ହାଇକୋର୍ଟ ଯିବେ ପୁଞ୍ଜିଲାଲ: ପୁଅ ସହ କଲେ ଆଲୋଚନା

ବଲାଙ୍ଗୀର,୩୦ା୫(ବୀରେନ୍ଦ୍ର କୁମାର ଝାଙ୍କର):ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ପୁଞ୍ଜିଲାଲ ମେହେର ହାଇକୋର୍ଟ ଯିବାକୁ ମନସ୍ଥ କରିଥିବା ଜଣାପଡିଛି। ବୁଧବାର ପାଟଣାଗଡ ଏଡିଜେ ଏହି ଚର୍ଚ୍ଚିତ ମାମଲାରେ ତାଙ୍କୁ ଆଜୀବନ ଜେଲ ଓ ଅର୍ଥଦଣ୍ଡାଦେଶ ଦେଇଥିଲେ। ଗୁରୁବାର ପୁଞ୍ଜିଲାଲଙ୍କ ପୁଅ ବଲାଙ୍ଗୀର ଜେଲକୁ ଆସି ତାଙ୍କୁ ଭେଟି କିଛି ସମୟ ଆଲୋଚନା କରିଥିବା ଜଣାପଡିଛି। ହାଇକୋର୍ଟ ଯାଇ କେଶ ଲଢ଼ିବାକୁ ପୁଅ ସହ ପୁଞ୍ଜିଲାଲ ଆଲୋଚନା କରିଥିବା ଜେଲ ସୂତ୍ରରୁ ଜାଣିବାକୁ ମିଳିଛି। ଜେଲ ଅଧୀକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ସହ ଆଜି କଥାବାର୍ତ୍ତା କରି ଓକିଲ ଚୟନ ଭୁଲ ହୋଇଗଲା ବୋଲି ପୁଞ୍ଜିଲାଲ କହିଥିବା ଜଣାପଡିଛି। ଆସନ୍ତା ଦୁଇଦିନ ମଧ୍ୟରେ ଓକିଲ ସହ ଆଲୋଚନା କରି ହାଇକୋର୍ଟ ଯିବା ବ୍ୟବସ୍ଥା କରିବାକୁ କହିଛନ୍ତି। ଦୋଷୀ ସାବ୍ୟସ୍ତ ହେବା ପରେ ବୁଧବାର ରାତିରେ କାରାଗାର ଭିତରେ ରାତ୍ରି ଭୋଜନ କରିଥିଲେ ମଧ୍ୟ ସେ ଭାରି ଚିନ୍ତିତ ଥିବା ଦେଖାଯାଇଥିଲେ। ବିଳମ୍ବିତ ରାତି ଯାଏ ସେ ବାରମ୍ବାର ଉଠୁଥିବା, ବସୁଥିବା ଦେଖାଯାଇଥିଲା। ଗୁରୁବାର ସକାଳୁ ମଧ୍ୟ ସେ ଭାରି ଚିନ୍ତିତ ଦେଖାଯାଉଥିଲେ। ଜେଲକୁ ସାକ୍ଷାତ ପାଇଁ ପୁଅ ଆସିବା ପରେ ତାଙ୍କ ସହ କିଛି ସମୟ ଧରି ଆଲୋଚନା କରିଥିଲେ। ହାଇକୋର୍ଟ ଯାଇ ଜେଲରୁ ମୁକୁଳିବା ଦିଗରେ ସେ ଉଦ୍ୟମ କରିବେ ବୋଲି କହିଥିଲେ।
ଭଇଁଷା ଜ୍ୟୋତି ବିକାଶ କଲେଜର ଇଂଲିଶ ବିଭାଗ ଅଧ୍ୟାପକ ଭାବେ ପୁଞ୍ଜିଲାଲଙ୍କ ବେଶ୍‌ କାଟ୍‌ତି ଥିଲା। ସେହି କଲେଜରେ ସେ ୨୦୦୯ରୁ ୨୦୧୭ ମସିହା ପର୍ଯ୍ୟନ୍ତ ଇନ୍‌ଚାର୍ଜ ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ ା ସବୁ କିଛି ଠିକ୍‌ଠାକ୍‌ ଚାଲିଥିଲା। ସେହି କଲେଜକୁ ଇତିହାସ ବିଭାଗ ଅଧ୍ୟାପିକା ଭାବେ ସଞ୍ଜୁକ୍ତା ସାହୁ ବଦଳି ହୋଇ ଆସିବା ପରେ ବରିଷ୍ଠତା ଯୋଗୁ ତାଙ୍କୁ ଅଧ୍ୟକ୍ଷ ପଦବୀ ଛାଡିଦେବାକୁ କୁହାଯାଇଥିଲା। ପୁଞ୍ଜିଲାଲ ଅଧ୍ୟକ୍ଷ ପଦ ଛାଡି ନ ଥିଲେ। ସରକାରୀ ଚିଠି ବଳରେ ୨୦୧୭ରେ ଅଧ୍ୟକ୍ଷ ପଦ ତାଙ୍କୁ ଛାଡିବାକୁ ପଡିଲା। ଏହି କଥାକୁ ନେଇ ସେ ଅଧ୍ୟାପିକା ସଞ୍ଜୁକ୍ତାଙ୍କ ପ୍ରତି ପ୍ରତିଶୋଧ ପରାୟଣ ହୋଇ ପାର୍ସଲ ବୋମା କାଣ୍ଡ ଷଡୟନ୍ତ୍ର ରଚିଥିଲେ। ଏହି ମାମଲାରେ ଆଜୀବନ କାରାଦଣ୍ଡ ଭୋଗିବା ପରେ ସେ ଏବେ ମହାଚିନ୍ତାରେ ପଡିଛନ୍ତି। ଏଭଳି ସ୍ଥିତିରେ ସେ ହାଇକୋର୍ଟରେ ମାମଲା ଲଢ଼ିବା କାଠିକର ପାଠ ହୋଇଯିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

୧୧ ନମ୍ବର ୱାର୍ଡ ଭିତରେ ପୁଞ୍ଜିଲାଲ

ଦୋଷୀ ସାବ୍ୟସ୍ତ ହେବା ପରେ ପୁଞ୍ଜିଲାଲଙ୍କୁ ପାଟଣାଗଡ ଏଡିଜେ କୋର୍ଟରୁ ବଲାଙ୍ଗୀର ଜିଲା ଜେଲକୁ ଅଣାଯାଇଥିଲା। ଜେଲ କର୍ତ୍ତୃପକ୍ଷ ବିଚାରାଧୀନ କଏଦୀ ସେଲରୁ ତାଙ୍କୁ ସଜା କାଟୁଥିବା କଏଦୀମାନେ ରହୁଥିବା ୧୧ ନମ୍ବର ୱାର୍ଡକୁ ଆଣିଥିଲେ। ବଲାଙ୍ଗୀର ଜିଲା କାରାଗାରର ୧୧ ନମ୍ବର ୱାର୍ଡରେ ତାଙ୍କୁ ରଖାଯାଇଥିଲା। ପୁଞ୍ଜିଲାଲଙ୍କୁ କଏଦୀ ନମ୍ବର ୫୮୮୨ ଭାବେ ଚିହ୍ନଟ କରାଯାଇଥିଲା। ତାଙ୍କୁ ରଖାଯାଇଥିବା ୱାର୍ଡ ଭିତରେ ଏବେ ୫୦ ଜଣ ସଜା କାଟୁଥିବା କଏଦୀ ଅଛନ୍ତି। ୫୦ ଜଣଙ୍କ ମଧ୍ୟରୁ ୪୦ ଜଣ ଆଜୀବନ ସଜା କାଟୁଥିବା କଏଦୀ ଅଛନ୍ତି। ସେ ଭିତରୁ ଏବେ ପୁଞ୍ଜିଲାଲ ଜଣେ।

ଖଲାସ ହୋଇଯିବେ ଭାବୁଥିଲେ

ମେ ୨୮ ତାରିଖରେ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ ପ୍ରକାଶ ପାଇବ ବୋଲି ଘୋଷଣା କରାଯାଇଥିଲା। ପ୍ରାୟ ଦୁଇବର୍ଷ ଧରି ପାଟଣାଗଡ ଏଡିଜେ କୋର୍ଟରେ ଯେଭଳି ଭାବେ ଏହି ମାମଲା ଚାଲିଥିଲା ସେଥିରୁ ଦୋଷମୁକ୍ତ ହୋଇ ଜେଲରୁ ଖଲାସ ହୋଇଯିବେ ବୋଲି ପୁଞ୍ଜିଲାଲ କୁଆଡେ ଭାବୁଥିଲେ। କିଛିଦିନ ହେଲା ସେ ଜେଲ ଭିତରେ ଥିବା ସାଥୀ କଏଦୀ ଏବଂ ଜେଲ କର୍ତ୍ତୃପକ୍ଷଙ୍କୁ ୨୮ ତାରିଖରେ ସେ ମୁକୁଳି ଯିବେ ବୋଲି କହୁଥିଲେ। ମଙ୍ଗଳବାର ଦିନ ଜେଲ ଭିତରେ ବିଭିନ୍ନ କର୍ମଚାରୀ ଓ କଏଦୀଙ୍କୁ ଭେଟି ସେ ବୁଧବାର ମୁକୁଳି ଯିବେ ଆଉ ଦେଖାହେବନାହିଁ ବୋଲି କହୁଥିବା ଜେଲ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନକ ପରେ ରଥଯାତ୍ରା: ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ, ଚଳଚଞ୍ଚଳ ଗଞ୍ଜାମ ସହର

ଗଞ୍ଜାମ, ୧୪।୭ (ବିଦ୍ୟାଧର ସାହୁ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା ପାଇଁ ଆଉ ମାତ୍ର ଦିନକର ସମୟ ବାକି ଅଛି। ଜୁଲାଇ ୧୬ ତାରିଖରେ ମହାପ୍ରଭୁଙ୍କ…

ଶିକ୍ଷୟିତ୍ରୀଙ୍କ ଘରୁ କରିଥିଲେ ଚୋରି: ୩ ଗିରଫ, ଜଣେ ଫେରାର; ସୁନା, ରୁପା ଅଳଙ୍କାର ସହ…

ତୁମୁଡିବନ୍ଧ, ୧୪।୭ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ପୋଲିସ ଏକ ଚୋରି ମାମଲାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି। ପ୍ରାୟ ମାସେ ତଳେ…

Budh Uday: ୨୫ ଜୁଲାଇ ପରେ ୫ ରାଶିଙ୍କ ବିଜନେସ୍-କ୍ୟାରିୟରରେ ହେବ ବଡ଼ ଉନ୍ନତି; ଭାଗ୍ୟବାନ ରାଶି…

୨୫ ଜୁଲାଇ, ୨୦୨୬ରେ ବୁଧ ନିଜ ରାଶି ମିଥୁନ ରାଶିରେ ଉଦୟ ହେବ, ଯାହା ଅନେକ ରାଶି ପାଇଁ ସେମାନଙ୍କ କ୍ୟାରିଅର ଏବଂ ବ୍ୟବସାୟରେ ଲାଭ ଆଣିପାରେ।…

କୋର୍ଟରେ ହାଜର ନ ହେବାରୁ ବାନ୍ଧିଲା ପୋଲିସ, ଜାମିନ ନାମଞ୍ଜୁର ପରେ ଜେଲ ଗଲେ…

ଦିଗପହଣ୍ଡି, ୧୪|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଏକ ଜାମିନବିହୀନ ୱାରେଣ୍ଟ ବଳରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୧୩ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ: ଜାଣନ୍ତୁ କାହା ଉପରେ ବାଜିଲା ମୋହର

ଭୁବନେଶ୍ୱର, ୧୩।୭: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୭ଟି ବିଭାଗର ମୋଟ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ…

ସେମିଫାଇନାଲରେ ଡାର୍କ ବ୍ଲ୍ୟୁ ଜର୍ସି ପିନ୍ଧିବାକୁ ଫିଫାକୁ କାହିଁକି ଅନୁରୋଧ କଲା ଆର୍ଜେଣ୍ଟିନା, ଜାଣନ୍ତୁ…

ମାୟାମି,୧୪ା୭: ଚଳିତ ଫିଫା ବିଶ୍ୱକପ୍‌ରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ପ୍ରୋଫାଇଲ ମୁକାବିଲା ପାଇଁ…

ଟ୍ରେନରେ ଯିବେ ବରଯାତ୍ରୀ! ବୁକ୍ କରିପାରିବେ ପୂରା କୋଚ୍ କିମ୍ବା ସ୍ପେଶାଲ ଟ୍ରେନ୍: ଜାଣନ୍ତୁ କେମିତି ଓ କେତେ ଖର୍ଚ୍ଚ ହେବ…

ନୂଆଦିଲ୍ଲୀ,୧୪ା୭: ବିବାହ ଋତୁ ହେଉ, କୌଣସି ଧାର୍ମିକ ଯାତ୍ରାରେ ଶତାଧିକ ଲୋକଙ୍କୁ ଏକାଠି ଯିବାର ଥାଉ କିମ୍ବା କୌଣସି ସଂସ୍ଥାର ଏକ ବଡ଼ ଟିମ୍‌କୁ ଗୋଟିଏ ଟ୍ରେନରେ…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri