ଜଳିଗଲା ଲକ୍ଷାଧିକ ଟଙ୍କା ମୂଲ୍ୟର ପିଭିସି ପାଇପ

ରାଉରକେଲା ଅଫିସ,୧୯ା୧୧-ରାଉରକେଲା ଉଦିତନଗର ପରେଡ ପଡିଆରେ ଗୁରୁବାର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କା ମୂଲ୍ୟର ପିଭିସି ପାଇପ ଜଳିପୋଡି ପାଉଁଶ ହୋଇଯାଇଛି। ଓଡ଼ିଶା ଅଗ୍ନିଶମ ଓ ଆର୍‌ଏସ୍‌ପିର ୪ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଅଁାକୁ ଆୟତ୍ତ କରିଥିଲେ।
ସୂଚନାନୁସାରେ, ଉଦିତନଗର ପରେଡ ପଡିଆରେ ସ୍ବରେଜ କାମ ପାଇଁ ଠିକାଦାର ଜମା କରିଥିବା ପିଭିସି ପାଇପ ଗଦାରୁ ହଠାତ୍‌ ନିଅଁା ବାହାରିବା ଦେଖାଯାଇଥିଲା। କ୍ରମଶଃ ସମ୍ପୃକ୍ତ ଅଞ୍ଚଳ ଧୂଅଁାମୟ ହୋଇଯାଇଥିଲା। ଏହା ଦେଖି ସ୍ଥାନୀୟ ବାସିନ୍ଦା ଓ ପଥାଚାରୀ ଆତଙ୍କିତ ହୋଇ ପଡିଥିଲେ। ଘଟଣା ସମ୍ପର୍କରେ ଜାଣିବାକୁ ଧଁା ଦଉଡ ଆରମ୍ଭ କରିଥିଲେ। ଚାହୁଁଚାହୁଁ ଲକ୍ଷାଧିକ ଟଙ୍କା ମୂଲ୍ୟର ପିଭିସି ପାଇପ ଜଳି ପୋଡି ଭସ୍ମୀଭୂତ ହୋଇଯାଇଥିଲା। ନିଅଁା ଲାଗିବାର କାରଣ ଜଣା ପଡିନାହିଁ। ବରିଷ୍ଠ ପୋଲିସ ଓ ମହାନଗର ନିଗମ ଅଧିକାରୀ ଘଟଣାସ୍ଥଳ ବୁଲି ଦେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଦଲ ଫଟା ବର୍ଷା, ଜାତୀୟ ରାଜପଥରେ ଅଣ୍ଟାଏ ପାଣି

କୁଆଁରମୁଣ୍ଡା,୧୩।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ଗୁରୁବାର ବାଦଲ ଫଟା ବର୍ଷା ହୋଇଛି। ଏହି ବର୍ଷା ଚଳିତ ବର୍ଷର ରେକର୍ଡ ସୃଷ୍ଟି କରିଛି।…

କୋଇଡାରେ ଭୟଙ୍କର ଜଳପ୍ରଳୟ: କେର୍କେଟା ସାହିରେ ୫୦ରୁ ଉର୍ଦ୍ଧ୍ୱ ପରିବାର ଜଳବନ୍ଦୀ

ଟେନସା,୧୩ା୮(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଓ୍ବାର୍ନିଂ (Red Warning) ଜାରି କରିଛି ପାଣିପାଗ ବିଭାଗ । ତେବେ…

ଗାତରେ ପଡ଼ିଗଲା ହାତୀଛୁଆ, ଜଗି ରହି ଚିତ୍କାର କରୁଥିଲା ମା’, ଆଉ ତା’ ପରେ…

ସୁନ୍ଦରଗଡ଼,୧୩ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସଦର ରେଞ୍ଜ ଅନ୍ତର୍ଗତ ହମିରପୁର ପଞ୍ଚାୟତର ଗୋପପୁର ଜଙ୍ଗଲରେ ଗାତରେ ପଡ଼ିଥିବା ଏକ ହାତୀଛୁଆକୁ ଗୁରୁବାର ସକାଳେ ଜଙ୍ଗଲ ବିଭାଗ ଦ୍ବାରା ଉଦ୍ଧାର…

ଧାନ ରୁଆ ବେଳେ ଅଘଟଣ, ବଜ୍ରପାତରେ ଚାଲିଗଲା ୪ ମହିଳାଙ୍କ ଜୀବନ

ସୁନ୍ଦରଗଡ,୧୧ା୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲାର ପୃଥକ ପୃଥକ ସ୍ଥାନରେ ମଙ୍ଗଳବାର ବ୍ରଜପାତ ଘଟି ୪ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତା ମହିଳାମାନେ ହେଲେ ଛତିଶଗଡ଼…

ବିନା ଆନ୍ଦୋଳନରେ କାମ କରୁନି ପ୍ରଶାସନ: ଜାତୀୟ ରାଜପଥ ଅବରୋଧ ପରେ ମରାମତି କାର୍ଯ୍ୟ ଆରମ୍ଭ

କୁଆଁରମୁଣ୍ଡା,୧୧।୮(ମହେନ୍ଦ୍ର କୁମାର ସାହୁ): ଏବେ ବିନା ଆନ୍ଦୋଳନ କିମ୍ବା ଧର୍ମଘଟରେ ଆଉ କୌଣସି କାର୍ଯ୍ୟ ହେଉନାହିଁ। ପ୍ରଶାସନ କେବଳ ପୂର୍ବରୁ ସବୁ ଦେଖି ଚୁପ୍ ବସୁଛି ଏବଂ…

ବର୍ଷାରେ ଭାଙ୍ଗିଗଲା କୋଟିଏ ଟଙ୍କାର ଶେଡ୍, ଯାତ୍ରୀ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ

ରାଉରକେଲା,୧୧।୮(ସଙ୍ଗୀତା ଜେନା): ରାଉରକେଲା ରେଲଓ୍ବେ ଷ୍ଟେଶନର ମୁଖ୍ୟ ପ୍ରବେଶ ଦ୍ୱାରରେ ନିର୍ମାଣାଧୀନ ଶେଡ୍‌ ସୋମବାର ହୋଇଥିବା ପ୍ରବଳ ବର୍ଷାରେ ଭାଙ୍ଗିଯାଇଛି। ଫଳରେ ଶେଡ୍‌ ତଳେ ଥିବା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri