ନିଜ ବସ୍ତ୍ର ପରକୁ ଦେଇ

କରୋନା ଭାଇରସ୍‌ ନିୟନ୍ତ୍ରଣ ଉପରେ ଗଠିତ କେନ୍ଦ୍ର ସରକାରଙ୍କ କୋଭିଡ୍‌ ପ୍ୟାନେଲରୁ ପ୍ରସିଦ୍ଧ ଭୂତାଣୁ ବିଜ୍ଞାନୀ ଶହିଦ ଜମିଲ ଓହରି ଯାଇଛନ୍ତି। କାହିଁକି ଏଭଳି ନିଷ୍ପତ୍ତି ନେଲେ ତାହାର କାରଣ ସେ ଦର୍ଶାଇ ନାହାନ୍ତି। ଏହା କୁହାଯାଉଛି ଯେ, ବିଭିନ୍ନ ସମୟରେ ସେ ସରକାରଙ୍କ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଥିଲେ। କମ୍‌ ହାରରେ ପରୀକ୍ଷା କରାଯିବା, ଟିକା ଅଭାବ ଏବଂ ମହାମାରୀ ଟାଳିବା ସକାଶେ ବହୁସଂଖ୍ୟକ ସ୍ବାସ୍ଥ୍ୟକର୍ମୀଙ୍କ ଆବଶ୍ୟକତା ବିଷୟ ସେ ବାରମ୍ବାର ଉଲ୍ଲେଖ କରୁଥିବାରୁ ସମ୍ଭବତଃ ସରକାରୀ ସ୍ତରରେ ତାଙ୍କ ଉପରେ ଚାପ ପଡ଼ିଛି। କେବଳ ଜମିଲ ନୁହନ୍ତି, ଅତୀତରେ ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ତଥା ଅର୍ଥନୀତିଜ୍ଞ ଅରବିନ୍ଦ ପାନଗାରିଆଙ୍କଠାରୁ ଆରମ୍ଭକରି ଅନେକ ବିଶେଷଜ୍ଞ ମୋଦି ସରକାରଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ପଦ ଛାଡ଼ି ଦେଇଛନ୍ତି। ଏମାନଙ୍କ ଇସ୍ତଫା ଦେବା ପଛରେ କାରଣ ବୁଝିବା ଆବଶ୍ୟକ। ବିଶେଷଜ୍ଞମାନେ ଯେଉଁ ମତ ଦେଉଛନ୍ତି କିମ୍ବା ଯେଉଁ ଦିଗ୍‌ଦର୍ଶନ ଦେଖାଉଛନ୍ତି, ତାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାନିବାକୁ ପସନ୍ଦ କରୁନାହାନ୍ତି। ଫଳସ୍ବରୂପ, ସମଗ୍ର ଦେଶ ଆଜିର କରୋନା ସ୍ଥିତିରେ ହନ୍ତସନ୍ତ। କୋଭିଡ୍‌-୧୯ ପରିଚାଳନାରେ ଦେଖାଦେଇଥିବା ତ୍ରୁଟିକୁ ଜମିଲଙ୍କ ଭଳି ବୈଜ୍ଞାନିକ ଦର୍ଶାଇବା ସତ୍ତ୍ୱେ ସେହି ଦିଗରେ କୌଣସି ଅଗ୍ରଗତି ନ ହେବାରୁ ସେ ପଦ ଛାଡ଼ିଥିବା ବୁଝାପଡ଼ିଯାଉଛି।
ପ୍ରଥମ ପାଳିର ପ୍ରଧାନମନ୍ତ୍ରିତ୍ୱ ସମୟରୁ ଏହା ଦେଖାଦେଇଛି ଯେ, ସରକାରଙ୍କ ପ୍ରତିଟି କଥାରେ ମୋଦି କେବଳ ହସ୍ତକ୍ଷେପ କରିଥାଆନ୍ତି। ତାଙ୍କ ଅନୁମତି ବିନା ସରକାରରେ କୌଣସି କାର୍ଯ୍ୟ କରାଯାଇପାରୁ ନାହିଁ। କିନ୍ତୁ ମୋଦିଙ୍କ ଜ୍ଞାନ ସମ୍ପର୍କରେ ଏବେ ପ୍ରଶ୍ନବାଚୀ ଉଠିବା ସ୍ବାଭାବିକ। ବୈଜ୍ଞାନିକ ଓ ଅର୍ଥନୀତିଜ୍ଞଙ୍କ ପରାମର୍ଶ ମୋଦିଙ୍କ ପାଇଁ ପାଣିର ଗାର ଭଳି କାର୍ଯ୍ୟ କରୁଛି। ଏହି ପରିପ୍ରେକ୍ଷୀରେ ଦେଖିଲେ ବିଦେଶୀ ରାଷ୍ଟ୍ରଗୁଡ଼ିକ ମହାମାରୀ ଭଳି ସ୍ଥିତିକୁ ଟାଳିବା ପାଇଁ ବିଶେଷଜ୍ଞଙ୍କ ମତକୁ ସର୍ବାଧିକ ଗୁରୁତ୍ୱ ଦେଇଥାଆନ୍ତି। ଜୋ ବାଇଡେନ୍‌ ଆମେରିକା ରାଷ୍ଟ୍ରପତି ନିର୍ବାଚିତ ହେବା ପରେ କରୋନା ମହାମାରୀକୁ ବୈଜ୍ଞାନିକ ପଦ୍ଧତିରେ ନିୟନ୍ତ୍ରଣକୁ ଆଣିବା ପାଇଁ ଡାକ୍ତର ଓ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କୁ ନେଇ ଗଠନ କରିଥିବା ଟାସ୍କଫୋର୍ସକୁ ସମ୍ପୂର୍ଣ୍ଣ ଭାବେ ସ୍ବାଧୀନ ଦାୟିତ୍ୱ ଦେଇଥିଲେ। ବିଶେଷଜ୍ଞଙ୍କ କାର୍ଯ୍ୟରେ ପ୍ରଶାସନିକ ହସ୍ତକ୍ଷେପ ନ ରହିବାରୁ ଆମେରିକାରେ ଅଧିକାଂଶ ଲୋକ ଟିକା ନେଇ ସାରିଥିବା ବେଳେ ସଂକ୍ରମଣ ଓ ମୃତ୍ୟୁ ହାର କମିଯାଇପାରିଛି। ହେଲେ ଭାରତରେ ସବୁ କାର୍ଯ୍ୟରେ ମୋଦିଙ୍କ ଅତ୍ୟଧିକ ପରିମାଣରେ ହସ୍ତକ୍ଷେପ ଭୂତାଣୁନାଶ ଦିଗରେ ବିଘ୍ନ ଘଟାଇ ଚାଲୁଛି। ଜମିଲ ପରୀକ୍ଷା ହାର ବଢ଼ାଇବା, ଟିକା ଅଭାବ ମେଣ୍ଟାଇବା ପାଇଁ ତୁରନ୍ତ ପଦକ୍ଷେପ ଏବଂ ସ୍ଥିତି ନିୟନ୍ତ୍ରଣ ଲାଗି ଅଧିକ ସ୍ବାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରିବା ଭଳି ଯେଉଁ ତିନୋଟି କଥାକୁ ଗୁରୁତ୍ୱ ଦେଇଆସୁଥିଲେ ସରକାର ତାହାକୁ ଅଣଦେଖା କଲେ। ବୈଜ୍ଞାନିକ ପଦ୍ଧତି ନ ଆପଣାଇ ମୋଦି ମନଇଚ୍ଛା ନିଷ୍ପତ୍ତି ନେଇଥିବାରୁ ଆଜି ଭାରତରେ ସଂକ୍ରମଣ ଓ ମୃତ୍ୟୁ ହାର ବଢ଼ିଚାଲିଛି। ସରକାର କୋଭିଡ୍‌ ସଂକ୍ରାନ୍ତ ତଥ୍ୟ ପ୍ରଦାନରେ ସ୍ବଚ୍ଛତା ନ ଆଣିବା ଓ ବିଜ୍ଞାନସମ୍ମତ ପଦକ୍ଷେପ ପରିବର୍ତ୍ତେ ତାଳି, ଥାଳି ଓ ଘଣ୍ଟ ବାଡ଼େଇବା ପରି ଡାକରା ଦେଇ ସ୍ଥିତିକୁ ଆହୁରି ସଙ୍ଗିନ କରିଚାଲିଛନ୍ତି। ବିଧାନସଭା ନିର୍ବାଚନ ପରିଚାଳନରେ କୋଭିଡ୍‌ ନିୟମ ଘୋର ଉଲ୍ଲଂଘନ ଓ କୁମ୍ଭମେଳା ଆୟୋଜନ ସବୁଥିରେ ନିଜ ହୁଇମ୍‌ ବା ଖିଆଲିଭାବକୁ ମୋଦି ପ୍ରଦର୍ଶନ କରିବା ଯୋଗୁ ଭାରତ କରୋନାରେ ବିଶ୍ୱର ସର୍ବାଧିକ କ୍ଷତିଗ୍ରସ୍ତ ଦେଶ ପାଲଟିଯାଇଛି।
ଅନ୍ୟପକ୍ଷରେ ଜାତିସଂଘରେ ଭାରତର ପ୍ରତିନିଧି ମୋଦିଙ୍କୁ ବିଶ୍ୱ ନେତାର ଆଖ୍ୟା ଦେଇଥିବା ନେଇ ସୋସିଆଲ ମିଡିଆରେ ସମାଲୋଚନା କରାଯାଉଛି। ଭାରତୀୟ ପ୍ରତିନିଧି ଜାତିସଂଘକୁ ଜଣାଇଛନ୍ତି ଯେ, ନିଜ ଦେଶର ଲୋକଙ୍କୁ କମ୍‌ ଟିକା ଦେଇ ଭାରତ ବିଦେଶକୁ ଅଧିକ ଟିକା ପଠାଇପାରିଛି। ବାସ୍ତବରେ ମୋଦି ହେଉଛନ୍ତି ବିଶ୍ୱନେତା। ଏଥିରୁ ବୁଝି ହେଉଛି ଯେ, ଭାରତୀୟମାନେ ନର୍କକୁ ଗଲେ ମୋଦିଙ୍କ କିଛି ଯା’ଆସ ନାହିଁ। ପୂର୍ବତନ ଭାଜପା କେନ୍ଦ୍ରମନ୍ତ୍ରୀ ୟଶଓ୍ବନ୍ତ ସିହ୍ନା ଏ ନେଇ ଟୁଇଟ୍‌ କରିଛନ୍ତି। ଓଡ଼ିଆରେ କଥା ଅଛି-‘ନିଜ ବସ୍ତ୍ର ପରକୁ ଦେଇ ଶିବ ପଳାଇଲେ ଲଙ୍ଗଳା ହୋଇ’। ମୋଦି ଭାରତୀୟଙ୍କୁ ସେଭଳି ସ୍ତରରେ ରଖି ବିଶ୍ୱସାରା ପ୍ରଶଂସା ସାଉଁଟିବାକୁ ସମ୍ଭବତଃ ଲାଗିପଡ଼ିଥିବା ହେତୁ ଆମେ ମରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri