ଆଲୋଚନା ପାଇଁ ପୁଟିନ୍‌ ରାଜି

ମସ୍କୋ/କିଭ୍‌,୩ା୧୨: ଦୀର୍ଘ ୯ ମାସ ଧରି ଚାଲିଥିବା ୟୁକ୍ରେନ୍‌ ଯୁଦ୍ଧର ଅବସାନ ଘଟିପାରେ। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଏକ ସମ୍ଭାବ୍ୟ ସମାଧାନ ପାଇଁ ଆଲୋଚନା କରିବାକୁ ଶୁକ୍ରବାର ରାଜି ହେବା ପରେ ଏପରି ସଙ୍କେତ ମିଳିଛି। କିନ୍ତୁ ରୁଷିଆ ଦଖଲରେ ଥିବା ୟୁକ୍ରେନୀୟ ଅଞ୍ଚଳକୁ ସ୍ବୀକୃତି ପ୍ରଦାନ ଲାଗି ଓ୍ବାଶିଂଟନର ଅଗ୍ରାହ୍ୟ ଏହି ବୁଝାମଣା ଆଗରେ ଅନ୍ତରାୟ ସାଜିପାରେ ବୋଲି କ୍ରେମ୍‌ଲିନ ମୁଖପାତ୍ର ଡିମିଟ୍ରି ପେସ୍କୋଭ୍‌ ଏକ ବିବୃତିରେ କହିଛନ୍ତି।
ରୁଷିଆ ଷ୍ଟ୍ରଙ୍ଗ୍‌ମ୍ୟାନ୍‌ ପୁଟିନ୍‌ ୟୁକ୍ରେନ୍‌ ପ୍ରସଙ୍ଗରେ ଆଲୋଚନା ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି। କିନ୍ତୁ ପାଶ୍ଚାତ୍ୟ ମସ୍କୋର ଦାବିଗୁଡ଼ିକୁ ଗ୍ରହଣ କରିବା ଜରୁରୀ ବୋଲି ଶୁକ୍ରବାର କ୍ରେମ୍‌ଲିନ୍‌ ସର୍ତ୍ତ ବାଢ଼ିଛି। ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ପୁଟିନ୍‌ଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଥିଲେ। ୟୁକ୍ରେନ୍‌ରେ ଯୁଦ୍ଧ ଶେଷ କରିବାକୁ ପୁଟିନ୍‌ ଚାହୁଁଥିଲେ ତାଙ୍କ ସହ କଥା ହେବାରେ କିଛି ଅସୁବିଧା ନାହିଁ। ତେବେ ଏନେଇ କ୍ରେମ୍‌ଲିନ ମୁଖ୍ୟ କୌଣସି ପ୍ରକାର ସଙ୍କେତ ଦେଇ ନ ଥିବା ବାଇଡେନ୍‌ କହିଥିଲେ। ବାଇଡେନ୍‌ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ୍‌ ମାକ୍‌ରଁ ହ୍ବାଇଟ୍‌ ହାଉସ୍‌ରେ ଆଲୋଚନା କରିଥିଲେ। ୟୁକ୍ରେନ୍‌ ଆକ୍ରମଣ ପାଇଁ ରୁଷିଆକୁ ଉତ୍ତରଦାୟୀ କରିବା ଉପରେ ଦୁଇନେତାଙ୍କ ମଧ୍ୟରେ ମନ୍ତ୍ରଣା ହୋଇଥିଲା।
ଗତ ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିବା ପରଠାରୁ ପୁଟିନ୍‌ଙ୍କ ସହ ବାଇଡେନ୍‌ ପ୍ରତ୍ୟକ୍ଷ ଭାବେ କଥା ହୋଇନାହାନ୍ତି। ମାର୍ଚ୍ଚରେ ବାଇଡେନ୍‌ ପୁଟିନ୍‌ଙ୍କୁ ଜଣେ କଂସେଇ ଭାବେ ଅଭିହିତ କରି ସେ କ୍ଷମତାରେ ରହିପାରିବେ ନାହିଁ ବୋଲି କହିଥିଲେ। ଯୁଦ୍ଧକୁ ୯ ମାସ ବିତିବା ପରେ ବି ରୁଷିଆ ଘନଘନ ରକେଟ ଓ ମିଶାଇଲ୍‌ ମାଡ଼ କରି ବହୁ ଧନଜୀବନ ନଷ୍ଟ କରିବାରେ ଲାଗିଛି। ରୁଷୀୟ ସୈନ୍ୟଙ୍କ ଆକ୍ରମଣରେ ବହୁ ୟୁକ୍ରେନୀୟ ସହରର ବିଦ୍ୟୁତ୍‌ ଓ ପାନୀୟ ଜଳ ଭିତ୍ତିଭୂମି ନଷ୍ଟ ହୋଇଯାଇଛି। ଇତିମଧ୍ୟରେ ଶୀତଋତୁର ଆଗମନ ଫଳରେ ୟୁକ୍ରେନ୍‌ବାସୀ ହାଡ଼ଭଙ୍ଗା ଶୀତରେ ଥରୁଛନ୍ତି। ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନ୍‌କୁ ସାମରିକ ସହାୟତା ବୃଦ୍ଧି ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏପରି ସମୟରେ ମସ୍କୋର ଯୁଦ୍ଧ ପ୍ରୟାସ ପାଇଁ ଉପଲବ୍ଧ ଅର୍ଥ ହ୍ରାସ ସକାଶେ ୟୁରୋପୀୟ ସଂଘ (ଇୟୁ) ରୁଷୀୟ ସମୁଦ୍ରବାହୀ ତୈଳକୁ ବ୍ୟାରେଲ ପିଛା ୬୦ ଡଲାରରେ ସୀମିତ ରଖିବାକୁ ନିଷ୍ପତ୍ତି ନେଇଛି। ତେବେ ଏହି ପଦକ୍ଷେପକୁ ଇୟୁ ସରକାରମାନେ ଏକ ଲିଖିତ ପ୍ରକ୍ରିୟାରେ ଅନୁମୋଦନ କରିବା ବାକି ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କୁ କରାଯାଉଛି କି ଟାର୍ଗେଟ? ଛାତ ଉପରେ ବାପା, ସିଡ଼ିରେ ମାଆ-ଝିଅ, ଖଟ ତଳେ ମିଳିଲା ୧୨ ବର୍ଷ ପୁଅର ମୃତଦେହ

ଢାକା,୨୩।୮: ବାଂଲାଦେଶର ରଙ୍ଗପୁର ସହରରେ ଏକ ବନ୍ଦ ଘର ଭିତରେ ପରିବାରର ଚାରି ଜଣଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri