କିଣା ଆଓ୍ବାର୍ଡ: ଭାଜପା

ଭୁବନେଶ୍ବର,୭।୯(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ମିଳିବା ପରେ ସେ ଭୁବନେଶ୍ୱର ଫେରିଛନ୍ତି। ତାଙ୍କୁ ସ୍ବାଗତ କରିବା ଲାଗି ହଜାର ହଜାର ସଂଖ୍ୟାରେ ବିଜେଡି କର୍ମୀ ଭୁବନେଶ୍ୱରରେ ଛାଉଣି ହୋଇଯାଇଛନ୍ତି। ହେଲେ ଏହାକୁ କଡ଼ା ଭାଷାରେ ବିରୋଧୀ ସମାଲୋଚନା କରିଛନ୍ତି । ନବୀନବାବୁ କିଣା ଆଓ୍ବାର୍ଡ ପାଇଛନ୍ତି। ଏହା କେତେ ଟଙ୍କାରେ କିଣିଛନ୍ତି ତାହା ଜଣାନାହିଁ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି। ସେ କହିଛନ୍ତି, ଯେଉଁ ସଂସ୍ଥାକୁ ଭାରତରେ କେହି ଜାଣିନାହାନ୍ତି ସିଏ ସେବା ସାଧକ ଆଓ୍ବାର୍ଡ ଦେଇଛନ୍ତି, ଯାହା ଆମ ଓଡ଼ିଶା ପାଇଁ ବାଧକ। ନିର୍ବାଚନ ପାଖେଇ ଆସିଲେ ନବୀନବାବୁ ଏମିତି ଗୋଟେ ଗୋଟେ ଆଓ୍ବାର୍ଡ ନେଇଆସନ୍ତି। ଗତଥର ମଧ୍ୟ ଏପରି କରିଥିଲେ। ତେବେ ଏହାର କିଛି ପ୍ରଭାବ ପଡ଼ିବ ନାହିଁ। ନବୀନବାବୁଙ୍କ ଏହି ଡ୍ରାମାକୁ ଲୋକେ ବୁଝିସାରିଛନ୍ତି। ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେବା ଏକ ପ୍ରହସନ ବୋଲି ସେ କହିଛନ୍ତି।
ବରିଷ୍ଠ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଗୋଟେ ମାମୁଲି ପ୍ରାଇଜ୍‌ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ହ୍ରାସ ପାଇଲାଣି। ସେହି ଲୋକପ୍ରିୟତା କମିନି ବୋଲି ଦେଖାଇହେବା ପାଇଁ ଏମିତି କାର୍ଯ୍ୟକ୍ରମ କରୁଛନ୍ତି। ପ୍ରଥମେ ଦିଲ୍ଲୀକୁ ଲୋକ ବୁହାଇକି ନେଲେ ତା’ପରେ ସାରା ଓଡ଼ିଶାରୁ ଲୋକଙ୍କୁ ବୁହାଇ ଆଣି ବିମାନବନ୍ଦରରେ ପହଞ୍ଚାଇଲେ ବୋଲି ସୁର କହିଛନ୍ତି। ବିଜେଡି ବରିଷ୍ଠ ନେତା ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି, ମୁଖ୍ୟମନ୍ତ୍ରୀ ଓଡ଼ିଶାର ସାଢ଼େ ୪ କୋଟି ଲୋକଙ୍କ କାମ କରିବା ଉପରେ ଗୁରୁତ୍ୱ ଦେଇଆସୁଛନ୍ତି। ତେଣୁ ତାଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ଅନ୍ୟପଟେ ବିରୋଧୀଙ୍କୁ ଆକ୍ଷେପକରି ରଣେନ୍ଦ୍ର କହିଛନ୍ତି, ‘ଚୋରକୁ ସମସ୍ତେ ଚୋରଭଳି ଦେଖାଯାଆନ୍ତି’।


Enter your email to get our daily news in your inbox.

All Right Reserved By Dharitri.Com

ଧାମନଗର ଉପନିର୍ବାଚନ: ସୂର୍ଯ୍ୟବଂଶୀ ସୂରଜ ଭାଜପା ପ୍ରାର୍ଥୀ

ଭୁବନେଶ୍ୱର,୯ା୧୦(ବ୍ୟୁରୋ): ଧାମନଗର ଉପନିର୍ବାଚନ ପାଇଁ ରବିବାର ପ୍ରାର୍ଥୀ ଘୋଷଣା କରିଛି ଭାଜପା।  ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ିଛି।...

ଡିସେମ୍ବର ୧ରୁ ବିମାନବନ୍ଦର ରନ୍‌ଓ୍ବେ ରିକାର୍ପେଟିଂ

ଭୁବନେଶ୍ୱର,୧।୧୧(ବ୍ୟୁରୋ): ଡିସେମ୍ବର ୧ରୁ ଆରମ୍ଭ ହେବ ଭୁବନେଶ୍ୱର ବିମାନବନ୍ଦର ରିକାର୍ପେଟିଂ କାମ। ପୂର୍ବରୁ ଏହା ୧ ନଭେମ୍ବରରୁ କରାଯିବା ପାଇଁ ସ୍ଥିର କରାଯାଇଥିଲା। ମରାମତି କାର୍ଯ୍ୟ...

ଲକ୍‌ଡାଉନ୍‌ ପାଇଁ ସମସ୍ୟାରେ ବରିଷ୍ଠ ନାଗରିକ

ଭୁବନେଶ୍ୱର,୧୧ା୪ (ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ପାଇଁ ସରକାର ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌କୁ ବୃଦ୍ଧି କରିଛନ୍ତି। ଏବେ ଏହି ଲକ୍‌ଡାଉନ୍‌ ପାଇଁ ଅଧିକ ସମସ୍ୟା...

ବନ୍ଧୁକ ଚୋରାଚାଲାଣ ଗ୍ୟାଙ୍ଗ୍‌ର ୭ ଗିରଫ

ପୁରୀ ଅଫିସ,୨୯।୫ ପୁରୀରେ ବନ୍ଧୁକ ଚୋରାଚାଲାଣ ହେଉଥିବାରୁ ଗତ କିଛିଦିନ ମଧ୍ୟରେ ଲଗାତର ହତ୍ୟା, ଲୁଟ୍‌, ଗୁଳିକାଣ୍ଡ ବଢ଼ିବାରେ ଲାଗିଛି। ଏହାକୁ ରୋକିବା ପାଇଁ ପୁରୀ...

ଲକ୍‌ଡାଉନ୍‌ ମାନୁନାହାନ୍ତି ୧୦ ପ୍ରତିଶତ ଲୋକ: ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ;ଗିରଫ ହେଲେଣି ୧୪୦୦ରୁ ଅଧିକ ଉଲ୍ଲଂଘନକାରୀ

ଭୁବନେଶ୍ୱର,୩୦।୩(ବ୍ୟୁରୋ)- ମହାମାରୀ କରୋନା ସଂକ୍ରମଣ ରୋକିବାକୁ ସାରା ଭାରତ ଏବେ ଲକ୍‌ଡାଉନ୍‌। ଓଡ଼ିଶାରେ ମଧ୍ୟ ଲକ୍‌ଡାଉନକୁ ସଫଳ କରିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର...

ପ୍ରାଥମିକ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ଗ୍ରାମବାସୀ

ପଟ୍ଟାମୁଣ୍ଡାଇ,୧୨।୩(ସ୍ବ.ପ୍ର.): ସରକାର ଗ୍ରାମପଞ୍ଚାୟତ ଲୋକମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଏଏନ୍‌ଏମ୍‌ କେନ୍ଦ୍ର ସ୍ଥାପନ କରିଛନ୍ତି। ଲୋକଙ୍କୁ ନିଜ ଘର ପାଖରେ...

ବେଆଇନ କୋଇଲା ଚାଲାଣ: ୭ଜଣଙ୍କୁ ଧରିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର, ୧୯ା୧୦(ବ୍ୟୁରୋ): ଅନୁଗୋଳ ଜିଲାରେ ଗତ କିଛି ମାସ ହେବ ବେଆଇନ ଭାବେ କୋଇଲା ଚୋରା ଚାଲାଣ ଚାଲିଛି। ଏ ନେଇ ସ୍ଥାନୀୟ ପୋଲିସ ଓ...

ଡି.ଏସ୍‌. କୁଟ୍ଟେଙ୍କୁ ରାଷ୍ଟ୍ରପତି ପୋଲିସ ପଦକ

ଭୁବନେଶ୍ୱର,୨୬ା୧(ବ୍ୟୁରୋ): ଓଡ଼ିଶାରୁ ୨ ଜଣ ପୋଲିସ କର୍ମଚାରୀଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ। ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଡି.ଏସ୍‌. କୁଟ୍ଟେ ଏବଂ ଭିଜିଲାନ୍ସ କନ୍‌ଷ୍ଟେବଲ ପ୍ରହଲ୍ଲାଦ...

Advertisement
Archives

Model This Week