Posted inଜାତୀୟ

ଗ୍ୟାଙ୍ଗ୍‌ଷ୍ଟର-ଟେରର ମଡ୍ୟୁଲ୍‌ର ପର୍ଦ୍ଦାଫାଶ୍‌ କଲା ପଞ୍ଜାବ ପୋଲିସ: ୫ ସନ୍ଦିଗ୍ଧ ଗିରଫ

ଚଣ୍ଡିଗଡ଼,୨୨ା୧୧: ପଞ୍ଜାବ ପୋଲିସ ଶନିବାର ଗ୍ୟାଙ୍ଗ୍‌ଷ୍ଟର-ଟେରର ମଡ୍ୟୁଲ୍‌ର ପର୍ଦ୍ଦାଫାଶ୍‌ କରିବା ସହ ୫ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଗତ ୩ ସପ୍ତାହ ମଧ୍ୟରେ ଏଭଳି ୭ଟି ମଡ୍ୟୁଲ୍‌ ସମ୍ପର୍କରେ ଜଣାପଡିଛି। ଗିରଫ ବ୍ୟକ୍ତିମାନଙ୍କୁ ପାକିସ୍ତାନ, କାନାଡା ଏବଂ ୟୁରୋପରୁ ସଞ୍ଚାଳିତ ହେଉଥିବା ପରିଚାଳକମାନେ ଟାର୍ଗେଟ୍‌ କିଲିଂ କାର୍ଯ୍ୟ ଦେଇଥିଲେ। ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବା ଯୁବକମାନଙ୍କୁ ହ୍ୟାଣ୍ଡ ଗ୍ରେନେଡ୍‌ ବ୍ୟବହାର ସମ୍ପର୍କରେ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଏହାର ହ୍ୟାଣ୍ଡଲରମାନଙ୍କ ଜରିଆରେ ୟୁଟ୍ୟୁବ୍‌ ଭିଡିଓ ସହାୟତାରେ ତାଲିମ ପ୍ରଦାନ କରୁଥିଲା। ଉକ୍ତ ଭିଡିଓଗୁଡ଼ିକୁ ପୋଲିସ ଜବତ କରିଛି। ସେଗୁଡ଼ିକ ଡାଉନ୍‌ଲୋଡ୍‌ କରାଯାଇ ହ୍ବାଟ୍ସଆପ୍‌ ଜରିଆରେ ଶେୟାର କରାଯାଉଥିଲା।

ଅଭିଯୁକ୍ତମାନେ ହେଲେ ରାଜସ୍ଥାନର ଦୀପକ ଓରଫ ଦୀପୁ, ରାମଲାଲ୍‌, ପଞ୍ଜାବ ଫିରୋଜପୁରର ଶାମଶେର ସିଂ, ବିହାରର ହର୍ଷ ଓଝା ଏବଂ ହରିୟାଣାର ଅଜୟ। ଲୁଧିଆନାରେ ଆତଙ୍‌କବାଦୀ ଆକ୍ରମଣରେ ସମନ୍ବୟ ରଖିବା ଓ କାର୍ଯ୍ୟକାରୀ କରିବା ପାଇଁ ଦୀପୁ ଓ ରାମଲାଲ୍‌ ରାଜସ୍ଥାନରୁ ଆସିଥିଲେ। ପଞ୍ଜାବରେ ଗ୍ରେନେଡ୍‌ ଆକ୍ରମଣ ପାଇଁ ସେମାନଙ୍କୁ ପାକିସ୍ତାନୀ ପରିଚାଳକ ଯଶବୀର ଓରଫ ଚୌଧରୀ ଦାୟିତ୍ୱ ଦେଇଥିଲେ। ପଞ୍ଜାବରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନୀ ପରିଚାଳକମାନେ ଜାଣିଶୁଣି ଅନ୍ୟ ରାଜ୍ୟରୁ ଯୁବକମାନଙ୍କୁ ନିଯୁକ୍ତି ଦେଉଥିଲେ। ଏହା ପଛରେ ଥିବା ବିଦେଶୀ ଲିଙ୍କ୍‌ର ପର୍ଦ୍ଦାଫାଶ୍‌ ପାଇଁ ପଞ୍ଜାବ ପୋଲିସ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ସହଯୋଗ ଲୋଡ଼ିଛି।

ଅପରେଶନ ସିନ୍ଦୂର ପରେ ଟାର୍ଗେଟ କିଲିଂ ବଢ଼ିଛି। ଏଥିପାଇଁ ଗ୍ୟାଙ୍ଗ୍‌ଷ୍ଟର-ଆତଙ୍କବାଦୀ ମଡ୍ୟୁଲ୍‌କୁ ହିଟ୍‌ ଲିଷ୍ଟ ସମେତ ଅସ୍ତ୍ର ଓ ଲଜିଷ୍ଟିକ୍‌ ସହାୟତା ବିଦେଶରୁ ମିଳୁଛି। ପଞ୍ଜାବରେ ଶାନ୍ତି ଭଣ୍ଡୁର କରିବା ପାଇଁ ଆଇଏସ୍‌ଆଇ ଉଦ୍ୟମ ଚଳାଇଥିବାର ନିର୍ଭରଯୋଗ୍ୟ ପ୍ରମାଣ ରହିଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?