ମୁଁ ସିଙ୍ଗଲ୍‌ ଅଛି

ଓଲିଉଡ୍‌ର ଚାନ୍ଦ ପରି ସୁନ୍ଦରୀ ନାୟିକା ସିଏ। ହେଲେ ତାଙ୍କ ଦେହରେ ଲାଗିନି କେବେ କଣ୍ଟ୍ରୋଭର୍ସିର କିଛି ବି ଦାଗ। ସେ ହେଉଛନ୍ତି ଅଭିନେତ୍ରୀ ପୁନମ୍‌ ମିଶ୍ର। ଏଥର ସେଲିବ୍ରିଟି ସିକ୍ରେଟ୍‌ରେ ଜାଣିବା ତାଙ୍କ ସିକ୍ରେଟ୍‌…

ବାକି କରି ଚକୋଲେଟ୍‌ ଖାଉଥିଲି: ପିଲାଦିନେ ଚକୋଲେଟ୍‌ ମୋର ଭାରି ପ୍ରିୟ ଥିଲା। ଦୁଇ କି ଅଢ଼େଇ ବର୍ଷର ହେବାବେଳୁ ପାଖ ଦୋକାନକୁ ଦୌଡ଼ିଯାଇ ପଇସା ନ ଦେଇ ଚକୋଲେଟ୍‌ ଆଣି ଖାଇଦେଉଥିଲି। ଏମିତି ମାସେ ଲଗାତାର ଖାଇବା ପରେ ଥରେ ଦୋକାନୀ ଆସି ପାପାଙ୍କୁ କହିଥିଲେ, ସାର୍‌ ଆପଣଙ୍କର ବାକି ଅଛି। ପାପା ଆଶ୍ଚର୍ଯ୍ୟ ହେଇ କହିଲେ, ଆମେ ତ କେବେ ବାକି କରୁନା। ଦୋକାନୀ ହସି ଦେଇ କହିଥିଲେ-ଆଜ୍ଞା, ଆପଣଙ୍କ ଝିଅ ସବୁଦିନ ଆସି ଚକୋଲେଟ୍‌ ଖାଆନ୍ତି। ସେଥର ମୁଁ ୧୭୦୦ ଟଙ୍କାର ଚକୋଲେଟ୍‌ ଖାଇଦେଇଥିଲି। ପାପା ଏକଥା ଶୁଣି ଆଶ୍ଚର୍ଯ୍ୟ ହେଇ ଯାଇଥିଲେ।
ପପୁଲାର ଗର୍ଲ: ଭଲ ଡ୍ୟାନ୍ସ କରିବା ସହ ଭଲ ପଢ଼ୁଥିଲି। ସେଥିପାଇଁ ସ୍କୁଲରେ ବହୁତ ପପୁଲାର ଥିଲି। ଏହାବାଦ୍‌ ସ୍କୁଲରେ କିଛି ପ୍ରୋଗ୍ରାମ ହେବାର ଥିଲେ ମତେ ଖୋଜା ଯାଉଥିଲା। କାରଣ ପ୍ରୋଗ୍ରାମ ଅର୍ଗାନାଇଜ୍‌ କରିବାର କଳା ମୋର ଭଲ ଥିଲା। ଏବେବି ଇଣ୍ଡଷ୍ଟ୍ରୀର କିଛି ପ୍ରୋଗ୍ରାମ ହେବାର ଥିଲେ ମତେ ଅର୍ଗାନାଇଜ୍‌ କରିବାକୁ ଦିଆଯାଏ।
ପ୍ରଥମେ ଆଙ୍କରିଂ: ନବମ ଶ୍ରେଣୀରେ ପଢ଼ିବାବେଳର କଥା। ଥରେ ଟିଭି ଦେଖୁଦେଖୁ ଏକ ଘରୋଇ ଚ୍ୟାନେଲରେ ବିଜ୍ଞାପନ ଆସିଲା- ଫିମେଲ ଆଙ୍କରର ଆବଶ୍ୟକତା ଅଛି। ଏହି ନମ୍ବରରେ କଣ୍ଟାକ୍ଟ କରନ୍ତୁ। ମୁଁ ସେଇ ନମ୍ବରରେ କଣ୍ଟାକ୍ଟ କଲି। ଆଉ ଘରେ କାହାକୁ କିଛି ନ କହି ଡ୍ରାଇଭର୍‌ ସହ ଅଡିଶନ ଦେବାକୁ ପଳାଇଲି। ତେବେ ମୁଁ ସେଠି ପହଞ୍ଚତ୍ବା ପରେ ଅଡିଶନ ଦେବି କ’ଣ ୨-୩ ଏପିସୋଡ୍‌ ପାଇଁ ଡାଇରେକ୍ଟ ଶୁଟିଂ ହେଲା। ତା’ ପରଦିନ ସେ ଏପିସୋଡ୍‌ ଟେଲିକାଷ୍ଟ ବି ହେଇଗଲା। ତାକୁ ଦେଖି ଘରେ ଜାଣିଲେ ମୁଁ ଆଙ୍କରିଂ କରିଛି ବୋଲି। ହେଲେ ଏଥିପାଇଁ କେହି ରାଗି ନ ଥିଲେ। କାରଣ ପୂର୍ବରୁ ବେଳେବେଳେ ମୁଁ ଷ୍ଟେଜ୍‌ରେ ଆଙ୍କରିଂ କରିଥିଲି। ଆଉ ଏଥିରେ ମୋର ବେଶି ସମୟ ନଷ୍ଟ ହେଉ ନ ଥିଲା କି ପଢ଼ା ଡିଷ୍ଟର୍ବ ହେଉ ନ ଥିଲା। ଏଇ ଆଙ୍କରିଂ କରିବା ଭିତରେ ‘ତୁ ଥା ମୁଁ ଯାଉଛି ରୁଷି, ମେଘ ସବାରିରେ ଆସିବୁ ଫେରି, ପହିଲି ରଜ, ଛାତିରେ ଲେଖିଛି ତୋରି ନାଁ ଭଳି ଭଲ ଭଲ ଫିଲ୍ମର ଅଫର୍‌ ଆସିଥିଲା। ହେଲେ ପାପା ଆଦୌ ରାଜି ହେଇ ନ ଥିଲେ ଫିଲ୍ମରେ ଅଭିନୟ କରିବା ପାଇଁ। ଯିଏ ବି ଅଫର୍‌ ନେଇ ଆସୁଥିଲେ ପାପା ମୋ ସାର୍ଟିଫିକେଟ୍‌ ଦେଖେଇ କହୁଥିଲେ ମୋ ଝିଅ ଟପ୍ପର। ସେ ଅଭିନୟ କରିବନି।
ଫିଲ୍ମରେ କାମ ଆରମ୍ଭ: ଟେନ୍‌ଥ ବୋର୍ଡ ପରୀକ୍ଷାର ଶେଷଦିନ ନିର୍ଦ୍ଦେଶକ ସଞ୍ଜୟ ନାୟକ ମାମାକୁ ଫୋନ୍‌ କରି କହିଲେ ଘରକୁ ଆସିବେ ବୋଲି। ମାମା କହିଥିଲା, ନା ତା ପାପା ବହୁତ ରାଗୁଛନ୍ତି ଦୟାକରି ଆସନ୍ତୁ ନାହିଁ। ହେଲେ ସେ ଆସିଲେ। ପାପା ଅଫିସ୍‌ରେ ଥିଲେ। ମାମାକୁ ବୁଝାଇ ମୋତେ ଏକ ଫଟୋଶୁଟ୍‌ ପାଇଁ ନେଲେ। ପରୀକ୍ଷା ସରିବା ପରେ ମୁଁ ପାପାଙ୍କୁ ବୁଝାଇଲି କେବଳ ଗୋଟେ ଫିଲ୍ମ କରିବି। ପାପା ରାଗିଗଲେ, ବହୁତ କଥା ହେଲା। ତଥାପି ମୁଁ ନିଷ୍ପତ୍ତି ନେଲି ଫିଲ୍ମ କରିବି। ଆଉ ପ୍ରଥମ ଫିଲ୍ମ ‘ବାଇଶି ପାହାଚେ ଖେଳିବ ମୀନ’ରେ କାମ କଲି। ମାମା ଭୁବନେଶ୍ୱରର ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଚାକିରି କରୁଥିଲା। ସେ ମାସେ ଛୁଟି ଆଣି ମୋ ସହ ଶୁଟିଂକୁ ଗଲା। ପ୍ରଥମ ଦିନ ଶୁଟିଂ ପରେ ଯେବେ ମୁଁ ଥକି କି ଆସିଲି ପାପା ମୋତେ ଦେଖି କିନ୍ତୁ ବଦଳିଗଲେ। ସେ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଏକ ବଡ଼ ପଦବୀରେ ଥିଲେ। ତଥାପି ନିଜ ବ୍ୟସ୍ତ ସିଡ୍ୟୁଲରୁ ସମୟ ବାହାର କରି ସେଟ୍‌କୁ ଖାଇବା ନେଇକି ଆସୁଥିଲେ।
ଗାଳି ଶୁଣି ଅଭିନୟ ଶିଖିଲି: ପିଲାଦିନେ ଡ୍ରାମା ବି କରି ନ ଥିଲି। ତେଣୁ ଅଭିନୟ କ’ଣ ଜାଣି ନଥିଲି। ଡାଇରେକ୍ଟର ଯାହା କହୁଥିଲେ ଖାଲି ତାହା ହିଁ ମୁଁ କରୁଥିଲି। ଅନେକ ଗାଳି ଶୁଣିଛି। କାନ୍ଦ ସିନ୍‌ରେ ଜାଣିକି ଗାଳି ଦିଆଯାଉଥିଲା ଯେମିତିକି ମୁଁ କାନ୍ଦିବି। ‘ଲଭ୍‌ ମାଷ୍ଟର’ ଚଳଚ୍ଚିତ୍ର ବେଳେ କିନ୍ତୁ ଟିକେ ସିରିୟସ୍‌ନେସ୍‌ ଆସିଲା। ହେଲେ ନିର୍ଦ୍ଦେଶକ ଚଣ୍ଡୀ ପରିଜାଙ୍କଠୁ ବହୁତ ଗାଳି ଶୁଣିଲି। କହିବାକୁ ଗଲେ ଗାଳି ଶୁଣି ଶୁଣି ମୁଁ ଅନେକ କଥା ଶିଖିଲି। ଏହାପରେ ରକ୍‌ଷ୍ଟାର, ୪ ଇଡିୟଟ୍ସ, ଟିକେ ଲଭ୍‌ ଟିକେ ଟ୍ବିଷ୍ଟ, କଟକ ଶେଷରୁ ଆରମ୍ଭ, ଚନ୍ଦ୍ରବଂଶୀ ଆଦି ୧୪ଟି ଚଳଚ୍ଚିତ୍ରରେ କାମ କଲି।
ଲଭ୍‌ ଅଫ୍‌ ଲାଇଫ୍‌: ପର୍ସନାଲ ଲାଇଫ୍‌ କଥା କହିଲେ ମୁଁ ମୋ କଲେଜ୍‌ ଫ୍ରେଣ୍ଡ ସହ ୭ ବର୍ଷର ରିଲେଶନ୍‌ଶିପ୍‌ରେ ଥିଲି। ହେଲେ କିଛି କାରଣରୁ ଆମର ବ୍ରେକ୍‌ଅପ୍‌ ହେଇଗଲା। ତେଣୁ ଏବେ ମୁଁ ସିଙ୍ଗଲ୍‌ ଅଛି। ଭଲ ଜୀବନସାଥୀ ଅପେକ୍ଷାରେ ରହିଛି (ହସିହସି)।
ସୌନ୍ଦର୍ଯ୍ୟ ପାଇଁ : ମୋ ମାମା ପଟର ସମସ୍ତଙ୍କ ସ୍କିନ ବହୁତ ଭଲ ଆଉ ପାପାଙ୍କ ପଟର ସମସ୍ତଙ୍କ ଚୁଟି ଭଲ। ତେଣୁ ମୋ ସ୍କିନ ଓ ଚୁଟି ଭଲ। ସେଥିପାଇଁ ମତେ ବିଶେଷ କିଛି କରିବାକୁ ପଡ଼େନା। ତେବେ ନାଇଟ୍‌ କେୟାର ଓ ଡେ’ କେୟାର କିନ୍ତୁ ଯେମିତି ବି ହେଉ କରେ।
ହବି: ଶପିଂ କରିବା, ମୁଭି ଦେଖିବାକୁ ଭଲପାଏ।
ଅଭିନେତ୍ରୀ ନ ହୋଇଥିଲେ: ମୁଁ କିଟ୍‌ରୁ ବି.ଟେକ୍‌ କରିଛି, ଅଭିନୟ ନ କରିଥିଲେ ଇଞ୍ଜିନିୟର ହେଇଥାନ୍ତି।
ପ୍ରିୟ ଖାଦ୍ୟ: ଚିକେନ୍‌ ଓ ଗୁପ୍‌ଚୁପ୍‌ ମୋର ବହୁତ ପ୍ରିୟ।
ଭଲ କୁକ୍‌: କେକ୍‌, ପିଜ୍ଜା, ପାସ୍ତା ଭଲ ବନେଇପାରେ। ରେଗୁଲାର ଭାତ, ଡାଲି, ତରକାରି ବେଶି କରେନା; କିନ୍ତୁ କନ୍‌ଫିଡେନ୍ସ ଅଛି ଏସବୁ ମୁଁ ଭଲ କରିପାରିବି।
ବେଶି ଡରେ: ପାପାଙ୍କୁ ମୋର ବହୁତ ଡର। ଏବେବି ଲେଟ୍‌ ନାଇଟ୍‌ରେ ବୁଲିବା କି ଲେଟ୍‌ ନାଇଟ୍‌ରେ ଫେରିବା ମୋ ପାଇଁ ଆଲାଉଡ୍‌ ନୁହେଁ। ଯଦି ବି ଲେଟ୍‌ ହୁଏ ପାପା ଡ୍ରାଇଭର୍‌ ଓ ଜଣେ କେୟାରଟେକର୍‌ଙ୍କୁ ମୋ ପାଇଁ ରଖିଛନ୍ତି। ସେମାନେ ମୋ ଭଲ ମନ୍ଦ ବୁଝନ୍ତି।
ଓ୍ବିକ୍‌ନେସ୍‌: ମୋ ଓ୍ବିକନେସ୍‌ ମୋ କୁନି ଝିଅ(ଝିଆରୀ)। ଶୁଟିଂ ସେଟ୍‌ରେ ବି ମୁଁ ତାକୁ ଭିଡିଓ କଲ କରି ଦେଖେ। ଏହାବାଦ୍‌ ମୋ ପାପା, ମାମା, ବଡ଼ ଭଉଣୀ ମଧ୍ୟ ମୋର ଦୁର୍ବଳତା।
ମୋ ପରିବାର ମୋ ପାଇଁ ଆଶୀର୍ବାଦ: ମୋ ମାମୁ, ମାଈଁ, ମଉସା, ମାଉସୀ, ପିଉସା, ପିଉସୀ ଓ ସବୁ ଭାଇ ଭଉଣୀ ମତେ ବହୁତ ସପୋର୍ଟ କରନ୍ତି। ଆରମ୍ଭରୁ ଆଜିଯାଏ ମୋର ସବୁ ଫିଲ୍ମର ପ୍ରିମିୟରରେ ଆମର ପୂରା ପରିବାର ଥିଏଟରକୁ ଆସନ୍ତି।
ଖୁସିର ମୁହୂର୍ତ୍ତ: ମୋ ଝିଅ ପୁଚ୍‌ପୁଚ୍‌ ଜନ୍ମ ହେବା ଓ ବଡ଼ ପରଦାରେ ପ୍ରଥମ ଥର ନିଜକୁ ଦେଖିବା।
ଦୁଃଖଦ ମୁହୂର୍ତ୍ତ: ମୋ କଜିନ୍‌ ଆଉ ଜେଜେମା’କୁ ହରାଇବାଟା ମୋତେ ବହୁତ କଷ୍ଟ ଲାଗିଥିଲା।
ଆଗାମୀ ପ୍ଲାନିଂ: ମୁଁ ପ୍ଲାନିଂ କରି କିଛି କରେନା। କାରଣ ପ୍ଲାନିଂ କଲେ ଅନେକ ସମୟରେ ତାହା ଫେଲ୍‌ ହେଇଯାଏ।
-ଶିବାନୀ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଜିଲାପାଳ

ରାୟଗଡ଼ା,୨୨।୯(ଜଗନ୍ନାଥ ଗୌଡ଼): ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲା ପ୍ରଶାସନ ସଜାଗ ରହିଛି। ବାତ୍ୟା ମୁକାବିଲା କରିବା ସହ ଯେକୌଣସି ପରିସ୍ଥିତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ…

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟରେ ପ୍ରବଳ ବର୍ଷା: ଜିଲାରେ ସବୁ ସ୍କୁଲ୍ ୨ ଦିନ ବନ୍ଦ, ସେମିଳିଗୁଡ଼ାରେ…

କୋରାପୁଟ,୨୨।୯(ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ମଙ୍ଗଳବାର ଦିନତମାମ ପ୍ରବଳ ବର୍ଷା ଜାରି ରହିଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲାର ୧୪ଟି…

ଆକାଉଣ୍ଟଧାରୀ ସାବଧାନ! ୨୫ ସେପ୍ଟେମ୍ୱର ସୁଦ୍ଧା ସାରନ୍ତୁ ବ୍ୟାଙ୍କ୍‌ କାମ, ନହେଲେ ଉଠାଇପାରିବେନି ଟଙ୍କା?

ନୂଆଦିଲ୍ଲୀ,୨୨।୮: ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡ଼ିତ କୌଣସି ଜରୁରୀ କାର୍ଯ୍ୟ ବାକି ଅଛି, ତେବେ ତାହାକୁ ଯଥାଶୀଘ୍ର ସାରିଦେବା ହିଁ ଆପଣଙ୍କ ପାଇଁ ଲାଭଦାୟକ ହେବ।…

ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ସାଂସଦ ନବ ଚରଣ ମାଝୀ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?