Posted inଜାତୀୟ

ଧର୍ମାନ୍ତରୀକରଣ କାର୍ଯ୍ୟକ୍ରମରେ ଏଏପି ମନ୍ତ୍ରୀ

ନୂଆଦିଲ୍ଲୀ,୮।୧୦: ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ମନ୍ତ୍ରୀ ରାଜେନ୍ଦ୍ର ପାଲ୍‌ ଗୌତମ୍‌ ଏକ ଧର୍ମାନ୍ତରୀକରଣ କାର୍ଯ୍ୟକ୍ରମରେ ଯୋଗଦେବା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି। ଏଥିପାଇଁ ଭାଜପା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ସମାଲୋଚନା କରିବା ସହ ସମ୍ପୃକ୍ତ ମନ୍ତ୍ରୀଙ୍କୁ କ୍ୟାବିନେଟରୁ ବିଦା କରିବା ଲାଗି ଦାବି କରିଛି। ମନ୍ତ୍ରୀ ଗୌତମଙ୍କ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀ ଅସନ୍ତୁଷ୍ଟ ଥିବା ଏଏପି ପକ୍ଷରୁ କୁହାଯାଇଛି। ତେବେ ଦିଲ୍ଲୀ ସରକାର କିମ୍ବା ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏନେଇ କିଛି କୁହାଯାଇ ନାହିଁ।
କେଜ୍‌ରିଓ୍ବାଲ ସରକାରରେ ଗୌତମ ସାମାଜିକ କଲ୍ୟାଣ ମନ୍ତ୍ରୀ ଅଛନ୍ତି। ଏଏପି ହିନ୍ଦୁମାନଙ୍କ ଭାବାବେଗକୁ ଆଘାତ ଦେଇଛି। ଗୌତମଙ୍କ ମନ୍ତବ୍ୟ ଏହି ସମ୍ପ୍ରଦାୟ ପ୍ରତି ଦଳର ଘୃଣା ମାନସିକତାକୁ ପଦାରେ ପକାଇଛି ବୋଲି ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ଗୌରବ ଭାଟିଆ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ଧର୍ମାନ୍ତରୀକରଣ କାର୍ଯ୍ୟକ୍ରମରେ ୧୦ ହଜାର ଲୋକ ଯୋଗଦେଇ ହିନ୍ଦୁ ଦେବଦେବୀ ପୂଜା ତ୍ୟାଗକରି ବୌଦ୍ଧଧର୍ମ ଗ୍ରହଣ କରିବାକୁ ଶପଥ ନେଇଥିଲେ। କେଜ୍‌ରିଓ୍ବାଲଙ୍କ ତରଫରୁ ଗୌତମ ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେଇଥିବା ଭାଜପା ମୁଖପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୮ଘଣ୍ଟା ପ୍ରଚାର କରିପାରିବେନି କପିଲ ମିଶ୍ରା: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରାର୍ଥୀ କପିଲ ମିଶ୍ରା ୪୮ ଘଣ୍ଟା ପାଇଁ ପ୍ରଚାର କରିପାରିବେନି। ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ...

କପି ରୋକିବାକୁ ବିହାରରେ ଜୋତା, ମୋଜା ଉପରେ ଲାଗିଲା କଟକଣା

ପାଟନା,୩।୨: ରାଜ୍ୟରେ ଫେବୃୟାରୀ ୩ରୁ ଦ୍ୱାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ସୋମବାରଠାରୁ ଏହି ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଚଳିତ ଥର ୧୨.୦୫ଲକ୍ଷ ଛାତ୍ରୀଛାତ୍ର...

ସଙ୍କଟରେ ଧର୍ମନିରପେକ୍ଷତା, ନାଗରିକତ୍ୱ

ନୂଆଦିଲ୍ଲୀ,୬ା୨(ପି.ଟି.): ଦେଶରେ ଧର୍ମନିରପେକ୍ଷତା ଓ ନାଗରିକତ୍ୱ ଏବେ ସଙ୍କଟରେ ରହିଛି। କେହି ଧର୍ମନିରପେକ୍ଷତା କଥା କହିଲେ, ତାଙ୍କୁ ଦେଶବିରୋଧୀ ଆଖ୍ୟା ଦିଆଯାଉଛି। କେନ୍ଦ୍ରର ନରେନ୍ଦ୍ର ମୋଦି...

ସମାଜବାଦୀ ନେତାଙ୍କୁ ଗୁଳି କରି ହତ୍ୟା: ଭିଡ଼ିଓ ଭାଇରାଲ

ଲକ୍ଷ୍ନୌ,୧୯।୫: ଉତ୍ତରପ୍ରଦେଶ ସମ୍ଭଲ ଅଞ୍ଚଳରେ ସମାଜବାଦୀ ନେତା ଏବଂ ତାଙ୍କ ପୁଅଙ୍କୁୁ ସର୍ବ ସମ୍ମୁଖରେ ଗୁଳି କରି ହତ୍ୟା କରାଯାଇଛି। ଏହାର ଭିଡ଼ିଓ ଏବେ ସୋସିଆଲ୍‌...

ଜିଲାପାଳଙ୍କ ଅଫିସରୁ ନୂଆ ଭୋଟରଙ୍କ ପାଖକୁ ଯାଉଛି ପୋଷ୍ଟକାର୍ଡ

ଅହମ୍ମଦାବାଦ,୧୬।୪: ଲୋକ ସଭା ନିର୍ବାଚନରେ ଅଧିକରୁ ଅଧିକ ଭୋଟ ଦେବାକୁ ଭୋଟରଙ୍କୁ ଉତ୍ସାହିତ କରିବା ଲାଗି ଗୁଜରାଟ ଅହମ୍ମଦାବାଦର ଜିଲାପାଳ ଏକ ଅଭିନବ ଉପାୟ ଚିନ୍ତା...

ଆମ କୃଷକଙ୍କ ଦାବି ପୂରଣ କର : ଦିଲଜୀତ

ନୂଆଦିଲ୍ଲୀ,୫।୧୨: କୃଷି ଆଇନକୁ ବିରୋଧ କରୁଥିବା କୃଷକଙ୍କ ସପକ୍ଷରେ ବାହାରିଛନ୍ତି ପଞ୍ଜାବୀ ସିଙ୍ଗର ଓ ଆକ୍ଟର ଦିଲଜୀତ ଦୋସାଞ୍ଜ। ସେ ଶନିବାର ଦିଲ୍ଲୀ-ହରିୟାଣା ସୀମା (ସିଙ୍ଘୁ...

ପାର୍ଲାମେଣ୍ଟରେ କରୋନା ବିସ୍ଫୋରଣ: ୪୦୦ରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ,୯ ।୧: ରାଜଧାନୀ ଦିଲ୍ଲୀରେ ତାଣ୍ଡବ ରଚିଛି କରୋନା । ଏହି ସଂକ୍ରମଣ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ପହଞ୍ଚିସାରିଲାଣି । ଜାନୁୟାରୀ ୬ ଓ ୭ରେ ପାର୍ଲାମେଣ୍ଟରେ...

ଟାଇମ୍‌ ମାଗାଜିନ୍‌ ତାଲିକାରେ ସାମିଲ ହେଲା ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’

ନୁଆଦିଲ୍ଲୀ,୨୮।୮: ସାଧାରଣତଃ ଭାରତର ପର୍ଯ୍ୟଟନସ୍ଥଳୀଗୁଡ଼ିକ ବିଦେଶୀ ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରିଥାଏ। ନିକଟରେ ଗୁଜରାଟରେ ତିଆରି ହୋଇଥିବା ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ମଧ୍ୟ ଲୋକଙ୍କୁ ବେଶ୍‌...

Advertisement
Archives

Model This Week