କଟନୀ ଛଟନୀରେ ଚାଲିଛି ଧାନ କିଣା

ନୂଆପଡ଼ା ଅଫିସ,୬।୧୨: ନୂଆପଡା ଜିଲାରେ ଚାଷୀ ସୁବିଧାରେ ଧାନ ବିକ୍ରୟ କରି ଉଚିତ ପାଉଣା ପାଇବା ପାଇଁ ନଭେମ୍ବର ୩୦ରୁ ଖରିଫ ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲାଯାଇଛି। ଜିଲାରେ ୨୬ଟି ପ୍ରାଥମିକ କୃଷି ସମବାୟ ସମିତିରୁ ୫୭ଟି ଓ ସ୍ବୟଂ ସହାୟକ ମହିଳା ଗୋଷ୍ଠି ମାଧ୍ୟମରେ ୧୫ଟି ମୋଟ ୭୨ଟି ମଣ୍ଡି ଖୋଲାଯାଇ ଖରିଫ ଧାନ କ୍ରୟ କରାଯାଉଛି। ହେଲେ ଜିଲାର କିଛି ମଣ୍ଡିରେ ୩ ରୁ ୫ କିଲୋଗ୍ରାମ ଧାନ କଟନୀ ଛଟନୀ କରୁଥିବା ଅଭିଯୋଗ ହେଉଛି। କୋମନା ବ୍ଲ ତରବୋଡ ମଣ୍ଡିରେ ୨ ରୁ ୩ କିଲୋଗ୍ରାମ ଧାନ କଟନୀ ଛଟନୀ ହେଉଥିବା ବେଳେ କାଣ୍ଡେତରା ମଣ୍ଡିରେ ୩ରୁ ୫ କିଲୋଗ୍ରାମ ଧାନ କଟନୀ ଛଟନୀ କରୁଛନ୍ତି। ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ବିନା କଟନୀ ଛଟନୀରେ ମିଲର୍ସ ଧାନ ନ ଉଠାଇବାରୁ ଚାଷୀ ବାଧ୍ୟ ହୋଇ ୩ କିଲୋଗ୍ରାମ ଧାନ କାଟିବା ପାଇଁ ମିଲର୍ସ ସହିତ ଚୁକ୍ତି କରିବା ପରେ କାଣ୍ଡେତରା ମଣ୍ଡିରୁ ଧାନ ଉଠାଣ ହେଉଛି। ମିଲର୍ସ ଚାଷୀଙ୍କୁ ଗନିବେଗ ଦେବାର ନିୟମ ରହିଥିଲେ ମଧ୍ୟ ତାହା ଦେଇନାହାନ୍ତି। ଚାଷୀ ବେଗ ପ୍ରତି ୩୫ ରୁ ୪୦ ଟଙ୍କାରେ କ୍ରୟ କରୁଛି। କୁଇଣ୍ଟଲ ପ୍ରତି ଦୁଇଟି ବେଗ ଓ ୩ କିଲୋଗ୍ରାମ ଧାନ ଚାଷୀ ଠାରୁ ମିଲର୍ସ ନେଉଛି। ଚାଷୀଙ୍କୁ ମିଲର୍ସ ଶୋଷଣ କରି ଚାଲିଛି। କୁଇଣ୍ଟାଲ ପ୍ରତି ଚାଷୀ ୧୩୦ରୁ ୧୪୦ ଟଙ୍କା କ୍ଷତି ସହୁଛି। ମିଲର୍ସମାନେ ବିନା କଟନୀ ଛଟନୀରେ ଚାଷୀମାନଙ୍କଠାରୁ ମଣ୍ଡିରୁ ଧାନ ଉଠାଇବେ। ଯେଉଁ ମିଲ ମାଲିକମାନେ ଚାଷୀଙ୍କ ଧାନରୁ କଟନୀ ଛଟନୀ କରୁଛନ୍ତି, ସେମାନଙ୍କୁ ତୁରନ୍ତ ଗିରଫ କରାଯିବ। ସେଥିରେ ସମ୍ପୃକ୍ତ ଅଧିକାରୀ କିମ୍ବା କର୍ମଚାରୀ ମଧ୍ୟ ବାଦ ପଡିବେନି ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ସରକାରଙ୍କ ଘୋଷଣା ପାଣିଗାର କି କାର୍ଯ୍ୟକାରୀ ହେଉଛି ଦେଖାଯାଉ ବୋଲି ଚାଷୀ ମହଲରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?