Posted inଜାତୀୟ

ଗାଈ ଜୀବନ ବଞ୍ଚାଇଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୧୫।୧୧: ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବା ପରେ ଚରଣଜିତ ସିଂ ଚନ୍ନି ତାଙ୍କ ସାମାଜିକ କାର୍ଯ୍ୟ ପାଇଁ କ୍ରମାଗତ ଭାବରେ ଚର୍ଚ୍ଚାରେ ରହିଛନ୍ତି। ସାଧାରଣ ଲୋକଙ୍କ ପାଇଁ ତାଙ୍କ ଦ୍ୱାର ଖୋଲା ରଖିବା ବିଷୟରେ ସେ ସର୍ବଦା କହିଆସିଛନ୍ତି। ଏପରିକି ଫୋନରେ ଲୋକଙ୍କ ଅଭିଯୋଗ ଶୁଣିବାକୁ ସେ ପସନ୍ଦ କରନ୍ତି। ନିକଟରେ ତାଙ୍କର ଏକ କାର୍ଯ୍ୟକୁ ଖୁବ୍‌ ବସନ୍ଦ କରାଯାଉଛି। ରବିବାର ମଧ୍ୟରାତ୍ରିରେ ସେ ତାଙ୍କ କର୍ମଚାରୀ ଏବଂ ଅନ୍ୟମାନେ ପଞ୍ଜାବର ରୁପନଗରର ଏକ ଗାତରେ ପଡ଼ିଥିବା ଗାଈର ଜୀବନ ରକ୍ଷା କରିଥିଲେ। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି।
ମୁଖ୍ୟମନ୍ତ୍ରୀ ରବିବାର ମଧ୍ୟରାତ୍ରୀରେ ଚାମକୌର ସାହିବରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଘରକୁ ଫେରୁଥିଲେ। ଏହି ସମୟରେ କାରରେ ବସିଥିବା ବେଳେ ତାଙ୍କ ଆଖି ଗାତରେ ଫସି ରହିଥିବା ଗାଈ ଉପରେ ପଡିଯାଇଥିଲା। ମୁଖ୍ୟମନ୍ତ୍ରୀ ତାଙ୍କ କାର୍‌ ଅଟକାଇଥିଲେ ଏବଂ ତାଙ୍କ ସୁରକ୍ଷା କର୍ମୀଙ୍କ ସହ ଗାଈକୁ ବାହାରକୁ ଆଣିବାକୁ ଚେଷ୍ଟା କରିଥିଲେ।
ଗାଈ ଗୋଡ଼ରେ ଏକ ଦଉଡି ବାନ୍ଧି ତାକୁ କିପରି ବାହାରକୁ ଆଣିବେ ସେନେଇ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ପରାମର୍ଶ ଦେଉଥିବାର ଦେଖାଯାଇଥିଲା। ଏହି ସମୟରେ ଗାଈ କୌଣସି ପ୍ରକାରେ ଆଘାତ ନ ହେବା ଉଚିତ୍‌ ବୋଲି ମଧ୍ୟ ଧ୍ୟାନ ଦିଆଯାଇଥିଲା। ପ୍ରାୟ ଅଧ ଘଣ୍ଟା ଧରି ଗାଈକୁ ବାହାରକୁ ଆଣିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡିଥିଲା। ବହୁ ପରିଶ୍ରମ ପରେ ଗାଈକୁ ବାହାରକୁ ଅଣାଯାଇଥିଲେ। ଗାଈ ବାହାରକୁ ଆସିବା ପରେ ତା’ ପାଦକୁ ଚୁଇଁ ମୁଖ୍ୟମନ୍ତ୍ରୀ ସେଠାରୁ ବିଦାୟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ମିଳିବ ମୋଦି ଇଡ୍‌ଲୀ, ୧୦ ଟଙ୍କାରେ ଏତିକିଟା ଖାଇପାରିବେ

ଚେନ୍ନାଇ,୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ତାମିଲନାଡୁର ସାଲେମ ସହରରେ ମୋଦି ଇଡ୍‌ଲୀ ବିକ୍ରି ପାଇଁ ପ୍ରସ୍ତୁତି ଚାଲିଛି। ସହରର ପ୍ରଥମ ୨୨ଟି...

ଠକିଗଲେ ଚାଷୀକୁଳ

ନୂଆଦିଲ୍ଲୀ,୨ା୨:୩ ନୂଆ କୃଷି ଆଇନକୁ ନେଇ ମୁହଁାମୁହିଁ ସ୍ଥିତିରେ କେନ୍ଦ୍ର ସରକାର ଓ କୃଷକ ସଙ୍ଗଠନ। ଏହି ବିବାଦୀୟ ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀର ସିଙ୍ଘୁ,...

ମୋଦିଙ୍କ ମାନବିକତା ଗଲା କୁଆଡ଼େ ପ୍ରଶ୍ନ କଲେ ମେହବୁବା

ଶ୍ରୀନଗର, ୪।୮: ଜମ୍ମୁ-କଶ୍ମୀରରେ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅଜଣା ଆତଙ୍କ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି।...

ମୋବାଇଲ୍‌ ଧରୁଥିବା ଝିଅ ନୁହନ୍ତି, ୪୦-୫୦ ବର୍ଷୀୟ ମହିଳା ମୋଦିଙ୍କ ଦ୍ୱାରା ଅଧିକ ପ୍ରଭାବିତ ହୁଅନ୍ତି: ଦିଗ୍‌ବିଜୟ

ଭୋପାଳ,୨୬।୧୨: କଂଗ୍ରେସ ନେତା ଦିଗ୍‌ବିଜୟ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ସମ୍ପର୍କରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ କାର୍ଯ୍ୟକ୍ରମକୁ...

ଜୁନ୍‌ ୨୪ ସୁଦ୍ଧା ପରୀକ୍ଷା ହେଲାଣି ୭୫ ଲକ୍ଷ ନମୁନା: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୨୫।୬: କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢି ଚାଲିଥିବା ବେଳେ ଏହାର ନମୁନା ପରୀକ୍ଷା ଯେତେଶୀଘ୍ର ହୋଇ ପାରିବ ସେତେଶୀଘ୍ର ସଂକ୍ରମିତଙ୍କୁ ଚିହ୍ନଟ...

ସୁପ୍ରିମକୋର୍ଟ ଗଲେ ସୁରଜେୱାଲା

ନୂଆଦିଲ୍ଲୀ,୧୮।୧୧: ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ ବ୍ୟୁରୋ (ସିବିଆଇ) ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବଢ଼ାଇବାକୁ ଅଧ୍ୟାଦେଶ ବିରୋଧରେ କଂଗ୍ରେସ ଗୁରୁବାର ସୁପ୍ରିମକୋର୍ଟରେ...

ଅଧାରୁ ବନ୍ଦ ହେଲା କଂଗ୍ରେସର ପଦଯାତ୍ରା

ବେଙ୍ଗାଲୁରୁ,୧୩।୧: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କର୍ନାଟକରେ ଚାଲିଥିବା କଂଗ୍ରେସ ପଦଯାତ୍ରାକୁ ଗୁରୁବାର ଅଧାରୁ ବନ୍ଦ କରି ଦିଆଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଫୋନ...

ସୁଷମାଙ୍କୁ ମନେପକାଇ ଭୋ ଭୋ ହୋଇ କାନ୍ଦିଲେ ରମା ଦେବୀ

ନୂଆଦିଲ୍ଲୀ, ୭।୮: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତ୍ରୀ ସୁଷମା ସୱରାଜଙ୍କର ମଙ୍ଗଳବାର ରାତିରେ ପରଲୋକ ହୋଇଯାଇଛି। ଏ ଘଟଣା ଅନେକଙ୍କୁ ଆଶ୍ଚର୍ଯ୍ୟ...

Advertisement
Archives

Model This Week