ପଞ୍ଜାବ ବିଧାନସଭା ନିର୍ବାଚନ, ବଳାତ୍କାର-ହତ୍ୟା ଅଭିଯୁକ୍ତ ମଇଦାନରେ, ଶିରୋମଣୀ ଅକାଳୀ ଦଳ ଆଗରେ…

ଚଣ୍ଡିଗଡ଼, ୧୫।୨ : ଫେବୃୟାରୀ ୨୦ରେ ପଞ୍ଜାବର ୧୧୭ଟି ବିଧାନସଭା ଆସନରେ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି। ନିର୍ବାଚନରେ ୧୩୦୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେଥିମଧ୍ୟରୁ ଲୁଧିଆନାର ୧୪ ଆସନରେ ସର୍ବାଧିକ ୧୭୫ ପ୍ରାର୍ଥୀ ଚିର୍ବାଚନ ମଇଦାନରେ ରହିଛନ୍ତି। ସେହିପରି ଅମୃତସରର ୧୧ ଆସନରେ ୧୧୭ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ପଟିଆଲାର ୮ ଆସନରେ ୧୦୩ ଜଣ ପ୍ରାର୍ଥୀ ଅଛନ୍ତି।

ପ୍ରାର୍ଥୀ ମାନଙ୍କ ମଧ୍ୟରୁ ୩୧୫ ଜଣଙ୍କ ବିରୋଧରେ ବଳାତ୍କାର,ହତ୍ୟା ଅଭିଯୋଗ ଆଦି ରହିଛି। ସେଥିମଧ୍ୟରୁ ୨୧୮ ଜଣଙ୍କ ବିରୋଧରେ ଗୁରୁତର ଅଭିଯୋଗ ରହିଛି। ଶିରୋମଣୀ ଅକାଳୀ ଦଳର ସର୍ବାଧିକ ୬୮ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧ ଅପରାଧିକ ମାମଲା ରହିଛି। ଏହାପରେ ଆମ୍‌ ଆଦ୍‌ମୀ ପାର୍ଟିର ୫୦ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ବିଭିନ୍ନ ମାମଲା ରହିଛି। ଏହି ମାମଲାରେ

ତାଲିକାର ତୃତୀୟ ସ୍ଥାନରେ ଭାଜପା ରହିଛି। ଭାଜପାର ୩୮ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ଶିରୋମଣୀ ଅକାଳୀ ଦଳ(ସଂୟୁକ୍ତ)ର ୨୯ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ବିଭିନ୍ନ ମାମଲାର ରହିଥିବା ସେମାନେ ନାମାଙ୍କନ ପତ୍ର ଦାଖଲ ସମୟରେ କରିଥିବା ସତ୍ୟପାଠରୁ ଜଣାପଡ଼ିଛି। ବିଏସ୍‌ପିର ୧୫ ପ୍ରତିଶତ ଏବଂ କଂଗ୍ରେସର ୧୪ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି।

୨୦୧୭ ତୁଳନାରେ ୨୦୨୨ରେ ଅପରାଧିକ ପୃଷ୍ଠ ଭୂମିଥିବା ପ୍ରାର୍ଥୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ୨୦୧୭ରେ ଏହା ୯ ପ୍ରତିଶତ ଥିବାବେଳେ ୨୦୨୨୨ରେ ଏହା ୨୫ ପ୍ରତିଶତକୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନବଜାତକଙ୍କୁ ମା’ କୋଳରୁ ଉଠାଇ ନେଉଛି ବିଲେଇ: ଲୋକେ ଆତଙ୍କିତ

ଜବଲପୁର,୨୧।୧୧: ମଧ୍ୟପ୍ରଦେଶ ଜବଲପୁରର ସମ୍ଭାଗସ୍ଥିତ ଲେଡ଼ି ଏଲଗିନ୍‌ ହସ୍ପିଟାଲରେ ଏବେ ଆତଙ୍କ ଦେଖାଦେଇଛି। ଏଠାରେ ଗୋଟିଏ ବିଲେଇ ନବଜାତକଙ୍କୁ ମା’ କୋଳରୁ ଉଠାଇ ନେଉଛି। ଗତ...

‘ମୁଖ୍ୟମନ୍ତ୍ରୀ ଚେହେରା ନାହିଁ, ଦଳ ପାଇଁ ମିଳିମିଶି କାମ କର’

ବେଙ୍ଗାଲୁରୁ,୨୧।୭: ୨୦୨୩ ବିଧାନସଭା ନିର୍ବାଚନ ପୂର୍ବରୁ କର୍ନାଟକରେ କଂଗ୍ରେସ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। କଂଗ୍ରେସ ନେତା ସିଦ୍ଧରମୈୟା ଏବଂ କର୍ନାଟକ ୟୁନିଟ ସଭାପତି...

ଲାଲଜୀ ଟଣ୍ଡନଙ୍କ ପରଲୋକ

ଭୋପାଳ, ୨୧।୭: ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କର ମଙ୍ଗଳବାର ଭୋର୍‌ ୫ଟା ୩୫ରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲେ। ସେ ଜୁନ...

କାଜିରଙ୍ଗା ଜାତୀୟ ଉଦ୍ୟାନରେ ଗଣ୍ଡାକୁ ଧକ୍କା ଦେବା ପଡିଲା ମହଙ୍ଗା: ହେଲା କାର୍ଯ୍ୟାନୁଷ୍ଠାନ

ଦିସପୁର, ୧୦।୧୦: ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନ ପରିସରରେ ରବିବାର ଏକ ଗଣ୍ଡା ରାସ୍ତା ପାର୍‌ ହୋଉଥିବା ବେଳେ ଟ୍ରକ୍‌ ଧକ୍କା ଦେଇଛି। ଯାହାର ଭିଡିଓ...

ଭବିଷ୍ୟତ ପ୍ରଧାନମନ୍ତ୍ରୀଙ୍କ ନାଁ କହିଲେ ମିଳିବ ବମ୍ପର ରିହାତି

ନୂଆଦିଲ୍ଲୀ,୨୧।୫: ଆସନ୍ତା ୨୩ ତାରିଖରେ ଲୋକ ସଭା ନିର୍ବାଚନର ଫଳାଫଳ ଘୋଷଣା ହେବାକୁ ଥିବା ବେଳେ ଏବେ ସମସ୍ତଙ୍କ ନଜର ଏକ୍‌ଜିଟ୍‌ ପୋଲ୍‌ ଉପରେ। ଏହି...

ସୁରଟର କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ

ସୁରଟ,୨୪।୫: ଗୁଜରାଟରେ ହୀରା ସହର କୁହାଯାଉଥିବା ସୁରଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଶୁକ୍ରବାର ସରଥାନା ଅଞ୍ଚଳରେ ଥିବା ତକ୍ଷଶୀଳା କମପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିଛି। ସେଠାରେ ଥିବା...

ୟୁପିରେ ୩ଟା ସୁଦ୍ଧା ୪୬.୪୦% ମତଦାନ

ଲକ୍ଷ୍ନୌ,୭।୩: ଉତ୍ତରପ୍ରଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ସୋମବାର ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ ବାରାଣସୀ ସମେତ ଉତ୍ତରପ୍ରଦେଶର ୯ଟି...

ଜମି ଅଧିଗ୍ରହଣ ମାମଲାରେ ରବର୍ଟଙ୍କୁ ଇଡିର ସମନ

ନୂଆଦିଲ୍ଲୀ,୨୯।୫: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିଣୋଇ ତଥା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କୁ ଜମି ଅଧିଗ୍ରହଣ ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ...

Advertisement
Archives

Model This Week