Posted inଜାତୀୟ

ପଞ୍ଜାବ ପୋଲିସକୁ ବଡ ସଫଳତା: ତରନତାରନରୁ ଗିରଫ ହେଲେ ୩ ଆତଙ୍କବାଦୀ

ଚଣ୍ଡିଗଡ଼,୨୩ ।୯: ପଞ୍ଜାବ ପୋଲିସ ତରନତାରନ ଜିଲାରେ ୩ ଜଣ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସହ ଗିରଫ କରିଥିବା ସୂଚନା ମିଳିଛି । ପଞ୍ଜାବକୁ ଦୋହଲାଇବା ଭଳି ଯୋଜନା କରୁଥିଲେ ଏହି ଆତଙ୍କବାଦୀ । ପୋଲିସ ସମ୍ପୂର୍ଣ୍ଣ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରଖିଛି । ମିଳିଥିବା ସୂଚନା ଅନୁଯାୟୀ, ୩ ଜଣ ଯାକ ଆତଙ୍କବାଦୀ ପଞ୍ଜାର ମୋଗା ଅଞ୍ଚଳର ବୋଲି ଜଣାପଡିଛି । ତରନତାରନର ଏସ୍‌ଏସ୍‌ପି ଉପିନ୍ଦରଜିତ ସିଂହ ଘୁମ୍ମଣ କହିଛନ୍ତି ଭିଖିଭିଣ୍ଡ ଥାନା ପ୍ରଭାରୀ ଇନସପେକ୍ଟର ନବଦୀପ ସିଂହ ଭଟ୍ଟି ନିଜ ଟିମ୍ ସହ ରାତିରେ ଗସ୍ତ କରୁଥିଲେ । ଜିଲାର ଭାଗବାନପୁରା ଗାଁ ନିକଟରେ ପୋଲିସକୁ ସନ୍ଦେହ ହେବାରୁ ସେ ଏକ କାର୍‌କୁ ଅଟକାଇଥିଲା । ଯେଉଁଥିରେ ୩ ଜଣ ଯାତ୍ରା କରୁଥିଲେ । ଯାଞ୍ଚ କରିବା ପରେ କାରରୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ ହୋଇଥିଲା । ଏହି ସମୟରେ ସେମାନଙ୍କଠାରୁ ପିସ୍ତଲ ୯ ଏମ୍‌ଏମ୍‌, ୧୧ ରାଉଣ୍ଡ ଗୁଳି ଆଦି ଜବତ କରାଯାଇଛି । ଏମାନେ ପଞ୍ଜାବରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନାରେ ଥିବା ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୧୭ ଦିନର ଶିଶୁକନ୍ୟାଙ୍କୁ ନଦୀ ବାଲିରେ ପୋତିଲେ ପିତା

ଚେନ୍ନାଇ,୬।୧୧: ତାମିଲନାଡୁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ପିତା ତାଙ୍କର ୧୭ ଦିନର ଶିଶୁକନ୍ୟାଙ୍କୁ ନଦୀ ବାଲିରେ ପୋତି ଦେଇଛନ୍ତି। ଭାଦାମାରୁଥୁର୍‌ ଗାଁର ୨୯...

ଓମିକ୍ରନ୍‌ ମୁକାବିଲା, ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଅଧିକ ଟିକା ମାଗିଲା ଆଇଏମ୍‌ଏ…

ନୂଆଦିଲ୍ଲୀ,୭।୧୨: ଦେଶରେ କରୋନାର ନୂତନ ଭାରିଆଣ୍ଟ୍‌ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଇତିମଧ୍ୟରେ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଦେଶରେ ୨୩ ଜଣ ଓମିକ୍ରନ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।...

ମୁମ୍ବାଇରେ ୧୯୯୩ ଭଳି ବିସ୍ଫୋରଣ କରିବାକୁ ଧମକ ଭରା ଫୋନ କଲ୍‌, ପୋଲିସ ସତର୍କ…

ମୁମ୍ବାଇ,୮।୧ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ବିସ୍ଫୋରଣ ହେବା ନେଇ ଏକ ଧମକ ଭରା ଫୋନ କଲ୍‌ ମିଳିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ଅଭିନନ୍ଦନଙ୍କ ବିମାନ ଦୁର୍ଘଟଣା ଭଳି ଘଟଣାକୁ ରୋକାଯିବ: ଏବେ ଡିଆର୍‌ଡିଓ ତିଆରି କରିବ ନୂଆ ସଫ୍ଟଓ୍ବେର

ନୂଆଦିଲ୍ଲୀ, ୨୬।୯: ବାୟୁସେନା ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ ଯୁଦ୍ଧ ବିମାନର ରେଡ଼ିଓ ଫ୍ରିକ୍ୱେନ୍ସି କାମ କରିବା ବନ୍ଦ କରିବାରୁ ଏହା ନିୟନ୍ତ୍ରଣ ହରାଇ ତଳେ...

ଆସାମରେ ବନ୍ୟା

ଗୁଆହାଟୀ,୧୫।୫: ଆସାମର ଡିମା ହାସାଓ ଜିଲାରେ ଭୂସ୍ଖଳନ ଘଟି ଜଣେ ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି। ବନ୍ୟା ଓ ଭୂସ୍ଖଳନ ଯୋଗୁ ଜିଲାର...

ନୁପୁରଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ପାରିତ

କୋଲକତା,୨୦।୬: ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇ ସମାଲୋଚନାର ଶିକାର ହୋଇଥିବା ପୂର୍ବତନ ଭାଜପା ନେତ୍ରୀ ନୁପୁର ଶର୍ମାଙ୍କ ବିରୋଧରେ ସୋମବାର ପଶ୍ଚିମବଙ୍ଗ ବିଧାନସଭାରେ...

ଟିକ୍‌ଟକ୍‌ ସମେତ ୫୯ ଚାଇନା ଆପ୍‌କୁ ନିଷିଦ୍ଧ କଲା ଭାରତ

ନୂଆଦିଲ୍ଲୀ,୩୦ା୬: ସୀମାରେ ଉତ୍ତେଜନା ଲାଗି ରହିଥିବାବେଳେ ଭାରତ ସରକାର ଟିକ୍‌ଟକ୍‌ ସମେତ ଚାଇନାର ୫୯ଟି ଆପ୍‌କୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଆପ୍‌ଗୁଡ଼ିକରେ ଗୋପନୀୟତା...

ଏହି ପ୍ରସିଦ୍ଧ କ୍ରିକେଟରଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀଙ୍କ ଦୁଃଖପ୍ରକାଶ

ନୂଆଦିଲ୍ଲୀ,୧୬।୮: କ୍ରିକେଟରରୁ ରାଜନେତା ପାଲଟିଥିବା ତଥା ଯୋଗୀ ସରକାରର ମନ୍ତ୍ରୀ ଚେତନ ଚୌହାନଙ୍କର ଦେହାନ୍ତ ହୋଇଛି। ୭୩ ବର୍ଷିୟ ଚେତନ କରୋନା ଆକ୍ରାନ୍ତ ହେବାପରେ ଗୁରୁଗ୍ରାମର...

Advertisement
Archives

Model This Week