ଟସ୍‌ ଜିତିବା ପରେ ବି ବଦଳିଲା ନାହିଁ ସିଏସ୍‌କେ ଭାଗ୍ୟ

ମୁମ୍ବାଇ,୩।୪: ଚଳିତ ଆଇପିଏଲ୍‌ରେ ଲଗାତାର ତୃତୀୟ ପରାଜୟ ବରଣ କରିଛି ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)। ଇଣ୍ଡିଆନ ପ୍ରମିୟର ଲିଗ୍‌ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିଛି। ପୂର୍ବ ଦୁଇ ମ୍ୟାଚ୍‌ ଭଳି ଏଥର ଟସ୍‌ ଦଳ ବିପକ୍ଷରେ ନୁହେଁ ସପକ୍ଷରେ ଯାଇଥିଲା। କିନ୍ତୁ ଦଳର ବ୍ୟାଟିଂ ଅର୍ଡର ଫେଲ ମାରିବାରୁ ସିଏସ୍‌କେକୁ ୫୪ ରନ୍‌ରେ ହରାଇ ଦେଇଛି ପଞ୍ଜାବ କିଙ୍ଗ୍ସ।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରୁଥିବା ପଞ୍ଜାବ ଆରମ୍ଭରୁ ପ୍ରଥମ ଦୁଇ ଓଭରରେ ମୟଙ୍କ ଅଗ୍ରଓ୍ବାଲ (୪) ଏବଂ ଭାନୁକା ରାଜପକ୍ଷେ (୯)ଙ୍କ ଉଇକେଟ ହରାଇଥିଲା। ତା’ ପରେ ଲିଆମ ଲିଭିଂଷ୍ଟୋନ ୩୨ ବଲରେ ୬୦ ରନ (୫ ଲେଖାଏ ଚୌକା ଓ ଛକା) କରିବା ସହ ଶିଖର ଧାଓ୍ବନ (୩୩)ଙ୍କ ସହ ମିଶି ତୃତୀୟ ଉଇକେଟ ପାଇଁ ଯୋଡ଼ିଥିଲେ ୮୫ ରନ୍‌। ଏହି ଦୁଇ ବ୍ୟାଟର ଆଉଟ୍‌ ହେବା ପରେ ବି ବାଉଣ୍ଡ୍ରି ଭାର ସମ୍ଭାଳିଥିଲେ ଜୀତେଶ ଶର୍ମା(୨୬ ରନ୍‌, ୩ ଛକା)। ସେ ଆଉଟ୍‌ ହେଲା ବେଳକୁ ପଞ୍ଜାବ ୧୫ ଓଭରରେ ୫ ଉଇକେଟ ହରାଇ ୧୪୭ କରିଥିଲା। କିନ୍ତୁ ଅନ୍ତିମ ୫ ଓଭରରେ ସିଏସ୍‌କେ ବୋଲରମାନେ ଲଗାତାର ଉଇକେଟ ନେବାରୁ ୧୮୦/୮ରେ ଅଟକି ଯାଇଥିଲା ପଞ୍ଜାବ।

ଜବାବରେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା ଚେନ୍ନାଇ। କେବଳ ଶିବମ ଦୁବେ(୫୭ ରନ୍‌, ୬ ଚୌକା ଓ ୩ ଛକା)ଙ୍କୁ ଛାଡ଼ି ଦେଲେ ଅନ୍ୟ କେହି କ୍ରିଜ୍‌ରେ ଛିଡ଼ା ହୋଇପାରି ନ ଥିଲେ। ଫଳରେ ସିଏସ୍‌କେ ୧୮ ଓଭରରେ ୧୨୬ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ୨୦୧୮ ପରେ କେବଳ ଦ୍ୱିତୀୟ ଥର ଲାଗି ଚେନ୍ନାଇ ଅଲଆଉଟ୍‌ ହୋଇଛି। ବିଜୟୀ ଦଳ ପାଇଁ ରାହୁଲ ଚହର ୩ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଧୋନୀଙ୍କ ପାଇଁ ଜୀବନ ଦେଇପାରିବି’

ମୁମ୍ବାଇ,୨।୫: କ୍ରିକେଟ ଦୁନିଆରେ ମହେନ୍ଦ୍ର ସିଂ ଧୋନୀଙ୍କ କ୍ରେଜ ସବୁଠି ଦେଖାଯାଏ। ଦେଶ ହେଉ କି ବିଦେଶ ଖେଳରେ ଧୋନୀଙ୍କ ଫ୍ୟାନ ବେସ ସର୍ବାଧିକ। କ୍ୟାପଟେନ...

ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜ୍‌ ପାଇଁ ଭାରତୀୟ ସ୍କ୍ବାର୍ଡ ଘୋଷଣା: ଫେରିଲେ ରୋହିତ, ବୁମ୍‌ରା-ଶାମି ବାଦ୍‌

ନୂଆଦିଲ୍ଲୀ,୨୭।୧: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ ପାଇଁ ବୁଧବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ଅଧିନାୟକ ଭାବେ ରୋହିତ ଶର୍ମା ଉଭୟ...

ଅଷ୍ଟ୍ରେଲିଆନ ଓପନ୍‌: ଜୋକୋଭିଚ୍‌ଙ୍କୁ ଅଷ୍ଟମ ଟାଇଟଲ, ନଂ.୧କୁ ପ୍ରତ୍ୟାବର୍ତ୍ତନ

ମେଲ୍‌ବୋର୍ନ, ୩।୨(ଏଏଫ୍‌ପି)- ଅଭିଜ୍ଞ ସର୍ବିୟା ଟେନିସ୍‌ ତାରକା ନୋଭାକ ଜୋକୋଭିଚ୍‌ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ୍‌ ଟାଇଟଲ ହାସଲ କରିଛନ୍ତି। ରବିବାର ଏଠାରେ...

ଏକାଠି ସମୟ ବିତାଉଛନ୍ତି ବିରୁଷ୍କା

ନୂଆଦିଲ୍ଲୀ,୩।୭- ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଇଂଲଣ୍ଡରେ ଅଛନ୍ତି। ଶନିବାର ଖେଳାଯିବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଅଧିନାୟକ...

ଚାଇନା ତାରକା ଫୁଟବଲର କରୋନା ଭାଇରସ ଆକ୍ରାନ୍ତ

ସାଙ୍ଘାଇ,୨୧।୩(ପି.ଟି.):  ଚାଇନାର ଜଣାଶୁଣା ଫୁଟବଲ ତାରକା ବୁ ଲେଇ ସ୍ପେନ୍‌ରେ କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ସ୍ପେନ୍‌ର ଇସ୍ପାନ୍ୟୋଲ କ୍ଲବ ତରଫରୁ ଖେଳୁଥିବା ଲେଇଙ୍କ...

ଓଡ଼ିଶା ଭଲିବଲ ଦଳ ଘୋଷିତ

ଭୁବନେଶ୍ୱର, ୧୫।୧୨ (କ୍ରୀଡ଼ା ପ୍ରତିନିଧି): ମଧ୍ୟପ୍ରଦେଶର ପାନ୍ନାଠାରେ ୨୫ତମ ଜାତୀୟ ୟୁଥ୍‌ ଭଲିବଲ ଚାମ୍ପିୟନଶିପ୍‌ (ମହିଳା/ପୁରୁଷ) ଚଳିମାସ ୧୬ରୁ ୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ...

ସୋହିନୀଙ୍କୁ ଟାଇଟଲ

ଭୁବନେଶ୍ୱର, ୨୪।୫(କ୍ରୀଡ଼ା ପ୍ରତିନିଧି): ମୁମ୍ବାଇଠାରେ ଶୁକ୍ରବାର ଏମଏସଏଲଟିଏ(ମହାରାଷ୍ଟ୍ର ରାଜ୍ୟ ଲନ୍‌ ଟେନିସ ଆସୋସିଏଶନ)-ୟୋନେକ୍ସ ସନ୍‌ରାଇଜ୍‌ ସୁପର ସିରିଜ ଟେନିସ ଟୁର୍ନାମେଣ୍ଟ ଶେଷ ହୋଇଛି। ଏହାର ୧୨...

ଡେବ୍ୟୁ ମ୍ୟାଚ୍‌ରେ ୧୬ ଉଇକେଟ ନେଇ ଚମକାଇଥିଲେ ଏହି ଭାରତୀୟ ସ୍ପିନର୍‌: ଆଜି ବି ଭାଙ୍ଗିନି ରେକର୍ଡ

ନୂଆଦିଲ୍ଲୀ,୧୫।୧: ଯେକୌଣସି କ୍ରୀଡାରେ ଜଣେ ଯୁବ ଖେଳାଳି ପ୍ରଥମଥର ପାଇଁ ପଡ଼ିଆକୁ ଓହ୍ଲାଇବା ବେଳେ ନିଜର ଛାପ ଛାଡ଼ିବାର ପ୍ରଚେଷ୍ଟା କରିଥାନ୍ତି। ଏପରି କରିବା ଦ୍ୱାରା...

Advertisement
Archives

Model This Week