Posted inଜାତୀୟ

ଆଇନଜୀବୀ ନିର୍ଭୟ ହୋଇ କାମ କରିବା ଆବଶ୍ୟକ…

ବେଙ୍ଗାଲୁରୁ,୧୫।୧୧: ଲୋକଙ୍କୁ ନ୍ୟାୟିକ ସହାୟତା ପ୍ରଦାନ କ୍ଷେତ୍ରରେ ଆଇନଜୀବୀ ନିର୍ଭୟ ହୋଇ କାମ କରିବା ଆବଶ୍ୟକ। ଜଣେ କଷ୍ଟମ ଅଧିକାରୀଙ୍କ ପକ୍ଷରୁ ଆଇନଜୀବୀଙ୍କ ବିରୋଧରେ ଦାଖଲ କରାଯାଇଥିବା ଏକ ଅଭିଯୋଗକୁ କର୍ନାଟକ ହାଇକୋର୍ଟ ଖାରଜ କରି ଏଭଳି କହିଛନ୍ତି। କୋର୍ଟ କହିଛନ୍ତି ଯେ, ଆଇନଜୀବୀଙ୍କ ପାଇଁ ଏକ ନିର୍ଭୟ ପରିବେଶ ଆବଶ୍ୟକ। ଯାହାଦ୍ୱାରା ସେମାନେ ଭୟ ନ କରି ଯେକୌଣସି ମାମଲାରେ ଖଣ୍ଡପୀଠଙ୍କ ସମ୍ମୁଖରେ ନିଜର ଯୁକ୍ତି ଉପସ୍ଥାପନ କରି ପାରିବେ।

ବିଚାରପତି କୃଷ୍ଣ ଏସ୍‌. ଦୀକ୍ଷୀତ୍‌ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଆଇନ ଏକ ପ୍ରତିଷ୍ଠିତ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଅନ୍ୟାୟ ବିରୋଧୀ ଲଢ଼େଇରେ ଆଶା ବିଶ୍ୱାସ ସୃଷ୍ଟି କରି ନ୍ୟାୟ ପ୍ରଦାନ କରିଥାଏ। ଏପରିସ୍ଥଳେ ଆଇନଜୀବୀଙ୍କ ପ୍ରତିଭାଶାଳୀ ବୁଦ୍ଧିର ବିକାଶ ଏବଂ ସୁସ୍ଥ ନ୍ୟାୟିକ ପରମ୍ପରା ଲାଗି ଭୟର ବାତାବରଣରୁ ଦୂରେଇ କାର୍ଯ୍ୟ କରିବା ଅପରିହାର୍ଯ୍ୟ ବୋଲି ସେ କହିଛନ୍ତି। ନିଜର ସୃଜନଶୀଳ ବିଚାରଧାରାକୁ ଆଗକୁ ବଢ଼ାଇବା ଲାଗି ଆଇନଜୀବୀମାନେ ସ୍ବତନ୍ତ୍ର ଭାବେ କାମ କରିବାର ଆବଶ୍ୟକତା ରହିଛି। ମୁକ୍ତ ବିଚାର ଧାରା କ୍ଷେତ୍ରରେ ସମୟ ସମୟରେ କିଛି ବାଧା ସୃଷ୍ଟି ହୋଇଥାଏ। କେହିକେହି ଏହାକୁ ନେଇ ଟିପ୍ପଣୀ ମଧ୍ୟ ଦେଇଥାନ୍ତି। ତେବେ ଏସବୁର ସ୍ବାଗତ କରାଯିବା ଉଚିତ ବୋଲି ଖଣ୍ଡପୀଠ କହିଛନ୍ତି। ଏହାଦ୍ୱାରା ଆଇନ ବ୍ୟବସ୍ଥା ଅଧିକ ସହଜ ହେବା ସହିତ ନାଗରିକଙ୍କ ସ୍ବତନ୍ତ୍ରତାରେ ବିକାଶ ଘଟିପାରିଥାଏ।

ସେହିପରି ନ୍ୟାୟାଳୟ ଏବଂ ନ୍ୟାୟ ନିର୍ଣ୍ଣାୟକ ପ୍ରାଧିକରଣ ଅଧିକ ସମ୍ବେଦନଶୀଳ ମଧ୍ୟ ନହେବା ଆବଶ୍ୟକ। ଏହା ସହିତ ନ୍ୟାୟିକ ବ୍ୟବସ୍ଥାର ସଞ୍ଚାଳନରେ ଆଇନଜୀବୀଙ୍କୁ ଅଧିକ ବ୍ୟବହାରିକ କରାଇବା ଉଚିତ। ଜଣେ ସୈନିକ ରାଷ୍ଟ୍ର ପାଇଁ କରୁଥିବା କାର୍ଯ୍ୟ ଭଳି ଆଇନ ବ୍ୟବସ୍ଥା କ୍ଷେତ୍ରରେ ଆଇନଜୀବୀ ମଧ୍ୟ ସମାନ କାମ ସମାଜ ଲାଗି କରିଥାନ୍ତି ବୋଲି ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚକୋଲେଟ ଖାଇ ୪ଶିଶୁ ମୃତ

କୁଶୀନଗର,୨୩।୩: ଉତ୍ତରପ୍ରଦେଶର କୁଶୀନଗରରେ ୪ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ଏକାସାଙ୍ଗରେ ୪ଜଣଙ୍କ ମୃତ୍ୟୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଛି। ମୃତକ ମଧ୍ୟରେ...

ହୋଲି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮।୩: ସାରା ଦେଶରେ ରଙ୍ଗର ପର୍ବ ହୋଲି ଧୂମଧାମରେ ପାଳନ କରାଯାଏ। ହୋଲି ଅବସରରେ ଲୋକମାନେ ରଙ୍ଗରେ ଭିଜୁଥିବା ଦେଖାଯାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ...

୨୪ ଘଣ୍ଟାରେ ୧୨୩ ଆକ୍ରାନ୍ତ…

ନୂଆଦିଲ୍ଲୀ, ୬।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ...

ଜାଲିଆନଓ୍ବାଲା ବାଗ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଜାଲିଆନଓ୍ବାଲା ବାଗ ହତ୍ୟାକାଣ୍ଡର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏମାନଙ୍କ ବିରତ୍ୱ ଯୁଗ ଯୁଗ ଧରି ଭାରତବାସୀଙ୍କୁ ପ୍ରେରଣା ଦେବ...

ସ୍ପଷ୍ଟ କଲେ ରାହୁଲ ଗାନ୍ଧୀ: କହିଲେ, ମୁଁ ଏବେ ଦଳର ଅଧ୍ୟକ୍ଷ ନାହିଁ, କଂଗ୍ରେସ ଯେତେଶୀଘ୍ର ସମ୍ଭବ ଅଧ୍ୟକ୍ଷ ବାଛୁ

ନୂଆଦିଲ୍ଲୀ, ୩।୭: ଗୋଟେ ପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଇସ୍ତଫା ଦେବାପାଇଁ ଜିଦ ଧରିଛନ୍ତି, ଅନ୍ୟପକ୍ଷରେ ପୂରା କଂଗ୍ରେସ ତାଙ୍କୁ ମନାଇବାରେ ଲାଗିଛି। କିନ୍ତୁ...

ହଠାତ୍‌ ରକ୍ତ ପରି ଲାଲ୍‌ ହେଲା ନଦୀ ପାଣି: ଦୋଷୀଙ୍କ ବିରୋଧରେ ୧ ଲକ୍ଷ ରାଶି ପୁରସ୍କାର ଘୋଷଣା

ମୁମ୍ବାଇ,୨୨ା୧୧: ମହାରାଷ୍ଟ୍ରର ଥାନେ ଜିଲା ଭାଲଧୁନି ନଦୀର ଜଳ ହଠାତ୍‌ ଲାଲ୍‌ ରଙ୍ଗ ଦେଖାଯାଇଥିଲା। ଏହା ପରେ ସୋସିଆଲ ମିଡିଆରେ ନଦୀର ଫଟୋ ଭାଇରାଲ ହୋଇଥିଲା।...

ଚଳନ୍ତା ବସ୍‌ରେ ସନ୍ତାନ ପ୍ରସବ କଲେ ମହିଳା, ଯାତ୍ରୀମାନେ କଲେ ସାହାଯ୍ୟ

ମୁମ୍ବାଇ,୨୫ା୧୦: କର୍ନାଟକର ଦେବଦୁର୍ଗରୁ ପୁଣେ ଯାଉଥିବା ଜଣେ ମହିଳା ଏକ ଚଳନ୍ତା ବସ୍‌ରେ ସନ୍ତାନ ପ୍ରସବ କରିଛନ୍ତି। ପ୍ରସବ ପରେ ମହିଳା ଏବଂ ତାଙ୍କ ନବଜାତକ...

ମହାରାଷ୍ଟ୍ର ରାଜନୀତି: ଉଦ୍ଧବଙ୍କ ହାତରେ କ୍ଷମତା ରିମୋର୍ଟ କଣ୍ଟ୍ରୋଲ; କହିଲା ଶିବସେନା

ମୁମ୍ବାଇ,୨୭।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ଏବେ ସରକାର ଗଠନ ପାଇଁ ଭାଜପା-ଶିବସେନା ମଧ୍ୟରେ ଛକାପଞ୍ଝା ଜାରି ରହିଛି। ତେବେ ଉଦ୍ଧବ ଠାକ୍‌ରେଙ୍କ ହାତରେ କ୍ଷମତା...

Advertisement
Archives

Model This Week