ହସିଲେ ମାଡ଼, ତାଲିବାନ ଶାସନକୁ ବର୍ଷେ ପୂରଣ…

କାବୁଲ, ୮।୮ : ଆଫଗାନିସ୍ତାନରେ ତାଲିବାନ ଶାସନର ପ୍ରତ୍ୟାବର୍ତ୍ତନ ହେବାର ଗୋଟିଏ ବର୍ଷ ପୂରଣ ହୋଇଛି। ଏହା ସହିତ କଡ଼ା ତାଲିବାନୀ କଟକଣା ଯୋଗୁ ସାଧାରଣ ଲୋକେ ହନ୍ତସନ୍ତ ହେବାରେ ଲାଗିଛନ୍ତି। ରାଜଧାନୀ କାବୁଲରେ ମହିଳାଙ୍କ ଜୀବନ ଦିନକୁ ଦିନ ନର୍କରେ ପରିଣତ ହେବାରେ ଲାଗିଛି। କାବୁଲର ଏକ ବଜାରରେ ଜଣେ ବାଳିକା କେବଳ ହସିବା ଏବଂ ସାଙ୍ଗ ସହିତ ଉଚ୍ଚ ସ୍ବରରେ କଥା ହେବା କାରଣରୁ ତାଙ୍କୁ ମାଡ ଦିଆଯାଇଛି। ପୃଥିବୀର ଅନ୍ୟ କୌଣସି ସ୍ଥାନ ଅପେକ୍ଷା ଆଫଗାନିସ୍ତାନରେ ମହିଳାମାନେ ବର୍ତ୍ତମାନ କଠୋର କଟକଣା ଭୋଗୁଛନ୍ତି। ମହିଳାଙ୍କର ମାଧ୍ୟମିକ ଶିକ୍ଷା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଛୋଟ ଯାତ୍ରା ବ୍ୟତୀତ ଅନ୍ୟ କୌଣସି ସ୍ଥାନକୁ ଯିବାକୁ ହେଲେ ସେମାନେ ପୁରୁଷ ଅଭିଭାବକଙ୍କ ସହିତ ଯିବାକୁ ବାଧ୍ୟ ହେଉଛନ୍ତି।

ଦି ଗାର୍ଡିଆନର ଏକ ରିପୋର୍ଟ ଅନୁଯାୟୀ ତାଲିବାନ ଶାସନରେ ଆଫଗାନିସ୍ତାନରେ ମହିଳାଙ୍କ ଉପରେ ପ୍ରତିବନ୍ଧକ ଧୀରେ ଧୀରେ କିଛି ସମୟ ଅନ୍ତରରେ ଲାଗୁ କରାଯାଇଛି। ଏସବୁ ପ୍ରତିବନ୍ଧକକୁ କଡାକଡି ଭାବେ ପାଳନ କରାଯାଉଛି। ଜଣେ ଯୁବକ କହିଛନ୍ତି ଯେ ସେ ତିନିଥର ଦେଖିଛନ୍ତି ଯେ ତାଲିବାନ ପୁରୁଷମାନେ ବଜାରରେ ମହିଳାଙ୍କୁ ମାଡ ମାରୁଛନ୍ତି। କିଛି ମହିଳା ପିନ୍ଧିଥିବା ସାଲୱାରଗୁଡ଼ିକ ତାଲିବାନର ଲୋକଙ୍କ ପାଇଁ ସହ୍ୟ ହୋଇ ନଥିବା ମନେ ହେଉଥିଲା। ସେପ୍ଟେମ୍ବରରେ କିଶୋରୀଙ୍କୁ ସ୍କୁଲ ଛାଡିବାକୁ ପଡିଲା ଏବଂ ବର୍ତ୍ତମାନ ସେମାନେ ଘରେ ରହି ଡିପ୍ରେସନ ଗ୍ରସ୍ତ ହେବାରେ ଲାଗିଛନ୍ତି।

ସୂଚନାଯୋଗ୍ୟ ଯେ ପ୍ରାୟ ଏକ ବର୍ଷ ପୂର୍ବେ ଆଫଗାନିସ୍ତାନ ତାଲିବାନ ଦ୍ୱାରା ଶୀଘ୍ର ଦଖଲ କରାଯାଇଥିଲା। ଆମେରିକା ଏବଂ ବିଭିନ୍ନ ଅନ୍ତର୍ଜାତୀୟ ଫୋରମରେ ଶାନ୍ତି ଆଲୋଚନାରେ ତାଲିବାନ ପ୍ରତିଶ୍ରୁତି ଦେଇଥିଲା ଯେ ମହିଳାମାନଙ୍କର ଶିକ୍ଷା ଏବଂ କାର୍ଯ୍ୟ କରିବାର ଅଧିକାର ରହିବ। ଗୋଟିଏ ବର୍ଷ ପରେ ଆଫଗାନିସ୍ତାନରେ ମହିଳାଙ୍କ ଅବସ୍ଥା ଖରାପ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

ୟୁଏଇ ଆଣବିକ ପ୍ଲାଣ୍ଟକୁ ଟାର୍ଗେଟ, ବଢ଼ିଲା ଚିନ୍ତା…

ଦୁବାଇ,୧୭ା୫: ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ବାରାକାହ ଆଣବିକ ବିଦ୍ୟୁତ୍‌ ପ୍ଲାଣ୍ଟକୁ ଟାର୍ଗେଟ କରି ରବିବାର ଡ୍ୟୋନ୍‌ ଆକ୍ରମଣ ହୋଇଛି। ଫଳରେ ପ୍ଲାଣ୍ଟ ପରିସରରେ ଥିବା ବିଦ୍ୟୁତ୍‌…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ମସ୍କୋରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଭାରତୀୟଙ୍କ ସମେତ ଚାଲିଗଲା ୪ ଜଣଙ୍କ ଜୀବନ

ମସ୍କୋ,୧୭ା୫: ରୁଷିଆ ରାଜଧାନୀ ମସ୍କୋ ନିକଟରେ ୟୁକ୍ରେନ୍‌ ରବିବାର ଜୋର୍‌ଦାର ଡ୍ରୋନ୍‌ ଆକ୍ରମଣ କରିଛି। ଏଥିରେ ଜଣେ ଭାରତୀୟଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ…

ନଦୀକୁ ଡେଇଁ ଜୀବନ ହାରିଲେ ୮୫ ବର୍ଷୀୟ ଭେଟେରାନ ଫିଲ୍ମ ନିର୍ମାତା, ତାମିଲ ସିନେମାଜଗତ ସ୍ତବ୍ଧ

ହାଇଦ୍ରାବାଦ: ତାମିଲ ସିନେମା ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହା ସାରା ଫିଲ୍ମଜଗତକୁ ସ୍ତବ୍ଧ କରିଦେଇଛି। ନିଜର ସ୍ପଷ୍ଟବାଦୀ ମତାମତ ଏବଂ ବିବାଦୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri