Posted inଫୁରସତ

ସ୍କୁଲ୍‌

 

ବିଦ୍ୟାର ମନ୍ଦିର ହେଉଛି ବିଦ୍ୟାଳୟ। ଯେଉଁଠି ଶିକ୍ଷା ଗ୍ରହଣ କରି ବିଦ୍ୟାର୍ଥୀଟିଏ ବଡ଼ ମଣିଷ ହେବାର ସ୍ବପ୍ନ ଦେଖେ। ତେବେ ପୃଥିବୀର ଅଧିକାଂଶ ସ୍ଥାନରେ ଛୋଟ ବଡ଼ ଅନେକ ସ୍କୁଲ ରହିଛି। ଆସନ୍ତୁ ଜାଣିବା ସେମାନଙ୍କ ମଧ୍ୟରୁ ସ୍ବତନ୍ତ୍ର କେତୋଟି ସ୍କୁଲ୍‌ ସମ୍ପର୍କରେ…
ଚାଇନାର ଚେଙ୍ଗ୍‌ଡୁଠାରେ ରହିଛି ପୃଥିବୀର ସର୍ବପୁରାତନ ସ୍କୁଲ୍‌, ଯାହାର ନାମ ଶିଶି ହାଇସ୍କୁଲ୍‌। ଏହି ସ୍କୁଲ୍‌ ୧୪୧-୧୪୩ ମସିହା ବେଳକୁ ଆରମ୍ଭ ହୋଇଥିଲା। ୧୯୦୨ ମସିହାରେ ଏହାକୁ ଆଧୁନିକୀକରଣ କରାଯାଇଥିଲା।
ପୃଥିବୀର ସବୁଠୁ ଉଚ୍ଚତମ ସ୍କୁଲ୍‌ ରହିଛି ତିବ୍ବତର ଫୁମା ଚାଙ୍ଗଥାଙ୍ଗ୍‌ରେ। ଏହା ସମୁଦ୍ରପତନଠାରୁ ପ୍ରାୟ ୫,୩୭୫ ମିଟର ଅର୍ଥାତ୍‌ ପୃଥିବୀର ଉଚ୍ଚତମ ଗିରିଶୃଙ୍ଗ ଏଭରେଷ୍ଟର ବେସ୍‌ କ୍ୟାମ୍ପଠାରୁ ୨୦୦ ମିଟର ଉଚ୍ଚତାରେ ଅବସ୍ଥିତ।
ବାଂଲାଦେଶରେ ଅଧିକାଂଶ ସମୟରେ ବନ୍ୟା ହେଉଥିବାରୁ ସେଠାରେ ପ୍ରାୟ ୧୦୦ରୁ ଅଧିକ ଭାସମାନ ସ୍କୁଲ୍‌ ବା ଡଙ୍ଗା ଉପରେ ସ୍କୁଲ ରହିଛି। ତେବେ ଏହି ସ୍କୁଲ୍‌ଗୁଡିକ ସୌରଶକ୍ତି ଦ୍ୱାରା ପରିଚାଳିତ ହେଉଥିବା ବେଳେ ସେଥିରେ ପାଠାଗାର ଏବଂ ଇଣ୍ଟରନେଟ୍‌ର ବ୍ୟବସ୍ଥା ମଧ୍ୟ ରହିଛି।
ପୃଥିବୀର ସର୍ବାଧିକ ସଂଖ୍ୟକ ଛାତ୍ରୀଛାତ୍ର ଥିବା ସ୍କୁଲ୍‌ ରହିଛି ଆମ ଦେଶରେ। ଉତ୍ତର ପ୍ରଦେଶ ରାଜ୍ୟର ଲକ୍ଷ୍ମୌଠାରେ ଥିବା ଏହି ସିଟି ମଣ୍ଟେଶ୍ୱରୀ ସ୍କୁଲ୍‌କୁ ପ୍ରତିଦିନ ୫୬ ହଜାରରୁ ଊର୍ଦ୍ଧ୍ୱ ବିଦ୍ୟାର୍ଥୀ ପଢ଼ିବାକୁ ଆସନ୍ତି, ଯେଉଁଥିପାଇଁ ଏହି ସ୍କୁଲ୍‌ର ନାମ ୨୦୧୯ ମସିହାରେ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡରେ ସ୍ଥାନ ପାଇଛି।
ଇଟାଲୀରେ ଥିବା ଟ୍ୟୁରିନ୍‌ରେ ରହିଛି ପୃଥିବୀର ସବୁଠୁ ଛୋଟ ସ୍କୁଲ୍‌। ୨୦୧୪ ମସିହାରେ ଏହି ସ୍କୁଲ୍‌ରେ ମାତ୍ର ଜଣେ ଶିକ୍ଷକ ଏବଂ ଜଣେ ଛାତ୍ର ହିଁ ଥିଲେ।
ଫିଲିପାଇନ୍ସରେ ରହିଛି ଏକ ବଟଲ୍‌ ସ୍କୁଲ୍‌। ନାଁ ପଢ଼ି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। ତେବେ ଏହି ସ୍କୁଲ୍‌ର ଏପରି ନାମକରଣ କରାଯିବାର କାରଣ ହେଉଛି ଏହା ପ୍ରାୟ ୯୦୦୦ଟି ପୁନଃ ବ୍ୟବହାରଯୋଗ୍ୟ ପପ୍‌ ବୋତଲରେ ନିର୍ମାଣ କରାଯାଇଛି। ଏହି ବୋତଲକୁ ମଜଭୁତ କରିବା ଲାଗି ନଡ଼ା, ବାଲି ଏବଂ ସିମେଣ୍ଟ ବ୍ୟବହାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

ସୂର୍ଯ୍ୟକୁମାରଙ୍କୁ ଲାଗିଲା ଝଟକା: ସବୁଠୁ ବିଦା, ଅନ୍ଧାରରେ କ୍ୟାରିୟର

ମୁମ୍ବାଇ,୬।୧୦: ଭାରତର ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏବେ ଚିନ୍ତା ବଢ଼ିଛି। ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଏବେ ମୁମ୍ବାଇର ରଣଜୀ…

ୱାଇଡ ବଲ୍‌ରେ ସିଧା ଛକା! କ୍ରିକେଟ୍‌ରେ ଘଟିଲା ଅଜବ ଘଟଣା, ଦେଖନ୍ତୁ Video

ନୂଆଦିଲ୍ଲୀ,୫।୧୦: କ୍ରିକେଟ୍‌ରେ ୱାଇଡ ବଲ ବାଉଣ୍ଡାରୀ ପାର କରିବା ଦୃଶ୍ୟ ଦର୍ଶକମାନେ ଅନେକ ଥର ଦେଖିଛନ୍ତି। ବିଶେଷକରି ଉଇକେଟକିପରଙ୍କ ପହଞ୍ଚରୁ ଦୂରକୁ ଯାଇଥିବା ୱାଇଡ ବଲ ବାଉଣ୍ଡାରୀ…

ପାଣ୍ଡିଆନ୍‌ଙ୍କ ବୟାନ୍‌ ରେକର୍ଡ: ଫାଇଲ୍‌ ରିସିଭ୍‌ ହୋଇଛି, କୁଆଡ଼େ ଗଲା ଜାଣିନାହାନ୍ତି

ଭୁବନେଶ୍ୱର,୬।୧୦(ତ୍ରିନାଥ ମହାନ୍ତି):ସିଏମ୍‌ଓରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ଏବଂ କନ୍ଧମାଳ ଦଙ୍ଗା ସମ୍ପର୍କିତ ନାଇଡୁ କମିଶନ ଫାଇଲ ହଜିବା ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ଭି.କେ.…

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?