ପିନାକୀ ମିଶ୍ରଙ୍କୁ ବହିଷ୍କାର କରାଯାଉ: ଭାଜପା

ଭୁବନେଶ୍ୱର, ୨୧।୧୦(ସୁନିତ୍‌ ମିଶ୍ର): ସଂସଦରେ ‘ପ୍ରଶ୍ନ ପଚାରିବା ପାଇଁ ଟଙ୍କା’ ନେବା ଦୁର୍ନୀତିରେ ପୁରୀ ଏମ୍‌ପି ପିନାକୀ ମିଶ୍ରଙ୍କ ସମ୍ପୃକ୍ତି ଅଛି ବୋଲି ସିବିଆଇ ଅଦାଲତ ଏବଂ ସଂସଦର ଏଥିକ୍ସ କମିଟି ପାଖରେ ଦାଖଲ ହୋଇଥିବା ୨ଟି ସତ୍ୟପାଠରୁ ସ୍ପଷ୍ଟ ହୋଇଥିବା ଭାଜପା ମୁଖପାତ୍ର ମନୋଜ ମହାପାତ୍ର ଅଭିଯୋଗ କରିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ମନୋଜ କହିଛନ୍ତି, ଏଥିଲାଗି ପିନାକୀଙ୍କୁ ତୁରନ୍ତ ବହିଷ୍କାର କରାଯାଉ। ପିନାକୀ ଏବଂ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେଇଥିବା ଏମ୍‌ପି ମହୁଆ ମୈତ୍ରଙ୍କ ଘନିଷ୍ଠ ସମ୍ପର୍କ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି। ପିନାକୀଙ୍କ ପାଇଁ ବର୍ତ୍ତମାନ ଓଡ଼ିଶା ନିନ୍ଦିତ। ମହୁଆ କିଛି ନିର୍ଦ୍ଦିଷ୍ଟ କମ୍ପାନୀର ସ୍ବାର୍ଥ ଦୃଷ୍ଟିରୁ ପ୍ରଶ୍ନ ପଚାରିବା ପାଇଁ ବ୍ୟାପକ ଅର୍ଥ ନେଇଛନ୍ତି। ବ୍ୟବସାୟୀ ଦର୍ଶନ ହିରନନ୍ଦାନୀ ଓ ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରାଇ ଦେଇଥିବା ୨ଟି ଭିନ୍ନ ସତ୍ୟପାଠରେ ଏ କଥା ସ୍ପଷ୍ଟ ହୋଇଛି। ଉଭୟ ସତ୍ୟପାଠରେ ପିନାକୀଙ୍କ ସମ୍ପୃକ୍ତି ସମ୍ପର୍କରେ ଉଲ୍ଲେଖ ରହିଛି। ପିନାକୀଙ୍କ ଏଭଳି କାରନାମା ଜନବିରୋଧୀ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାପ କରିନ୍ତି ଧର୍ମେନ୍ଦ୍ର ପ୍ରଧାନ, ଇସ୍ତଫା ଦିଅନ୍ତୁ: ଖେରା

ଭୁବନେଶ୍ୱର,୨୬।୬(ରବିନାରାୟଣ ଜେନା):ସାଧାରଣ ପରୀକ୍ଷା କିଭଳି କରାଯାଏ ତାହା ଜଣା ନ ଥିବା ଲୋକ ଛାତ୍ରୀଛାତ୍ରଙ୍କୁ ପରୀକ୍ଷା ଜ୍ଞାନ ବାଣ୍ଟୁଛନ୍ତି। ପୁଣି ଯାହାଙ୍କ ଡିଗ୍ରୀ ଉପରେ ପ୍ରଶ୍ନବାଚୀ ଚି଼ହ୍ନ…

ବଲାଙ୍ଗୀରରେ ବଡ଼ ଧରଣର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ମାର୍କେଟ କମ୍ପ୍ଲେକ୍ସ

ବଲାଙ୍ଗୀର,୨୬ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଗାନ୍ଧୀନଗରପଡା ଠାରେ ଥିବା ଏକ ଘରୋଇ ମାର୍କେଟ କମ୍ପ୍ଲେକ୍ସରେ କୌଣସି କାରଣରୁ ନିଆଁ ଲାଗିଯାଇଛି । ଅଗ୍ନିକାଣ୍ଡରେ ୮ରୁ ଅଧିକ…

ପଛକୁ ପଛ ୨ଟି ଘୂର୍ଣ୍ଣିବଳୟ,ଝଡବର୍ଷା ସମ୍ଭାବନା : ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୬ା୬(ବନ୍ଦନା ସେଠୀ):ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲା ବିଶେଷକରି ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗି ରହିଛି। ଅପରପକ୍ଷେ ଉପକୂଳ ଓଡ଼ିଶାର କିଛି ଜିଲାରେ ଗତ…

ନାବାଳିକାଙ୍କୁ ଅପହରଣ କରି ବଳାତ୍କାର କଲେ ରାହୁଲ: ଘଟଣା ଜଣାପଡ଼ିବା ପରେ…

ଦେବଗଡ,୨୬।୬(ଶଶାଙ୍କ ଶେଖର ଝାଙ୍କର):ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ଦେବଗଡ ଆଦର୍ଶ ଥାନା ପୋଲିସ କାଲକାଠ ଗ୍ରାମର ଯୋଗେଶ୍ୱର ପାତ୍ରଙ୍କ ପୁଅ ରାହୁଲ ପାତ୍ର (୧୯)କୁ…

କ୍ରିଷ୍ଣା ବିକାଶ ଗ୍ରୁପର ଅଭୂତପୂର୍ବ ସଫଳତା: ଶିକ୍ଷାନୁଷ୍ଠାନ ପାଇଁ ଗୌରବ ଆଣିଲେ ୬୦ଜଣ ଛାତ୍ରୀଛାତ୍ର

ବରଗଡ଼,୨୬୬(ପ୍ରେମାନନ୍ଦ ଖମାରୀ):ଚଳିତବର୍ଷ ପ୍ରକାଶିତ କମନ୍‌ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ(ସିୟୁଇଟି) ପରୀକ୍ଷାରେ କ୍ରିଷ୍ଣା ବିକାଶ ଗ୍ରୁପ ଅନ୍ତର୍ଗତ ବରଗଡ଼ ସହର ଉପକଣ୍ଠ ବିକାଶ ଆବାସିକ ବିଦ୍ୟାଳୟ ଓ ବିକାଶ…

ଆନିମେଟେଡ୍‌ ଚଳଚ୍ଚିତ୍ର ‘ମହାପ୍ରଭୁ ଜଗନ୍ନାଥ’କୁ ନେଇ ବିବାଦ, ଉଦବେଗ ପ୍ରକାଶ କଲେ ଗଜପତି ମହାରାଜା

ଭୁବନେଶ୍ୱର,୨୬।୬(ବନ୍ଦନା ସେଠୀ): ଆନିମେଟେଡ୍‌ ଚଳଚ୍ଚିତ୍ର ‘ମହାପ୍ରଭୁ ଜଗନ୍ନାଥ’କୁ ନେଇ ବିବାଦ ଦେଖାଦେଇଛି। ଭୁବନେଶ୍ୱରସ୍ଥିତ ଏଲି ଆନିମେସନ୍ସ ପ୍ରାଇଭେଟ ଲିମିଟେଡ୍‌ ପକ୍ଷରୁ ନିର୍ମିତ ଏହି ଚଳଚ୍ଚିତ୍ରର ଅଫିସିଆଲ ଟ୍ରେଲର…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଭିଆଇପି ଟ୍ରିଟମେଣ୍ଟ! ସଚିନଙ୍କୁ ମିଳି ନ ଥିଲା; କାହିଁକି ହେଲା…?

ନୂଆଦିଲ୍ଲୀ, ୨୫ା୬: ଭାରତର ୧୫ ବର୍ଷୀୟ ପ୍ରତିଭାବାନ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ଇଂଲଣ୍ଡ ଗସ୍ତକୁ ନେଇ ଏବେ ସାରା ଦେଶରେ ଜୋରଦାର ଚର୍ଚ୍ଚା ଚାଲିଛି। ଖବର ଅନୁଯାୟୀ, ଇଂଲଣ୍ଡରେ…

ଚଳନ୍ତା ଟ୍ରେନ୍‌ରୁ କାଠଯୋଡ଼ି ନଦୀବାଲିକୁ ଖସିପଡ଼ିଲେ ଯୁବକ: ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର, ଏସ୍‌ସିବିରେ ଭର୍ତ୍ତି

କଟକ, ୨୫ା୬(କାର୍ତ୍ତିକ ସାହୁ): କଟକ କାଠଯୋଡ଼ି ନଦୀ ବ୍ରିଜ୍‌ ଉପରେ ଏକ ରେଳ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଜଣେ ଯୁବକ। ଏକ ଚଳନ୍ତା ଟ୍ରେନ୍‌ରୁ ଜଣେ ଯୁବକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri