ପ୍ରକମ୍ପିତ ହେବନି ପୂଜାମଣ୍ଡପ

ବଅଁରପାଳ,୩୦ା୯(ଡି.ଏନ.ଏ.)  ବିଶ୍ୱକର୍ମା ପୂଜାର ମାତ୍ର କେଇ ଦିନ ପରେ ପୁଣି ଚଳଚଞ୍ଚଳ ହୋଇଉଠେ ନାଲ୍‌କୋ କଲୋନୀ। ସାର୍ବଜନୀନ ପୂଜା କମିଟି ପକ୍ଷରୁ ଏଠାରେ ଧୁମ୍‌ଧାମରେ କରାଯାଏ ମା’ ଦୁର୍ଗାଙ୍କ ପୂଜା। ଆକର୍ଷଣୀୟ ମେଢ଼ ସହ ଉଚ୍ଚକୋଟୀର ସାଜସଜ୍ଜା ସମସ୍ତଙ୍କୁ ଚମତ୍କୃତ କରିଦିଏ। ଅଷ୍ଟମୀ ଠାରୁ ଭସାଣି ଯାଏ ବେଶ୍‌ ଆଡମ୍ବରପୂର୍ଣ୍ଣ ହୋଇଥାଏ ଏହି ପୂଜା। ମାତ୍ର ଗତବର୍ଷ ପରି ଚଳିତବର୍ଷ ମଧ୍ୟ ନିରାଡମ୍ବରରେ ଦୁର୍ଗାପୂଜା ପାଳନ କରାଯିବ। ଝଲମଲ କରିବନି ନାଲ୍‌କୋ କଲୋନୀ କି ବାଦ୍ୟ ବାଜଣାରେ ପ୍ରକମ୍ପିତ ହେବନି ପୂଜାମଣ୍ଡପ। କୋଭିଡ୍‌ କଟକଣା ମଧ୍ୟରେ କେବଳ ପରମ୍ପରା ରକ୍ଷା ପାଇଁ ପୂଜା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
ନାଲ୍‌କୋ କଲୋନୀରେ ମା’ ଦୁର୍ଗାଙ୍କ ପୂଜା ବେଶ୍‌ ପୁରୁଣା। ଦୀର୍ଘ ୩୬ ବର୍ଷ ହେଲା ସାର୍ବଜନୀନ ପୂଜା କମିଟି ପକ୍ଷରୁ ଏହି ପରମ୍ପରା ରକ୍ଷା କରାଯାଇ ଆସିଛି। କରୋନା ସମୟ ହୋଇ ନ ଥିଲେ ଏତେବେଳକୁ ପ୍ରସ୍ତୁତି ପର୍ବ ଜୋର୍‌ ଧରିଥାନ୍ତା। ରାଜ୍ୟ ବାହାରୁ କାରିଗରମାନେ ଆସି ମା’ଙ୍କ ମୂର୍ତ୍ତିଠାରୁ ଆରମ୍ଭ କରି ମଣ୍ଡପ ଯାଏ ସବୁକିଛି ନିର୍ମାଣରେ ଲାଗିପଡ଼ିଥାନ୍ତେ। ଦୋଳି, ମିନାବଜାର ସହ ବିଭିନ୍ନ ମେଳା ପାଇଁ ସ୍ଥାନ ଚୟନ ଶେଷ ପର୍ଯ୍ୟାୟରେ ପହଞ୍ଚିଥାନ୍ତା। କିନ୍ତୁ ଦୁଇବର୍ଷ ହେଲା କୋଭିଡ୍‌ ସଂକ୍ରମଣକୁ ଲକ୍ଷ୍ୟରେ ରଖି ରାଜ୍ୟ ସରକାର ଧୁମ୍‌ଧାମରେ ପୂଜା ପାଇଁ ଅନୁମତି ଦେଉନାହାନ୍ତି। ଏହାକୁ ନେଇ ଶ୍ରଦ୍ଧାଳୁମାନେ ମନ ଊଣା କରୁଥିବା ବେଳେ ଶହ ଶହ ଉଠା ଦୋକାନୀ, ବ୍ୟବସାୟୀ ନିରାଶ ହୋଇଛନ୍ତି। ସେହିପରି ମା’ଙ୍କ ନିକଟରେ ଅଷ୍ଟମୀ ବ୍ରତ କରୁଥିବା କଲୋନୀ ଓ ଆଖପାଖ ଅଞ୍ଚଳର ସହସ୍ରାଧିକ ବ୍ରତଧାରୀ ଚିନ୍ତାରେ ପଡ଼ିଛନ୍ତି। ପ୍ରତିବର୍ଷ ମା’ଙ୍କ ମହାଷ୍ଟମୀ ପୂଜାବେଳେ ମହିଳା ଶ୍ରଦ୍ଧାଳୁମାନଙ୍କ ବହୁଳ ସମାଗମ ହୋଇଥାଏ। ଘଣ୍ଟ, ବାଜା, ଶଙ୍ଖ, ହୁଳହୁଳି ଧ୍ୱନିରେ ନାଲ୍‌କୋ କଲୋନୀ ପ୍ରକମ୍ପିତ ହୋଇଉଠିଥାଏ। ଚଳିତବର୍ଷ କରୋନା ସ୍ଥିତିରେ ଉଲ୍ଲେଖନୀୟ ସୁଧାର ଦେଖିବାକୁ ମିଳିଥିବାରୁ ସମସ୍ତେ କଟକଣା କୋହଳ ନେଇ ଆଶାବାଦୀ ଥିଲେ। ହେଲେ ସରକାର ସାଧାରଣ ଦର୍ଶନକୁ ସବୁଜ ସଂକେତ ଦେଲେ ନାହିଁ। ମାତ୍ର ୭ ଜଣଙ୍କ ଉପସ୍ଥିତିରେ ପୂଜା ପାଇଁ ଅନୁମତି ଦିଆଯାଇଥିବାରୁ ଆବଦ୍ଧ ମଣ୍ଡପରେ ପରମ୍ପରା ରକ୍ଷା ପାଇଁ କେବଳ ପୂଜା କରାଯିବ ବୋଲି ପ୍ରସ୍ତୁତି ବୈଠକରେ ସ୍ଥିର କରାଯାଇଛି।
ନିରାଡ଼ମ୍ବରରେ ହେବ ପୂଜା
ପ୍ରତିବର୍ଷ ନାଲ୍‌କୋ କଲୋନୀରେ ବେଶ୍‌ ଧୁମ୍‌ଧାମରେ ପୂଜା ପାଳନ ହୋଇଥାଏ। ହେଲେ ଦୁଇ ବର୍ଷ ହେଲା କରୋନା ଏଥିରେ ବାଧକ ସାଜିଛି। ତେଣୁ ସରକାରଙ୍କ କୋଭିଡ୍‌ କଟକଣା ମାନି ପୂଜାକୁ ନିରାଡ଼ମ୍ବରରେ ପାଳନ କରାଯିବ। ୪ ଫୁଟ ଉଚ୍ଚତା ମଧ୍ୟରେ ମା’ଙ୍କ ମୂର୍ତ୍ତି ନିର୍ମାଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ନାହିଁ।
-ମଣିରଞ୍ଜନ ପଟ୍ଟନାୟକ, ପୂଜା କମିଟି ସଭାପତି
ସାଜସଜ୍ଜା କରାଯିବ ନାହିଁ
ନାଲ୍‌କୋ କଲୋନୀରେ ଦୀର୍ଘବର୍ଷ ହେଲା ଦୁର୍ଗାପୂଜା ପାଳିତ ହୋଇଆସୁଛି। ଏଥର ମଧ୍ୟ ପରମ୍ପରା ଅନୁଯାୟୀ ପୂଜା କରାଯିବ। କିନ୍ତୁ କରୋନା କଟକଣା ପାଇଁ ସାଜସଜ୍ଜା ଓ ସାଧାରଣ ଦର୍ଶନ ବ୍ୟବସ୍ଥା କରାଯିବ ନାହିଁ। ଆବଦ୍ଧ ମଣ୍ଡପରେ ମାତ୍ର ୭ ଜଣଙ୍କ ଉପସ୍ଥିତିରେ ମା’ଙ୍କ ପୂଜା ବିଧି ମୁତାବକ ଜାରି ରହିବ।
-ସୁନୀଲ ମହାପାତ୍ର, ଏଜିଏମ୍‌, ନାଲ୍‌କୋ
ସାଧାରଣ ଦର୍ଶନ ବନ୍ଦ
ବିଶ୍ୱକର୍ମା ପୂଜା ପରି ନାଲ୍‌କୋ କଲୋନୀରେ ଦୁର୍ଗାପୂଜା ମହା ଆଡ଼ମ୍ବରରେ କରାଯାଇଥାଏ। ଆକର୍ଷଣୀୟ ମଣ୍ଡପରେ ମା’ଙ୍କ ଦର୍ଶନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ହଜାର ହଜାର ଲୋକଙ୍କ ସମାଗମ ହୁଏ। ହେଲେ ଦ୍ୱିତୀୟ ବର୍ଷ ପାଇଁ ମହାମାରୀ କୋଭିଡ୍‌ ଯୋଗୁ ଶ୍ରଦ୍ଧାଳୁମାନେ ମା’ଙ୍କ ଦିବ୍ୟ ଦର୍ଶନରୁ ବଞ୍ଚିତ ରହିବେ।
-ମନୋଜ ସ୍ବାଇଁ, ଶ୍ରମିକ ନେତା
ଅଷ୍ଟମୀ ବ୍ରତ ପାଇଁ ହେବନି ଭିଡ଼
ନାଲ୍‌କୋ କଲୋନୀରେ ପୂଜାର ସ୍ବତନ୍ତ୍ରତା ହେଲା ମା’ଙ୍କ ଅଷ୍ଟମୀ ପୂଜା। ଏହି ଦିନ ଆଖପାଖ ଅଞ୍ଚଳର ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ ବ୍ରତଧାରୀଙ୍କ ଉପସ୍ଥିତିରେ ଅଷ୍ଟମୀ ପୂଜା ହୋଇଥାଏ। ଶଙ୍ଖ ଓ ହୁଳହୁଳି ଧ୍ୱନିରେ କଲୋନୀ ପରିସରରେ ଆଧ୍ୟାତ୍ମିକ ବାତାବରଣ ଖେଳିଯାଇଥାଏ। ହେଲେ ଚଳିତବର୍ଷ ସେହି ଭିଡ଼ ଦେଖିବାକୁ ମିଳିବନି।
-ଦୀପକ ସାମଲ, ପୂଜା କମିଟି ସଭ୍ୟ


Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ ଯାଏ ୪ ରାଶିଙ୍କୁ ବିଶେଷ କୃପା କରିବେ ଶନି; କ୍ୟାରିୟର-ବିବାହ ଠାରୁ ଧନଲାଭରେ ମିଳିବ ଫାଇଦା…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚରକୁ ସବୁଠାରୁ ପ୍ରଭାବଶାଳୀ ବୋଲି ମାନାଯାଏ, କାରଣ ସେ ପ୍ରାୟ ଅଢ଼େଇ ବର୍ଷ ପରେ ରାଶି ପରିବର୍ତ୍ତନ କରିଥାନ୍ତି। ଧୀର ଗତିରେ ଚାଲୁଥିବା…

ସେପ୍ଟେମ୍ୱରରେ ଚମକିବ ୫ ରାଶିର ଭାଗ୍ୟ: ୪ ଗ୍ରହଙ୍କ ଚଳନରେ ପ୍ରଚୁର ଧନଲାଭ, ଚାକିରିରେ ମିଳିବ ବଡ଼ ଅଫର୍‌…

ସେପ୍ଟେମ୍ୱର ୨୦୨୬ରେ ସୂର୍ଯ୍ୟ, ମଙ୍ଗଳ, ବୁଧ ଏବଂ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ (ଗୋଚର) କରିବାକୁ ଯାଉଛନ୍ତି। ଏହି ଗ୍ରହମାନଙ୍କ ଗୋଚର ଯୋଗୁଁ ଅନେକ ଶୁଭ ରାଜଯୋଗ…

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

ପୁଣିଥରେ ସେଲଫି ଭିଡ଼ିଓ ଶେୟାର କରି ଚର୍ଚ୍ଚାରେ ମୋଦି, ଏଥର କିନ୍ତୁ ଦେଶରୁ ନୁହେଁ…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉଜବେକିସ୍ତାନ ଗସ୍ତରେ ଅଛନ୍ତି। ତାସକେଣ୍ଟରେ ପହଞ୍ଚିବା ପରେ, ସେ ଉଜବେକିସ୍ତାନ ଯୋଗ ଫେଡେରେଶନ ଦ୍ୱାରା ଆୟୋଜିତ ଏକ ସ୍ବତନ୍ତ୍ର…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri