Posted inଫୁରସତ

ଏହି କାରଣ ପାଇଁ ନଦୀକୁ ବିଏମ୍‌ଡବ୍ଲ୍ୟୁ କାର୍‌ ଫିଙ୍ଗିଦେଲେ ଯୁବକ, ଆଉ ତା’ ପରେ…

ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଥିବା ଜଣେ ଯୁବକ ଗିରଫ ହୋଇଛନ୍ତି। ଏହି ଯୁବକ ଜଣକ ଏକ ବିଏମଡବ୍ଲ୍ୟୁ କାର୍‌କୁ ନଦୀରେ ଫିଙ୍ଗି ଦେଇଥିଲେ। କାରଣ ଏକ ଭିଡିଓ ଶୁଟ୍‌ କରିବେ ବୋଲି ଯୁବକ ଜଣକ ଏପରି କରିଥିଲେ। ଅନ୍ୟପକ୍ଷରେ ଏହା ପରିବେଶ ପ୍ରତି କ୍ଷତି ପହଞ୍ଚାଇବା ଏବଂ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ନିୟମ ଭଙ୍ଗ ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି।

ଏହି ଘଟଣାଟି ସ୍ପେନ୍‌ର। ତେବେ ଅଭିଯୁକ୍ତ ଜଣକ ବ୍ରିଟେନର ବାସିନ୍ଦା। ଯୁବକଙ୍କ ନାମ ପୋଲିସ ପ୍ରକାଶ କରିନାହିଁ। ଯୁବକ ଜଣକ ବିଏମଡବ୍ଲୁ କାର୍‌କୁ ମାର୍ବେଲା ନଦୀରେ ପକାଇ ସୋସିଆଲ ମିଡିଆରେ ଅପଲୋଡ୍‌ କରି ଏହି ଭିଡିଓ ଶୁଟିଂ କରିଥିଲେ। ପରେ ଭିଡିଓକୁ ଡିଲିଟ୍‌ କରିଦେଇଥିଲେ।


ସୋସିଆଲ ମିଡିଆରେ ଏହି ପୋଷ୍ଟ ଦେଖିବା ପରେ ହିଁ ପୋଲିସ ଯୁବକଙ୍କୁ ଖୋଜିବା ଆରମ୍ଭ କରିଥିଲା। ଏଥିସହ ପୋଲିସ ଅନୁସନ୍ଧାନ କରିଥିଲା ଏବଂ ତାଙ୍କ ନିକଟରୁ ଜାଲ୍‌ କାଗଜପତ୍ର ମଧ୍ୟ ଉଦ୍ଧାର କରିଥିଲା। ଯୁବକଙ୍କର ସମାନ ନମ୍ବରର ଦୁଇଟି କାର୍‌ ଥିଲା। ଘଟଣା ପରେ ପୋଲିସ କାର୍‌ଟିକୁ ନଦୀ ଭିତରୁ ଉଦ୍ଧାର କରିଥିଲା। ଯେଉଁଠାରେ କାର୍‌ଟି ଫିଙ୍ଗି ଦିଆଯାଇଥିଲା ଏହା ସ୍ବତନ୍ତ୍ର ସଂରକ୍ଷଣ କ୍ଷେତ୍ର ମଧ୍ୟରେ ଆସେ। ତେଣୁ ପୋଲିସ ଯୁବକଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri