ଅଲୁ ଅର୍ଜୁନଙ୍କ ପୁଷ୍ପା ଫିଲ୍ମର ୫ଟି ବଡ଼ ଭୁଲ

ଅଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ବକ୍ସ ଅଫିସ୍‌ରେ ହିଟ୍‌ ହୋଇଛି। ୫ଟି ଭାଷା ଯଥା ମାଲାୟାଲମ, କନ୍ନଡ, ତେଲୁଗୁ, ତାମିଲ ଏବଂ ହିନ୍ଦୀରେ ଏହା ହିଟ୍‌ ପ୍ରମାଣିତ ହୋଇଛି । ଦର୍ଶକମାନେ ଅଲୁ ଅର୍ଜୁନଙ୍କ ସଂଳାପ ଏବଂ ଫିଲ୍ମରେ ଯୁଦ୍ଧ ସିନ୍‌କୁ ବହୁତ ପସନ୍ଦ କରିଛନ୍ତି। ତେବେ ଯେଉଁମାନେ ପୁଷ୍ପାକୁ ଦେଖିଛନ୍ତି, ସେଥିରେ ହୋଇଥିବା ଏହି ତ୍ରୁଟିଗୁଡ଼ିକୁ ଲକ୍ଷ୍ୟ କରିଛନ୍ତି କି ନାହିଁ…

ଫିଲ୍ମରେ ଦେଖିବାକୁ ମିଳିଛି ଯେ, ପୁଷ୍ପାଙ୍କ ବନ୍ଧୁ କେଶବ ପ୍ରଥମେ ଏକ ଦୃଶ୍ୟରେ ଭ୍ୟାନ ଡୋର ଖୋଲି ପାରୁନାହାନ୍ତି। ପରବର୍ତ୍ତୀ ଦୃଶ୍ୟରେ ଏକ ନୂତନ ମାରୁତି ଭ୍ୟାନ ଚଲାଉଛନ୍ତି। ତେବେ ଯିଏ ଭ୍ୟାନ ଡୋର କିପରି ଖୋଲିବ ଜାଣେ ନାହିଁ, ସେ କିପରି ହଠାତ୍‌ ଗାଡ଼ି ଚଲାଇବ? ଏହା କ’ଣ ଯୁକ୍ତିଯୁକ୍ତ ନୁହେଁକି।

ଏବେ ସେହି ଦୃଶ୍ୟକୁ ମନେପକାନ୍ତୁ, ଯେଉଁଥିରେ ପୁଷ୍ପା ପୋଲିସଠାରୁ ଖସି ପଳାଇବା ବେଳେ ଟ୍ରକକୁ ଉଡ଼ାଇ ଏକ ଗର୍ତ୍ତରେ ପକାଇ ଦେଇଥିଲେ। ପୁଷ୍ପା ଟ୍ରକ ଫିଙ୍ଗିଥିବା ଗର୍ତ୍ତଟି ରାସ୍ତା କଡ଼ରେ ଅଛି, ତେଣୁ ରାସ୍ତା କଡ଼ରେ ଏତେ ବଡ଼ ଜଳାଶୟକୁ ପୋଲିସ ଦେଖି ନାହିଁ। ଧରି ନିଅନ୍ତୁ ପୋଲିସ ଜଳାଶୟକୁ ଦେଖି ନ ଥିଲା, ତେବେ ମାଟି ରାସ୍ତାରେ ଯାଇଥିବା ଟ୍ରକ ଟାୟାର ଚିହ୍ନକୁ କିପରି ଦେଖି ପାରିଲା ନାହିଁ। କିନ୍ତୁ ପୁଷ୍ପାଙ୍କୁ ଧରିଥିବା ପୋଲିସ ଟ୍ରକ ଖୋଜିବା ପରିବର୍ତ୍ତେ ତାଙ୍କୁ ସିଧା ଗାଡ଼ିରେ ବସାଇ ନେଇଯାଉଛନ୍ତି। ଭାବନ୍ତୁ, ଦେଖିବା ସମୟରେ ଆପଣ ନିଶ୍ଚୟ ବହୁତ କରତାଳି ମାରିଥିବେ, କିନ୍ତୁ ଆପଣ ଏହି କଥା ପ୍ରତି ଧ୍ୟାନ ଦେଇଛନ୍ତି କି?

ଯେତେବେଳେ ପୁଷ୍ପା ଶ୍ରୀନୁଙ୍କ ଶଳା ମୋଗଲିସଙ୍କୁ ପାଣିରେ ହତ୍ୟା କରନ୍ତି, ସେତେବେଳେ ସେ ମଧ୍ୟ ଏକ ମୋଟରସାଇକେଲ ପାଣିରେ ବୁଲାଉଛନ୍ତି। ଯେଉଁଠାରେ କି ନଦୀରେ ବଡ଼ ବଡ଼ ପଥର ରହିଛି। ବୋଧହୁଏ ସଲ୍‌ମାନ ଖାନଙ୍କ ପରି ଅଲୁ ଅର୍ଜୁନ ମଧ୍ୟ ସବୁ ଅତିକ୍ରମ କରିଯାଇଛନ୍ତି।

ଫିଲ୍ମର ଏକ ଦୃଶ୍ୟରେ ପୁଷ୍ପା ଏକ ଟ୍ରକ୍‌ର ବନେଟ ଉପରେ ବସି ସିଗାରେଟ ଟାଣୁଥିବା ଦେଖାଯାଇଛି। ଟ୍ରକଟି ଚଳମାନ ଅବସ୍ଥାରେ ଅଛିି, ହେଲେ ତା ଭିତରେ ଡ୍ରାଇଭର ନାହାନ୍ତି।

ପୁଷ୍ପା ଫିଲ୍ମର ସବୁଠୁ ବଡ ତ୍ରୁଟି ହେଉଛି, ଯେଉଁଠାରେ ଅଲ୍ଲୁ ନାଲି ଚନ୍ଦନ କାଠକୁ ପାଣି ଭିତରକୁ ଫିଙ୍ଗି ଦେଇଛନ୍ତି। ପୁରା କାହାଣୀ ଏହା ଉପରେ ଆଧାରିତ । ଅନ୍ତର୍ଜାତୀୟ ବଜାରରେ ନାଲି ଚନ୍ଦନ କାଠର ମୂଲ୍ୟ କୋଟି କୋଟି ଟଙ୍କା। ତେବେ ନାଲି ଚନ୍ଦନ ଏପରି ଏକ କାଠ ଯାହାର ଛୋଟ ଖଣ୍ଡ ପାଣିରେ ବୁଡିଯାଏ । କିନ୍ତୁ ଫିଲ୍ମରେ ଏହା ଦର୍ଶାଯାଇଛି ଯେ, ନଦୀରେ କାଠଗୁଡ଼ିକ ଭାସୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri