ମା’ଙ୍କ ଆବାହନରେ ଉତ୍ସବମୁଖର ଶ୍ରୀକ୍ଷେତ୍ର

ପୁରୀ, ୨୧ା୧୦(ଅଜିତ ମହାନ୍ତି): ଶାରଦୀୟ ଦଶହରାକୁ ନେଇ ଉତ୍ସବମୁଖର ହୋଇଉଠିଛି ଧରାପୃଷ୍ଠ। ଗାଁଠୁ ସହର ସବୁଠି ପାର୍ବଣର ମହକ। ମା’ ଦଶଭୁଜାଙ୍କ ଆବାହନ ମନ୍ତ୍ରରେ ଚଳଚଞ୍ଚଳ ପୁରୀ ସହର। ଶାରଦୀୟ ଦୁର୍ଗାତ୍ସୋବର ସ୍ବାତନ୍ତ୍ର୍ୟ ବହନ କରୁଥିବା ଶ୍ରୀକ୍ଷେତ୍ର ଏବେ ନବବଧୂଟିଏ ଭଳି ସଜେଇ ହୋଇଛି। ରଙ୍ଗିନ ଆଲୋକମାଳାରେ ଝଲସୁଛି ପୂଜାମଣ୍ଡପ ଓ ବିଭିନ୍ନ ଦେବୀପୀଠ। ସହରର ଗଳିକନ୍ଦିରେ ଆକର୍ଷଣୀୟ ଦେବୀ ମୂତ୍ତର୍ର୍ି ଏବଂ ନାଗା ଆକର୍ଷଣ ପାଲଟିଛି। ପ୍ରତ୍ୟେକ ଦେବୀ ମୂର୍ତ୍ତିଙ୍କ ଉପାସନା ସହିତ ସାହିର ଜାଗା, ଆଖଡ଼ା ସମ୍ପୃକ୍ତ ରହିଛି। ସେଥିଲାଗି ସମସ୍ତ ଜାଗା, ଆଖଡ଼ା ଚଳଚଞ୍ଚଳ ହୋଇପଡ଼ିିଛି। ଶ୍ରୀକ୍ଷେତ୍ରର ବିଭିନ୍ନ ଶକ୍ତିପୀଠରେ ଶୁକ୍ରବାର ସପ୍ତମୀ ପୂଜା ସମ୍ପନ୍ନ ହୋଇଛି। ବିଶେଷକରି ଶ୍ରୀମନ୍ଦିରରେ ମା’ ବିମଳାଙ୍କ ସମେତ ଭିତରବେଢ଼ା ପରିସରସ୍ଥ ମା’ ଭୁବନେଶ୍ୱରୀ, ବଟମଙ୍ଗଳା, ଉତ୍ତରାୟଣୀଙ୍କ ସମେତ ଶ୍ରୀକ୍ଷେତ୍ର ଠାକୁରାଣୀ, ମା’ଦକ୍ଷିଣକାଳୀ, ଆଲାମଚଣ୍ଡୀ, କପିଳେଶ୍ୱର ଶାସନର ମା’ ପଞ୍ଚମୁଖୀ, ମା’ ବାସେଳୀ, ମା’ ମଙ୍ଗଳା, ମା’ ମରିଚୀ ଠାକୁରାଣୀ, ମା’ ବାଟକାଳୀ, ମା’ ବାଙ୍କୀମୁହାଣ ରାମଚଣ୍ଡୀ, ମା’ ବାଟମଙ୍ଗଳା, ଜେନାରିଗଛ ରାମଚଣ୍ଡୀ, ଶ୍ୟାମାକାଳୀ ପ୍ରଭୃତି ପୀଠରେ ସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି। ମା’ ବିମଳାଙ୍କ ପ୍ରତିନିଧି ଭାବେ ପୂଜିତ କାକୁଡ଼ିଖାଇ ମୃଣ୍ମୟୀ ପ୍ରତିମାଙ୍କ ମଧ୍ୟ ସପ୍ତମୀ ପୂଜା କରାଯାଇଛି। ମହାସପ୍ତମୀ ତିଥି ଅବସରରେ ମା’ ଦକ୍ଷିଣକାଳୀଙ୍କ ସୁନାବେଶ, ବାଙ୍କୀମୁହାଣ ରାମଚଣ୍ଡୀଙ୍କୁ ସିଂହବାହିନୀ ବେଶ, ଜେନାରୀ ଗଛ ରାମଚଣ୍ଡୀ ପୀଠରେ ଚନ୍ଦନ ବେଶ, ଶ୍ୟାମାକାଳୀଙ୍କର ମହିଷାମର୍ଦ୍ଦିନୀ, ଶ୍ରୀକ୍ଷେତ୍ର କଲୋନୀ ମା’ ମଙ୍ଗଳାଙ୍କର ମହିଷା ମର୍ଦ୍ଦିନୀ ବେଶ କରାଯାଇଥିବା ବେଳେ ବାସେଳୀ ସାହି ବାସେଳୀ ଠାକୁରାଣୀ ସ୍ବର୍ଣ୍ଣବେଶ ଏବଂ ମରିଚୀ ଠାକୁରାଣୀଙ୍କୁ ମହାଗାୟତ୍ରୀ ବେଶ ଅନୁଷ୍ଠିତ ହୋଇଛି। ଶ୍ରୀକ୍ଷେତ୍ରର ବିଭିନ୍ନ ସାହି ପୂଜାମଣ୍ଡପରେ ଶୁକ୍ରବାର ଷଷ୍ଠୀ ପୂଜା ଅନୁଷ୍ଠିତ ହୋଇଥିବାବେଳେ ଶନିବାର ସପ୍ତମୀ ପୂଜା ହେବ। ପୂଜା ମଣ୍ଡରେ ନିର୍ମିତ ବାରବାଟୀ, ଜହି୍ନଖାଇ, ଶୂନ୍ୟଗୋସାଣୀ, ହରଚଣ୍ଡୀ, ଗେଲବାଇ ବନଦୁର୍ଗା, ଚକ୍ରକୋଟ, ଭୋଗଜାଗା, ବେଲବାଇ, ତ୍ରିପୁରା ସୁନ୍ଦରୀ ପ୍ରଭୃତି ଦେବୀ ମୂର୍ତ୍ତିିଙ୍କୁ ଦୁର୍ଗାମନ୍ତ୍ର ଏବଂ ନାଗାଙ୍କୁ ବନଦୁର୍ଗା ମନ୍ତ୍ରରେ ଆବାହନ କରାଯିବ। ଏଥିପାଇଁ ବିଭିନ୍ନ ପୂଜାମଣ୍ଡରେ ପ୍ରସ୍ତୁତି ଶେଷ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୭ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ମେଷ ସମେତ ୩ ରାଶିରେ ଧନବର୍ଷା

୧୭ ଅଗଷ୍ଟ ସକାଳେ ସୂର୍ଯ୍ୟ କେତୁଙ୍କ ଦ୍ୱାରା ଶାସିତ ମଘା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ପାଇଁ ନକ୍ଷତ୍ରର ଏହି ପରିବର୍ତ୍ତନ ସକାଳ ୮:୦୩ ରେ ଘଟିବ।…

ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଜିଲାପାଳ, ସ୍ବାଧୀନତା ସଂଗ୍ରାମୀ ତ୍ୟାଗ ଓ ବଳିଦାନକୁ ମନେ ପକାଇ…

ଛତ୍ରପୁର,୧୩ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସ୍ବାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର୍‌ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ…

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ହୀରାକୁଦ ଡ୍ୟାମକୁ ପ୍ରବେଶ କରୁଛି ୧ ଲକ୍ଷ ଘନଫୁଟରୁ ଅଧିକ ବନ୍ୟାଜଳ, ୨ ଗେଟ୍‌ରେ ହେଉଛି ନିଷ୍କାସନ

ସମ୍ବଲପୁର,୧୩ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାର ପୁଣି ୪ଟି ସ୍ଲୁଇସ୍‌ ଗେଟ୍‌ ବନ୍ଦ କରାଯାଇଛି ଫଳରେ ବର୍ତ୍ତମାନ କେବଳ ୨ଟି ଗେଟ୍‌ରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ତେବେ…

କୂଳ ଲଙ୍ଘୁଛି ସମୁଦ୍ର: ପଥର ବନ୍ଧ ନିର୍ମାଣ ଦାବି ଦୋହରାଇଲେ ଅଞ୍ଚଳବାସୀ

ଛତ୍ରପୁର,୧୩।୮(ଦିଲୀପ ସାମଲ): ଦିନକୁ ଦିନ ସମୁଦ୍ର କୂଳ ଲଘୁଂଥିବାରୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ସମୁଦ୍ର ଉପକୂଳରେ ସ୍ଥାୟୀ ପଥର ବନ୍ଧ…

ଗୁଟଖା-ତମାଖୁ ଉପରେ ସରକାରଙ୍କ ବଡ଼ ଆକ୍ସନ୍! ୧ ବର୍ଷ ପାଇଁ ବ୍ୟାନ୍

ବେଙ୍ଗାଲୁରୁ,୧୩।୮: ଗୁଟଖା-ତମାଖୁକୁ ନେଇ ବଡ଼ ନିଷ୍ପତ୍ତି ନେଇନ୍ତି କର୍ନାଟକ ସରକାର । ରାଜ୍ୟ ସରକାର ଗୁଟ୍‌ଖା, ପାନ ମସଲା ଏବଂ ତମାଖୁ-ନିକୋଟିନ୍‌ଯୁକ୍ତ ଉତ୍ପାଦଗୁଡ଼ିକ ଉପରେ ଏକ ବର୍ଷ…

ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୧୩।୮: ଭାରତୀୟ କ୍ରିକେଟରେ ସବୁଠାରୁ ବିସ୍ଫୋରକ ଯୁବ ବ୍ୟାଟରମାନଙ୍କ ମଧ୍ୟରେ ସାମିଲ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଜିମ୍ବାୱେ ଗସ୍ତରେ ମଧ୍ୟ ବ୍ୟାଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri