ୟୁକ୍ରେନ ସହ ଉତ୍ତେଜନା ମଧ୍ୟରେ ମିସାଇଲ୍‌ ଡ୍ରିଲ କରିବ ରୁଷିଆ

ମସ୍କୋ, ୧୮।୨: ଗତ କିଛି ଦିନରୁ ୟୁକ୍ରେନ ଓ ରୁଷ ମଧ୍ୟରେ ଉତ୍ତେଜନା ଲାଗିରହିଛି। ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିପାରେ ବୋଲି ପ୍ରାୟ ସମୟରେ ଆମେରିକା ଦାବି କରିଆସୁଛି। କିନ୍ତୁ ରୁଷ ଏହାକୁ ଖଣ୍ଡନ କରିଆସୁଛି। ତେବେ ଏହି ଯୁଦ୍ଧ ଆଶଙ୍କା ମଧ୍ୟରେ ମିସାଇଲ ସାମରିକ ଅଭ୍ୟାସ କରିବାକୁ ଯାଉଛି ରୁଷ। କେବଳ ସେତିକି ନୁହେଁ, ଏହି ସାମରିକ ଅଭ୍ୟାସ ଦେଖିବାକୁ ନିଜେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ମଧ୍ୟ ପହଞ୍ଚିବେ। ଏହି ସମୟରେ ପୁଟିନ ରୁଷ ସାମରିକ ଶକ୍ତିର ସମୀକ୍ଷା କରିବେ ବୋଲି ଶୁକ୍ରବାର ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି। ଫେବୃଆରୀ ୧୯ରେ ହେବାକୁ ଥିବା ଏହି ସାମରାଭ୍ୟାସରେ ବାଲିଷ୍ଟିକ ଏବଂ କ୍ରୁଜ ମିସାଇଲ ଲଞ୍ଚ ମଧ୍ୟ ସାମିଲ ରହିବ। ଏଥିସହ ରୁଷର ଏରୋସ୍ପେସ୍‌ ଫୋର୍ସ ଏବଂ ଷ୍ଟ୍ରାଟେଜିକ ରକେଟ ଫୋର୍ସ ଏହି ସାମରିକ ଅଭ୍ୟାସରେ ଯୋଗଦେବେ। ରୁଷର ସ୍ଥଳ ସେନାର ସାଉଦର୍ଣ୍ଣ ଡିଷ୍ଟ୍ରିକ୍ଟ ମିସାଇଲ ପ୍ରକ୍ଷେପଣରେ ନୌସେନାର ଏକ ୟୁନିଟ ମଧ୍ୟ ଏହି ସମରାଭ୍ୟାସରେ ସାମିଲ ହେବ। ଏହି ଯୁଦ୍ଧାଭ୍ୟାସ ପୂର୍ବରୁ ନିର୍ଦ୍ଧାରିତ ଥିଲା ବୋଲି ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚ ରକ୍ତଚାପ ଏବଂ ଡାଇବେଟିସ୍‌ରୁ ଦୂରେଇ ରହିବା ଲାଗି ସକାଳୁ କରନ୍ତୁନି ଏପରି …

ସକାଳେ ଉଠି ସ୍ମାର୍ଟଫୋନ୍‌ ବ୍ୟବହାର କରିବା ଦ୍ୱାରା ମାନସିକ ସ୍ଥିତି ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଅନେକ ସକାଳେ ଉଠି ଇ-ମେଲ୍‌ କିମ୍ବା ମେସେଜ୍‌...

ଗିଲ୍‌ଗିଟ୍‌-ବଲ୍ଟିସ୍ତାନ-ପିଓକେରେ ବଢୁଛି କରୋନା ସଂକ୍ରମଣ: ପାକିସ୍ତାନ ସରକାରଙ୍କ ନାହିଁ ନିଘା

ଇସଲାମାବାଦ,୧୨।୪: କରୋନା ସଂକ୍ରମଣ ଯୋଗୁ ପାକିସ୍ତାନରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶର ଗିଲ୍‌ଗିଟ୍‌, ବଲ୍ଟିସ୍ତାନ ଏବଂ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ସଂକ୍ରମିତଙ୍କ ସଂଖ୍ୟାରେ...

ପୁଣି ମୁହଁ।ମୁହିଁ ଇରାନ-ଆମେରିକା

ବାଗ୍‌ଦାଦ/ତେହେରାନ,୧୪ା୩(ଏଏଫ୍‌ପି): ପୁଣିଥରେ ମୁହଁ।ମୁହିଁ ହୋଇଛନ୍ତି ଦୁଇ ପାରମ୍ପରିକ ଶତ୍ରୁରାଷ୍ଟ୍ର ଆମେରିକା ଓ ଇରାନ। ଇରାକରେ ଥିବା ଇରାନ ସପକ୍ଷବାଦୀ ଏକ ସେନା ଶିବିରରେ ଗୁରୁବାର ବିଳମ୍ବିତ...

ପାକିସ୍ତାନରେ ଅଟା, ତେଲ, ପିଆଜ ସଙ୍କଟ ଭାରତ ପାଇଁ ହୋଇପାରେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ/ଇସଲାମାବାଦ,୧୨ ।୧: ପାକିସ୍ତାନରେ ଚିକେନ ଠାରୁ କ୍ଷୀର ପର୍ଯ୍ୟନ୍ତ ଓ ଅଟାରୁ ପିଆଜ ପର୍ଯ୍ୟନ୍ତ ସବୁର ଦାମ ଏବେ ଆକାଶ ଛୁଆଁ । ଦେଶର ଆର୍ଥିକ...

ଗ୍ରହଖଣ୍ଡ ଏମ୍‌ବି-୪ ଏବଂ ଏନ୍‌ଏନ୍‌-୩ ଅଳ୍ପ ଘଣ୍ଟା ମଧ୍ୟରେ ପୃଥିବୀର ହେବେ ନିକଟତର: ଧକ୍କା ଲାଗିବାର ରହିଛି ଆଶଙ୍କା

ଓ୍ବାଶିଂଟନ,୯।୭: ଗ୍ରହଖଣ୍ଡ ଏମ୍‌ବି-୪ ଏବଂ ଏନ୍‌ଏନ୍‌-୩ ଏବେ ପୃଥିବୀର ନିକଟତର ହେବାରେ ଲାଗିଛନ୍ତି। ଅଳ୍ପ କିଛି ଘଣ୍ଟା ମଧ୍ୟରେ ଏହି ଗ୍ରହଖଣ୍ଡ ଦ୍ୱୟ ପୃଥିବୀର ଅତି...

ଭାରତର କ୍ଷେପଣାସ୍ତ୍ର ମାଡ଼ ଉପରେ ଏମିତି କହିଲା ଆମେରିକା

ଓ୍ବାଶିଂଟନ,୧୫।୩: ଭାରତ ପକ୍ଷରୁ ନିକଟରେ ପାକିସ୍ତାନ ଉପରେ କରାଯାଇଥିବା କ୍ଷେପଣାସ୍ତ୍ର ମାଡ଼ ଏକ ଦୁର୍ଘଟଣା ଥିଲା ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ଗତ ଶୁକ୍ରବାର ଭାରତ...

କେଉଁ ବୟସର ପିଲା ମାସ୍କ ପିନ୍ଧିବା ଜରୁରୀ!

ଜେନେଭା,୨୩।୮: ସାରା ବିଶ୍ୱରେ କରୋନା ମହାମାରୀକୁ ନେଇ ଯେଉଁ ଗାଇଡ୍‌ଲାଇନ ଜାରି କରାଯାଇଛି ସେଥିରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଅନେକଙ୍କ ମନରେ ପ୍ରଶ୍ନ ଉଠେ...

ସମସ୍ତଙ୍କୁ ସଂକ୍ରମିତ କରିଦିଅ: କରୋନାରୁ ମୁକ୍ତି ପାଇଁ ‘ହର୍ଡ ଇମ୍ୟୁନିଟି’ ପ୍ଲାନ୍‌-ବି ଉପରେ ଚର୍ଚ୍ଚା ଜାରି !

ଓ୍ବାଶିଂଟନ,୩୦।୪: ସାରା ପୃଥିବୀରେ କରୋନା ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବହୁ ଦେଶରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଜାରି ରହିଛି। ସାମାଜିକ...

Advertisement
Archives

Model This Week