Posted inଫୁରସତ

କ୍ୟୁଆର୍‌ କୋଡ ଲକେଟ୍‌: ନିରୁଦ୍ଦିଷ୍ଟଙ୍କୁ ଖୋଜିବା ହୋଇଯିବ ସହଜ…

ଖବରକାଗଜରେ ପ୍ରାୟ ସବୁଦିନ ନିରୁଦ୍ଦିଷ୍ଟଙ୍କ ଖବର ଦେଖିବାକୁ ମିଳେ। ପ୍ରାୟତଃ ଛୋଟ ପିଲା, ବୃଦ୍ଧବୃଦ୍ଧା, ମାନସିକ ରୋଗୀମାନେ ହଜି ଥାଆନ୍ତି। ଆଉ ଏଇ ଆଧୁନିକ ଯୁଗରେ ବି ଅନେକ ସମୟରେ ସେମାନଙ୍କୁ ଖୋଜି ବାହାର କରି ହୁଏନା। ଯାହାକି ଅକ୍ଷୟ ରିଡଲାନ୍‌ ନାମକ ଜଣେ ଯୁବକଙ୍କୁ ବେଶ୍‌ ବ୍ୟଥିତ କରିଥିଲା। ସେ ନିଜେ ଆଇଟି ପ୍ରଫେଶନ୍‌ରେ ଥିବାରୁ ଏହି ସମସ୍ୟାର ସମାଧାନ ନିଜେ ବାହାର କରିବାକୁ ଅଣ୍ଟା ଭିଡ଼ିଥିଲେ। ଆଉ ପ୍ରୋଜେକ୍ଟ ‘ଚେତନା’ ଆରମ୍ଭ କରି ତିଆରି କଲେ ଏମିତି ଏକ ଲକେଟ୍‌ ଯାହାକୁ ପିନ୍ଧିଲେ ହଜିଥିବା ବ୍ୟକ୍ତି ମିଳିବା ସହଜ ହୋଇଯିବ। କାରଣ ଉକ୍ତ ଲକେଟ୍‌ରେ ରହିବ କ୍ୟୁଆର୍‌ କୋଡ୍‌। ଯାହାକୁ ସ୍କାନ୍‌ କଲେ ବ୍ୟକ୍ତିଙ୍କ ମେଡିକାଲ ଇମ୍‌ଫରମେସନ୍‌, ଏମରଜେନ୍ସି କଣ୍ଟାକ୍ଟ ନମ୍ବର ଓ ଘର ଠିକଣା ମିଳିଯିବ। ଏମିତିକି କେହି ଯଦି ସେହି କ୍ୟୁଆର୍‌ କୋଡ୍‌କୁ ସ୍କାନ କରନ୍ତି ତେବେ କ୍ୟୁଆର୍‌ କୋଡ୍‌ରେ ଦିଆଯାଇଥିବା ଏମରଜେନ୍ସି ନମ୍ବରକୁ ନୋଟିଫିକେସନ୍‌ ଆସିଯିବ। ଯେଉଁମାନେ ଡିମେନ୍ସିଆ, ଅଲଝିମର୍‌ ଭଳି ରୋଗରେ ଆକ୍ରାନ୍ତ ସେମାନେ ସାଧାରଣତଃ ଅନେକ କଥା ଭୁଲି ଯାଆନ୍ତି। ତେଣୁ ସେମାନଙ୍କ କ୍ଷେତ୍ରରେ ହଜିବା ଆଶଙ୍କା ଅଧିକ। ସେହିଭଳି ଘର ଠିକଣା, କଣ୍ଟାକ୍ଟ ନମ୍ବର ଜାଣି ନ ଥିବା ଛୋଟ ପିଲା, ଅଟିଜମ୍‌ ପରି ରୋଗରେ ଆକ୍ରାନ୍ତ ପିଲା ବି ହଜିଗଲେ ମିଳିବା କଷ୍ଟ। ଖାସ୍‌ ଏଇମାନଙ୍କ ପାଇଁ ଉକ୍ତ କ୍ୟୁଆର୍‌ କୋଡ୍‌ ଥିବା ଲକେଟ୍‌ ବହୁତ କାମରେ ଆସିବ। ଉକ୍ତ ଲକେଟ୍‌ ବେକରେ ଥିଲେ, ହଜିଗଲେ ବି ସେମାନଙ୍କୁ ପାଇବା ସହଜ ହୋଇଯିବ। ଅକ୍ଷୟ ଏହାର ମୂଲ୍ୟ ୨୦୦ ଟଙ୍କା ରଖିଛନ୍ତି। ଅନେକ ଲକେଟ୍‌କୁ ତ ସେ ମାଗଣାରେ ବି ବାଣ୍ଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri