Posted inଜାତୀୟ

ଆଇନଜୀବୀ ନିର୍ଭୟ ହୋଇ କାମ କରିବା ଆବଶ୍ୟକ…

ବେଙ୍ଗାଲୁରୁ,୧୫।୧୧: ଲୋକଙ୍କୁ ନ୍ୟାୟିକ ସହାୟତା ପ୍ରଦାନ କ୍ଷେତ୍ରରେ ଆଇନଜୀବୀ ନିର୍ଭୟ ହୋଇ କାମ କରିବା ଆବଶ୍ୟକ। ଜଣେ କଷ୍ଟମ ଅଧିକାରୀଙ୍କ ପକ୍ଷରୁ ଆଇନଜୀବୀଙ୍କ ବିରୋଧରେ ଦାଖଲ କରାଯାଇଥିବା ଏକ ଅଭିଯୋଗକୁ କର୍ନାଟକ ହାଇକୋର୍ଟ ଖାରଜ କରି ଏଭଳି କହିଛନ୍ତି। କୋର୍ଟ କହିଛନ୍ତି ଯେ, ଆଇନଜୀବୀଙ୍କ ପାଇଁ ଏକ ନିର୍ଭୟ ପରିବେଶ ଆବଶ୍ୟକ। ଯାହାଦ୍ୱାରା ସେମାନେ ଭୟ ନ କରି ଯେକୌଣସି ମାମଲାରେ ଖଣ୍ଡପୀଠଙ୍କ ସମ୍ମୁଖରେ ନିଜର ଯୁକ୍ତି ଉପସ୍ଥାପନ କରି ପାରିବେ।

ବିଚାରପତି କୃଷ୍ଣ ଏସ୍‌. ଦୀକ୍ଷୀତ୍‌ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଆଇନ ଏକ ପ୍ରତିଷ୍ଠିତ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଅନ୍ୟାୟ ବିରୋଧୀ ଲଢ଼େଇରେ ଆଶା ବିଶ୍ୱାସ ସୃଷ୍ଟି କରି ନ୍ୟାୟ ପ୍ରଦାନ କରିଥାଏ। ଏପରିସ୍ଥଳେ ଆଇନଜୀବୀଙ୍କ ପ୍ରତିଭାଶାଳୀ ବୁଦ୍ଧିର ବିକାଶ ଏବଂ ସୁସ୍ଥ ନ୍ୟାୟିକ ପରମ୍ପରା ଲାଗି ଭୟର ବାତାବରଣରୁ ଦୂରେଇ କାର୍ଯ୍ୟ କରିବା ଅପରିହାର୍ଯ୍ୟ ବୋଲି ସେ କହିଛନ୍ତି। ନିଜର ସୃଜନଶୀଳ ବିଚାରଧାରାକୁ ଆଗକୁ ବଢ଼ାଇବା ଲାଗି ଆଇନଜୀବୀମାନେ ସ୍ବତନ୍ତ୍ର ଭାବେ କାମ କରିବାର ଆବଶ୍ୟକତା ରହିଛି। ମୁକ୍ତ ବିଚାର ଧାରା କ୍ଷେତ୍ରରେ ସମୟ ସମୟରେ କିଛି ବାଧା ସୃଷ୍ଟି ହୋଇଥାଏ। କେହିକେହି ଏହାକୁ ନେଇ ଟିପ୍ପଣୀ ମଧ୍ୟ ଦେଇଥାନ୍ତି। ତେବେ ଏସବୁର ସ୍ବାଗତ କରାଯିବା ଉଚିତ ବୋଲି ଖଣ୍ଡପୀଠ କହିଛନ୍ତି। ଏହାଦ୍ୱାରା ଆଇନ ବ୍ୟବସ୍ଥା ଅଧିକ ସହଜ ହେବା ସହିତ ନାଗରିକଙ୍କ ସ୍ବତନ୍ତ୍ରତାରେ ବିକାଶ ଘଟିପାରିଥାଏ।

ସେହିପରି ନ୍ୟାୟାଳୟ ଏବଂ ନ୍ୟାୟ ନିର୍ଣ୍ଣାୟକ ପ୍ରାଧିକରଣ ଅଧିକ ସମ୍ବେଦନଶୀଳ ମଧ୍ୟ ନହେବା ଆବଶ୍ୟକ। ଏହା ସହିତ ନ୍ୟାୟିକ ବ୍ୟବସ୍ଥାର ସଞ୍ଚାଳନରେ ଆଇନଜୀବୀଙ୍କୁ ଅଧିକ ବ୍ୟବହାରିକ କରାଇବା ଉଚିତ। ଜଣେ ସୈନିକ ରାଷ୍ଟ୍ର ପାଇଁ କରୁଥିବା କାର୍ଯ୍ୟ ଭଳି ଆଇନ ବ୍ୟବସ୍ଥା କ୍ଷେତ୍ରରେ ଆଇନଜୀବୀ ମଧ୍ୟ ସମାନ କାମ ସମାଜ ଲାଗି କରିଥାନ୍ତି ବୋଲି ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ମାଫିଆ ସକ୍ରିୟ, ସାରର କୃତ୍ରିମ ସଙ୍କଟ, ଚାଷୀ ହଟହଟା

ବରଗଡ଼,୨୪।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷକାର୍ଯ୍ୟକୁ ୨ମାସ ବିତି ଯାଇଛି। ଏହାସତ୍ତ୍ୱେ ଜିଲାରେ ସାରର କୃତ୍ରିମ ସଙ୍କଟ ଦେଖାଯାଇଛି। ଜିଲା କୃଷି ବିଭାଗ ଜିଲାରେ ପର୍ଯ୍ୟାପ୍ତ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ହାତୀ ନଦୀରେ ବନ୍ୟା: ଧୋଇନେଲା ରାସ୍ତା, ଜୁନାଗଡ଼-କଲମପୁର ଯାତାୟାତ ବିଚ୍ଛିନ୍ନ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ୨ ଦିନ ଧରି ଲଗାଣବର୍ଷା ଯୋଗୁ ନଦୀଗୁଡିକର ଜଳସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାର ମଧ୍ୟଭାଗରେ ପ୍ରବାହିତ ହେଉଥିବା…

କେରଳ ସୁନ୍ଦରୀ କୈଜିଆ ଲିଜ ମାଜ୍ଜୋ ହେଲେ ମିସ ଇଣ୍ଡିଆ ୟୁନିଭର୍ସ 2026, ମୁକୁଟ ପିନ୍ଧାଇଲେ ମନିକା ବିଶ୍ୱକର୍ମା

ନୂଆଦିଲ୍ଲୀ,୨୪।୮: ମିସ ୟୁନିଭର୍ସ ଇଣ୍ଡିଆ ୨୦୨୬ ହେଉଛି ମିସ ୟୁନିଭର୍ସ ଇଣ୍ଡିଆ ପ୍ରତିଯୋଗିତାର ତୃତୀୟ ସଂସ୍କରଣ, ଯାହା ୨୩ ଅଗଷ୍ଟ, ୨୦୨୬ରେ ରାଜସ୍ଥାନର ଜୟପୁରର ଜୀ ଷ୍ଟୁଡିଓରେ…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

୬୩ ବର୍ଷ ତଳେ ପେଟ୍ରୋଲ ଦର ଥିଲା ୭୨ ପଇସା, ରସିଦ୍‌ ପ୍ରଦାନ କରି ଅବସରପ୍ରାପ୍ତ ଏସ୍‌ବିଆଇ ଅଧିକାରୀ କହିଲେ…

କଟକ ସଦର,୨୪ା୮(ସୁଶାନ୍ତ କୁମାର ଜେନା): ବର୍ତ୍ତମାନ ପେଟ୍ରୋଲ ଦର ସ୍ଥାନ ବିଶେଷରେ ୧୧୦ ଟଙ୍କାରେ ପହଞ୍ଚିଲାଣି। ଦର ବଢ଼ିବା ସହିତ ଚାହିଦା ମଧ୍ୟ ଦିନକୁ ଦିନ ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri