ପୁଟିନ୍‌ ହମାସ୍‌ ସଦୃଶ

ଓ୍ବାଶିଂଟନ୍‌,୨୧ା୧୦: ଇସ୍ରାଏଲ ଓ ୟୁକ୍ରେନ୍‌କୁ ଯୁଦ୍ଧରେ ସମର୍ଥନ ପାଇଁ ଆମେରିକୀୟମାନେ ଆହୁରି ଅନେକ ବିଲିୟନ୍‌ ଡଲାର ଖର୍ଚ୍ଚ କରିବା ଉଚିତ। ଦେଶବାସୀଙ୍କୁ ଏହା ବୁଝାଇବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏକ ନୂଆ ମିଶନ ଆରମ୍ଭ କରିଛନ୍ତି। ଆମେରିକା ହିଁ ବିଶ୍ୱରୁ ଅରାଜକତା ଦୂର କରିପାରିବ ବୋଲି ସେ ଯୁକ୍ତି ବାଢ଼ିଛନ୍ତି।
ଫେରିବା ପରେ ହ୍ବାଇଟ୍‌ ହାଉସ୍‌ର ଓଭାଲ ଅଫିସରେ ଗୁରୁବାର ଦେଶବାସୀଙ୍କୁ ସମ୍ବୋଧିତ କରି ବାଇଡେନ୍‌ କହିଛନ୍ତି, ବିଶ୍ୱକୁ ଆମେରିକୀୟ ନେତୃତ୍ୱ ଏକାଠି କରି ରଖିଥାଏ। ଆମେରିକୀୟ ମେଣ୍ଟଗୁଡ଼ିକ ଆମକୁ ଓ ଆମେରିକାକୁ ସୁରକ୍ଷିତ ରଖିଥାଏ। ଏହି ଅବସରରେ ସେ ୨୦୨୨ ଫେବୃୟାରୀରେ ୟୁକ୍ରେନ୍‌ ଆକ୍ରମଣ କରିଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଗାଜା ଷ୍ଟ୍ରିପ୍‌ର ଶାସକ ତଥା ଆତଙ୍କବାଦୀ ସଙ୍ଗଠନ ହମାସ୍‌ ସହ ତୁଳନା କରିଛନ୍ତି। ବାଇଡେନ୍‌ କହିଛନ୍ତି, ହମାସ୍‌ ଓ ପୁଟିନ୍‌ ଭିନ୍ନ ଆତଙ୍କର ପ୍ରତୀକ। କିନ୍ତୁ ସେମାନଙ୍କଠାରେ ରହିଥିବା ବଡ଼ ସମାନତା ହେଉଛି, ଉଭୟ ହମାସ୍‌ ଓ ପୁଟିନ୍‌ ନିଜ ନିଜ ପଡ଼ୋଶୀ ରାଷ୍ଟ୍ରର ଗଣତନ୍ତ୍ରକୁ ମୂଳୋତ୍ପାଟନ କରିବାକୁ ଚାହୁଁଛନ୍ତି।
ଯୁଦ୍ଧଗୁଡ଼ିକୁ କାହିଁକି ସମର୍ଥନ କରୁଛି ବୋଲି କେତେଜଣ ଦେଶବାସୀ ପ୍ରଶ୍ନ କରୁଛନ୍ତି। ଏଥିରୁ ଆମେରିକାକୁ କ’ଣ ମିଳିବ, ତାହା ସେମାନେ ଜାଣିବାକୁ ଚାହାନ୍ତି। ଏହି ସଂଘର୍ଷଗୁଡ଼ିକ ଲମ୍ବା ଚାଲିବ। ଆତଙ୍କବାଦୀମାନେ ନିଜ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ଦଣ୍ଡିତ ନ ହେଲେ ଓ ଏକଚ୍ଛତ୍ରବାଦୀମାନେ ନିଜ ଅତିକ୍ରମଣ ଲାଗି ମୂଲ୍ୟ ନ ଦେଲେ ସେମାନେ ଅଧିକ ଅରାଜକତା ସୃଷ୍ଟି କରି ଧ୍ୱଂସର ଲୀଳା ରଚିଥାଆନ୍ତି। ସେମାନେ ନିଜ ଅଭିଯାନ ଜାରି ରଖିଲେ ଆମେରିକା ସମେତ ବିଶ୍ୱ ପାଇଁ ବିପଦ ଦେଖାଦେଇଥାଏ। ଏକଥା ଇତିହାସ ଆମକୁ ଶିକ୍ଷା ଦେଇଛି। ପୁଟିନ୍‌ଙ୍କୁ ରୋକା ନ ଗଲେ ସେ ପୋଲାଣ୍ଡ, ଏଷ୍ଟୋନିଆ, ଲାଟ୍‌ଭିଆ ଓ ଲିଥୁଆନିଆ ସମେତ ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନେଇଜେଶନ୍‌ (ନାଟୋ) ପାଇଁ ବିପଦ ସାଜିବେ। ପୁଟିନ୍‌ କୌଣସି ନାଟୋ ସଦସ୍ୟ ରାଷ୍ଟ୍ରର ୧ ଇଞ୍ଚ ଭୂମି ଛଡ଼ାଇନେଲେ ଆମେ ଏହି ସାମରିକ ମେଣ୍ଟର ପ୍ରତି ଇଞ୍ଚ ଭୂମିକୁ ସୁରକ୍ଷା ଦେବୁ ବୋଲି ବାଇଡେନ୍‌ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଆମେରିକା କାର୍ଯ୍ୟାନୁଷ୍ଠାନ ନ ନେଲେ ମଧ୍ୟପ୍ରାଚ୍ୟ ସମେତ ଅନ୍ୟ ବିଶ୍ୱର ଭାଗଗୁଡ଼ିକରେ ସଂଘର୍ଷଜନିତ ବିପଦ ଓ ଅରାଜକତା ବଢ଼ିଚାଲିବ ବୋଲି ବାଇଡେନ୍‌ କହିଛନ୍ତି। ବାଇଡେନ୍‌ ଅତିରିକ୍ତ ଖର୍ଚ୍ଚ ପାଇଁ ୧୦୫ ବିଲିୟନ୍‌ ଡଲାର ମଞ୍ଜୁର କରିବାକୁ କଂଗ୍ରେସକୁ ଅନୁରୋଧ କରିଛନ୍ତି। ସେଥିରୁ ୟୁକ୍ରେନ୍‌କୁ ୬୦ ବିଲିୟନ୍‌ ଡଲାର ଏବଂ ଇସ୍ରାଏଲକୁ ୧୪ ବିଲିୟନ୍‌ ଡଲାର ସହାୟତା ଦିଆଯିବ ବୋଲି ସୂତ୍ରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?