କେବଳ ହତାଶ

ଜାତିସଂଘ ସୁରକ୍ଷା ପରିଷଦରେ ଭିଟୋ ପ୍ରୟୋଗ କରିପାରିବା ଭଳି ଏକ ସ୍ଥାୟୀ ଆସନ ପାଇବା ଅଧିକାର ବୋଲି ଭାରତ କହୁଛି। ତେବେ ଏହି ଅଧିକାର ନ ମିଳିବା ଯୋଗୁ କେବେ କେବେ କ୍ରୋଧ, ଉତ୍ତେଜନା ଏବଂ ହତାଶ ଦେଖାଯାଏ; ଯାହା ଚଳିତ ସପ୍ତାହରେ ନ୍ୟୁୟର୍କରେ ଲକ୍ଷ୍ୟ କରାଯାଇଛି। ଅଗଷ୍ଟ ୨୨ରେ ଆମ ପ୍ରତିନିଧିଙ୍କ ବକ୍ତବ୍ୟରେ ଏଭଳି ହତାଶାଭାବ ଦେଖାଯାଇଛିି। ପୂର୍ବରୁ ମଧ୍ୟ ଆମର ହତାଶ ସମ୍ପର୍କିତ ଖବର ପ୍ରକାଶ ପାଇଆସିଛି। ଏଭଳି ଖବରରୁ ବହୁ ସମୟରେ ସ୍ପଷ୍ଟ ହୁଏ ଯେ, ସୁରକ୍ଷା ପରିଷଦର ପୁନର୍ଗଠନରେ କାହିଁକି ଅଗ୍ରଗତି ହେଉନାହିଁ। କଥା ହେଉଛି, ଆମେ ସୁରକ୍ଷା ପରିଷଦରେ ଏକ ଉଚ୍ଚ ପଦବୀ ପାଇଁ ଏକାକୀ ଦାବିଦାର ନୋହଁୁ। ଅନ୍ୟମାନେ ବି ରହିଛନ୍ତି ଓ ସେମାନଙ୍କୁ ଏଥିରୁ ବଞ୍ଚିତ କରାଯାଉଛି ବୋଲି ସେମାନେ ଅନୁଭବ କରୁଛନ୍ତି। ସୁରକ୍ଷା ପରିଷଦର ପୁନର୍ଗଠନ ପାଇଁ ବ୍ୟାପକ ସହମତି ରହିଥିବାବେଳେ ‘କଫି କ୍ଲବ୍‌’ ଭାବେ ପରିଚିତ କେତେକ ଦେଶ ଏହାକୁ ବିରୋଧ କରୁଛନ୍ତି। ପାକିସ୍ତାନ ଏହି କ୍ଲବ୍‌ର ଏକ ସଦସ୍ୟ। ବ୍ରାଜିଲର ଦାବିକୁ ଆର୍ଜେଣ୍ଟିନା ବିରୋଧ କରୁଛି। ଇଟାଲୀ ଓ ସ୍ପେନ୍‌ ବିରୋଧ କରୁଛନ୍ତି ଜର୍ମାନୀକୁ ଏବଂ ଅଷ୍ଟ୍ରେଲିଆ ବିରୋଧ କରୁଛି ଜାପାନକୁ। ଚାଇନା ଯେମିତି ଭାରତକୁ ବିରୋଧ କରେ ସେମିତି ଜାପାନକୁ ମଧ୍ୟ ବିରୋଧ କରିବା ସ୍ବାଭାବିକ। ବିନା ସର୍ବ ସମ୍ମତିରେ ସୁରକ୍ଷା ପରିଷଦର ପୁନର୍ଗଠନ ହୋଇପାରିବ ନାହିଁ। ବିଶେଷ କରି ଚାଇନାର ଆମ ପ୍ରବେଶ ଉପରେ ଭିଟୋ ପ୍ରୟୋଗର କ୍ଷମତା ରହିଛି। ତାହାର କ୍ଷମତା ଆମ ସହ ଶେୟାର କରିବାକୁ ଚାହିଁବ ବୋଲି ଭାବିବା ଏକ ଭ୍ରମ। ଇଂଲଣ୍ଡ ଓ ଫ୍ରାନ୍ସର ଯାହା କିଛି କ୍ଷମତା ରହିଛି ତାହାକୁ ସେମାନେ ଅନ୍ୟ ଦେଶ ସହ ଶେୟାର କରିବାକୁ କେବେ ବି ଚାହିଁବେ ନାହିଁ। ତେବେ ଭାରତ କ’ଣ ବା କରିପାରିବ। କେବଳ ହତାଶ ହେବା ବ୍ୟତୀତ ଆଉ କିଛି କରିପାରିବ ନାହିଁ। ଭାରତକୁ ଏହି ପଦବୀ ଦିଆ ନ ଯିବା ଉଚିତ ବୋଲି ପାକିସ୍ତାନ ସବୁବେଳେ ସବୁଆଡ଼େ କହୁଥିବାରୁ ହତାଶାଭାବ ଆହୁରି ବଢିବାରେ ଲାଗିଛି। ଆମ ପ୍ରାପ୍ୟ ଆମକୁ ଦିଆଯିବା ସହ ବୈଶ୍ୱିକ ସ୍ତରରେ ଶକ୍ତିଶାଳୀ ଦେଶଗୁଡ଼ିକ ସହ କାର୍ଯ୍ୟ କରିବାକୁ ଅନୁମତି ଦେବା ପାଇଁ ଆମେ ଦାବି କରିବା ଆବଶ୍ୟକ। କିନ୍ତୁ ଆମେ ପାକିସ୍ତାନ ଏବଂ ସୀମାପାର ସନ୍ତ୍ରାସବାଦ ଏବଂ ଆଉ କିଛି ଘଟଣା ଉପରେ ଧ୍ୟାନ ଦେଉଛୁ। ଆମ ଦୂରଦୃଷ୍ଟି ବାସ୍ତବରେ ସଂକୀର୍ଣ୍ଣ। ଜାତିସଂଘ ସାଧାରଣ ପରିଷଦରେ ବାର୍ଷିକ ସଭାରେ ଆମ ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀଙ୍କ ବକ୍ତବ୍ୟରୁ ଯଦି ଆମେ ପାକିସ୍ତାନ ସମ୍ପର୍କିତ ସମାଲୋଚନାକୁ ବାଦ୍‌ ଦେବା ତେବେ ଆମ ଦାବିର କିଛି ଅର୍ଥ ରହିବ। ବିଶ୍ୱକୁ ଦେବା ଲାଗି ଆମ ପାଖରେ ଅନେକ କିଛି ରହିଛି। ପ୍ରଶ୍ନ ହେଉଛି ଭାରତ କାହିଁକି ସୁରକ୍ଷା ପରିଷଦରେ ଏକ ସ୍ଥାନ ଚାହଁୁଛି। ତେବେ ଦୁଇଟି କାରଣରୁ ଆମେ ସମ୍ମାନ ଚାହଁୁଛୁ ବୋଲି ଜଣାପଡ଼ୁଛି। ସେଥିମଧ୍ୟରୁ ଗୋଟିଏ ହେଲା ଆମତ୍ସୁରକ୍ଷା।
କଶ୍ମୀରରେ ଜନମତ ସଂଗ୍ରହ କରିବା ପ୍ରତିଶ୍ରୁତିକୁ ଭାରତ ରଦ୍ଦ କରିବା ପରେ ଆମେ ଅନେକ ଦଶନ୍ଧି ଧରି ନିଶ୍ଚିତ କରିବାକୁ ଚେଷ୍ଟା କଲୁ ଯେ, କଶ୍ମୀରରେ ଜନମତ ସଂଗ୍ରହକୁ ନେଇ ଜାତିସଂଘ ପ୍ରସ୍ତାବଗୁଡ଼ିକ ଶେଷ କିମ୍ବା ନିଷ୍କ୍ରିୟ ହୋଇଯାଇଛି। ଅନେକ ଭାରତୀୟ ଜାଣିନାହାନ୍ତି ଯେ ଜାତିସଂଘ ମିଲିଟାରି ପର୍ଯ୍ୟବେକ୍ଷକ ଗ୍ରୁପ ରହିଛି ଓ ପାକିସ୍ତାନ ସହ ଆମର ବିବାଦ ଉପରେ ନଜର ରଖିବାକୁ ଏହା ଭାରତରେ ରହିଛି। କଶ୍ମୀରରେ ଦମନକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଭାରତ ସବୁବେଳେ ଚାପର ସମ୍ମୁଖୀନ ହୋଇଛି ଏବଂ ଏକ ଭିଟୋ ହାସଲ କରି ଏହାକୁ ଟାଳିବାକୁ ଚେଷ୍ଟାରେ ରହିଛି। ଏହାକୁ ଛାଡ଼ିଲେ ଆମେ ପଦବୀ ଚାହିଁବାର ଆଉ କୌଣସି କାରଣ ନ ଥିବା ମନେହେଉଛି। ସୁରକ୍ଷା ପରିଷଦ ବାହାରେ ଆମେ କିଛି କରିପାରି ନ ଥିତ୍ବାବେଳେ ସେଠାରେ ରହି ଆମେ କ’ଣ କରିପାରିବା? ସୁରକ୍ଷା ପରିଷଦରେ ସ୍ଥାନ କିମ୍ବା ଆବଶ୍ୟକ ସେନା ନ ଥାଇ ବିଶ୍ୱରେ ଫ୍ରାନ୍ସ ଅପେକ୍ଷା ଜାପାନ ଓ ଜର୍ମାନୀ ଅତ୍ୟଧିକ ପ୍ରଭାବ ପକାନ୍ତି। ଅନ୍ୟପଟେ ସୁରକ୍ଷା ପରିଷଦର ୫ ସ୍ଥାୟୀ ସଦସ୍ୟ ଭିତରେ ରହି ଚାଇନା ବିକାଶ କରିନାହିଁ। ଏହା କେବଳ ସମ୍ଭବ ହୋଇଛି ତା’ର ଆର୍ଥିକ ଅଭିବୃଦ୍ଧି ଓ ବାଣିଜି୍ୟକ କ୍ଷମତା ଏବଂ ବୃହତ୍‌ ଭିତ୍ତିଭୂମି ପ୍ରୋଜେକ୍ଟ ପାଇଁ। ଏହି ଶକ୍ତି ତା’ ଭିଟୋ କ୍ଷମତା ଠାରୁ ଅଧିକ। କିନ୍ତୁ ଭାରତର ସମସ୍ୟା ହେଉଛି, ଏହାର ଆର୍ଥିକ ଶକ୍ତି ଚାଇନା ତୁଳନାରେ ଏକ ପଞ୍ଚମାଂଶ; ଯେଉଁଥିପାଇଁ ଶୀର୍ଷ ପଦବୀରେ ବସିପାରୁନାହିଁ। ଯଦି ଆମ ପାଖରେ ଚାଇନା ଭଳି ଆର୍ଥିକ ଶକ୍ତି ରହିଥାଆନ୍ତା, ତେବେ ଆମେ ସୁରକ୍ଷା ପରିଷଦରେ ରହି ନ ଥିଲେ ମଧ୍ୟ ଆମର କିଛି ଅସୁବିଧା ହୋଇ ନ ଥାନ୍ତା। ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟ ଭାବେ ରହିବାକୁ ଆମେ ଆଶା କରିବାର ଦ୍ୱିତୀୟ କାରଣ ରହିଛି। ଜନସଂଖ୍ୟା ଏବଂ ସ୍ବତନ୍ତ୍ର ଅସ୍ତିତ୍ୱସମ୍ପନ୍ନ ସମାଜକୁ ଆଧାର କରି ଏଥିପାଇଁ ଆମେ ହକଦାର ବୋଲି କହୁଛୁ। କିନ୍ତୁ ପ୍ରଥମଟିରେ ସଫଳ ହେବାର ସମ୍ଭାବନା ନାହିଁ। ଦ୍ୱିତୀୟଟିରେ ଅଧିକ କିଛି କହିବାର ନାହିଁ, କାରଣ ବିଗତ କିଛି ବର୍ଷ ହେବ ଭାରତର ବ୍ୟବହାର ଆମ ଦାବିକୁ ବ୍ୟର୍ଥ କରିଦେଇଛି।
ଆର୍ଥିକ ଦିଗରୁ ଆମ ଅଞ୍ଚଳକୁ ଆମେ ସଂଗଠିତ କରିପାରିନାହଁୁ। ଅନ୍ୟପକ୍ଷରେ ପଡ଼ୋଶୀମାନଙ୍କ ସହ ଶତ୍ରୁତାପୂର୍ଣ୍ଣ ସମ୍ପର୍କ ରହିଛି। ଜାତିସଂଘକୁ ଅର୍ଥ ଦେବାରେ ଆମେ ପୃଥିବୀର ସବୁଠୁ ଗରିବ ଦେଶ। ବର୍ଷକୁ ଆମେ ଜାତିସଂଘକୁ ୨୩ ମିଲିୟନ ଡଲାର ଦେଉଛୁ। ଏହା ଅଷ୍ଟ୍ରେଲିଆ, କାନାଡା, କୋରିଆ, ସ୍ପେନ, ନେଦରଲାଣ୍ଡ, ଇଟାଲୀ, ସୁଇଜରଲାଣ୍ଡ, ସୁଇଡେନ ଏବଂ ତୁର୍କୀଠାରୁ ମଧ୍ୟ କମ୍‌। ଇଂଲଣ୍ଡ ଏବଂ ଫ୍ରାନ୍ସ ଆମଠାରୁ ୫ଗୁଣ, ଜର୍ମାନୀ ୭ଗୁଣ, ଜାପାନ ୧୦ଗୁଣ, ଚାଇନା ୧୫ ଗୁଣ ଅଧିକ ଦେଉଛି। ୨୦୧୮ରେ ଆମେରିକା ୧୦ ବିଲିୟନ ଡଲାର ଦେଇଥିଲା; ଯାହା ଆମଠାରୁ ୪୦୦ଗୁଣ ବେଶି। ଏହି କାରଣରୁ ସେମାନଙ୍କର କ୍ଷମତା ରହିଛି। ଭାରତ ସୁରକ୍ଷା ପରିଷଦରେ ରହିବାକୁ ଚାହଁୁଛି ସତ, କିନ୍ତୁ ଏହାର କାରଣ ସମ୍ପର୍କରେ ଆମ ଭିତରେ ଉଚିତ ଆଲୋଚନା ହେଉନାହିଁ। ଥରେ ଆମେ ଏହି ପଦବୀ ପାଇଲେ ତାହାକୁ ନେଇ କ’ଣ କରିବୁ ଏବଂ ତା’ର ମୂଲ୍ୟ, ଦାୟିତ୍ୱ କ’ଣ ରହିବ ସେ ବିଷୟରେ ବି ଆଲୋଚନା କରୁନାହଁୁ। କେବଳ ଏହା ଦରକାର ବୋଲି ଆମେ ଜାଣୁ ଓ ଆମକୁ ଏହା ଦିଆଯାଉ ବୋଲି ଦାବି କରୁ।


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?