ପ୍ରକମ୍ପିତ ହେବନି ପୂଜାମଣ୍ଡପ

ବଅଁରପାଳ,୩୦ା୯(ଡି.ଏନ.ଏ.)  ବିଶ୍ୱକର୍ମା ପୂଜାର ମାତ୍ର କେଇ ଦିନ ପରେ ପୁଣି ଚଳଚଞ୍ଚଳ ହୋଇଉଠେ ନାଲ୍‌କୋ କଲୋନୀ। ସାର୍ବଜନୀନ ପୂଜା କମିଟି ପକ୍ଷରୁ ଏଠାରେ ଧୁମ୍‌ଧାମରେ କରାଯାଏ ମା’ ଦୁର୍ଗାଙ୍କ ପୂଜା। ଆକର୍ଷଣୀୟ ମେଢ଼ ସହ ଉଚ୍ଚକୋଟୀର ସାଜସଜ୍ଜା ସମସ୍ତଙ୍କୁ ଚମତ୍କୃତ କରିଦିଏ। ଅଷ୍ଟମୀ ଠାରୁ ଭସାଣି ଯାଏ ବେଶ୍‌ ଆଡମ୍ବରପୂର୍ଣ୍ଣ ହୋଇଥାଏ ଏହି ପୂଜା। ମାତ୍ର ଗତବର୍ଷ ପରି ଚଳିତବର୍ଷ ମଧ୍ୟ ନିରାଡମ୍ବରରେ ଦୁର୍ଗାପୂଜା ପାଳନ କରାଯିବ। ଝଲମଲ କରିବନି ନାଲ୍‌କୋ କଲୋନୀ କି ବାଦ୍ୟ ବାଜଣାରେ ପ୍ରକମ୍ପିତ ହେବନି ପୂଜାମଣ୍ଡପ। କୋଭିଡ୍‌ କଟକଣା ମଧ୍ୟରେ କେବଳ ପରମ୍ପରା ରକ୍ଷା ପାଇଁ ପୂଜା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
ନାଲ୍‌କୋ କଲୋନୀରେ ମା’ ଦୁର୍ଗାଙ୍କ ପୂଜା ବେଶ୍‌ ପୁରୁଣା। ଦୀର୍ଘ ୩୬ ବର୍ଷ ହେଲା ସାର୍ବଜନୀନ ପୂଜା କମିଟି ପକ୍ଷରୁ ଏହି ପରମ୍ପରା ରକ୍ଷା କରାଯାଇ ଆସିଛି। କରୋନା ସମୟ ହୋଇ ନ ଥିଲେ ଏତେବେଳକୁ ପ୍ରସ୍ତୁତି ପର୍ବ ଜୋର୍‌ ଧରିଥାନ୍ତା। ରାଜ୍ୟ ବାହାରୁ କାରିଗରମାନେ ଆସି ମା’ଙ୍କ ମୂର୍ତ୍ତିଠାରୁ ଆରମ୍ଭ କରି ମଣ୍ଡପ ଯାଏ ସବୁକିଛି ନିର୍ମାଣରେ ଲାଗିପଡ଼ିଥାନ୍ତେ। ଦୋଳି, ମିନାବଜାର ସହ ବିଭିନ୍ନ ମେଳା ପାଇଁ ସ୍ଥାନ ଚୟନ ଶେଷ ପର୍ଯ୍ୟାୟରେ ପହଞ୍ଚିଥାନ୍ତା। କିନ୍ତୁ ଦୁଇବର୍ଷ ହେଲା କୋଭିଡ୍‌ ସଂକ୍ରମଣକୁ ଲକ୍ଷ୍ୟରେ ରଖି ରାଜ୍ୟ ସରକାର ଧୁମ୍‌ଧାମରେ ପୂଜା ପାଇଁ ଅନୁମତି ଦେଉନାହାନ୍ତି। ଏହାକୁ ନେଇ ଶ୍ରଦ୍ଧାଳୁମାନେ ମନ ଊଣା କରୁଥିବା ବେଳେ ଶହ ଶହ ଉଠା ଦୋକାନୀ, ବ୍ୟବସାୟୀ ନିରାଶ ହୋଇଛନ୍ତି। ସେହିପରି ମା’ଙ୍କ ନିକଟରେ ଅଷ୍ଟମୀ ବ୍ରତ କରୁଥିବା କଲୋନୀ ଓ ଆଖପାଖ ଅଞ୍ଚଳର ସହସ୍ରାଧିକ ବ୍ରତଧାରୀ ଚିନ୍ତାରେ ପଡ଼ିଛନ୍ତି। ପ୍ରତିବର୍ଷ ମା’ଙ୍କ ମହାଷ୍ଟମୀ ପୂଜାବେଳେ ମହିଳା ଶ୍ରଦ୍ଧାଳୁମାନଙ୍କ ବହୁଳ ସମାଗମ ହୋଇଥାଏ। ଘଣ୍ଟ, ବାଜା, ଶଙ୍ଖ, ହୁଳହୁଳି ଧ୍ୱନିରେ ନାଲ୍‌କୋ କଲୋନୀ ପ୍ରକମ୍ପିତ ହୋଇଉଠିଥାଏ। ଚଳିତବର୍ଷ କରୋନା ସ୍ଥିତିରେ ଉଲ୍ଲେଖନୀୟ ସୁଧାର ଦେଖିବାକୁ ମିଳିଥିବାରୁ ସମସ୍ତେ କଟକଣା କୋହଳ ନେଇ ଆଶାବାଦୀ ଥିଲେ। ହେଲେ ସରକାର ସାଧାରଣ ଦର୍ଶନକୁ ସବୁଜ ସଂକେତ ଦେଲେ ନାହିଁ। ମାତ୍ର ୭ ଜଣଙ୍କ ଉପସ୍ଥିତିରେ ପୂଜା ପାଇଁ ଅନୁମତି ଦିଆଯାଇଥିବାରୁ ଆବଦ୍ଧ ମଣ୍ଡପରେ ପରମ୍ପରା ରକ୍ଷା ପାଇଁ କେବଳ ପୂଜା କରାଯିବ ବୋଲି ପ୍ରସ୍ତୁତି ବୈଠକରେ ସ୍ଥିର କରାଯାଇଛି।
ନିରାଡ଼ମ୍ବରରେ ହେବ ପୂଜା
ପ୍ରତିବର୍ଷ ନାଲ୍‌କୋ କଲୋନୀରେ ବେଶ୍‌ ଧୁମ୍‌ଧାମରେ ପୂଜା ପାଳନ ହୋଇଥାଏ। ହେଲେ ଦୁଇ ବର୍ଷ ହେଲା କରୋନା ଏଥିରେ ବାଧକ ସାଜିଛି। ତେଣୁ ସରକାରଙ୍କ କୋଭିଡ୍‌ କଟକଣା ମାନି ପୂଜାକୁ ନିରାଡ଼ମ୍ବରରେ ପାଳନ କରାଯିବ। ୪ ଫୁଟ ଉଚ୍ଚତା ମଧ୍ୟରେ ମା’ଙ୍କ ମୂର୍ତ୍ତି ନିର୍ମାଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ନାହିଁ।
-ମଣିରଞ୍ଜନ ପଟ୍ଟନାୟକ, ପୂଜା କମିଟି ସଭାପତି
ସାଜସଜ୍ଜା କରାଯିବ ନାହିଁ
ନାଲ୍‌କୋ କଲୋନୀରେ ଦୀର୍ଘବର୍ଷ ହେଲା ଦୁର୍ଗାପୂଜା ପାଳିତ ହୋଇଆସୁଛି। ଏଥର ମଧ୍ୟ ପରମ୍ପରା ଅନୁଯାୟୀ ପୂଜା କରାଯିବ। କିନ୍ତୁ କରୋନା କଟକଣା ପାଇଁ ସାଜସଜ୍ଜା ଓ ସାଧାରଣ ଦର୍ଶନ ବ୍ୟବସ୍ଥା କରାଯିବ ନାହିଁ। ଆବଦ୍ଧ ମଣ୍ଡପରେ ମାତ୍ର ୭ ଜଣଙ୍କ ଉପସ୍ଥିତିରେ ମା’ଙ୍କ ପୂଜା ବିଧି ମୁତାବକ ଜାରି ରହିବ।
-ସୁନୀଲ ମହାପାତ୍ର, ଏଜିଏମ୍‌, ନାଲ୍‌କୋ
ସାଧାରଣ ଦର୍ଶନ ବନ୍ଦ
ବିଶ୍ୱକର୍ମା ପୂଜା ପରି ନାଲ୍‌କୋ କଲୋନୀରେ ଦୁର୍ଗାପୂଜା ମହା ଆଡ଼ମ୍ବରରେ କରାଯାଇଥାଏ। ଆକର୍ଷଣୀୟ ମଣ୍ଡପରେ ମା’ଙ୍କ ଦର୍ଶନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ହଜାର ହଜାର ଲୋକଙ୍କ ସମାଗମ ହୁଏ। ହେଲେ ଦ୍ୱିତୀୟ ବର୍ଷ ପାଇଁ ମହାମାରୀ କୋଭିଡ୍‌ ଯୋଗୁ ଶ୍ରଦ୍ଧାଳୁମାନେ ମା’ଙ୍କ ଦିବ୍ୟ ଦର୍ଶନରୁ ବଞ୍ଚିତ ରହିବେ।
-ମନୋଜ ସ୍ବାଇଁ, ଶ୍ରମିକ ନେତା
ଅଷ୍ଟମୀ ବ୍ରତ ପାଇଁ ହେବନି ଭିଡ଼
ନାଲ୍‌କୋ କଲୋନୀରେ ପୂଜାର ସ୍ବତନ୍ତ୍ରତା ହେଲା ମା’ଙ୍କ ଅଷ୍ଟମୀ ପୂଜା। ଏହି ଦିନ ଆଖପାଖ ଅଞ୍ଚଳର ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ ବ୍ରତଧାରୀଙ୍କ ଉପସ୍ଥିତିରେ ଅଷ୍ଟମୀ ପୂଜା ହୋଇଥାଏ। ଶଙ୍ଖ ଓ ହୁଳହୁଳି ଧ୍ୱନିରେ କଲୋନୀ ପରିସରରେ ଆଧ୍ୟାତ୍ମିକ ବାତାବରଣ ଖେଳିଯାଇଥାଏ। ହେଲେ ଚଳିତବର୍ଷ ସେହି ଭିଡ଼ ଦେଖିବାକୁ ମିଳିବନି।
-ଦୀପକ ସାମଲ, ପୂଜା କମିଟି ସଭ୍ୟ


Enter your email to get our daily news in your inbox.

All Right Reserved By Dharitri.Com

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri