Posted inଖେଳ

ଲି’ଙ୍କୁ ହରାଇବା ସିନ୍ଧୁଙ୍କ କ୍ୟାରିୟରର ଟର୍ନିଂ ପଏଣ୍ଟ

ମୂମ୍ବାଇ, ୨୭ା୭ (ପି.ଟି.): ଚାଇନା ଓପନ୍‌ ୨୦୧୨ରେ ତତ୍‌କାଳୀନ ଅଲିମ୍ପିକ ଚାମ୍ପିୟନ ଲି’ ଜୁରେଇଙ୍କୁ ପରାସ୍ତ କରିବା ମୋ କ୍ୟାରିୟରର ଟର୍ନିଂ ପଏଣ୍ଟ ଥିଲା ବୋଲି କହିଛନ୍ତି ବିଶ୍ୱ ଚାମ୍ପିୟନ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ। ସେ କହିଛନ୍ତି, ଅନ୍ତର୍ଜାତୀୟ ସ୍ତରରେ ଖେଳ ଆରମ୍ଭରେ ମୁଁ ବିଫଳ ରହିଥିଲି। ମାତ୍ର ଚାଇନା ମାଷ୍ଟର୍ସ କ୍ୱାର୍ଟରଫାଇନାଲରେ ତତ୍‌କାଳୀନ ଲଣ୍ଡନ ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜୟିନୀ ଲି’ଙ୍କୁ ପରାସ୍ତ କରିବା ପରେ ମୋର ଭାଗ୍ୟୋଦୟ ଘଟିଥିଲା। ସେତେବେଳେ ମୋତେ ମାତ୍ର ୧୬ ବର୍ଷ ବୟସ ହୋଇଥିଲା। ଏହାର ପରବର୍ତ୍ତୀ ବର୍ଷ ମୁଁ ସମ୍ମାନଜନକ ବିଶ୍ୱ ଚାମ୍ପିୟନଶିପ୍‌ରେ ପ୍ରଥମ ଥର ବ୍ରୋଞ୍ଜ ପଦକ ହାସଲ କରିଥିଲି। ଇତିମଧ୍ୟରେ ଏହି ଟୁର୍ନାମେଣ୍ଟରେ ୫ ପଦକ (୧ ସ୍ବର୍ଣ୍ଣ ୨ ରୌପ୍ୟ ଓ ୨ ବ୍ରୋଞ୍ଜ) ଲାଭ କରିସାରିଲିଣି। ଏହାଛଡ଼ା ୪ ବର୍ଷ ପୂର୍ବେ ରିଓ ଡି’ ଜେନିରୋରେ ଅଲିମ୍ପିକ ରୌପ୍ୟ ହାସଲ କରିଛି। ସିନ୍ଧୁ କହିଛନ୍ତି, ଆରମ୍ଭରେ ସେ ଭଲ ଖେଳୁଥିଲେ। ହେଲେ ତାଙ୍କ ଖେଳ ଅନ୍ତର୍ଜାତୀୟ ମାନର ନ ଥିଲା। ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ତାଙ୍କୁ କ୍ୱାଲିଫାଇଂ ଅବା ପ୍ରଥମ ରାଉଣ୍ଡରୁ ବିଦାୟ ନେବାକୁ ପଡ଼ୁଥିଲା। କଠିନ ପରିଶ୍ରମ ସହ ଦୋଷ ଦୁର୍ବଳତାରେ ସୁଧାର ନ ଆଣିପାରିଲେ ଆଗକୁ ବଢ଼ିବା ସମ୍ବବ ନୁହେଁ ବୋଲି ତାଙ୍କର ଦୃଦ୍‌ବୋଧ ହୋଇଥିଲା। ଦିନକୁ ଦିନ ସେ ତାଙ୍କ ଖେଳରେ ଉନ୍ନତି ଆଣିବା ଲାଗି ଚେଷ୍ଟା ଜାରି ରଖିଲେ। ପୂର୍ବାପେକ୍ଷା ଅଧିକ ପରିଶ୍ରମ ମଧ୍ୟ କଲେ। ଟେବୁଲ ଟେନିସ ଖେଳାଳି ମୁଦିତ୍‌ ଦାନିଙ୍କ ସହିତ ‘ଇନ୍‌ ଦ ସ୍ପୋଟର୍‌ସ ଲାଇଟ୍‌’ ଶୀର୍ଷକ ଏକ ଅନ୍‌ଲାଇନ୍‌ କାର୍ଯ୍ୟକ୍ରମରେ ଭାଗ ନେଇ ସିନ୍ଧୁ କହିଛନ୍ତି, ୨୦୦୪ ଅଲିମ୍ପିକ ସ୍ବର୍ଣ୍ଣ ବିଜୟୀ ତୌଫିକ୍‌ ହିଦାୟତଙ୍କ ବ୍ୟାକ୍‌ହ୍ୟାଣ୍ଡ ଏବଂ ଦୁଇଥର ଅଲିମ୍ପିକ ଚାମ୍ପିୟନ ଲିନ୍‌ ଡାନ୍‌ଙ୍କ ଖେଳିବା ଷ୍ଟାଇଲ୍‌କୁ ସେ ଖୁବ୍‌ ପସନ୍ଦ କରନ୍ତି। ଭାରତର ଏହି ଷ୍ଟାର ଖେଳାଳି କହିଛନ୍ତି, ରିଓରୁ ଯେତେବେଳେ ନିଜ ସହର ହାଇଦ୍ରାବାଦରେ ପହଞ୍ଚତ୍ଲେ ମେଗା ଇଭେଣ୍ଟରେ ଉଲ୍ଲେଖନୀୟ ସଫଳତାରେ ଖୁସି ହୋଇ ଜଣେ ସମର୍ଥକ ନିଜର ମାସିକ ବେତନ ତାଙ୍କୁ ଦେଇଥିଲେ। ଏହାକୁ ସେ କେବେ ଭୁଲି ପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

ଗଞ୍ଜାମ ସହରରେ ଧୂମଧାମରେ ଗଣେଶ ପୂଜା: ପୁଇଁତୋଳା ପୂଜା କମିଟି ପକ୍ଷରୁ….

ଗଞ୍ଜାମ, ୧୪/୯ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ମହାବିନାୟକ, ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ଚତୁର୍ଥୀ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଛି। ଏଥିପାଇଁ ଗାଁଠାରୁ ସହର ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?