Posted inଜାତୀୟ

ଜେଲ୍‌ ଭାଙ୍ଗି ଫେରାର ହେବାକୁ ଉଦ୍ୟମ କରୁଛନ୍ତି ଆତଙ୍କବାଦୀ: ଆଲର୍ଟ ଜାରି କଲା ଗୁଇନ୍ଦା ବିଭାଗ

ଚଣ୍ଡିଗଡ଼,୬।୬: ଗତ ମାସରେ ପଞ୍ଜାବର ଗୋଇନ୍ଦା ବିଭାଗର କାର୍ଯ୍ୟାଳୟରେ ଆକ୍ରମଣ ପରେ ପଞ୍ଜାବ ଜେଲ୍‌ରେ ଏବେ ଆତଙ୍କବାଦୀ ଆକ୍ରମଣର ଭୟ ରହିଛି। ଏସମ୍ପର୍କରେ ପଞ୍ଜାବ ପୋଲିସକୁ ଗୋଇନ୍ଦା ଏଜେନ୍ସିମାନେ ସତର୍କ କରାଇଛନ୍ତି। ଏଜେନ୍ସି ପକ୍ଷରୁ କରାଯାଇଥିବା ଆଲର୍ଟରେ କୁହାଯାଇଛି ଯେ, ରାଜ୍ୟର ୪ଟି ଜେଲରେ ଆତଙ୍କବାଦୀ ଆକ୍ରମଣ ଜରିଆରେ ଜେଲ୍‌ଭାଙ୍ଗି ଫେରାର ହେବାକୁ ଉଦ୍ୟମ କରାଯାଇପାରେ। ଏହାପୂର୍ବରୁ ଏପ୍ରିଲରେ ଚଣ୍ଡିଗଡ଼ ନିକଟସ୍ଥ ବୁଡେଲ ଜେଲ୍‌ର କାନ୍ଥ ନିକଟରେ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଥିଲା। ତେବେ ଗୋଇନ୍ଦା ବିଭାଗରୁ ମିଳିଥିବା ଖବର ଅନୁଯାୟୀ, ପାକିସ୍ତାନର ଗୋଇନ୍ଦା ଏଜେନ୍ସି ଆଇଏସ୍‌ଆଇ ପଞ୍ଜାବରେ ଲଗାତର ଭାବେ ଗୋଟିଏ ପରେ ଗୋଟିଏ ଷଡ଼ଯନ୍ତ୍ର ରଚିବାରେ ଲାଗିଛି। ଆଗକୁ ପଞ୍ଜାବର ୪ଟି ପ୍ରମୁଖ ଜେଲ୍‌ ଉପରେ ଆକ୍ରମଣ କରି ଜେଲ୍‌ଭାଙ୍ଗି କଏଦୀଙ୍କୁ ଫେରାର କରିବାକୁ ଯୋଜନା କରୁଥିବା ସୂତ୍ରରୁ ପ୍ରକାଶ ପାଇଛି। ସୂଚନା ମୁତାବକ, ଯେଉଁ ଜେଲ୍‌ରେ ଆତଙ୍କବାଦୀ ଆକ୍ରମଣରେ ଜେଲ୍‌ଭାଙ୍ଗିବା ପାଇଁ ଷଡଯନ୍ତ୍ର କରାଯାଉଛି, ସେଥିରେ ବଠିଣ୍ଡା ଜେଲ୍‌, ଫିରୋଜପୁର, ଅମୃତସର ଏବଂ ଲୁଧିଆନା ଜେଲ୍‌ ରହିଛି। ଗୋଇନ୍ଦା ଏଜେନ୍ସି ଅନୁଯାୟୀ, ପାକିସ୍ତାନରେ ବସିଥିବା ବାବର ଖାଲସା ଇଣ୍ଟରନ୍ୟାସନାଲର ଆତଙ୍କବାଦୀ ମାଷ୍ଟରଙ୍କୁ ଏହି ଷଡଯନ୍ତ୍ରର ଦାୟିତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Rule Change From 1st August: ପହିଲାରୁ ବଦଳିବ ଏହି ୫ ବଡ଼ ନିୟମ! LPG, ବ୍ୟାଙ୍କ ଠାରୁ ନେଇ ଟ୍ରେନ୍ ଟିକେଟ୍ ପର୍ଯ୍ୟନ୍ତ ପଡିବ ପ୍ରଭାବ, ଜାଣନ୍ତୁ…

ନୂଆଦିଲ୍ଲୀ, ୨୮।୭: ଜୁଲାଇ ମାସ ଶେଷ ହେବାକୁ ଯାଉଛି, ଏବଂ ଚାରି ଦିନ ପରେ ଅର୍ଥାତ୍ ଅଗଷ୍ଟ ମାସ ଆରମ୍ଭ ହେବା ସହ ଅନେକ ବଡ଼ ପରିବର୍ତ୍ତନ…

ମହାକାଶରୁ ପାକିସ୍ତାନରେ ଦେଖାଗଲା ଭୟଙ୍କର ଦୃଶ୍ୟ! ବୈଜ୍ଞାନିକ କହିଲେ ୬ କୋଟି ବର୍ଷ ହେଲା…

ନୂଆଦିଲ୍‌ଲୀ,୨୮।୭: ପାକିସ୍ତାନରେ ଏକ ବିଶାଳ ବିଞ୍ଚଣା ଭଳି ଆକୃତି ରହିଛି, ଯାହା ମହାକାଶରୁ ମଧ୍ୟ ସ୍ପଷ୍ଟ ଦେଖାଯାଏ। ନାସାର ଟେରା ସାଟେଲାଇଟ୍ (Terra Satellite) ଏହି ଆକୃତିର…

ହାତଛଡ଼ା ହେଲା ସ୍ବର୍ଣ୍ଣ, ରୌପ୍ୟ ପାଇଲେ ଅଜୟ

ଗ୍ଲାସ୍‌ଗୋ,୨୮ା୭: ଭାରତର ଉଦୀୟମାନ ଭାରୋତ୍ତୋଳକ ଭେଲୁରି ଅଜୟ ବାବୁ ମଙ୍ଗଳବାର ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ସେ ପୁରୁଷ ୭୯ କେଜି କାଟେଗୋରୀରେ ଏହି…

ସରକାରଙ୍କୁ ପୁଣି ବଡ଼ ଆନ୍ଦୋଳନର ଧମକ ଦେଲେ ଅଭିଜିତ ଦିପ୍‌କେ, କହିଲେ ସର୍ତ୍ତ ନ ରଖିଲେ…

ନୂଆଦିଲ୍‌ଲୀ,୨୮।୭: କକରୋଚ ଜନତା ପାର୍ଟି (CJP) ର ସଂସ୍ଥାପକ ଅଭିଜିତ୍ ଦୀପକେ ପୁଣି ଥରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ପୋଲିସ ପକ୍ଷରୁ…

କୃତିମ ସୂର୍ଯ୍ୟ ତିଆରି କରୁଛି ଚାଇନା, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମ୍ୟାଗନେଟ୍‌ର ପରୀକ୍ଷଣ ସଫଳ

ନୂଆଦିଲ୍‌ଲୀ,୨୮।୭: ପୃଥିବୀରେ ଶକ୍ତିର ସନ୍ଧାନ ମଧ୍ୟରେ ଚୀନ୍ ଏକ ବଡ଼ ସଫଳତା ହାସଲ କରିଛି। ଚୀନ୍ ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ଫ୍ୟୁଜନ୍ ମ୍ୟାଗନେଟ୍ (Superconducting Fusion…

ଭଦ୍ରକରେ ବୁଧବାର ସମସ୍ତ ସ୍କୁଲ-ଅଙ୍ଗନବାଡ଼ି ଛୁଟି

ଭଦ୍ରକ,୨୮।୭: ପ୍ରବଳ ବର୍ଷା ଏବଂ ଖରାପ ପାଗକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ଅର୍ଥାତ ବୁଧବାର ଜିଲାର…

ଟ୍ରେନ ଆଗକୁ ଡେଇଁ ପଡ଼ିଲେ ମହିଳା, ଆଉ ତା’ପରେ…

ବଲାଙ୍ଗୀର,୨୮।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଖୁଜେନପାଲି କବାଟପଡ଼ା ରେଳ ଲାଇନ୍‌ ନିକଟରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ରେଳବାଇ ପୋଲିସ ଉଦ୍ଧାର କରିଛି। ମହିଳାଙ୍କ ପରିଚୟ ମିଳି…

ଛାତ୍ର ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଗିରଫ ଛାତ୍ରଙ୍କୁ ମୁକ୍ତ କର…

ନୂଆଦିଲ୍‌ଲୀ,୨୮।୭: ମଙ୍ଗଳବାର, ସୁପ୍ରିମକୋର୍ଟ ଛାତ୍ର ପ୍ରଦର୍ଶନରେ ସାମିଲ ଥିବା ପ୍ରତିବାଦକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ବିଭିନ୍ନ ଆବେଦନର ଶୁଣାଣି ସମୟରେ, କୋର୍ଟ କହିଛନ୍ତି ଯେ ଦିଲ୍ଲୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri