Posted inଖେଳ

ମାଲିକାଣୀଙ୍କ ସହ ଫଟୋ ଶେୟାର କରି ଏମିତି କହିଲେ କ୍ରିକେଟର୍‌

ପଞ୍ଜାବ କିଙ୍ଗ୍ସର ଉଦୀୟମାନ ଖେଳାଳି ଶାହରୁଖ ଖାନ କ୍ରିକେଟ ଜଗତରେ ନିଜ ଜଲଓ୍ବା ଦେଖାଇବାରେ ବ୍ୟସ୍ତ ଅଛନ୍ତି। ଘରୋଇ କ୍ରିକେଟରେ ତାମିଲନାଡୁ ପାଇଁ ଚମତ୍କାର ପ୍ରଦର୍ଶନ କରିବା ପରେ ସେ ଆଇପିଏଲ ୨୦୨୧ ନିଲାମରେ ନିଜର ମୂଳ ମୂଲ୍ୟ ୨୦ ଲକ୍ଷ ଟଙ୍କା ରଖିଥିଲେ, ପରେ ପଞ୍ଜାବ ତାଙ୍କୁ ୫.୨୫ କୋଟି ଟଙ୍କା କିଣିଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟ ତାଙ୍କୁ ନେବା ପାଇଁ ଚାହଁିଥିଲା,କିନ୍ତୁ ପଞ୍ଜାବ ଶେଷରେ କିଣିଥିଲା। ଅବଶ୍ୟ, କରୋନା ଯୋଗୁ ଆଇପିଏଲର ଏହି ସିଜିନ୍‌ର ୨୯ ମ୍ୟାଚ ପରେ ସ୍ଥଗିତ ରଖିବାକୁ ପଡିଲା। ପ୍ରାୟ ସମସ୍ତ ଖେଳାଳି ନିଜ ନିଜ ଘରକୁ ଫେରିଛନ୍ତି। ଏହି ସମୟରେ, ଶାହରୁଖ ଖାନ ପଞ୍ଜାବ କିଙ୍ଗ୍ସର ସହ-ମାଲିକ ପ୍ରୀତି ଜିଣ୍ଟାଙ୍କ ସହ ନିଜର ଏକ ଫଟୋ ଶେୟାର କରିଥିଲେ। ସେ ଫଟୋ କ୍ୟାପସନ ଦେଇଛନ୍ତି, ନୈନା, ୧୨୩ ଟିଙ୍ଗ୍‌ ଟଙ୍ଗ୍‌…। ଏହି ସଂଳାପଟି ବଲିଉଡର ସୁପରହିଟ ଫିଲ୍ମ ‘କାଲ ହୋ ନା ହୋ’ର ଥିଲା। ଏହି ଫିଲ୍ମରେ ବଲିଉଡର କିଙ୍ଗ ଶାହାରୁଖ ଖାନ ଏବଂ ସୈଫ ଅଲି ଖାନଙ୍କ ସହ ପ୍ରୀତି ଜିଣ୍ଟା ନଜର ଆସିଥିଲେ। ତାଙ୍କର ଏହି ଫଟୋ ଏବେ ବହୁତ ଭାଇରାଲ ହେବାରେ ଲାଗିଛି।

 उन्‍होंने फोटो का कैप्‍शन दिया, नैना, 123 टिंगा. उनकी यह फोटो अब काफी वारयल हो रही है.


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏକବିଂଶ ଶତାବ୍ଦୀରେ ଜନ୍ମିତ ପ୍ରଥମ ଖେଳାଳି ଭାବେ ଭାରତ ପକ୍ଷରୁ ଡେବ୍ୟୁ କଲେ ଏହି କ୍ରିକେଟର୍‌

କଲମ୍ବୋ,୨୯।୭: ଆଇପିଏଲରେ ଭଲ ପ୍ରଦର୍ଶନ ପରେ ଯୁବ ବ୍ୟାଟ୍ସମ୍ୟାନ ଦେବଦତ୍ତ ପଡିକଲଙ୍କୁ ପୁରସ୍କୃତ କରାଯାଇଛି। ଆଇପିଏଲରେ ବିରାଟ କୋହଲିଙ୍କ ଦ୍ୱାରା ଅଧିନାୟକ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁରେ...

ସିଏସ୍‌କେ ଭାଗ୍ୟରେ ପଡ଼ିଲା ଟସ୍‌

ମୁମ୍ବାଇ,୩।୪: କ୍ରମାଗତ ଦୁଇଟି ପରାଜୟ ପରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଭାଗରେ ପଡ଼ିଛି ଟସ୍‌। ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ...

ମୁକ୍ତିଙ୍କ କ୍ଲିନିକ୍‌ରେ ସର୍ଦ୍ଦାର, ଧରମବୀର

ଭୁବନେଶ୍ୱର, ୧୯।୧୨(କ୍ରୀଡ଼ା ପ୍ରତିନିଧି)- କେବଳ ଓଡ଼ିଶାର ନୁହେଁ, ଭାରତର ଅନ୍ୟତମ ପ୍ରତିଷ୍ଠିତ ଫିଜିଓ ମୁକ୍ତି ପ୍ରସାଦ ଦାଶଙ୍କ ପାଇଁ ବୁଧବାର ସନ୍ଧ୍ୟା ଆଣିଥିଲା ସ୍ମରଣୀୟ ମୁହୂର୍ତ୍ତ।...

କୋହଲିଙ୍କ ନିଷ୍ପତ୍ତିକୁ ପ୍ରଖ୍ୟାତ ଖେଳାଳିଙ୍କ ସମର୍ଥନ

ଆବୁ ଧାବି,୨୧।୯: ନିଜର ବ୍ୟାଟିଂକୁ ଗୁରୁତ୍ୱ ଦେବା ପାଇଁ ବିରାଟ କୋହଲି ଟି୨୦ ଫର୍ମାଟରେ ଅଧିନାୟକ ପଦ ତ୍ୟାଗ କରି ଅନେକଙ୍କୁ ଚମକାଇ ଦେଇଛନ୍ତି। ତେବେ...

ଟୋକିଓ ଅଲିମ୍ପିକ୍ସ ଉଦ୍‌ଘାଟିତ: ଜାପାନ କଳା, ସଂସ୍କୃତିର ଝଲକ

ଟୋକିଓ,୨୪।୭ (ପି.ଟି.): କୋଭିଡ୍‌-୧୯ ପ୍ରକୋପ ଜାରି ରହିଥିବା ସତ୍ତ୍ୱେ ଶୁକ୍ରବାର ରାତିରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଟୋକିଓ ଅଲିମ୍ପିକ୍ସ ଉଦ୍‌ଘାଟିତ ହୋଇଛି। ମହାମାରୀ କାରଣରୁ...

ବରଫ ପାହାଡ ଉପରୁ ନୂଆବର୍ଷ ଶୁଭେଚ୍ଛା ଜଣାଇଲେ ବିରୁଷ୍କା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ନୂଆବର୍ଷ ପାଳିବା ପାଇଁ ସୁଇଜରଲାଣ୍ଡରେ ପହଞ୍ଚିଛନ୍ତି। ସେଠାରେ ବରଫ...

ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ୍‌: କୋହଲିଙ୍କ ଶୀର୍ଷ ସ୍ଥାନର ନିକଟତର ରୋହିତ

ଲଣ୍ଡନ, ୮।୭(ପି.ଟି.)- ଚଳିତ ବିଶ୍ୱକପ୍‌ରେ ଜବରଦସ୍ତ ପ୍ରଦର୍ଶନ କରି ଭାରତୀୟ ତାରକା ଓପନର ରୋହିତ ଶର୍ମା ଏବେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ...

ଚେନ୍ନାଇନ୍‌ ଏଫ୍‌ସିରେ ତାଜିକ୍‌ସ୍ତାନ ଓ୍ବିଙ୍ଗର ଫାତ୍‌ଖୁଲୋଭ୍‌

ଚେନ୍ନାଇ, ୧୬ା୧୦ (ପି.ଟି.)-ଦୁଇଥର ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ) ଚାମ୍ପିୟନ ଚେନ୍ନାଇନ ଏଫ୍‌ସି ସିଜନ ୨୦୨୦-୨୧ ପାଇଁ ତାଜିକ୍‌ସ୍ତାନ ଓ୍ବିଙ୍ଗର ଫାତ୍‌ଖୁଲୋ ଫାତ୍‌ଖୁଲୋଭ୍‌ଙ୍କ ସହିତ ଚୁକ୍ତି...

Advertisement
Archives

Model This Week