କୋଲକାତା ମ୍ୟୁଜିୟମ ଗୁଳିକାଣ୍ଡ ଘଟଣା: ୧୪ ଦିନ ପାଇଁ ହାଜତକୁ ଗଲେ ଓଡ଼ିଆ ଯବାନ

ଢେଙ୍କାନାଳ ଅଫିସ/ କାମାକ୍ଷାନଗର(ଡି.ଏନ୍‌.ଏ.),୮।୮: କେନ୍ଦ୍ରୀୟ କୋଲକାତାର ବ୍ୟସ୍ତବହୁଳ ପାର୍କଷ୍ଟ୍ରିଟ୍‌ ଅଞ୍ଚଳରେ ଥିବା ଇଣ୍ଡିଆନ ମ୍ୟୁଜିୟମ୍‌କୁ ଲାଗି ରହିଥିବା ବାରାକ୍‌ରେ ଗତ ଶନିବାର ସନ୍ଧ୍ୟାରେ ଘଟିଥିବା ଗୁଳିକାଣ୍ଡ ଘଟଣାର ଅଭିଯୁକ୍ତ ଜଣେ ଓଡ଼ିଆ ଯବାନ ବୋଲି ସ୍ପଷ୍ଟ ହୋଇଛି। ସେଣ୍ଟ୍ରାଲ୍‌ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ସିଆଇଏସ୍‌ଏଫ୍‌)ରେ ହେଡ୍‌ କନଷ୍ଟେବଳ ଭାବେ କାର୍ଯ୍ୟରତ ଅକ୍ଷୟ କୁମାର ମିଶ୍ରଙ୍କୁ ଛୁଟି ନ ମିଳିବାରୁ ମାନସିକ ଚାପର ବଶବର୍ତ୍ତୀ ହୋଇ ସେ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ କୋଲକାତାର ଏକ ଅଦାଲତରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ରାୟନୃସିଂହପୁର ପଞ୍ଚାୟତ ମାଛିଆ ଗ୍ରାମରେ ଅକ୍ଷୟଙ୍କ ପୈତୃକ ଗ୍ରାମ। ସେ କୋଲକାତାର ଭାରତୀୟ ସଂଗ୍ରହାଳୟ ସୁରକ୍ଷାରେ ନିୟୋଜିତ ଥିଲେ। ତେବେ କୌଣସି କାରଣରୁ ସେ ଶନିବାର ସନ୍ଧ୍ୟାରେ ନିଜର ସର୍ଭିସ୍‌ ବନ୍ଧୁକ (ଏକେ-୪୭)ରୁ ଆଖିବୁଜା ଗୁଳିଚାଳନା କରିଥିଲେ। ଏଥିରେ ସିଆଇଏସ୍‌ଏଫ୍‌ର ସହକାରୀ ସବ୍‌ଇନ୍ସପେକ୍ଟର (ଅକ୍ଷୟଙ୍କ ସହକର୍ମୀ ତଥା ଓଡ଼ିଆ ଯବାନ) ରଞ୍ଜିତ ଷଡ଼ଙ୍ଗୀଙ୍କ ମୃତ୍ୟୁ ଘଟିଥିବାବେଳେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସୁବିତ୍‌ ଘୋଷଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଏସ୍‌ଏସ୍‌କେଏମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଗୁଳିକାଣ୍ଡ ପରେ ଶନିବାର ବିଳମ୍ବିତ ରାତିରେ ମ୍ୟୁଜିୟମ ପରିସରରୁ ଅଭିଯୁକ୍ତ ଯବାନଙ୍କୁ ପୋଲିସ ଗିରଫ କରିଥିଲା। ତାଙ୍କୁ ନ୍ୟୁ-ମାର୍କେଟ ପୋଲିସ ଷ୍ଟେଶନକୁ ନିଆଯାଇଥିଲା, ଯେଉଁଠାରେ କୋଲକାତା ପୋଲିସର ବରିଷ୍ଠ ଅଧିକାରୀମାନେ ରାତିସାରା ତାଙ୍କୁ ପଚରାଉଚରା କରିଥିଲେ। ଜେରା ବେଳେ ଅକ୍ଷୟ କହିଥିଲେ ଯେ, ତାଙ୍କର ମୁଖ୍ୟ ଟାର୍ଗେଟ୍‌ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସୁବିତ୍‌ ଘୋଷ ଥିଲେ। ତାଙ୍କୁ ଅଢ଼େଇ ମାସ ଧରି ଉଦ୍ଦେଶ୍ୟମୂଳକ ଭାବେ ବୈଧ ଛୁଟି ଦିଆଯାଉ ନ ଥିଲା। କିଛି ମାସ ହେଲା ସହକର୍ମୀମାନେ ବାରମ୍ବାର ଅପମାନିତ କରୁଥିଲେ। ତେଣୁ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହେଲେ ବୋଲି ସେ ପୋଲିସକୁ କହିଛନ୍ତି। ଅକ୍ଷୟଙ୍କ ବିରୋଧରେ ଆଇପିସିର ଦଫା ୩୦୭, ୩୦୨, ଆର୍ମସ୍‌ ଆକ୍ଟର ଦଫା ୨୭ରେ ମାମଲା ରୁଜୁ କରାଯାଇଛି।
ଅନ୍ୟପଟେ ଅକ୍ଷୟ ଧରାପଡ଼ିବା ପରେ କୋଲକାତା ପୋଲିସ ଆଶ୍ୱସ୍ତ ହୋଇଥିଲା। କାରଣ ମ୍ୟୁଜିୟମ୍‌ ଖୋଲା ଥିବା ସମୟରେ ଏହି ଘଟଣା ଘଟିଥିଲା। ଗୁଳିକାଣ୍ଡ ପରେ ଅକ୍ଷୟ ଫେରାର ହେବାକୁ ଉଦ୍ୟମ କରିଥିଲେ। ସେ ପୁନର୍ବାର ଅନ୍ୟ ସହକର୍ମୀଙ୍କୁ ଟାର୍ଗେଟ୍‌ କରିବା ଆଶଙ୍କା ଥିଲା। ସେହିପରି ରବିବାର ଛୁଟିଦିନରେ ମ୍ୟୁଜିୟମ ପରିଦର୍ଶନ ସମୟରେ ନିୟମିତ ପରିଦର୍ଶକମାନେ ଗୁଳିକାଣ୍ଡ ଘଟଣାକୁ ନେଇ ସାମାନ୍ୟ ଆତଙ୍କିତ ଥିବା ପରିଲକ୍ଷିତ ହୋଇଥିଲା।

‘ଛୁଟି ମିଳୁ ନ ଥିଲା, ଅପମାନ ଅସହ୍ୟ ହେଲା’

ସିଆଇଏସ୍‌ଏଫ୍‌ରେ ହେଡ୍‌ କନଷ୍ଟେବଳ ଅକ୍ଷୟ କୁମାର ମିଶ୍ରଙ୍କ ପୈତୃକ ଘର ରାୟନୃସିଂହପୁର ପଞ୍ଚାୟତର ମାଛିଆରେ। ସ୍ତ୍ରୀ ଏବଂ ସନ୍ତାନ ଢେଙ୍କାନାଳ ବନମାଳୀପ୍ରସାଦରେ ଭଡ଼ାଘରେ ରହୁଥିବାବେଳେ ସେ ଦୁଇବର୍ଷ ହେଲା କୋଲକାତାରେ କାର୍ଯ୍ୟରତ ଥିଲେ। ଗତ ଏପ୍ରିଲ ୨୬ରେ ତାଙ୍କ ବାପା ଉମେଶ ଚନ୍ଦ୍ର ମିଶ୍ରଙ୍କ ଦେହାନ୍ତ ହେବା ପରେ ସେ ଛୁଟିରେ ଆସିଥିଲେ। ବାପାଙ୍କ ଦଶାହ ଦିନ ତାଙ୍କ ବଡ଼ବାପାଙ୍କ ଦେହାନ୍ତ ହୋଇଥିଲା। ଏହାପରେ ସେ ଛୁଟି ବଢ଼ାଇଥିଲେ। ତେବେ ଜରୁରୀ କାର୍ଯ୍ୟରେ ଘରକୁ ଆସିବା ଲାଗି ପୁଣି ଛୁଟି ମାଗିଥିଲେ। ହେଲେ ଉଚ୍ଚପଦସ୍ଥ ଅଧିକାରୀ ଏହାକୁ ମଞ୍ଜୁର କରି ନ ଥିଲେ। ସେହିପରି ସହକର୍ମୀଙ୍କ ଦ୍ୱାରା ବାରମ୍ବାର ଅପମାନିତ ହେବା ପରେ ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ ଅକ୍ଷୟ। ଏହା ପରେ ସେ ହିତାହିତ ଜ୍ଞାନ ହରାଇ ଏଭଳି କାଣ୍ଡ ଘଟାଇଥିବା ପୋଲିସ ଆଗରେ କହିଛନ୍ତି।
ଅନ୍ୟପଟେ ସ୍ବଭାବରେ ଶାନ୍ତଶିଷ୍ଟ ଏବଂ ମେଳାପୀ ଅକ୍ଷୟ ଜଣେ ମେଧାବୀ ଛାତ୍ର ଥିବା ଜଣାପଡ଼ିଛି। ମାଟ୍ରିକ୍‌ ଏବଂ ବିଏସ୍‌ସିରେ ସେ ପ୍ରଥମ ଶ୍ରେଣୀରେ ଉତ୍ତୀନ୍ନ ହୋଇଥିଲେ। ଗ୍ରାମକୁ ଆସିଲେ ଭଲମନ୍ଦ ବୁଝୁଥିଲେ। ସମସ୍ତଙ୍କ ସହ ଭଲରେ ମିଶୁଥିଲେ। ତେବେ ସେ କାହିଁକି ଏଭଳି ପଦକ୍ଷେପ ନେଲେ ତାହା ଆଶ୍ଚର୍ଯ୍ୟ କରିଛି ବୋଲି ତାଙ୍କ ସମ୍ପର୍କୀୟ ଭାଇ ବିପିନ ବିହାରୀ ମିଶ୍ର, ବବିତା ମିଶ୍ର ଏବଂ ଗ୍ରାମବାସୀ ନବଘନ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ରାୟନୃସିଂହପୁର ସରପଞ୍ଚ ଶିଶିରକାନ୍ତ ବେହେରା କୁହନ୍ତି, ବଡ଼ବାପା ଏବଂ ବାପାଙ୍କ ଦେହାନ୍ତ ପରେ ଅକ୍ଷୟ ପ୍ରାୟ ମାସେ ଛୁଟିରେ ଗ୍ରାମକୁ ଆସି ଶୁଦ୍ଧିକ୍ରିୟା ସାରି ଫେରିଥିଲେ। ଏହି ଗୁଳିକାଣ୍ଡ ପଛରେ ଅନ୍ୟ କିଛି କାରଣ ଥାଇପାରେ ବୋଲି ସରପଞ୍ଚ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?