ପୁରୀ, କୋଣାର୍କ ବୁଲିଲେ ୮ ଦେଶର ପ୍ରତିନିଧି ମଣ୍ଡଳୀ

ପୁରୀ ଅଫିସ/କୋଣାର୍କ,୧୭ା୪ (ଡି.ଏନ୍‌.ଏ): ଚଳିତ ବର୍ଷ ଭାରତରେ ଜି-୨୦ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଭାରତ ଉକ୍ତ ବୈଠକରେ ଅଧ୍ୟକ୍ଷତା କରୁଛି। ତେଣୁ ଜି-୨୦ ସମ୍ମିଳନୀକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଜେନ୍‌ ନେଷ୍ଟ୍‌ ଡେମୋକ୍ରାସି ନେଟୱର୍କ ଅନ୍ତର୍ଗତ କାର୍ଯ୍ୟକ୍ରମରେ ବିଭିନ୍ନ ଦେଶର ଯୁବ ପ୍ରତିନିଧିମାନେ ଭାରତୀୟ ଗଣତନ୍ତ୍ର ଐତିହ୍ୟ, କଳା ସଂସ୍କୃତି ଆଦି ବିଷୟରେ ଅବଗତ ହେବା ପାଇଁ ଭାରତ ଆସୁଛନ୍ତି। ଶନିବାର ୮ଟି ଦେଶର ପ୍ରତିନିଧି ମଣ୍ଡଳୀ ଓଡ଼ିିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିବାବେଳେ ରବିବାର କୋଣାର୍କ ଓ ପୁରୀ ବୁଲିଛନ୍ତି। ସେମାନେ କୋଣାର୍କ ସୂର୍ଯ୍ୟମନ୍ଦିର, ପୁରୀର ସ୍ବର୍ଣ୍ଣାଭ ବେଳାଭୂମି, ଶ୍ରୀମନ୍ଦିର ଆଦି ପରିଦର୍ଶନ କରିଛନ୍ତି।
ଆଜାଦି କା ଅମୃତ ମହୋତ୍ସବର ଅଂଶବିଶେଷ ଏହି କାର୍ଯ୍ୟକ୍ରମକୁ ଇଣ୍ଡିଆନ କାଉନ୍‌ସିଲ୍‌ ଫର୍‌ କଲଚରାଲ ରିସର୍ଚ୍ଚ ଆୟୋଜନ କରୁଛି। ଏହି ପ୍ରତିନିଧି ମଣ୍ଡଳୀ ଭାରତର ବିଭିନ୍ନ ଐତିହ୍ୟ, ବିଧାନସଭା ଗୃହ ଇତ୍ୟାଦି ପରିଦର୍ଶନ କରିଛନ୍ତି। ପ୍ରତିନିଧି ମଣ୍ଡଳୀରେ ପର୍ତ୍ତୃଗାଲ, କ୍ରୋଏସିଆ, ମଙ୍ଗୋଲିଆ, ଗାଏନା, ବ୍ରାଜିଲ, ବେଲଜିୟମ,ବୁଲଗେରିଆ, ଦକ୍ଷିଣ ଆଫ୍ରିକା ଆଦି ଦେଶର ଏମ୍‌ପି ପ୍ରତିନିଧି ରହିଛନ୍ତି। ପ୍ରତିନିଧିମାନେ ରବିବାର ପ୍ରଥମେ କୋଣାର୍କ ସୂର୍ଯ୍ୟମନ୍ଦିର ଓ ପରେ ପୁରୀର ଶ୍ରୀମନ୍ଦିର ପରିଦର୍ଶନ କରିଥିଲେ। ସେମାନଙ୍କ ଜୟ ଜଗନ୍ନାଥ ଧ୍ୱନିରେ ଶ୍ରୀମନ୍ଦିର ନିକଟ ଅଞ୍ଚଳ କମ୍ପିଉଠିଥିଲା। ରାଜରାଜୁଡ଼ା ଅମଳର କାରିଗରି ତଥା ସେତେବେଳେ ବିନା ଅତ୍ୟାଧୁନିକ ଯନ୍ତ୍ରପାତିରେ ଏତେ ସୁନ୍ଦର କାରୁକାର୍ଯ୍ୟ ଭରା ଐତିହ୍ୟ ଏହି ବିଦେଶୀ ପ୍ରତିନିଧିମାନଙ୍କୁ ଚକିତ କରିଛି। ଗଣତନ୍ତ୍ର ଶାସନ ବ୍ୟବସ୍ଥା ଉପରେ ଅଧିକ ଉପଲବ୍ଧି ହାସଲ ସହ ସେମାନେ ବିଭିନ୍ନ ଐତିହ୍ୟ ସ୍ଥାନ ବୁଲି ଅଭିଭୂତ ହୋଇଛନ୍ତି। ଓଡ଼ିଶାର ଆତିଥେୟତା, ସଂସ୍କୃତି ଓ କଳାକୃତି ବିଶେଷ ଆକର୍ଷିତ କରିବା ସହ କୋଣାର୍କ ଓ ଶ୍ରୀମନ୍ଦିରର କାରୁକାର୍ଯ୍ୟ ଭରା ଐତିହ୍ୟ ଅତୁଳନୀୟ ବୋଲି ସେମାନେ କହିଛନ୍ତି। ଭାରତୀୟ ଗଣତନ୍ତ୍ର ବିଶ୍ୱର ସର୍ବଶ୍ରେଷ୍ଠ ଗଣତନ୍ତ୍ର। ଏହାର ସଂସ୍କୃତି ଓ ପରମ୍ପରା ଅତୁଳନୀୟ। ବିଶେଷକରି ଓଡ଼ିଶାରେ ରହିଛି ପ୍ରକୃତିର ଅପରୂପ ସମ୍ଭାର। ଏଭଳି ସ୍ଥାନ ଅଦ୍ୱିତୀୟ। ଓଡ଼ିଶାର ଲୋକଙ୍କ ସ୍ମିତହାସ୍ୟ ଭରା କଥା ଓ ଆତିଥେୟତା ଅଭିଭୂତ କରିଛି। ବିଭିନ୍ନ ଐତିହ୍ୟ ପରିଦର୍ଶନ ପରେ ଏକ ନିଆରା ଅନୁଭୂତି ମିଳିଛି ବୋଲି ଜି -୨୦ ଅନ୍ତର୍ଗତ ୮ଟି ଦେଶର ପ୍ରତିନିଧି ମଣ୍ଡଳୀ ପୁରୀ ଗସ୍ତ ଅବସରରେ ପ୍ରତିକ୍ରିୟା ରଖିଛନ୍ତି। ସବୁ ଦେଶରେ ଭିନ୍ନ ସଂସ୍କୃତି ଓ ପରମ୍ପରା ରହିଛି। ଇଷ୍ଟର ଭଳି ପର୍ବ ସାରା ବିଶ୍ୱରେ ବିଦିତ, ମାତ୍ର ଓଡ଼ିିଶାର ପର୍ବ ଓ ପାଳନ ବିଧି ସ୍ବତନ୍ତ୍ର ବୋଲି ପ୍ରତିନିଧିମାନେ କହିଛନ୍ତି। ଏହି ଗସ୍ତ ଅବସରରେ ଅତିରିକ୍ତ ଜିଲାପାଳ ଦିଲ୍ଲୀପ ମହାପାତ୍ର, ପର୍ଯ୍ୟଟନ ଅଧିକାରୀ ଅମୀୟ ସେଠୀ, କୋଣାର୍କ ପ୍ରତ୍ନତତ୍ତ୍ୱ ସଂଗ୍ରହାଳୟର ଅଧିକାରୀ ପ୍ରତାପ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri