ଐତିହ୍ୟ କରିଡରକୁ ପୁରୀ ବିଧାୟକଙ୍କ ସମର୍ଥନ

ପୁରୀ ଅଫିସ,୨୭।୪: ଐତିହ୍ୟ କରିଡର ପ୍ରକଳ୍ପକୁ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ସମର୍ଥନ କରିଥିବାବେଳେ ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନର ପଦଯାତ୍ରାକୁ ବିରୋଧ କରିଛନ୍ତି। ସେ କହିଛନ୍ତି, ନେତା, ମନ୍ତ୍ରୀ କିମ୍ବା ସାଧାରଣ ଲୋକ ଯେକେହି ବି ଆସନ୍ତୁ, ଶ୍ରୀମନ୍ଦିରକୁ ଭକ୍ତ ଭାବେ ଆସନ୍ତୁ। ମାତ୍ର ପୁରୀକୁ ସମସ୍ୟା କରିବା ଉଦ୍ଦେଶ୍ୟରେ ନ ଆସିବା ଭଲ। ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟକୁ ମୁଁ ସମର୍ଥନ କରୁଛି। ଏଥିପାଇଁ କିଛି ଭଙ୍ଗାଯାଇଛି ଅର୍ଥାତ୍‌ ତାହା ପୁଣି ଗଢ଼ାଯିବ। ଭଗ୍ନାବସ୍ଥାରେ ରଖାଯିବ ନାହିଁ। ନିର୍ମାଣ କାର୍ଯ୍ୟକୁ ବିରୋଧ କରା ନ ଯିବା ଦରକାର। ପ୍ରକଳ୍ପ କାର୍ଯ୍ୟ ନେଇ ନିୟମକାନୁନ୍‌ରେ କୌଣସି ସମସ୍ୟା ଥିଲେ ଏହାର ସମାଧାନ ପାଇଁ ମିଳିତ ଉଦ୍ୟମ ଆବଶ୍ୟକ। ଶ୍ରୀମନ୍ଦିର ଚାରିପାଖରେ ଆମେ ପ୍ରାୟ ୧ ଲକ୍ଷ ଲୋକ ରହୁଛୁ। ମନ୍ଦିରକୁ ନେଇ ଆମ ପରିବାର ଚଳେ। ଏଣୁ ଏହାକୁ ନେଇ ରାଜନୀତି କରିବା ଉଚିତ୍‌ ନୁହେଁ। ଐତିହ୍ୟ କରିଡର ପ୍ରକଳ୍ପକୁ ପରିଚାଳନା କମିଟି, ଛତିଶା ନିଯୋଗ, ଗଜପତି ମହାରାଜା ସମର୍ଥନ କରିସାରିଲେଣି। ତେଣୁ ଏହି ପ୍ରସଙ୍ଗରେ କିଛି ଅଧିକ କହିବାର ଆବଶ୍ୟକତା ନାହିଁ। ଏଣୁ ରାଜନୀତି କିମ୍ବା ନାରାବାଜି କରିବା ଠିକ୍‌ ନୁହେଁ। ସହଯୋଗ କରି ମହାପ୍ରଭୁଙ୍କ କାର୍ଯ୍ୟ ଶେଷ କରାଯାଉ। ପୁରୀ ବିଧାୟକ ଭାବେ ମୋର ଅନୁରୋଧ ରହିବ, ପ୍ରକଳ୍ପକୁ ନେଇ ରାଜନୀତି ନ ହେଉ। ସହଯୋଗିତାରେ କାର୍ଯ୍ୟ ଆଗକୁ ବଢ଼ୁ। ତ୍ରୁଟି ଉପରେ ଆଲୋଚନା କରାଯାଇ ସମାଧାନର ରାସ୍ତା ଖୋଜାଯାଉ। ସେହିଭଳି ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କୁ ଦଳୀୟ ନେତା ଭାବେ ପୁରୀରେ ସ୍ବାଗତ କରାଯିବ, ମାତ୍ର ରାଲି କିମ୍ବା ପଦଯାତ୍ରାରେ ସହଯୋଗ କରାଯିବ ନାହିଁ ବୋଲି ଜୟନ୍ତ କହିଛନ୍ତି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନର ପଦଯାତ୍ରାରେ ପୁରୀର ଅନେକ ଭାଜପା କର୍ମୀ ଓ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ଏବେ ପୁରୀ ବିଧାୟକ ସିଧାସଳଖ ଭାବେ ପଦଯାତ୍ରାକୁ ବିରୋଧ କରିବା ପରେ ଦଳ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପଦଯାତ୍ରା ପାଇଁ ବ୍ୟକ୍ତିଗତ ସ୍ତରରେ ନିଷ୍ପତ୍ତି ନେବାକୁ ବିଧାୟକ ଅନେକ ନେତା ଓ କର୍ମୀଙ୍କୁ ପୂର୍ବରୁ ଅପିଲ୍‌ କରିଥିଲେ। ତେବେ ଏବେ ଅପରାଜିତାଙ୍କ ପ୍ରତି ଜୟନ୍ତଙ୍କ ଏଭଳି ଆଭିମୁଖ୍ୟକୁ ପୁରୀ ଭାଜପାର ଅପରାଜିତାଙ୍କ ଗୋଷ୍ଠୀ ନାପସନ୍ଦ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ରାକ୍ଷୀ ପୂର୍ଣ୍ଣିମା ପାଇଁ ବାପଘରକୁ ଆସିଥିଲେ: ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩ ଗୁରୁତର

ବାରିପଦା, ୨୯।୮ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅନ୍ତର୍ଗତ ପଟିସାରି ଗ୍ରାମପଞ୍ଚାୟତର ଜଡ଼ିପଦା ଗାଁରେ ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩…

ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ: ସଚେତନ ନାଗରିକ ହେବାକୁ ଛାତ୍ରୀଛାତ୍ରଙ୍କ ଶପଥ

ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଜାଗଡ଼ ଏବଂ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଲାଡ଼ରେ ନିର୍ବାଚନ ସାକ୍ଷରତା…

ଭାରତ ପରି ପାକିସ୍ତାନରେ ବି ମିଳେ ମାଗଣା ରାସନ; ନଗଦ ଟଙ୍କାକୁ ଚାଉଳ,ଅଟା-ଚିନି…

ନୂଆଦିଲ୍ଲୀ,୨୯।୮: ଭାରତରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅଧୀନରେ ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳିଥାଏ, ଯାହା ଉପରେ ସରକାର ବାର୍ଷିକ…

ନିଟ୍‌ରେ ୧୫,୨୭୨ ରାଙ୍କ: ଆଦିତ୍ୟଙ୍କୁ ସମ୍ବର୍ଦ୍ଧନା

ରାଇକିଆ, ୨୯।୮ (ପ୍ରଦୀପ ବେହେରା): ଚଳିତ ବର୍ଷ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିଥିବା ରାଇକିଆର ଛାତ୍ର ଆଦିତ୍ୟ ପାତ୍ରଙ୍କୁ ରାଇକିଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର…

ଖାଲଖମାରେ ଭର୍ତ୍ତି ହୋଇଛି ୧୪୩ ନମ୍ବର ଜାତୀୟ ରାଜପଥ, ସ୍ଥାୟୀ ମରାମତି ଦାବି କରି…

କୁଆଁରମୁଣ୍ଡା,୨୯ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଦାମଦାପଡ଼ା ନିକଟରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଫାଟକ ପର୍ଯ୍ୟନ୍ତ ପ୍ରାୟ ୩ କିମିରୁ ଊଦ୍ଧର୍‌ବ ୧୪୩ ନମ୍ବର ଜାତୀୟ ରାଜପଥ…

କୂଅ ଭିତରେ ପଡ଼ିଛି ଦୁଇ ହେଟାବାଘ, ଉଦ୍ଧାର ପାଇଁ ବନ ବିଭାଗର ପ୍ରୟାସ

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ରାଇଘର ବ୍ଲକ ବୋବେଇ ପଞ୍ଚାୟତ ଅନ୍ତର୍ଗତ ବୋବେଇ ଗ୍ରାମରେ ଏକ ଜମି ଭିତରେ ଥିବା କୂଅରେ ଦୁଇଟି ହେଟାବାଘ ପଡ଼ିଛି। ଗ୍ରାମବାସୀ ହେଟାବାଘ…

ସେପ୍ଟେମ୍ୱରରେ ୩,୬ ଓ ୨୬ ତାରିଖ ଭାରି ଖାସ୍‌: ୩ ରାଶିଙ୍କ କ୍ୟାରିୟରରେ ହେବ ଉନ୍ନତି, ଅଚାନକ ଟଙ୍କା…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ସୁଖ, ବୈଭବ, ଭୋଗବିଳାସ, ବିବାହ, ପ୍ରେମ ଏବଂ ସୌନ୍ଦର୍ଯ୍ୟ ଆଦିର କାରକ ଗ୍ରହ ବୋଲି ଧରାଯାଏ। ଶୁକ୍ର ଯେତେବେଳେ ବି ରାଶି ପରିବର୍ତ୍ତନ…

ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀକୁ ହତ୍ୟା: ପାଇଖାନା ଟାଙ୍କିରେ ପୋତିଦେଲେ….

ଢେଙ୍କାନାଳ,୨୯।୮(ରତନ ନାୟାର): ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିବା ଅଭିଯୋଗରେ ଜଣେ ମଦ୍ୟପ ସ୍ୱାମୀଙ୍କୁ ପୋଲିସ ଗିରଫ କରିଛି। ଢେଙ୍କାନାଳ ସଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri