ପୁଟିନ୍‌ଙ୍କୁ ଜନ୍ମଦିନ ଝଟକା

ଓସ୍‌ଲୋ/ଜେନେଭା/ମସ୍କୋ,୮ା୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଜନ୍ମଦିନରେ ଲାଗିଛି ଦୁଇଟି ବଡ଼ ଝଟକା। ୟୁକ୍ରେନ୍‌ ସହ ପ୍ରାୟ ୭ ମାସର ଯୁଦ୍ଧ ପରେ ଷ୍ଟ୍ରଙ୍ଗ୍‌ମ୍ୟାନ୍‌ ପୁଟିନ୍‌ ଶୁକ୍ରବାର ୭୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ନିକଟକୁ ସମର୍ଥକ ଓ ସହଯୋଗୀ ରାଷ୍ଟ୍ରଗୁଡ଼ିକରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଥିବାବେଳେ ମାନବାଧିକାର ଉଲ୍ଲଂଘନକାରୀ ପୁଟିନ୍‌ଙ୍କୁ ଦର୍ପଣ ଦେଖାଇବା ଭଳି ପଦକ୍ଷେପ ନେଇଛି ନରଓ୍ବେଜିଆନ୍‌ ନୋବେଲ କମିଟି ଏବଂ ଜାତିସଂଘ।
ଯୁଦ୍ଧ ସମୟରେ ଆଗଧାଡ଼ିର ସୋଭିଏଟ୍‌ ବିରୋଧୀ ଆଲେକ୍‌ଜାଣ୍ଡାର ସୋଲଝେନିଟ୍‌ସିନ୍‌ ସାହିତ୍ୟ(୧୯୭୦) ଏବଂ ଆଣ୍ଡ୍ରେଇ ଶାଖରୋଭ୍‌ ଶାନ୍ତି (୧୯୭୫)ରେ ନୋବେଲ ପୁରସ୍କାର ଲାଭ କରିଥିଲେ। ନରଓ୍ବେଜିଆନ୍‌ ନୋବେଲ କମିଟି ଏହାକୁ ଅନୁସରଣ କରି ତିନି ପଡ଼ୋଶୀ ବେଲାରୁଷ, ରୁଷିଆ ଓ ୟୁକ୍ରେନ୍‌ରେ ମାନବ ଅଧିକାର ପାଇଁ ଲଢ଼େଇ କରୁଥିବା ଜଣେ ବ୍ୟକ୍ତି ଏବଂ ଦୁଇଟି ସଙ୍ଗଠନକୁ ଶାନ୍ତି ପୁରସ୍କାର ଦେବା ଲାଗି ଶୁକ୍ରବାର ଘୋଷଣା କରିଛି। ଏହି ଘୋଷଣାର କିଛି ସମୟ ପରେ ଜାତିସଂଘର ସର୍ବୋଚ୍ଚ ମାନବ ଅଧିକାର ସଂସ୍ଥା ରୁଷିଆ ବିରୋଧରେ ବିଶେଷଜ୍ଞଙ୍କୁ ନିଯୁକ୍ତ କରିବାକୁ ରାଜି ହୋଇଛି, ଯିଏକି ଦେଶରେ ମନମୁଖି ଗିରଫଦାରି, ବିରୋଧୀଙ୍କ ଉପରେ ଦମନଲୀଳା ଆଦିକୁ ନେଇ ତଦନ୍ତ କରିବେ। ୪୭ ସଦସ୍ୟ ବିଶିଷ୍ଟ ଜାତିସଂଘ ମାନବ ଅଧିକାର ପରିଷଦ(ୟୁଏନ୍‌ଏଚ୍‌ଆର୍‌ସି)ରେ ଗତ ସପ୍ତାହରେ ଆଗତ ଏହି ପ୍ରସ୍ତାବକୁ ହଙ୍ଗେରି ବ୍ୟତୀତ ୟୁରୋପୀୟ ସଂଘ(ଇୟୁ)ର ମସସ୍ତ ରାଷ୍ଟ୍ର ପାରିତ କରିଛନ୍ତି। ୨୪ ସଦସ୍ୟ ଅନୁପସ୍ଥିତ ଥିବାବେଳେ ପ୍ରସ୍ତାବ ସପକ୍ଷରେ ୧୭ ଓ ବିରୋଧରେ ୬ ଭୋଟ ପଡ଼ିଛି। ରୁଷିଆରେ ବିରୋଧୀଙ୍କ ସ୍ବରକୁ ଚପାଇବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ରୁଷୀୟ ସେନା ବିରୋଧରେ ‘ମିଛ ଖବର’ ପ୍ରସାରକୁ ଆପରାଧ ରୂପେ ପରିଗଣିତ କରିବା ଭଳି ଆଇନ ଅଣାଯାଇଛି। ଏହି ପରିପ୍ରେକ୍ଷୀରେ ରୁଷିଆ ବିରୋଧରେ ତଦନ୍ତ ପାଇଁ ଜାତିସଂଘ ଆଗଭର ହେବା ତାତ୍ପର୍ଯ୍ୟପୂର୍ଣ୍ଣ। ଏହି ପଦକ୍ଷେପକୁ ରୁଷୀୟ ପ୍ରତିନିଧି ଜେନ୍ନାଡି ଗଟିଲୋଭ୍‌ କଡ଼ାଭାଷାରେ ନିନ୍ଦା କରିଛନ୍ତି। ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ୟୁଏନ୍‌ଏଚ୍‌ଆର୍‌ସିକୁ ନିଜ ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ବ୍ୟବହାର କରୁଛନ୍ତି ଏହା ତାହାର ଏକ ଉଦାହରଣ ବୋଲି ସେ କହିଛନ୍ତି।
ଯେ, ରୁଷିଆ ଗତବର୍ଷ ଯାଏ ମାନବାଧିକାର ପରିଷଦର ସଦସ୍ୟ ଥିଲା। ୟୁକ୍ରେନ୍‌ ଉପରେ ଆକ୍ରମଣ ପରେ ଜାତିସଂଘ ସାଧାରଣ ସଭାରେ ଭାଗ ନ ନେଇ ସ୍ବତଃ ଏହି ସଦସ୍ୟତା ହରାଇଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଫେବୃୟାରୀ ୨୪ରେ ଯୁଦ୍ଧ ଘୋଷଣା କରିବା ପରଠାରୁ ଅନେକ ନିରୀହଙ୍କ ଜୀବନ ଗଲାଣି। ଉଭୟ ରୁଷିଆ ଓ ୟୁକ୍ରେନ୍‌ରେ ମାନବାଧିକାର ଉଲ୍ଲଂଘନର ଅସଂଖ୍ୟ ଦୃଷ୍ଟାନ୍ତ ଦେଖିବାକୁ ମିଳୁଥିବାବେଳେ ଦୁଇଟି ଅନ୍ତର୍ଜାତୀୟ ସଂସ୍ଥା ପକ୍ଷରୁ ପୁଟିନ୍‌ଙ୍କୁ ଝଟକା ଲାଗିଛି। ତାହା ପୁଣି ତାଙ୍କ ଜନ୍ମଦିନରେ।

ପରାଜୟ ଆସନ୍ନ, କମାଣ୍ଡର ବହିଷ୍କୃତ

ୟୁକ୍ରେନ୍‌ ବିରୋଧରେ ଚଳାଇଥିବା ଯୁଦ୍ଧରେ ରୁଷିଆର ପରାଜୟ ଆସନ୍ନ। ଅନେକ ଅଞ୍ଚଳରୁ ୟୁକ୍ରେନୀୟ ସୈନ୍ୟ ରୁଷୀୟ ପ୍ରତିପକ୍ଷଙ୍କୁ ଘଉଡ଼ାଇ ଦେଇଥିବାରୁ ମସ୍କୋ ନିଜ କମାଣ୍ଡରମାନଙ୍କ ଉପରେ ଦାଉ ସାଧୁଛି। ୟୁକ୍ରେନୀୟ ସୈନ୍ୟଙ୍କଠାରୁ ତଡ଼ା ଖାଇବା ପରେ ରୁଷିଆ ଅନେକ ହଜାର ବର୍ଗ କି.ମି. ଅଞ୍ଚଳ ଉପରୁ କର୍ତ୍ତୃତ୍ୱ ହରାଇଛି। ଏଥିପାଇଁ ଇଷ୍ଟର୍ନ ମିଲିଟାରି ଡିଷ୍ଟ୍ରିକ୍ଟ କଲୋନେଲ ଆଲେକ୍‌ଜାଣ୍ଡାର ଚାଇକୋଙ୍କୁ ଦାୟୀ କରି ପଦରୁ ବହିଷ୍କାର କରିଛି। ତାଙ୍କ ସ୍ଥାନରେ ଲୁଟ୍‌ନାଣ୍ଟ ଜେନେରାଲ ରୁସ୍ତମ ମୁରାଡୋଭଙ୍କୁ ନୂଆ କମାଣ୍ଡର ନିଯୁକ୍ତ କରାଯାଇଛି। ମୁରାଡୋଭଙ୍କ ବିରୋଧରେ ଗତ ଫେବୃୟାରୀରେ ୟୁରୋପୀୟ ସଂଘ କଟକଣା ଜାରି କରିଥିଲା।

ଚେତାଇଲେ ବାଇଡେନ୍‌

ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଉଭୟ ଦେଶ ଭିତରେ ଓ ବାହାରେ କଡ଼ା ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ନିଜ ୨୩ ବର୍ଷର ଶାସକ କାଳରେ ତାଙ୍କୁ ଏପରି ସଙ୍କଟର ସାମ୍ନା କରିବାକୁ ପଡ଼ି ନ ଥିଲା। ଇତିମଧ୍ୟରେ ପୁଟିନ୍‌ଙ୍କ ପରମାଣୁ ଅସ୍ତ୍ର ପ୍ରୟୋଗକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ସମାଲୋଚନା କରିଛନ୍ତି। ନ୍ୟୁୟର୍କରେ ବାଇଡେନ୍‌ କହିଛନ୍ତି,୧୯୬୨ରେ ପୂର୍ବତନ ରାଷ୍ଟ୍ରପତି ଜନ୍‌ କେନେଡିଙ୍କ ଅମଳରେ କ୍ୟୁବାର ମିଶାଇଲ ସଙ୍କଟ ପରେ ପ୍ରଥମ ଥର ପାଇଁ ଆମ ଆଡ଼କୁ ଏକ ପ୍ରତ୍ୟକ୍ଷ ବିପଦ ମାଡ଼ିଆସୁଛି। ଏଥିପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। କାରଣ ପୁଟିନ୍‌ଙ୍କ ଆଣବିକ, ଜୈବିକ, ରାସାୟନିକ ଅସ୍ତ୍ର ପ୍ରୟୋଗ ଧମକ ଏକ ବ୍ୟଙ୍ଗ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନ୍‌ଙ୍କ ବୟାନ୍‌ ରେକର୍ଡ: ଫାଇଲ୍‌ ରିସିଭ୍‌ ହୋଇଛି, କୁଆଡ଼େ ଗଲା ଜାଣିନାହାନ୍ତି

ଭୁବନେଶ୍ୱର,୬।୧୦(ତ୍ରିନାଥ ମହାନ୍ତି):ସିଏମ୍‌ଓରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ଏବଂ କନ୍ଧମାଳ ଦଙ୍ଗା ସମ୍ପର୍କିତ ନାଇଡୁ କମିଶନ ଫାଇଲ ହଜିବା ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ଭି.କେ.…

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

ବଡ଼ ଦୁର୍ଘଟଣା; କ୍ରାଶ ହେଲା ସାମରିକ ବିମାନ, ୩୨ ମୃତ

ଆବୁଜା,୬।୧୦: ଦକ୍ଷିଣ ନାଇଜେରିଆରେ ସୋମବାର ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ୨୫ ଜଣ ଯାତ୍ରୀ ଏବଂ ୭ ଜଣ କ୍ରୁ ମେମ୍ବର ସମେତ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ବଡ଼ ସଫଳତା:୫ ଶାବକ ଜନ୍ମଦେଲା ଭାରତରେ ଜନ୍ମିତ ଚିତା

ନୂଆଦିଲ୍ଲୀ,୫ା୧୦:ଭାରତରେ ଜନ୍ମିତ ଚିତା ସୋମବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ଟି ଶାବକ ଜନ୍ମ ଦେଇଛି, ଯାହାକି ପ୍ରୋଜେକ୍ଟ ଚିତା ପାଇଁ ଏକ ବଡ଼ ସଫଳତା। ଶାବକମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?