ପୁଟିନ୍‌ଙ୍କୁ ଜନ୍ମଦିନ ଝଟକା

ଓସ୍‌ଲୋ/ଜେନେଭା/ମସ୍କୋ,୮ା୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଜନ୍ମଦିନରେ ଲାଗିଛି ଦୁଇଟି ବଡ଼ ଝଟକା। ୟୁକ୍ରେନ୍‌ ସହ ପ୍ରାୟ ୭ ମାସର ଯୁଦ୍ଧ ପରେ ଷ୍ଟ୍ରଙ୍ଗ୍‌ମ୍ୟାନ୍‌ ପୁଟିନ୍‌ ଶୁକ୍ରବାର ୭୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ନିକଟକୁ ସମର୍ଥକ ଓ ସହଯୋଗୀ ରାଷ୍ଟ୍ରଗୁଡ଼ିକରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଥିବାବେଳେ ମାନବାଧିକାର ଉଲ୍ଲଂଘନକାରୀ ପୁଟିନ୍‌ଙ୍କୁ ଦର୍ପଣ ଦେଖାଇବା ଭଳି ପଦକ୍ଷେପ ନେଇଛି ନରଓ୍ବେଜିଆନ୍‌ ନୋବେଲ କମିଟି ଏବଂ ଜାତିସଂଘ।
ଯୁଦ୍ଧ ସମୟରେ ଆଗଧାଡ଼ିର ସୋଭିଏଟ୍‌ ବିରୋଧୀ ଆଲେକ୍‌ଜାଣ୍ଡାର ସୋଲଝେନିଟ୍‌ସିନ୍‌ ସାହିତ୍ୟ(୧୯୭୦) ଏବଂ ଆଣ୍ଡ୍ରେଇ ଶାଖରୋଭ୍‌ ଶାନ୍ତି (୧୯୭୫)ରେ ନୋବେଲ ପୁରସ୍କାର ଲାଭ କରିଥିଲେ। ନରଓ୍ବେଜିଆନ୍‌ ନୋବେଲ କମିଟି ଏହାକୁ ଅନୁସରଣ କରି ତିନି ପଡ଼ୋଶୀ ବେଲାରୁଷ, ରୁଷିଆ ଓ ୟୁକ୍ରେନ୍‌ରେ ମାନବ ଅଧିକାର ପାଇଁ ଲଢ଼େଇ କରୁଥିବା ଜଣେ ବ୍ୟକ୍ତି ଏବଂ ଦୁଇଟି ସଙ୍ଗଠନକୁ ଶାନ୍ତି ପୁରସ୍କାର ଦେବା ଲାଗି ଶୁକ୍ରବାର ଘୋଷଣା କରିଛି। ଏହି ଘୋଷଣାର କିଛି ସମୟ ପରେ ଜାତିସଂଘର ସର୍ବୋଚ୍ଚ ମାନବ ଅଧିକାର ସଂସ୍ଥା ରୁଷିଆ ବିରୋଧରେ ବିଶେଷଜ୍ଞଙ୍କୁ ନିଯୁକ୍ତ କରିବାକୁ ରାଜି ହୋଇଛି, ଯିଏକି ଦେଶରେ ମନମୁଖି ଗିରଫଦାରି, ବିରୋଧୀଙ୍କ ଉପରେ ଦମନଲୀଳା ଆଦିକୁ ନେଇ ତଦନ୍ତ କରିବେ। ୪୭ ସଦସ୍ୟ ବିଶିଷ୍ଟ ଜାତିସଂଘ ମାନବ ଅଧିକାର ପରିଷଦ(ୟୁଏନ୍‌ଏଚ୍‌ଆର୍‌ସି)ରେ ଗତ ସପ୍ତାହରେ ଆଗତ ଏହି ପ୍ରସ୍ତାବକୁ ହଙ୍ଗେରି ବ୍ୟତୀତ ୟୁରୋପୀୟ ସଂଘ(ଇୟୁ)ର ମସସ୍ତ ରାଷ୍ଟ୍ର ପାରିତ କରିଛନ୍ତି। ୨୪ ସଦସ୍ୟ ଅନୁପସ୍ଥିତ ଥିବାବେଳେ ପ୍ରସ୍ତାବ ସପକ୍ଷରେ ୧୭ ଓ ବିରୋଧରେ ୬ ଭୋଟ ପଡ଼ିଛି। ରୁଷିଆରେ ବିରୋଧୀଙ୍କ ସ୍ବରକୁ ଚପାଇବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ରୁଷୀୟ ସେନା ବିରୋଧରେ ‘ମିଛ ଖବର’ ପ୍ରସାରକୁ ଆପରାଧ ରୂପେ ପରିଗଣିତ କରିବା ଭଳି ଆଇନ ଅଣାଯାଇଛି। ଏହି ପରିପ୍ରେକ୍ଷୀରେ ରୁଷିଆ ବିରୋଧରେ ତଦନ୍ତ ପାଇଁ ଜାତିସଂଘ ଆଗଭର ହେବା ତାତ୍ପର୍ଯ୍ୟପୂର୍ଣ୍ଣ। ଏହି ପଦକ୍ଷେପକୁ ରୁଷୀୟ ପ୍ରତିନିଧି ଜେନ୍ନାଡି ଗଟିଲୋଭ୍‌ କଡ଼ାଭାଷାରେ ନିନ୍ଦା କରିଛନ୍ତି। ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ୟୁଏନ୍‌ଏଚ୍‌ଆର୍‌ସିକୁ ନିଜ ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ବ୍ୟବହାର କରୁଛନ୍ତି ଏହା ତାହାର ଏକ ଉଦାହରଣ ବୋଲି ସେ କହିଛନ୍ତି।
ଯେ, ରୁଷିଆ ଗତବର୍ଷ ଯାଏ ମାନବାଧିକାର ପରିଷଦର ସଦସ୍ୟ ଥିଲା। ୟୁକ୍ରେନ୍‌ ଉପରେ ଆକ୍ରମଣ ପରେ ଜାତିସଂଘ ସାଧାରଣ ସଭାରେ ଭାଗ ନ ନେଇ ସ୍ବତଃ ଏହି ସଦସ୍ୟତା ହରାଇଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଫେବୃୟାରୀ ୨୪ରେ ଯୁଦ୍ଧ ଘୋଷଣା କରିବା ପରଠାରୁ ଅନେକ ନିରୀହଙ୍କ ଜୀବନ ଗଲାଣି। ଉଭୟ ରୁଷିଆ ଓ ୟୁକ୍ରେନ୍‌ରେ ମାନବାଧିକାର ଉଲ୍ଲଂଘନର ଅସଂଖ୍ୟ ଦୃଷ୍ଟାନ୍ତ ଦେଖିବାକୁ ମିଳୁଥିବାବେଳେ ଦୁଇଟି ଅନ୍ତର୍ଜାତୀୟ ସଂସ୍ଥା ପକ୍ଷରୁ ପୁଟିନ୍‌ଙ୍କୁ ଝଟକା ଲାଗିଛି। ତାହା ପୁଣି ତାଙ୍କ ଜନ୍ମଦିନରେ।

ପରାଜୟ ଆସନ୍ନ, କମାଣ୍ଡର ବହିଷ୍କୃତ

ୟୁକ୍ରେନ୍‌ ବିରୋଧରେ ଚଳାଇଥିବା ଯୁଦ୍ଧରେ ରୁଷିଆର ପରାଜୟ ଆସନ୍ନ। ଅନେକ ଅଞ୍ଚଳରୁ ୟୁକ୍ରେନୀୟ ସୈନ୍ୟ ରୁଷୀୟ ପ୍ରତିପକ୍ଷଙ୍କୁ ଘଉଡ଼ାଇ ଦେଇଥିବାରୁ ମସ୍କୋ ନିଜ କମାଣ୍ଡରମାନଙ୍କ ଉପରେ ଦାଉ ସାଧୁଛି। ୟୁକ୍ରେନୀୟ ସୈନ୍ୟଙ୍କଠାରୁ ତଡ଼ା ଖାଇବା ପରେ ରୁଷିଆ ଅନେକ ହଜାର ବର୍ଗ କି.ମି. ଅଞ୍ଚଳ ଉପରୁ କର୍ତ୍ତୃତ୍ୱ ହରାଇଛି। ଏଥିପାଇଁ ଇଷ୍ଟର୍ନ ମିଲିଟାରି ଡିଷ୍ଟ୍ରିକ୍ଟ କଲୋନେଲ ଆଲେକ୍‌ଜାଣ୍ଡାର ଚାଇକୋଙ୍କୁ ଦାୟୀ କରି ପଦରୁ ବହିଷ୍କାର କରିଛି। ତାଙ୍କ ସ୍ଥାନରେ ଲୁଟ୍‌ନାଣ୍ଟ ଜେନେରାଲ ରୁସ୍ତମ ମୁରାଡୋଭଙ୍କୁ ନୂଆ କମାଣ୍ଡର ନିଯୁକ୍ତ କରାଯାଇଛି। ମୁରାଡୋଭଙ୍କ ବିରୋଧରେ ଗତ ଫେବୃୟାରୀରେ ୟୁରୋପୀୟ ସଂଘ କଟକଣା ଜାରି କରିଥିଲା।

ଚେତାଇଲେ ବାଇଡେନ୍‌

ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଉଭୟ ଦେଶ ଭିତରେ ଓ ବାହାରେ କଡ଼ା ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ନିଜ ୨୩ ବର୍ଷର ଶାସକ କାଳରେ ତାଙ୍କୁ ଏପରି ସଙ୍କଟର ସାମ୍ନା କରିବାକୁ ପଡ଼ି ନ ଥିଲା। ଇତିମଧ୍ୟରେ ପୁଟିନ୍‌ଙ୍କ ପରମାଣୁ ଅସ୍ତ୍ର ପ୍ରୟୋଗକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ସମାଲୋଚନା କରିଛନ୍ତି। ନ୍ୟୁୟର୍କରେ ବାଇଡେନ୍‌ କହିଛନ୍ତି,୧୯୬୨ରେ ପୂର୍ବତନ ରାଷ୍ଟ୍ରପତି ଜନ୍‌ କେନେଡିଙ୍କ ଅମଳରେ କ୍ୟୁବାର ମିଶାଇଲ ସଙ୍କଟ ପରେ ପ୍ରଥମ ଥର ପାଇଁ ଆମ ଆଡ଼କୁ ଏକ ପ୍ରତ୍ୟକ୍ଷ ବିପଦ ମାଡ଼ିଆସୁଛି। ଏଥିପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। କାରଣ ପୁଟିନ୍‌ଙ୍କ ଆଣବିକ, ଜୈବିକ, ରାସାୟନିକ ଅସ୍ତ୍ର ପ୍ରୟୋଗ ଧମକ ଏକ ବ୍ୟଙ୍ଗ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ପରଲୋକରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମା’

ଲାହୋର,୨୨।୧୧-ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ମା’ ବେଗମ ଶମୀମ ଅଖତରଙ୍କ ରବିବାର ପରଲୋକ ହୋଇଯାଇଛି। ଲଣ୍ଡନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘଦିନ...

ଚେଙ୍ଗ୍‌ଡୁ କନ୍‌ସୁଲେଟ ବନ୍ଦ କରିବାକୁ ଆମେରିକାକୁ କହିଲା ଚାଇନା

ବେଜିଂ,୨୫ା୭: ହ୍ୟୁଷ୍ଟନରେ ଥିବା ଦୂତାବାସ ବନ୍ଦ କରିବାକୁ ଆମେରିକା ଚାଇନାକୁ ନିର୍ଦ୍ଦେଶ ଦେବା ପରେ ବେଜିଂ ଯେସାକୁ ତେସା ନୀତି ଆପଣାଇଛି। ଚେଙ୍ଗ୍‌ଡୁରେ ଥିବା ଦୂତାବାସ...

୨୦ ପ୍ରତିଶତ ଅଞ୍ଚଳକୁ ଫେରାଇ ନେଲା ୟୁକ୍ରେନ

କ୍ୱିଭ୍‌,୪ା୬: ୟୁକ୍ରେନ-ରୁଷିଆ ଯୁଦ୍ଧ ହେବାର ତିନି ମାସରୁ ଅଧିକ ହୋଇଥିଲେ ମଧ୍ୟ ଥମିବାର ନାଁ ନେଉନି। ପୂର୍ବ ୟୁକ୍ରେନ ସହରଗୁଡ଼ିକରେ ରୁଷିଆ ଏବଂ ୟୁକ୍ରେନର ସୈନ୍ୟବାହିନୀ...

ପିଓକେରେ ଆମେରିକା ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୮ା୧୦: ପାକିସ୍ତାନରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ଡୋନାଲ୍ଡ ବ୍ଲୋମେ ପାକ୍‌ ଅଧିକୃତ କଶ୍ମୀର(ପିଓକେ) ଗସ୍ତ କରିବା ସହ ଏହାକୁ ଆଜାଦ ଜମ୍ମୁ-କଶ୍ମୀର ବୋଲି ବାରମ୍ବାର କହିବା...

ଚଉଭିନ୍‌ଙ୍କୁ ସାଢ଼େ ୨୨ ବର୍ଷ ଜେଲ

ଓ୍ବାଶିଂଟନ୍‌, ୨୭ା୬: ଆଫ୍ରିକୀୟ-ଆମେରିକୀୟ କୃଷ୍ଣକାୟ ଜର୍ଜ ଫ୍ଲଏଡ୍‌ଙ୍କ ହତ୍ୟାକାରୀ ଆମେରିକାର ମିନିଆପଲିସ୍‌ ପୂର୍ବତନ ପୋଲିସ ଅଫିସର ଶ୍ୱେତାଙ୍ଗ ଡେରେକ ଚଉଭିନ୍‌(୪୫)ଙ୍କୁ ଶୁକ୍ରବାର ୨୨ ବର୍ଷ ୬...

ଜୀବନ କାଳ ମଧ୍ୟରେ ୨୦ କିଲୋଗ୍ରାମ ପ୍ଲାଷ୍ଟିକ୍‌ ଖାଉଛନ୍ତି ଲୋକେ!

ଲଣ୍ଡନ,୯ା୧୨: ଥରେ ଚିନ୍ତା କଲେ ଯଦି ଆପଣ କାହାକୁ ପଚାରନ୍ତି କ’ଣ ଖାଇଛନ୍ତି? ଯଦି ଉତ୍ତର ମିଳେ କ୍ରେଡିଟ୍‌ କାର୍ଡ, ବର୍ଗର, ପିଭିସି ପାଇପ ଇତ୍ୟାଦି।...

ୟୁକ୍ରେନ୍‌କୁ ହିମର୍‌ ରକେଟ ଦେବେ ବାଇଡେନ୍‌, ପୁଟିନଙ୍କ ଚିନ୍ତା ବଢ଼ିଲା…

ମସ୍କୋ/କ୍ୱିଭ୍‌, ୧।୬ : ୟୁକ୍ରେନରେ ଯୁଦ୍ଧ କରୁଥିବା ରୁଷିଆ ସୈନ୍ୟଙ୍କ ସମସ୍ୟା ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ୟୁକ୍ରେନକୁ ଅତ୍ୟାଧୁନିକ ହିମର୍‌ ରକେଟ ଯୋଗାଇବାକୁ ଆମେରିକା...

ଭାରତ-ପାକିସ୍ତାନ କଳିରୁ ଲାଭରେ ଆମେରିକା: ଗରିବ ପାକିସ୍ତାନକୁ ଏଫ୍‌-୧୬ ଯୁଦ୍ଧ ବିମାନ ପାଇଁ ୨୪ ଘଣ୍ଟିଆ ସହାୟତା ଯୋଗାଇବ ଆମେରିକା

ଓ୍ବାଶିଂଟନ୍‌,୨୭।୭: ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ତେବେ ଏଥିରୁ ଆମେରିକା ବେଶ୍‌ ଲାଭରେ ରହିଥିବା କୁହାଯାଉଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ...

Advertisement
Archives

Model This Week