Posted inଫୁରସତ

ଏହି କାରଣ ପାଇଁ ନଦୀକୁ ବିଏମ୍‌ଡବ୍ଲ୍ୟୁ କାର୍‌ ଫିଙ୍ଗିଦେଲେ ଯୁବକ, ଆଉ ତା’ ପରେ…

ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଥିବା ଜଣେ ଯୁବକ ଗିରଫ ହୋଇଛନ୍ତି। ଏହି ଯୁବକ ଜଣକ ଏକ ବିଏମଡବ୍ଲ୍ୟୁ କାର୍‌କୁ ନଦୀରେ ଫିଙ୍ଗି ଦେଇଥିଲେ। କାରଣ ଏକ ଭିଡିଓ ଶୁଟ୍‌ କରିବେ ବୋଲି ଯୁବକ ଜଣକ ଏପରି କରିଥିଲେ। ଅନ୍ୟପକ୍ଷରେ ଏହା ପରିବେଶ ପ୍ରତି କ୍ଷତି ପହଞ୍ଚାଇବା ଏବଂ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ନିୟମ ଭଙ୍ଗ ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି।

ଏହି ଘଟଣାଟି ସ୍ପେନ୍‌ର। ତେବେ ଅଭିଯୁକ୍ତ ଜଣକ ବ୍ରିଟେନର ବାସିନ୍ଦା। ଯୁବକଙ୍କ ନାମ ପୋଲିସ ପ୍ରକାଶ କରିନାହିଁ। ଯୁବକ ଜଣକ ବିଏମଡବ୍ଲୁ କାର୍‌କୁ ମାର୍ବେଲା ନଦୀରେ ପକାଇ ସୋସିଆଲ ମିଡିଆରେ ଅପଲୋଡ୍‌ କରି ଏହି ଭିଡିଓ ଶୁଟିଂ କରିଥିଲେ। ପରେ ଭିଡିଓକୁ ଡିଲିଟ୍‌ କରିଦେଇଥିଲେ।


ସୋସିଆଲ ମିଡିଆରେ ଏହି ପୋଷ୍ଟ ଦେଖିବା ପରେ ହିଁ ପୋଲିସ ଯୁବକଙ୍କୁ ଖୋଜିବା ଆରମ୍ଭ କରିଥିଲା। ଏଥିସହ ପୋଲିସ ଅନୁସନ୍ଧାନ କରିଥିଲା ଏବଂ ତାଙ୍କ ନିକଟରୁ ଜାଲ୍‌ କାଗଜପତ୍ର ମଧ୍ୟ ଉଦ୍ଧାର କରିଥିଲା। ଯୁବକଙ୍କର ସମାନ ନମ୍ବରର ଦୁଇଟି କାର୍‌ ଥିଲା। ଘଟଣା ପରେ ପୋଲିସ କାର୍‌ଟିକୁ ନଦୀ ଭିତରୁ ଉଦ୍ଧାର କରିଥିଲା। ଯେଉଁଠାରେ କାର୍‌ଟି ଫିଙ୍ଗି ଦିଆଯାଇଥିଲା ଏହା ସ୍ବତନ୍ତ୍ର ସଂରକ୍ଷଣ କ୍ଷେତ୍ର ମଧ୍ୟରେ ଆସେ। ତେଣୁ ପୋଲିସ ଯୁବକଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ମେଡିକାଲ ଉପରେ ପଡ଼ିଲା ଗଛ, ଭାଙ୍ଗିଗଲା….

କେସିଙ୍ଗା,୧୦।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବର୍ହିବିଭାଗ ସମ୍ମୁଖରେ ପଡ଼ିଗଲା ବିରାଟକାୟ ଗଛ । ଅଳ୍ପକେ ଦୁର୍ଘଟଣା ବର୍ତ୍ତିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ…

କଂଗ୍ରେସରେ ମିଶିବେ ମମତା? ମୁହଁ ଖୋଲିଲା TMC, ରାଜନୀତିରେ ଚହଳ

କୋଲକାତା,୧୦।୬: ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ଦଳର ବିଧାୟକମାନଙ୍କ ବିଦାୟ ପରେ, ଏମପିମାନେ ମଧ୍ୟ ଦଳ ଛାଡିବାକୁ ପ୍ରସ୍ତୁତ…

ମମତାଙ୍କ ଠୁ ୬ଗୁଣା ଅଧିକ ଧନୀ ସାୟନି ଘୋଷ, ଏତେ ଟଙ୍କାର ମାଲିକାଣୀ…

କୋଲକାତା,୧୦।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନ ଫଳାଫଳ ଏବଂ ରାଜ୍ୟରେ ଭାଜପା ସରକାର ଗଠନ ପରେ, ୧୫ ବର୍ଷ ଧରି ବଙ୍ଗଳାରେ ଶାସନ କରିଥିବା ତୃଣମୂଳ କଂଗ୍ରେସ (ଟିଏମସି)…

ଉଡ଼ାଣ ଭରିବା ସମୟରେ କ୍ରାଶ ହେଲା ହେଲିକପ୍ଟର, ୨୦ ଯବାନ ମୃତ!

ଇସଲାମବାଦ,୧୦।୬: ପାକିସ୍ତାନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏକ ପାକିସ୍ତାନ ସେନା ଆଭିଏସନ୍ Mi-17 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହା ଫଳରେ ଏଥିରେ…

ଧାନ ଚୋରି କରି ନେଇଯାଉଥିବା ବେଳେ ଦୁର୍ଘଟଣା ହେଲା ଟ୍ରକ, ଚାଳକ….

ଅତାବିରା,୧୦।୬(ଯୁଧିଷ୍ଠିର ମହାପାତ୍ର): ରାଜ୍ୟରେ ରବି ଧାନ କିଣାବିକା ଅବଧି ଯେତେ ବିତୁଛି, ସେତିକି ଚାଷୀ ସମସ୍ୟା ବଢ଼ିବାରେ ଲାଗିଛି । କେତେବେଳେ ଟୋକନ ତ ଆଉ କେତେବେଳେ…

ଧକ୍କା ଦେଇ ସ୍କୁଟିକୁ ଘୋଷାଡ଼ି ନେଲା ପିକ୍‌ଅପ୍‌, ଆଉ ତା’ ପରେ…

ବଲାଙ୍ଗୀର,୧୦ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଖଦାଲପଡ଼ା ସୁରୁଚି ମାର୍କେଟ ସମ୍ମୁଖ ରାସ୍ତାରେ ବୁଧବାର ଘଟିଛି ଏକ ସଡ଼କ ଦୁର୍ଘଟଣା। ଏକ ପିକ୍‌ଅପ୍‌ ଗାଡ଼ି ଜଣେ ଓକିଲଙ୍କ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ କାର୍ଯ୍ୟ ଶେଷ କରିବାକୁ ହିତାଧିକାରୀଙ୍କୁ ନିର୍ଦ୍ଦେଶ

କେସିଙ୍ଗା,୧୦ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ସଭାପତିତ୍ୱରେ ପୌର ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ୧.୦ ମାଧ୍ୟମରେ କାର୍ଯ୍ୟ ସମ୍ପୂର୍ଣ୍ଣ କରୁ…

ଦୁର୍ଘଟଣାରେ ମା’-ଝିଅଙ୍କ ମୃତ୍ୟୁକୁ ନେଇ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ବଲାଙ୍ଗୀର,୧୦ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଗାନ୍ଧୀନଗରପଡ଼ା ୨୬ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ମା’ ଝିଅଙ୍କ ମୃତ୍ୟୁ ଘଟିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri