ସିସିଟିଭି ଜଗିବ ପୂଜାମଣ୍ଡପ

ଖୋର୍ଦ୍ଧା ଅଫିସ,୧୮।୯:  ଆଉ ଦିନ କେଇଟା ପରେ ଧରାପୃଷ୍ଠରେ ପୂଜା ପାଇବେ ଜଗତ୍‌ଜନନୀ ମା’ଦୁର୍ଗା ଓ ଧନଲକ୍ଷ୍ମୀ। ଦୁଇବର୍ଷ ପରେ ବିନା କଟକଣାରେ ମା’ଙ୍କ ପୂଜାର୍ଚ୍ଚନା ସହ ସମୂହ ଭସାଣି ଅନୁଷ୍ଠିତ ହେବ। ଫଳରେ ଖୋର୍ଦ୍ଧାରେ ପ୍ରବଳ ଜନସମାଗମ ହେବା ସମ୍ଭାବନା ରହିଛି। ଜିଲା ପ୍ରଶାସନ ଏବଂ ପୂଜା କମିଟି ସଦସ୍ୟ, ବ୍ୟବସାୟୀ ମହାସଂଘକୁ ନେଇ ଏକ ପ୍ରସ୍ତୁତି ବୈଠକ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଶାନ୍ତିଶୃଙ୍ଖଳାରେ ଶାରଦୀୟ ପୂଜା ଆୟୋଜନ ସହ ମୂର୍ତ୍ତି ବିସର୍ଜନ ଏବଂ ରାବଣ ପୋଡ଼ି କାର୍ଯ୍ୟକ୍ରମ, ରାସ୍ତା, ଡ୍ରେନ୍‌, ପରିମଳ, ସର୍ବସାଧାରଣ ଶୌଚାଳୟ ଭିତ୍ତିଭୂମି ସ୍ଥିତି ସହ ଖାଦ୍ୟ ନିରାପତ୍ତା ଏବଂ ଭିଡ଼ ନିୟନ୍ତ୍ରଣ ଉପରେ ଆଲୋଚନା କରାଯାଇଥିଲା। ସହରର ରାସ୍ତା ମରାମତି, ଡ୍ରେନ୍‌ରେ ସ୍ଲାବ୍‌ ପକାଇବା, ଷ୍ଟ୍ରିଟ୍‌ ଲାଇଟ ମରାମତି, ଅନାବଶ୍ୟକ ଗଛ କାଟିବା ପାଇଁ ଜିଲାପାଳ ପୌର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୂର୍ତ୍ତି ବିସର୍ଜନ ଲାଗି ପୌର ପ୍ରଶାସନ ପକ୍ଷରୁ ସ୍ଥିରୀକୃତ ଅସ୍ଥାୟୀ ପୋଖରୀରେ ସମସ୍ତ ମୂର୍ତ୍ତି ବିସର୍ଜନ କରାଯିବା ଲାଗି ଜିଲାପାଳ କମିଟିଗୁଡ଼ିକୁ ପରାମର୍ଶ ଦେଇଥିଲେ। କୌଣସି ପୂଜାମଣ୍ଡପରେ ଯେପରି କିଛି ଅଘଟଣ କିମ୍ବା ସର୍ଟସର୍କିଟଜନିତ ସମସ୍ୟା ନ ଉପୁଜିବ ତାହା ଉପରେ ଗୁରୁତ୍ୱ ଦିଆଯିବ। ପୂଜା ସମୟରେ ବାସିଖାଦ୍ୟ ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ, ଜଳଖିଆ ଦୋକାନରେ ବିକ୍ରି ହୋଇଥାଏ। ତେଣୁ ଖାଦ୍ୟର ନିରାପତ୍ତା ଯାଞ୍ଚ ଲାଗି ଫୁଡ୍‌ ଇନ୍ସପେକ୍ଟରଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ଖାଦ୍ୟଷ୍ଟଲ୍‌, ଦୋକାନ ବୁଲି ଖାଦ୍ୟର ମାନ ଯାଞ୍ଚ କରିବେ। ସେହିଭଳି ପୂଜା ମଣ୍ଡପରେ ଯେଭଳି କୌଣସି ଦୁର୍ଘଟଣା ନ ଘଟିବ ସେଥିପ୍ରତି ଗୁରୁତ୍ୱ ଦିଆଯିବ। ସୁରକ୍ଷା ଦୃଷ୍ଟିରୁ ସମସ୍ତ ପୂଜା ମଣ୍ଡପରେ ସିସିଟିଭି ଲଗାଇବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପୂଜା ଆୟୋଜନ ଲାଗି କମିଟିମାନେ ସିଙ୍ଗଲ ୱିଣ୍ଡୋରେ ପୂଜା, ଲାଇଟ ଆଣ୍ଡ ସାଉଣ୍ଡ, ଭସାଣି, ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ଉପଜିଲାପାଳଙ୍କ ନିକଟରେ ଆବେଦନ କରିବେ। ରାବଣପୋଡ଼ି ଏବଂ ଭସାଣି ସ୍ଥାନରେ ଆର୍‌ ଆଣ୍ଡ ବି ପକ୍ଷରୁ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯିବ। ଅଗ୍ନିଶମ ସେବାକେନ୍ଦ୍ର ଉଭୟ ସ୍ଥାନ ତଦାରଖ କରିବ। ଏଥିସହିତ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅସ୍ଥାୟୀ ମେଡିକାଲ କ୍ୟାମ୍ପ୍‌ ଏବଂ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବ। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟଜଳ ବ୍ୟବସ୍ଥା କରାଯିବ। ବିଦ୍ୟୁତ୍‌ ବିଭାଗ ରାସ୍ତାରେ ଓହଳି ରହିଥିବା ତାର ସଜାଡ଼ିବା ସହ ଆବଶ୍ୟକ ମରାମତି କରିବ। ନିର୍ଦ୍ଧାରିତ ସମୟରେ ଭସାଣି ସ୍ଥଳରେ ପହଞ୍ଚିବା, ଶୃଙ୍ଖଳିତ ପୂଜାମଣ୍ଡପ, ସାଜସଜ୍ଜା, ଆକର୍ଷଣୀୟ ପ୍ରତିମୂର୍ତ୍ତି ଆଦିକୁ ଦୃଷ୍ଟିରେ ରଖି ପୂଜା କମିଟିକୁ ଜିଲା ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯିବ। ଚଳିତ ବର୍ଷ ୫ ହରପାର୍ବତୀ, ୪ ଦୁର୍ଗାପୂଜା ଏବଂ ୩୧ ମଣ୍ଡପରେ ପୂଜା ପାଇବେ ଗଜଲକ୍ଷ୍ମୀ। ଅକ୍ଟୋବର ୧ରୁ ୪ ଦୁର୍ଗା ଓ ହରପାର୍ବତୀ ପୂଜା, ୫ରେ ରାବଣପୋଡ଼ି, ୯ରୁ ୧୫ ଗଜଲକ୍ଷ୍ମୀ ପୂଜା ଏବଂ ୧୬ ତାରିଖରେ ସାମୂହିକ ଭସାଣି ଉତ୍ସବ ଏବଂ ୧୭ ତାରିଖରେ ଟାଉନ ହଲ୍‌ଠାରେ ପୂଜା କମିଟି ସଦସ୍ୟଙ୍କୁ ସମ୍ବର୍ଦ୍ଧନା ଦିଆଯିବା ଲାଗି ସ୍ଥିର ହୋଇଛି। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବେଗୁନିଆ ବିଧାୟକ ତଥା ବ୍ୟବସାୟୀ ମହାସଂଘ ସଭାପତି ରାଜେନ୍ଦ୍ର ସାହୁ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଖୋର୍ଦ୍ଧା ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ଅତିରିକ୍ତ ଜିଲାପାଳ ମନୋଜ ପାଢ଼ୀ, ଉପଜିଲାପାଳ ଦେବବ୍ରତ ସାହୁ, ପୌର କାର୍ଯ୍ୟନିର୍ବାହୀ ତଥା ତହସିଲଦାର ଈପ୍‌ସିତ ସାହୁ, ସଦର ଡିଏସ୍‌ପି ଦିଲୀପ କୁମାର ଦାସ, ଇଲେକ୍ଟ୍ରି ଏସ୍‌ଡିଓ ମାନସ ରଞ୍ଜନ ନାୟକ, ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ରୀୟ ଜେନା, ବ୍ୟବସାୟୀ ମହାସଂଘ ସମ୍ପାଦକ ଜୟନ୍ତ ରାୟଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ, ପୂଜା କମିଟି ସଭାପତି ଓ ସମ୍ପାଦକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri