Posted inଖେଳ

ଭାଙ୍ଗି ପଡ଼ିଲେ ପଞ୍ଜାବ ମାଲିକାଣୀ: ଦେଲେ ଏମିତି ପ୍ରତିକ୍ରିୟା

ନୂଆଦିଲ୍ଲୀ,୩୦।୫: IPL କ୍ୱାଲିଫାୟର-୧ରେ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗସକୁ ୮ ଉଇକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚରେ ପଞ୍ଜାବର ପ୍ରଦର୍ଶନ ନିରାଶାଜନକ ଥିଲା। ଏହାଦେଖି ଦଳର ସହ-ମାଲିକ ପ୍ରୀତି ଜିଣ୍ଟା ବହୁତ ନିରାଶ ହୋଇଥିଲେ। ତାଙ୍କର ପ୍ରତିକ୍ରିୟା ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଟସ୍‌ ଜିତି ବେଙ୍ଗାଲୁରୁ ଅଧିନାୟକ ରଜତ ପଟିଦାର ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତିକୁ ଦଳୀୟ ବୋଲର ସଠିକ୍‌ ପ୍ରମାଣ କରିଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ସାଙ୍ଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୪.୧ ଓଭରରେ ମାତ୍ର ୧୦୧ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଆଇପିଏଲ୍‌ ପ୍ଲେଅଫ୍‌ ଇତିହାସରେ ଏହା ଚତୁର୍ଥ ସର୍ବନିମ୍ନ ଦଳଗତ ସ୍କୋର। ମାର୍କସ ଷ୍ଟୋଇନିସ (୨୬ ରନ, ୨ ଲେଖାଏ ଚୌକା ଓ ଛକା), ପ୍ରଭସିମରନ ସିଂ (୧୮ ରନ, ୨ ଚୌକା ଓ ୧ ଛକା) ଓ ଆଜମାତୁଲା ଓମାରଜାଇ (୧୮ ରନ୍‌, ୧ ଲେଖାଏଁ ଚୌକା ଓ ଛକା)ଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ସ୍କୋର ଛୁଇଁ ପାରିନଥିଲେ। ଆର୍‌ସିବି ପକ୍ଷରୁ ଜୋଶ ହାଜେଲଉଡ୍‌ ଓ ସୁୟଶ ଶର୍ମା ୩ ଲେଖାଏ ଉଇକେଟ ନେଇଥିବା ବେଳେ ୟଶ ଦୟାଲ ଦୁଇଟି ଉଇକେଟ ହାତେଇ ଥିଲେ। ଜବାବରେ ଆର୍‌ସିବି ଆରମ୍ଭରୁ ବିରାଟ କୋହଲି (୧୨)ଙ୍କ ଉଇକେଟ ହରାଇଥିଲା। ହେଲେ ଅନ୍ୟତମ ଓପନର ଫିଲ୍‌ ସଲ୍ଟ ଓ ମୟଙ୍କ ଅଗ୍ରଓ୍ବାଲ ଦ୍ୱିତୀୟ ଉଇକେଟରେ ୫୪ ରନ ଯୋଡ଼ି ଦଳର ବିଜୟ ନିଶ୍ଚିତ କରିଥିଲେ। ମୟଙ୍କ (୧୯ ରନ, ୨ ଚୌକା ଓ ୧ ଛକା) ଆଉଟ୍‌ ହେବା ପରେ ସଲ୍ଟ ଓ ଅଧିନାୟକ ରଜତ ପଟିଦାର ଆବଶ୍ୟକୀୟ ରନ ସଂଗ୍ରହ କରିନେଇଥିଲେ। ସଲ୍ଟ ୨୭ ବଲରେ ୫୬ (୬ ଚୌକା ଓ ୩ ଛକା) ଓ ପଟିଦାର ୧୫ (୧ ଲେଖାଏ ଚୌକା ଓ ଛକା) ରନ କରି ଅପରାଜିତ ରହିଥିଲେ। ପଞ୍ଜାବ ପକ୍ଷରୁ କାଇଲ ଜେମିସନ ଓ ମୁଶିର ଖାନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

ପଞ୍ଜାବ ଦ୍ୱାରା ପ୍ରଦତ୍ତ ୧୦୨ ରନର ଛୋଟିଆ ଟାର୍ଗେଟକୁ ଆର୍‌ସିବି ୧୦ ଓଭରରେ ୨ ଉଇକେଟ ହରାଇ ହାସଲ କରି ନେଇଥିଲା। ଏହି ବିଜୟ ସହ ଆର୍‌ସିବି ପ୍ରଥମ ଦଳ ଭାବେ ଫାଇନାଲରେ ସ୍ଥାନ ପକ୍କା କରିଛି। ଆର୍‌ସିବି ଆଇପିଏଲ୍‌ ଇତିହାସରେ ଚତୁର୍ଥ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ପୂର୍ବରୁ ୨୦୦୯, ୨୦୧୧ ଓ ୨୦୧୬ରେ ଆର୍‌ସିବି ଫାଇନାଲରେ ପରାସ୍ତ ହୋଇଥିଲା। ଅନ୍ୟପକ୍ଷରେ ପରାଜୟ ସତ୍ତ୍ୱେ ପଞ୍ଜାବ ପାଖରେ ଏବେ ବି ଫାଇନାଲରେ ପହଞ୍ଚିବାର ସୁଯୋଗ ରହିଛି। ପଞ୍ଜାବ ଆସନ୍ତା ୧ ତାରିଖରେ ଅହମଦାବାଦରେ ଖେଳାଯିବାକୁଥିବା ଦ୍ୱିତୀୟ କ୍ୱାଲିଫାୟରରେ ଏଲିନେଟର ମ୍ୟାଚ୍‌ର ବିଜେତାକୁ ଭେଟିବ।

ଏହି ସିଜନରେ, ପ୍ରୀତି ଜିଣ୍ଟା ପ୍ରତ୍ୟେକ ମ୍ୟାଚରେ ବହୁତ ଖୁସି ଦେଖାଯାଉଥିଲେ କାରଣ ତାଙ୍କ ଦଳ ଚମତ୍କାର ପ୍ରଦର୍ଶନ କରୁଥିଲା। କିନ୍ତୁ କ୍ୱାଲିଫାୟର-୧ରେ, ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ଥିବା ଦଳର ପ୍ରଦର୍ଶନ ଏପରି ମନେ ହେଉ ନ ଥିଲା। କ୍ୟାମେରା ମ୍ୟାଚରେ ବାରମ୍ବାର ପ୍ରୀତିଙ୍କ ଉପରେ ପଡ଼ୁଥିଲା। ଏଥିରେ ତାଙ୍କର ନିରାଶା ସ୍ପଷ୍ଟ ଭାବରେ ଦେଖାଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖଣି ଅଞ୍ଚଳ: ଜଳବାୟୁ ପରିବର୍ତ୍ତନର ନୂଆ ହଟ୍‌ସ୍ପଟ୍‌

ଖଣିଜ ସମ୍ପଦରେ ଭରପୂର ଯାଜପୁର ଜିଲା ଏବେ ଜଳବାୟୁ ପରିବର୍ତ୍ତନର ନୂଆ ହଟ୍‌ସ୍ପଟ୍‌ ପାଲଟିଛି। ଖଣି ଖନନ, ଜଙ୍ଗଲ କ୍ଷୟ, ପାହାଡ଼ କଟା, ଶିଳ୍ପ ପ୍ରଦୂଷଣ ଓ…

ଟେରାକୋଟା ପ୍ରେମରେ ପୋଲାଣ୍ଡ ମହିଳା: ଶିଖୁଛନ୍ତି ଏହି କଳା

ନୀଳଗିରି,୧୩।୧୧(ପ୍ରଶାନ୍ତ ବିଶ୍ୱାଳ):ଓଡ଼ିଶାର ମାଟି କଳାର ଆକର୍ଷଣ ଟାଣି ଆଣିଛି ବିଦେଶିନୀଙ୍କୁ। ପୋଲାଣ୍ଡ ମହିଳା ମାଗଡାଲେନା କାମିନସ୍କା ଏହି କଳା ଶିକ୍ଷା କରିବାକୁ ଚାଲି ଆସିଛନ୍ତି ବାଲେଶ୍ୱର ଜିଲା…

ପଞ୍ଜାବ କିଙ୍ଗ୍ସକୁ ଯିବା ପରେ ପ୍ରଶ୍ନ ଉଠାଇଲେ ମହମ୍ମଦ କୈଫ୍, କହିଲେ ହାର୍ଦ୍ଦିକଙ୍କ ସବୁଠୁ ବଡ଼ ଭୁଲ….

ନୂଆଦିଲ୍ଲୀ,୧୩।୧୧: ଆଇପିଏଲ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ପରିବର୍ତ୍ତନକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । ଗୁଜରାଟ ଟାଇଟନ୍ସ ଛାଡ଼ି ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବା ହାର୍ଦ୍ଦିକଙ୍କ ପାଇଁ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୧୫ରେ ଅବପାତ, ବାତ୍ୟା ଆକଳନ କଲା ବିଦେଶୀ ମଡେଲ

ଭୁବନେଶ୍ୱର, ୧୩ା୧୧:ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଶୁକ୍ରବାର ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ପରବର୍ତ୍ତୀ ସମୟରେ ଏହା…

ଧର୍ମେନ୍ଦ୍ରଙ୍କ କାର୍ଯ୍ୟକ୍ରମରେ କୃଷ୍ଣଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା: ବଢୁଛି ମନାନ୍ତର

ଢେଙ୍କାନାଳ, ୧୩ା୧୧ (ରତନ ନାୟାର):ଢେଙ୍କାନାଳରେ ଗୁରୁବାର ଭାଜପା ପକ୍ଷରୁ ଅନୁଷ୍ଠିତ ‘ଲୋକତନ୍ତ୍ର ବଞ୍ଚାଅ-ଅରାଜକତା ହଟାଅ’ କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଏମ୍‌ପି ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ।…

ସ୍ତ୍ରୀଙ୍କୁ ଛାଡ଼ି ବିଦେଶ ନ ଯିବା ପାଇଁ ବିମାନ ହାଇଜାକ୍‌ ନାଟକ: କର୍କଟ ରୋଗୀଙ୍କୁ ବାନ୍ଧିଲା ପୋଲିସ

କୋଲକାତା,୧୩ା୧୧: ନିଜର ଅସୁସ୍ଥ ସ୍ତ୍ରୀଙ୍କୁ ଏକାକୀ ଛାଡ଼ି ବିଦେଶରେ ଚାକିରି କରିବାକୁ ଯିବା ପାଇଁ ଇଚ୍ଛା ନ ଥିବାରୁ ବିମାନର ଶୌଚାଳୟରେ ମିଥ୍ୟା ‘ହାଇଜାକ୍‌’ (ବିମାନ ଅପହରଣ)…

ଆର୍‌ବିଆଇର ସର୍ବୋଚ୍ଚ ସୀମା ବାହାରେ ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୩ା୧୧(ପି.ଟି.): ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ସେପ୍ଟେମ୍ବରରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଭିତ୍ତିକ ମୁଦ୍ରାସ୍ଫୀତି ୫.୫୪ ପ୍ରତିଶତ…

IND VS NZ: ଭାରତର ପ୍ଲେଇଂ ୧୧ରେ ୩ଟି ବଡ଼ ପରିବର୍ତ୍ତନ; ୬ଟି ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇଲା ନ୍ୟୁଜିଲ୍ୟାଣ୍ଡ

ନୂଆଦିଲ୍ଲୀ,୧୩।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ ଆଜି ମାଉଣ୍ଟ ମାଉଙ୍ଗାନୁଇ ଠାରେ ଖେଳାଯିବ। ଶୁବମନ ଗିଲଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?