କେବଳ ହତାଶ

ଜାତିସଂଘ ସୁରକ୍ଷା ପରିଷଦରେ ଭିଟୋ ପ୍ରୟୋଗ କରିପାରିବା ଭଳି ଏକ ସ୍ଥାୟୀ ଆସନ ପାଇବା ଅଧିକାର ବୋଲି ଭାରତ କହୁଛି। ତେବେ ଏହି ଅଧିକାର ନ ମିଳିବା ଯୋଗୁ କେବେ କେବେ କ୍ରୋଧ, ଉତ୍ତେଜନା ଏବଂ ହତାଶ ଦେଖାଯାଏ; ଯାହା ଚଳିତ ସପ୍ତାହରେ ନ୍ୟୁୟର୍କରେ ଲକ୍ଷ୍ୟ କରାଯାଇଛି। ଅଗଷ୍ଟ ୨୨ରେ ଆମ ପ୍ରତିନିଧିଙ୍କ ବକ୍ତବ୍ୟରେ ଏଭଳି ହତାଶାଭାବ ଦେଖାଯାଇଛିି। ପୂର୍ବରୁ ମଧ୍ୟ ଆମର ହତାଶ ସମ୍ପର୍କିତ ଖବର ପ୍ରକାଶ ପାଇଆସିଛି। ଏଭଳି ଖବରରୁ ବହୁ ସମୟରେ ସ୍ପଷ୍ଟ ହୁଏ ଯେ, ସୁରକ୍ଷା ପରିଷଦର ପୁନର୍ଗଠନରେ କାହିଁକି ଅଗ୍ରଗତି ହେଉନାହିଁ। କଥା ହେଉଛି, ଆମେ ସୁରକ୍ଷା ପରିଷଦରେ ଏକ ଉଚ୍ଚ ପଦବୀ ପାଇଁ ଏକାକୀ ଦାବିଦାର ନୋହଁୁ। ଅନ୍ୟମାନେ ବି ରହିଛନ୍ତି ଓ ସେମାନଙ୍କୁ ଏଥିରୁ ବଞ୍ଚିତ କରାଯାଉଛି ବୋଲି ସେମାନେ ଅନୁଭବ କରୁଛନ୍ତି। ସୁରକ୍ଷା ପରିଷଦର ପୁନର୍ଗଠନ ପାଇଁ ବ୍ୟାପକ ସହମତି ରହିଥିବାବେଳେ ‘କଫି କ୍ଲବ୍‌’ ଭାବେ ପରିଚିତ କେତେକ ଦେଶ ଏହାକୁ ବିରୋଧ କରୁଛନ୍ତି। ପାକିସ୍ତାନ ଏହି କ୍ଲବ୍‌ର ଏକ ସଦସ୍ୟ। ବ୍ରାଜିଲର ଦାବିକୁ ଆର୍ଜେଣ୍ଟିନା ବିରୋଧ କରୁଛି। ଇଟାଲୀ ଓ ସ୍ପେନ୍‌ ବିରୋଧ କରୁଛନ୍ତି ଜର୍ମାନୀକୁ ଏବଂ ଅଷ୍ଟ୍ରେଲିଆ ବିରୋଧ କରୁଛି ଜାପାନକୁ। ଚାଇନା ଯେମିତି ଭାରତକୁ ବିରୋଧ କରେ ସେମିତି ଜାପାନକୁ ମଧ୍ୟ ବିରୋଧ କରିବା ସ୍ବାଭାବିକ। ବିନା ସର୍ବ ସମ୍ମତିରେ ସୁରକ୍ଷା ପରିଷଦର ପୁନର୍ଗଠନ ହୋଇପାରିବ ନାହିଁ। ବିଶେଷ କରି ଚାଇନାର ଆମ ପ୍ରବେଶ ଉପରେ ଭିଟୋ ପ୍ରୟୋଗର କ୍ଷମତା ରହିଛି। ତାହାର କ୍ଷମତା ଆମ ସହ ଶେୟାର କରିବାକୁ ଚାହିଁବ ବୋଲି ଭାବିବା ଏକ ଭ୍ରମ। ଇଂଲଣ୍ଡ ଓ ଫ୍ରାନ୍ସର ଯାହା କିଛି କ୍ଷମତା ରହିଛି ତାହାକୁ ସେମାନେ ଅନ୍ୟ ଦେଶ ସହ ଶେୟାର କରିବାକୁ କେବେ ବି ଚାହିଁବେ ନାହିଁ। ତେବେ ଭାରତ କ’ଣ ବା କରିପାରିବ। କେବଳ ହତାଶ ହେବା ବ୍ୟତୀତ ଆଉ କିଛି କରିପାରିବ ନାହିଁ। ଭାରତକୁ ଏହି ପଦବୀ ଦିଆ ନ ଯିବା ଉଚିତ ବୋଲି ପାକିସ୍ତାନ ସବୁବେଳେ ସବୁଆଡ଼େ କହୁଥିବାରୁ ହତାଶାଭାବ ଆହୁରି ବଢିବାରେ ଲାଗିଛି। ଆମ ପ୍ରାପ୍ୟ ଆମକୁ ଦିଆଯିବା ସହ ବୈଶ୍ୱିକ ସ୍ତରରେ ଶକ୍ତିଶାଳୀ ଦେଶଗୁଡ଼ିକ ସହ କାର୍ଯ୍ୟ କରିବାକୁ ଅନୁମତି ଦେବା ପାଇଁ ଆମେ ଦାବି କରିବା ଆବଶ୍ୟକ। କିନ୍ତୁ ଆମେ ପାକିସ୍ତାନ ଏବଂ ସୀମାପାର ସନ୍ତ୍ରାସବାଦ ଏବଂ ଆଉ କିଛି ଘଟଣା ଉପରେ ଧ୍ୟାନ ଦେଉଛୁ। ଆମ ଦୂରଦୃଷ୍ଟି ବାସ୍ତବରେ ସଂକୀର୍ଣ୍ଣ। ଜାତିସଂଘ ସାଧାରଣ ପରିଷଦରେ ବାର୍ଷିକ ସଭାରେ ଆମ ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀଙ୍କ ବକ୍ତବ୍ୟରୁ ଯଦି ଆମେ ପାକିସ୍ତାନ ସମ୍ପର୍କିତ ସମାଲୋଚନାକୁ ବାଦ୍‌ ଦେବା ତେବେ ଆମ ଦାବିର କିଛି ଅର୍ଥ ରହିବ। ବିଶ୍ୱକୁ ଦେବା ଲାଗି ଆମ ପାଖରେ ଅନେକ କିଛି ରହିଛି। ପ୍ରଶ୍ନ ହେଉଛି ଭାରତ କାହିଁକି ସୁରକ୍ଷା ପରିଷଦରେ ଏକ ସ୍ଥାନ ଚାହଁୁଛି। ତେବେ ଦୁଇଟି କାରଣରୁ ଆମେ ସମ୍ମାନ ଚାହଁୁଛୁ ବୋଲି ଜଣାପଡ଼ୁଛି। ସେଥିମଧ୍ୟରୁ ଗୋଟିଏ ହେଲା ଆମତ୍ସୁରକ୍ଷା।
କଶ୍ମୀରରେ ଜନମତ ସଂଗ୍ରହ କରିବା ପ୍ରତିଶ୍ରୁତିକୁ ଭାରତ ରଦ୍ଦ କରିବା ପରେ ଆମେ ଅନେକ ଦଶନ୍ଧି ଧରି ନିଶ୍ଚିତ କରିବାକୁ ଚେଷ୍ଟା କଲୁ ଯେ, କଶ୍ମୀରରେ ଜନମତ ସଂଗ୍ରହକୁ ନେଇ ଜାତିସଂଘ ପ୍ରସ୍ତାବଗୁଡ଼ିକ ଶେଷ କିମ୍ବା ନିଷ୍କ୍ରିୟ ହୋଇଯାଇଛି। ଅନେକ ଭାରତୀୟ ଜାଣିନାହାନ୍ତି ଯେ ଜାତିସଂଘ ମିଲିଟାରି ପର୍ଯ୍ୟବେକ୍ଷକ ଗ୍ରୁପ ରହିଛି ଓ ପାକିସ୍ତାନ ସହ ଆମର ବିବାଦ ଉପରେ ନଜର ରଖିବାକୁ ଏହା ଭାରତରେ ରହିଛି। କଶ୍ମୀରରେ ଦମନକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଭାରତ ସବୁବେଳେ ଚାପର ସମ୍ମୁଖୀନ ହୋଇଛି ଏବଂ ଏକ ଭିଟୋ ହାସଲ କରି ଏହାକୁ ଟାଳିବାକୁ ଚେଷ୍ଟାରେ ରହିଛି। ଏହାକୁ ଛାଡ଼ିଲେ ଆମେ ପଦବୀ ଚାହିଁବାର ଆଉ କୌଣସି କାରଣ ନ ଥିବା ମନେହେଉଛି। ସୁରକ୍ଷା ପରିଷଦ ବାହାରେ ଆମେ କିଛି କରିପାରି ନ ଥିତ୍ବାବେଳେ ସେଠାରେ ରହି ଆମେ କ’ଣ କରିପାରିବା? ସୁରକ୍ଷା ପରିଷଦରେ ସ୍ଥାନ କିମ୍ବା ଆବଶ୍ୟକ ସେନା ନ ଥାଇ ବିଶ୍ୱରେ ଫ୍ରାନ୍ସ ଅପେକ୍ଷା ଜାପାନ ଓ ଜର୍ମାନୀ ଅତ୍ୟଧିକ ପ୍ରଭାବ ପକାନ୍ତି। ଅନ୍ୟପଟେ ସୁରକ୍ଷା ପରିଷଦର ୫ ସ୍ଥାୟୀ ସଦସ୍ୟ ଭିତରେ ରହି ଚାଇନା ବିକାଶ କରିନାହିଁ। ଏହା କେବଳ ସମ୍ଭବ ହୋଇଛି ତା’ର ଆର୍ଥିକ ଅଭିବୃଦ୍ଧି ଓ ବାଣିଜି୍ୟକ କ୍ଷମତା ଏବଂ ବୃହତ୍‌ ଭିତ୍ତିଭୂମି ପ୍ରୋଜେକ୍ଟ ପାଇଁ। ଏହି ଶକ୍ତି ତା’ ଭିଟୋ କ୍ଷମତା ଠାରୁ ଅଧିକ। କିନ୍ତୁ ଭାରତର ସମସ୍ୟା ହେଉଛି, ଏହାର ଆର୍ଥିକ ଶକ୍ତି ଚାଇନା ତୁଳନାରେ ଏକ ପଞ୍ଚମାଂଶ; ଯେଉଁଥିପାଇଁ ଶୀର୍ଷ ପଦବୀରେ ବସିପାରୁନାହିଁ। ଯଦି ଆମ ପାଖରେ ଚାଇନା ଭଳି ଆର୍ଥିକ ଶକ୍ତି ରହିଥାଆନ୍ତା, ତେବେ ଆମେ ସୁରକ୍ଷା ପରିଷଦରେ ରହି ନ ଥିଲେ ମଧ୍ୟ ଆମର କିଛି ଅସୁବିଧା ହୋଇ ନ ଥାନ୍ତା। ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟ ଭାବେ ରହିବାକୁ ଆମେ ଆଶା କରିବାର ଦ୍ୱିତୀୟ କାରଣ ରହିଛି। ଜନସଂଖ୍ୟା ଏବଂ ସ୍ବତନ୍ତ୍ର ଅସ୍ତିତ୍ୱସମ୍ପନ୍ନ ସମାଜକୁ ଆଧାର କରି ଏଥିପାଇଁ ଆମେ ହକଦାର ବୋଲି କହୁଛୁ। କିନ୍ତୁ ପ୍ରଥମଟିରେ ସଫଳ ହେବାର ସମ୍ଭାବନା ନାହିଁ। ଦ୍ୱିତୀୟଟିରେ ଅଧିକ କିଛି କହିବାର ନାହିଁ, କାରଣ ବିଗତ କିଛି ବର୍ଷ ହେବ ଭାରତର ବ୍ୟବହାର ଆମ ଦାବିକୁ ବ୍ୟର୍ଥ କରିଦେଇଛି।
ଆର୍ଥିକ ଦିଗରୁ ଆମ ଅଞ୍ଚଳକୁ ଆମେ ସଂଗଠିତ କରିପାରିନାହଁୁ। ଅନ୍ୟପକ୍ଷରେ ପଡ଼ୋଶୀମାନଙ୍କ ସହ ଶତ୍ରୁତାପୂର୍ଣ୍ଣ ସମ୍ପର୍କ ରହିଛି। ଜାତିସଂଘକୁ ଅର୍ଥ ଦେବାରେ ଆମେ ପୃଥିବୀର ସବୁଠୁ ଗରିବ ଦେଶ। ବର୍ଷକୁ ଆମେ ଜାତିସଂଘକୁ ୨୩ ମିଲିୟନ ଡଲାର ଦେଉଛୁ। ଏହା ଅଷ୍ଟ୍ରେଲିଆ, କାନାଡା, କୋରିଆ, ସ୍ପେନ, ନେଦରଲାଣ୍ଡ, ଇଟାଲୀ, ସୁଇଜରଲାଣ୍ଡ, ସୁଇଡେନ ଏବଂ ତୁର୍କୀଠାରୁ ମଧ୍ୟ କମ୍‌। ଇଂଲଣ୍ଡ ଏବଂ ଫ୍ରାନ୍ସ ଆମଠାରୁ ୫ଗୁଣ, ଜର୍ମାନୀ ୭ଗୁଣ, ଜାପାନ ୧୦ଗୁଣ, ଚାଇନା ୧୫ ଗୁଣ ଅଧିକ ଦେଉଛି। ୨୦୧୮ରେ ଆମେରିକା ୧୦ ବିଲିୟନ ଡଲାର ଦେଇଥିଲା; ଯାହା ଆମଠାରୁ ୪୦୦ଗୁଣ ବେଶି। ଏହି କାରଣରୁ ସେମାନଙ୍କର କ୍ଷମତା ରହିଛି। ଭାରତ ସୁରକ୍ଷା ପରିଷଦରେ ରହିବାକୁ ଚାହଁୁଛି ସତ, କିନ୍ତୁ ଏହାର କାରଣ ସମ୍ପର୍କରେ ଆମ ଭିତରେ ଉଚିତ ଆଲୋଚନା ହେଉନାହିଁ। ଥରେ ଆମେ ଏହି ପଦବୀ ପାଇଲେ ତାହାକୁ ନେଇ କ’ଣ କରିବୁ ଏବଂ ତା’ର ମୂଲ୍ୟ, ଦାୟିତ୍ୱ କ’ଣ ରହିବ ସେ ବିଷୟରେ ବି ଆଲୋଚନା କରୁନାହଁୁ। କେବଳ ଏହା ଦରକାର ବୋଲି ଆମେ ଜାଣୁ ଓ ଆମକୁ ଏହା ଦିଆଯାଉ ବୋଲି ଦାବି କରୁ।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri