ ଅବସ୍ଥାପିତ ଅଷ୍ଟ୍ରେଲିଆ ଉଚ୍ଚାୟୁକ୍ତ ବ୍ୟାରି ଓ’ଫାରେଲ୍‌ କହିଛନ୍ତି। ଏଥିସହ ନରେନ୍ଦ୍ର ମୋଦି ଓ ତାଙ୍କ ଅଷ୍ଟ୍ରେଲିଆ ପ୍ରତିପକ୍ଷ ସ୍କଟ୍‌ ମୋରିସନ୍‌ ସୋମବାର ଭର୍ଚୁଆଲ ସମିଟ୍‌ରେ ୟୁରୋପ ସ୍ଥିତି, ଭାରତ-ପ୍ରଶାନ୍ତ ମହାସାରଗୀୟ ଅଞ୍ଚଳରେ ସ୍ଥିରତା, ପ୍ରତିରକ୍ଷା, ସାମୁଦ୍ରିକ ସହଯୋଗ, ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ଆଦି ବାବଦରେ ଆଲୋଚନା କରିଛନ୍ତି।
ଶାନ୍ତି ଏବଂ ବୈଶ୍ୱିକ ସ୍ଥିରତା ପାଇଁ କ୍ୱାଡ୍‌ର ସଫଳତା ଜରୁରୀ ବୋଲି ମୋଦି କହିଛନ୍ତି। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ମୁକ୍ତ ଏବଂ ସ୍ବାଧୀନ ରଖିବା ଦିଗରେ କ୍ୱାଡ୍‌ ପ୍ରତିବଦ୍ଧ। ଏଥିସହ ଭାରତକୁ ୨୯ ପ୍ରାଚୀନ ମୂର୍ତ୍ତି ଫେରାଇବା ନିମନ୍ତେ ଅଷ୍ଟ୍ରେଲିଆର ପଦକ୍ଷେପକୁ ମୋଦି ପ୍ରଶଂସା କରିଥିଲେ। ମୋଦିଙ୍କ ସହ ଆଲୋଚନାବେଳେ ମୋରିସନ୍‌ ୟୁକ୍ରେନ୍‌ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟକୁ ଗ୍ରହଣ କରିଥିବା ବହିର୍ବ୍ୟାପାର ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି। ଏଥିରେ ଭାରତର ପରିସ୍ଥିତି ଓ ନିଜସ୍ବ ଚିନ୍ତାଧାରା ପ୍ରତିଫଳିତ ହୋଇଛି। ୟୁରୋପର ସ୍ଥିତି ଚିନ୍ତାଜନକ ହୋଇଥିବାବେଳେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ମୋରିସନ୍‌ ମୋଦିଙ୍କ ସହ ଆଲୋଚନାବେଳେ କହିଛନ୍ତି। ସୂଚନାଯୋଗ୍ୟ, ଏସିଆରେ ଚାଇନାର ପ୍ରଭାବକୁ ପ୍ରତିହତ କରିବା ପାଇଁ ଆମେରିକା, ଅଷ୍ଟ୍ରେଲିଆ, ଭାରତ ଓ ଜାପାନ କ୍ୱାଡ୍‌ ମେଣ୍ଟ ଗଠନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବର ପଞ୍ଚମ ବିଜୟ

ମୁଲାନପୁର,୧୯ା୪: ପ୍ରିୟାଂଶ ଆର୍ଯ୍ୟ ଓ କୁପର କନୋଲୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ରବିବାର ରାତିରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ…

କାର୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ

ବେଲଗୁଣ୍ଠା,୧୯।୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ ଗଙ୍ଗପୁର ଥାନା ଅଧୀନ ଇନ୍ଦନପୁର ଗ୍ରାମରେ ଏକ କାର ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ…

ରୋଷେଇ ବେଳେ ବିସ୍ଫୋରଣ ହେଲା ଗ୍ଯାସ ସିଲିଣ୍ଡର, ହୁତୁହୁତୁ ହୋଇ ଜଳିଗଲା ୩…

ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ଦଳିତ ସାହିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ରବିବାର  ସନ୍ଧ୍ୟାରେ ରୋଷେଇ ଗ୍ଯାସ ସିଲିଣ୍ଡର ଲିକ୍ ହୋଇ…

ସାଙ୍ଗ ଗୁଳିରେ ଚାଲିଗଲା ସାଙ୍ଗର ଜୀବନ

ଫୁଲବାଣୀ/ଚକାପାଦ/ବାଲିଗୁଡା,୧୯ା୪(ରାକେଶ କୁମାର ରାଉତ/ପ୍ରତାପ କିଶୋର ବେହେରା/ ସଞ୍ଜୟ କୁମାର ପାଣିଗ୍ରାହୀ): ଜଙ୍ଗଲକୁ ଶିକାର କରିବାକୁ ୩ ସାଙ୍ଗ ଯାଇଥିଲେ। ହେଲେ ଶିକାର କଲାବେଳେ ବନ୍ଧୁକ ଧରିଥିବା ଯୁବକଙ୍କ…

ପ୍ରେମିକାକୁ ମାଡ଼ ମାରିଲେ ପ୍ରେମିକ, ନିର୍ଯାତନା ସହି ନପାରି ଆତ୍ମହତ୍ୟା କଲେ

କୋରାପୁଟ,୧୯ା୪(ଅମିତାଭ ବେହେରା ): ପ୍ରେମିକର ନିର୍ଯ୍ୟାତନା ସହି ନପାରି ବେକରେ ରସି ଲଗାଇ ଆତ୍ମହତ୍ୟା କଲେ ଛାତ୍ରୀ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ଚକା ଫାଟି ଗଛରେ ପିଟିହେଲା କାର: ପରିବାରର ୬ଗୁରୁତର

ବଘିଆପଡ଼ା,୧୯।୪(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ୱର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଗାୟତ୍ରୀ ପ୍ରଜ୍ଞାପୀଠ ନିକଟରେ ରବିବାର ଏକ ଦୁର୍ଘଟଣା ଘଟିଛି। ଏକ କାର୍‌ର ଆଗ…

ଥୁଆମୂଳ ରାମପୁରରେ ଅବକାରୀ ବିଭାଗର ଚଢ଼ାଉ: ୨୫ କୁଇଣ୍ଟାଲ ମହୁଲ ସହ ପିକଅପ୍ ଭ୍ୟାନ ଜବତ

ଥୁଆମୂଳ ରାମପୁର,୧୯ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଅବୈଧ ମହୁଲ ଚାଲାଣ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଭାଗ…

ପାରିବାରିକ ହିଂସା, ଟାଙ୍ଗିଆ ଚୋଟରେ ମହିଳା ଗୁରୁତର

ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ବାଘମରା ସାହିରେ ରବିବାର ଅପରାହ୍ନରେ ପାରିବାରିକ ହିଂସା ଦେଖିବାକୁ ମିଳିଛି । ଜଣେ ମହିଳାଙ୍କୁ ଟାଙ୍ଗିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri