ଟାକ୍ସି ଚଲାଉଥିଲେ ପୁଟିନ୍‌

ମସ୍କୋ, ୧୪ା୧୨: ସୋଭିଏଟ ସଂଘ ଭାଙ୍ଗିବା ପରେ ବ୍ୟାପକ ଅର୍ଥ ସଙ୍କଟର ସମ୍ମୁଖୀନ ହୋଇଥିଲେ ରୁଷିଆବାସୀ। ଏଥିରୁ ବାଦ୍‌ ପଡ଼ି ନ ଥିଲେ ରୁଷିଆର ବର୍ତ୍ତମାନ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ। ଏଥିପାଇଁ ସେ ଟାକ୍ସି ମଧ୍ୟ ଚଲାଇଥିଲେ ବୋଲି ପୁଟିନ ‘ରୁଷିଆ। ରିସେଣ୍ଟ ହିଷ୍ଟ୍ରି’ ନାମକ ଏକ ଅପ୍‌କମିଂ ଡକ୍ୟୁମେଣ୍ଟାରି ପ୍ରସାରଣ ବେଳେ ରବିବାର ପୁଟିନ୍‌ଙ୍କ ଏହି କମେଣ୍ଟ ସାମ୍‌ନା ଆସିଛି। ସେ କହିଥିଲେ, ସୋଭିଏଟ୍‌ ସଂଘ ଭାଙ୍ଗିବା ଐତିହାସିକ ରୁଷିଆର ପତନ ଥିଲା। ୩ ଦଶନ୍ଧି ତଳର ଏହି ଘଟଣା ଅଧିକାଂଶ ନାଗରିକଙ୍କ ପାଇଁ ଆଜି ମଧ୍ୟ ଦୁଃଖଦ ହୋଇରହିଛି। ସେତେବେଳେ ତାଙ୍କୁ ଅତିରିକ୍ତ ଅର୍ଥ ରୋଜଗାର କରିବା ଜରୁରୀ ହୋଇପଡ଼ିଥିଲା। ତେଣୁ ସେ ଡ୍ରାଇଭର ହୋଇ ଲୋକଙ୍କୁ ଭଡ଼ାରେ ନେବା ଆଣିବା କରୁଥିଲେ। ସେତେବେଳେ ରୁଷିଆରେ କାର୍‌ ମଧ୍ୟ ବହୁ କମ୍‌ ମାତ୍ରାରେ ଉପଲବ୍ଧ ଥିଲା। ଅନେକେ ଆମ୍ବୁଲାନ୍ସକୁ ମଧ୍ୟ ଟାକ୍ସି କରି ତାହାକୁ ଭଡ଼ାରେ ଲଗାଉଥିଲେ। ସୂଚନାଯୋଗ୍ୟ, ୧୯୯୧ରେ ସୋଭିଏଟ୍‌ ୟୁନିୟନର ପତନ ଘଟିଥିଲା। ପରେ ରୁଷିଆ ଏକ ସ୍ବତନ୍ତ୍ର ରାଷ୍ଟ୍ର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ବିରୋଧୀ ପ୍ରସ୍ତାବ ଉପରେ ଭୋଟ ଦେଲାନି ଭାରତ

ଜେନେଭା,୭।୧୦: ଚାଇନାର ଜିନ୍‌ଜିଆଙ୍ଗ୍‌ରେ ଉଇଘର ମୁସଲମାନଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଆସୁଛି। ଏହି ମାମଲାରେ ମିଳିତ ଜାତିସଂଘ ମାନବ ଅଧିକାର ପରିଷଦ (ୟୁଏନ୍‌ଏଚ୍‌ଆର୍‌ସି)ରେ ଚାଇନା ବିରୋଧରେ...

ଚାଇନାର ଦାଦାଗିରି, ତାଇଓ୍ବାନ ସୀମାରେ ଉଡ଼ାଇଲା ୩୮ ଯୁଦ୍ଧ ବିମାନ…

ବେଜିଂ,୨।୧୦: ବାୟୁସେନା ଦିବସ ପାଳନ ଅବସରରେ ଚାଇନା ତାଇଓ୍ବାନ ଉପରେ ଦାଦାଗିରି ଦେଖାଇଛି। ଚାଇନାର ୩୮ଟି ଯୁଦ୍ଧ ବିମାନ ତାଇଓ୍ବାନ ସୀମାରେ ଉଡ଼ାଣ କରିଛି। ତାଇଓ୍ବାନର...

ରୁଷିଆ-ୟୁକ୍ରେନ ଯୁଦ୍ଧ: ପ୍ରଥମଥର ପାଇଁ ରୁଷିଆ କହିଲା ହେଲାଣି ବହୁତ କ୍ଷତି

ମସ୍କୋ,୮ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୪୦ ଦିନରୁ ଅଧିକ ହୋଇଗଲାଣି । ଏହାରି ଭିତରେ ରୁଷିଆ ପ୍ରଥମଥର ଲାଗି ଯୁଦ୍ଧରେ ନିଜର ବହୁ ସେନାଙ୍କୁ ହରାଇଥିବା...

ଭାଙ୍ଗରୁ ପ୍ରସ୍ତୁତ ହେଲା କରୋନା ଔଷଧ!

କାନାଡାର ଏକ କମ୍ପାନୀ ଆକସେରା ଫାର୍ମା ଭାଙ୍ଗରୁ କରୋନା ଚିକିତ୍ସା ପାଇଁ ଏକ ଔଷଧ ପ୍ରସ୍ତୁତ କରିିଛି। ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ବୋଲି...

କରୋନା ଏନ୍ତୁଡିଶାଳରେ ୨ କୋଟି ଲୋକ ଘରେ ବନ୍ଦୀ…

ବେଜିଂ, ୧୩।୧ : କରୋନାର ଏନ୍ତୁଡ଼ିଶାଳ ଚାଇନାରେ ପୁଣି କରୋନ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଚାଇନା ନିଜର ’ଜିରୋ କୋଭିଡ ପଲିସି’ ଅନ୍ତର୍ଗତ ଆକ୍ରାନ୍ତଙ୍କ...

ମେଘାନ-ହ୍ୟାରିଙ୍କ ଦ୍ୱିତୀୟ ସନ୍ତାନ

ସାନ୍ତା ବାର୍ବରା,୭।୬: ପ୍ରିନ୍ସ ହ୍ୟାରି ଏବଂ ମେଘାନ ମାର୍କେଲ ସେମାନଙ୍କର ଦ୍ୱିତୀୟ ସନ୍ତାନଙ୍କୁ ସ୍ବାଗତ କରିଛନ୍ତି। ସେମାନଙ୍କ କନ୍ୟା ସନ୍ତାନର ନାଁ ରଖାଯାଇଛି ଲିଲିବେଟ୍‌ ଲିଲି...

ଇମ୍ରାନ ଖାଁଙ୍କୁ ମୁକୁଳାଇଥିବା ଚିଫ ଜଷ୍ଟିସଙ୍କୁ ହଟାଇବାକୁ ଯୋଜନା, ସଂସଦରେ ଆଗତ ହେବ ନିନ୍ଦା ପ୍ରସ୍ତାବ

ଇସଲାମାବାଦ,୧୫।୫: ପାକିସ୍ତାନରେ ରାଜନୈତିକ ସ୍ଥିତି ବେଳକୁ ବେଳ ବିଗିଡିବାରେ ଲାଗିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ-ଏ-ଇନସାଫ(ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାଁଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିବା...

୨ ଆମେରିକୀୟ ପ୍ରତିରକ୍ଷା କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଚାଇନା

ବେଜିଂ,୧୬।୨: ତାଇୱାନକୁ ଅସ୍ତ୍ର ବିକ୍ରି କରୁଥିବା ଆମେରିକାର ଦୁଇଟି ପ୍ରତିରକ୍ଷା କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି ଚାଇନା। ଚାଇନାର ବାଣିଜ୍ୟ ମନ୍ତ୍ରଣାଳୟ ଗୁରୁବାର କହିଛି, ଲକହିଡ...

Advertisement
Archives

Model This Week