Posted inଜାତୀୟ

ପୁଣେ ଦୁର୍ଘଟଣାରେ ନାବାଳକଙ୍କୁ ଖସାଇ ଦେବାକୁ ପୋଲିସର ବଡ଼ ଷଡଯନ୍ତ୍ର,ଏଭଳି…

ପୁଣେ,୨୪।୫: ପୁଣେ ପୋର୍ଶ କାର୍‌ ଦୁର୍ଘଟଣାରେ ଗୋଟିଏ ପରେ ଗୋଟିଏ ଖୁଲାସା ହେଉଛି। ପୁଣେ ପୋଲିସ ତରଫରୁ ଅନେକ ତ୍ରୁଟି ହୋଇଛି। ଯାହାକୁ ନେଇ ପୋଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ଏସବୁ ମଧ୍ୟରେ ପୋଲିସ କମିଶନର ଅମିତେଶ କୁମାର ଶୁକ୍ରବାର ବଡ଼ ସୂଚନା ଦେଇଛନ୍ତି। ଦୁର୍ଘଟଣା ବେଳେ ୧୭ ବର୍ଷୀୟ କିଶୋର ଚଳାଉ ନ ଥିଲେ ବୋଲି ଦେଖାଯିବାକୁ ଚେଷ୍ଟା କରାଯାଇଥିବା ସେ କହିଛନ୍ତି। ଅନ୍ତରିଣ ଯାଞ୍ଚ ସମୟରେ ମାମଲା ଦାୟର କରିବା ସମୟରେ କିଛି ପୋଲିସକର୍ମଚାରୀ ତ୍ରୁଟି କରିଥିବା ଜଣାପଡ଼ିଥିବା ଯୋଗୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ, ଆମ ତଦନ୍ତରୁ ସ୍ପଷ୍ଟ ହୋଇଛି ଯେ କିଶୋର ହିଁ କାର୍‌ ଚଳାଉଥିଲେ। ଘଟଣା ସମ୍ବନ୍ଧୀୟ ସମସ୍ତ ଦରକାରୀ ସାକ୍ଷୀ ଯୋଗାଡ଼ କରାଯାଇଛି। ଉଦାହରଣସ୍ବରୂପ କିଶୋର ଘରୁ ବାହାରିବା ପରେ ରେଜିଷ୍ଟାରରେ ତାଙ୍କ କାର୍‌ ସହ ଏଣ୍ଟ୍ରି ରହିଛି। ପ୍ରତ୍ୟକ୍ଷଦର୍ଶୀମାନେ ମଧ୍ୟ ଏନେଇ ସ୍ପଷ୍ଟ କରିଛନ୍ତି।

ହେଲେ କିଶୋର ନୁହନ୍ତି ବରଂ ଜଣେ ବୟସ୍କ ଡ୍ରାଇଭର ଚଳାଉଥିବା ଦେଖାଇବାକୁ ଚେଷ୍ଟା କରାଯାଇଥିଲା। ହେଲେ ସମସ୍ତ ଦିଗକୁ ନେଇ ତଦନ୍ତ କରାଯାଇଛି। ଏଭଳି ପ୍ରଚେଷ୍ଟା କରିଥିବା ବ୍ୟକ୍ତିଙ୍କ ବିରୋଧରେ ଆଇପିସି ଧାରା ୨୦୧ ଅନୁଯାୟୀ ପ୍ରମାଣ ନଷ୍ଟ କରିବାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କହିରଖୁଛୁ,ପୁଣେର କଲ୍ୟାଣୀନଗରରେ ରବିବାର ବଡ଼ ଦୁର୍ଘଟଣାରେ ଏକ ପୋର୍ଶ କାର୍‌ ଚଳାଉଥିବା ନାବାଳକ ଚାଳକ ବାଇକ୍‌ରେ ଯାଉଥିବା ୨ ସଫ୍ଟଓ୍ବେୟାର ଇଞ୍ଜିନିୟରଙ୍କୁ ଧକ୍କା ଦେଇଥିଲା। ଏଥିରେ ଦୁହିଁଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କୁ ଅସଦାଚରଣ: ପଡୋଶୀ ଘରର ନାବାଳକଙ୍କୁ ଘରକୁ ଡାକି….

ବଲାଙ୍ଗୀର, ୨୨ା୫ (ସୁନିଲ କୁମାର ମହାନ୍ତି): ଜଣେ ନାବାଳକଙ୍କୁ ଅସଦାଚରଣ ଅଭିେଯାଗରେ ପୁଇଁନ୍ତଳା ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ବ୍ୟକ୍ତି…

ରାଜ୍ୟରେ ଶକ୍ତି ସଙ୍କଟ: ଆସନ୍ତା ୬ ମାସ ପାଇଁ ‘ଏସ୍‌ମା’ ଲାଗୁ କଲେ ସରକାର

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା):  ରାଜ୍ୟରେ କିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ହୋଇପାରିବ ଏବଂ କର୍ମଚାରୀମାନେ ଆନ୍ଦୋଳନକୁ ନ ଓହ୍ଲାଇବେ ତାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ…

ପେଣ୍ଟ ପକେଟ୍‌ରେ ଥିଲା ମୋବାଇଲ୍ ହଠାତ ହେଲା ବିସ୍ଫୋରଣ, ଅଳ୍ପକେ ବଞ୍ଚିଲେ..

ପଦ୍ମପୁର, ୨୨/୦୫ (ପ୍ରଦୀପ୍ତ ଦାଶ): ପଦ୍ମପୁର ନିକଟସ୍ଥ ଭେଉଁରିଆ ପଞ୍ଚାୟତର ଅମିତ କୁମାର ସାହୁ ସାଧାରଣ ଦିନମାନଙ୍କ ଭଳି ପେଣ୍ଟ ପକେଟ୍‌ରେ ମୋବାଇଲ୍ ରଖି କାମକୁ ବାହାରିଥିଲେ।…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

ଥୁଆମୂଳ ରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବର୍ଷାପବନ…

ସିବିଏସଇ ଭଳି ସିଏଚଏସଇରେ ବିକାଶର ନୂଆଁ ରେକର୍ଡ: ଖୁସିରେ ମିଠା ଖୁଆଇଲେ କ୍ରୀଷ୍ଣା ବିକାଶ ଗ୍ରୁପ୍ ଚେୟାରମେନ, ସତ୍ୟସୁନ୍ଦର ରାଜ୍ୟ ଓ ସମର୍ପିତା ପଶ୍ଚିମ ଓଡ଼ିଶା ଟପ୍ପର

ବରଗଡ଼,୨୨।୫(ପ୍ରେମାନନ୍ଦ ଖମାରୀ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପରିଚାଳିତ ପରୀକ୍ଷା ଭଳି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ଵାରା ଆୟୋଜିତ ଦ୍ଵାଦଶ ଶ୍ରେଣୀ…

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ଚୋରା ଚାଲାଣ ରୋକିବା ପାଇଁ ବାଲି ସୈରାତକୁ ଖୋଳି ଦେଲା ଖଣି ବିଭାଗ   

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ପତ୍ରଚୁଡ଼ି, ସୁନ୍ଦରଡ଼ା ଗ୍ରାମ ନିକଟ ବାହୁଦା ନଦୀ ର ବାଲି ସୈରାତ ନିଲାମ ହୋଇନଥିବା ବେଳେ ସେଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri