Posted inଖେଳ

ଅଷ୍ଟ୍ରେଲିଆ ଦଳରେ ଭାରତୀୟ କ୍ୟାବ ଚାଳକଙ୍କ ପୁଅ

ମେଲବୋର୍ନ,୨୯ା୧- ଅଷ୍ଟ୍ରେଲିଆରେ ବାସ କରୁଥିବା ପଞ୍ଜାବୀ ଡ୍ରାଇଭରଙ୍କ ୧୯ ବର୍ଷୀୟ ପୁଅ ତାନଭୀର ସାଙ୍ଘା ଅଷ୍ଟ୍ରେଲିଆର ଜାତୀୟ ସିନିୟର ଦଳରେ ସ୍ଥାନ ପାଇଛନ୍ତି। ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ୍‌ ଲାଗି ଘୋଷିତ ୧୮ ଜଣିଆ ଅଷ୍ଟ୍ରେଲିଆ ଦଳରେ ତାଙ୍କୁ ମିଳିଛି ସୁଯୋଗ।

”ଜାତୀୟ ଦଳରୁ ଡାକରା ଆସିବା ପରେ ମୁଁ ଜହ୍ନରେ ଥିବା ଅନୁଭବ କରୁଛି। ଏତେ କମ୍‌ ବୟସରେ ଅଷ୍ଟ୍ରେଲିଆ ପକ୍ଷରୁ ଅନ୍ତର୍ଜାତୀୟ ସ୍ତରରେ ମୋତେ ସୁଯୋଗ ମିଳିବ ଆଶା କରି ନ ଥିଲି“ ବୋଲି ତାନଭୀର କହିଛନ୍ତି। ଫେବୃୟାରୀରୁ ଆରମ୍ଭ ହେବାକୁ ଥିବା ସିରିଜ୍‌ରେ ଯଦି ତାଙ୍କୁ ଚୂଡ଼ାନ୍ତ ଦଳରେ ସୁଯୋଗ ମିଳେ, ତେବେ ଦ୍ୱିତୀୟ ଭାରତୀୟ ବଂଶୋଦ୍ଭବ ଭାବେ ଅଷ୍ଟ୍ରେଲିଆ ପାଇଁ ପ୍ରତିନିଧିତ୍ୱ ଖେଳିବେ। ଅଷ୍ଟ୍ରେଲିଆ ପାଇଁ ଖେଳିବାରେ ପଞ୍ଜାବୀ ଖେଳାଳି ଗୁରିନ୍ଦର ସାନ୍ଧୁ ଥିଲେ ପ୍ରଥମ ଓ ଏକମାତ୍ର ଭାରତୀୟ ବଂଶୋଦ୍ଭବ। ସେ ୬ ବର୍ଷ ତଳେ ଅନ୍ତର୍ଜାତୀୟ କ୍ରିକେଟରେ ଅଷ୍ଟ୍ରେଲିଆ ପକ୍ଷରୁ ଖେଳିଥିଲେ ପ୍ରଥମ ମ୍ୟାଚ୍‌।

ତାନଭୀରଙ୍କ ବାପା ଜଗା ସିଙ୍ଘୁ ୧୯୯୭ରେ ଜଳନ୍ଧରରୁ ସିଡ୍‌ନୀ ଚାଲିଯାଇଥିଲେ। ପଞ୍ଜାବରେ କୃଷକ ଭାବେ କାର୍ଯ୍ୟ କରୁଥିବା ଜଗା ଷ୍ଟୁଡେଣ୍ଟ ଭିସାରେ ଯାଇଥିଲେ ଅଷ୍ଟ୍ରେଲିଆ। ସେଠାରେ କୃଷକ ଭାବେ କାର୍ଯ୍ୟ କରିବା ପରେ ଆରମ୍ଭ କରିଥିଲେ ଟାକ୍ସି ଚଳାଇବା। ତାଙ୍କ ମା’ ଉପନୀତ ଜଣେ ଆକାଉଣ୍ଟାଣ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଂଲଣ୍ଡ ପ୍ରଥମ ଇନିଂସ ଅଗ୍ରଣୀ

ଲଣ୍ଡନ,୧୮ା୮(ଏଏଫ୍‌ପି)-ଚଳିତ ଆଶେସ ସିରିଜରେ ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ ତାଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛନ୍ତି। ସ୍ଥାନୀୟ ଲଡର୍‌ସଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ...

ଆଇପିଏଲ୍‌ରେ ପ୍ରଥମ କ୍ରିକେଟର୍‌ ଭାବେ ଏମିତି କାରନାମା କଲେ ଧୋନୀ

ଶାରଜା,୧।୧୦:ଆଇପିଏଲ ୨୦୨୧ରେ ଆଉ ଏକ ରେକର୍ଡ କରିଛନ୍ତି ମହେନ୍ଦ୍ର ସିଂ ଧୋନୀ। ସିଜିନର ୪୪ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଧୋନୀ ଗୁରୁବାର ଶାରଜାଠାରେ...

୨୨୩ ରନ୍‌ର ଟାର୍ଗେଟ ଦେଲା ରାଜସ୍ଥାନ

ମୁମ୍ବାଇ,୨୨।୪: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୩୪ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଟସ୍‌ ଜିତି ବୋଲିଂ କରିବାକୁ...

୧୦ ବର୍ଷ ପରେ ଦଳକୁ ଫେରି ମାତ୍ର ୧୦ ମ୍ୟାଚ୍‌ରେ ବୋର୍ଡକୁ ଚମକାଇଲେ ଏହି କ୍ରିକେଟର୍‌

ଇସଲମାବାଦ,୨୩।୮: ୧୦ ବର୍ଷ ପରେ କୌଣସି ଖେଳାଳି ଦଳକୁ ଫେରିବା ହୁଏତ ସମ୍ଭବ ହୁଏନି। ଏତେ ଦିନ ଅପେକ୍ଷା କରିବା ପୂର୍ବରୁ ମଧ୍ୟ କିଛି ଖେଳାଳି...

ପୁଣି ସାପ ପଶିବାରୁ ମ୍ୟାଚ୍‌ ବାଧାପ୍ରାପ୍ତ

ନୂଆଦିଲ୍ଲୀ, ୬।୧- ବର୍ଷା ଯୋଗୁ ଭାରତ-ଶ୍ରୀଲଙ୍କା ସିରିଜର ପ୍ରଥମ ଟି୨୦ ମ୍ୟାଚ୍‌ ବାତିଲ ହୋଇଯାଇଛି। ଦେଶର ଅନ୍ୟ ଭାଗରେ ସମାନ ଦିନ ଏକ ମ୍ୟାଚ୍‌ ଭିନ୍ନ...

ରାଜନୀତିରେ ଯୋଗଦେବାକୁ ଦୂତୀ ଆଗ୍ରହୀ

ଭୁବନେଶ୍ୱର, ୨୪।୯(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ଏବେ ପୁଣି ଚର୍ଚ୍ଚାରେ। ମାତ୍ର ଏଥର କୌଣସି ଖେଳ ପାଇଁ ନୁହେଁ ବରଂ...

କାହା ବାପା ଶ୍ରମିକ ତ ଆଉ କାହାର କୃଷକ, ସଂଘର୍ଷ ସତ୍ତ୍ୱେ ଆଜି ଭାରତ ପାଇଁ ହିରୋ ପାଲଟିଛନ୍ତି ଏହି ୯ କ୍ରିକେଟର୍‌

କୌଣସି ମଣିଷ ନାହାଁନ୍ତି ଯିଏ ତାଙ୍କ ଜୀବନରେ ସଂଘର୍ଷ କରିନାହଁାନ୍ତି । ଆଜି ଅଷ୍ଟ୍ରେଲିଆରେ ଇତିହାସ ସୃଷ୍ଟି କରିଥିବା ଟିମ ଇଣ୍ଡିଆର ଖେଳାଳିମାନେ ମଧ୍ୟ ଏହି...

ନିଆରା ଢଙ୍ଗରେ ରାଜସ୍ଥାନ ରୟାଲ୍ସ:ଜର୍ସି ଉନ୍ମୋଚିତ

ଦୁବାଇ, ୧୧ା୯: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ ରାଜସ୍ଥାନ ରୟାଲ୍ସ ସ୍କାଏ-ଡାଇଭିଂ ଷ୍ଟଣ୍ଟ୍‌ ଜରିଆରେ ଏକ ଅଭିନବ ଢଙ୍ଗରେ ଏହାର ଜର୍ସି ଉନ୍ମୋଚନ କରିଛି।...

Advertisement
Archives

Model This Week