Posted inଜାତୀୟ

ଲିଭ୍‌ ଇନ୍‌ରେ ସରକାରୀ ଚାକିରିଆ: ରାଜ୍ୟ ସରକାରଙ୍କ ସେବା ସର୍ତ୍ତ ଲାଗି ଜବାବ ତଲବ କଲେ ହାଇକୋର୍ଟ

ପ୍ରୟାଗରାଜ୍‌,୨୮।୧୧: ଲିଭ୍‌ ଇନ୍‌ରେ ରହିଥିବା ଦୁଇ ସରକାରୀ ଚାକିରିଆଙ୍କୁ ସୁରକ୍ଷା ଯୋଗାଇ ଦେବା ମାମଲାରେ ଆହ୍ଲାବାଦ୍‌ ହାଇକୋର୍ଟ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ସରକାରୀ ଚାକିରି ସେବା ସର୍ତ୍ତ ନେଇ ଜବାବ ତଲବ କରିଛନ୍ତି। ଏକ ସପ୍ତାହ ମଧ୍ୟରେ ରାଜ୍ୟ ସରକାର ଏହାର ଉତ୍ତର ରଖିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୨ଠାରୁ ଲିଭ୍‌ ଇନ୍‌ରେ ରହୁଥିବା ହରଦୋଇ ନିବାସୀ ପ୍ରଜ୍ଞା ସିଂ ଏବଂ ବରେଲୀର ମେରାଜ ଅଲ୍ଲୀ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ନେଇ ହାଇକୋର୍ଟର ଆଶ୍ରୟ ନେଇଥିଲେ। ସେମାନଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଜୀବନ ବିତାଇବାକୁ ସୁଯୋଗ ଦିଆଯାଉ ବୋଲି ଆବେଦନକାରୀ ଉଲ୍ଲେଖ କରିଥିଲେ। ତେବେ ବରେଲୀ ପୋଲିସ ଏସ୍‌ପିଙ୍କ ପାଖକୁ ଲେଖାଯାଇଥିବା ଚିଠିରେ ପ୍ରଜ୍ଞା ଅନ୍ୟ ଜଣଙ୍କର ସ୍ତ୍ରୀ ବୋଲି ଦର୍ଶାଯାଇଥିବାବେଳେ ହାଇକୋର୍ଟରେ କରାଯାଇଥିବା ଆବେଦନରେ ସେ ଅବିବାହିତା ବୋଲି ସୂଚିତ ହୋଇଛି। ବିଚାରପତି ଏସ୍‌.ପି କେଶରଓ୍ବାନୀ ଏବଂ ଡ.ଓ୍ବାଇ.କେ. ଶ୍ରୀବାସ୍ତବଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ବିଚାର କରି ଏଭଳି ନିର୍ଦ୍ଦେଶ ଜାରି କରିବା ସହିତ ପ୍ରଜ୍ଞା ବିବାହିତା ଅବା ଅବିବାହିତା ସେ ନେଇ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, କିଛି ଦିନ ତଳେ ଆହ୍ଲାବାଦ୍‌ ହାଇକୋର୍ଟର ବିଚାରପତି ଶଶିକାନ୍ତ ଗୁପ୍ତା ଏବଂ ପଙ୍କଜ ଭାଟିଆଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଲିଭ୍‌ ଇନ୍‌ରେ ରହୁଥିବା ମହିଳାଙ୍କୁ ସୁରକ୍ଷା ଦେବା ଲାଗି ପୋଲିସ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ଶାମଲୀର ତୈମୁରଶାହ ମୋହଲା ନିବାସୀ ସୁଲତାନା ମିର୍ଜା ଏବଂ ବିବେକ ବିହାର ବାସିନ୍ଦା କିରନ୍‌ ରାଣୀଙ୍କୁ ଲିଭ୍‌ ଇନ୍‌ ଆବେଦନ ଉପରେ ବିଚାରପତି ସେମାନେ ସାବାଳିକା ଏବଂ ସେମାନଙ୍କର ନିଜ ପସନ୍ଦର ଜୀବନ ଜୀଇଁବାର ଅଧିକାର ଥିବା ନେଇ ରାୟ ଦେଇଥିଲେ। ସୁଲତାନା ଏବଂ କିରନ୍‌ ଉଭୟ ଚାକିରି ମଧ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଗୁଜରାଟରେ ରେକର୍ଡ ଭାଙ୍ଗି ଦେଖାଅ: ମୋଦି

ଅହମ୍ମଦାବାଦ୍‌,୬।୧୧: ଗୁଜରାଟ ବିଧାନସଭା ନିର୍ବାଚନ ୨୦୨୨ ଘୋଷଣା ପରେ ରାଜ୍ୟରେ ରାଜନୀତି ସରଗରମ ହୋଇଛି। ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଆରମ୍ଭ ହୋଇଯାଛି। ଏହି କ୍ରମରେ...

ଆର୍ଥିକ ସଙ୍କଟରେ କଂଗ୍ରେସ

ନୂଆଦିଲ୍ଲୀ, ୨୧।୨: ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏହି ଦଳରେ ଆର୍ଥିକ ସମସ୍ୟା ଦେଖାଦେଇଥିଲା। ଏବେ ଦେଶର ଏହି ସର୍ବପୁରାତନ ଦଳ...

ଭାରତରେ ୧୧୭୩ କରୋନା ସଂକ୍ରମିତ: ମୃତ୍ୟୁ ସଂଖ୍ୟା ୩୨

ନୂଆଦିଲ୍ଲୀ,୩୦।୩: କରୋନା ସଂକ୍ରମଣ ଭାରତରେ ଆତଙ୍କ ସୃଷ୍ଟି କରିଛି। ଏହାକୁ ରୋକିବା ଲାଗି ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଇତିମଧ୍ୟରେ ଦେଶରେ କରୋନା...

ମୁଁ ହିଁ ଦଳର ସ୍ଥାୟୀ ଅଧ୍ୟକ୍ଷ: ଅସନ୍ତୁଷ୍ଟଙ୍କୁ ସୋନିଆଙ୍କ ଉତ୍ତର

ନୂଆଦିଲ୍ଲୀ,୧୬ ।୧୦: କଂଗ୍ରେସ ଦଳରେ ସ୍ଥାୟୀ ଅଧ୍ୟକ୍ଷ ପଦକୁ ନେଇ ଚାଲିଥିବା ଆଲୋଚନା ସମାଲୋଚନା ଉପରେ ଫୁଲଷ୍ଟପ ଲଗାଇଛନ୍ତି ବର୍ତ୍ତମାନର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ...

ପିଏଫ୍‌ଆଇ ଉପରେ ଏନ୍‌ଆଇଏର କାର୍ଯ୍ୟାନୁଷ୍ଠାନ: ୟୁପି,ବିହାର ସମେତ ୧୭ଟି ସ୍ଥାନରେ ଚଢାଉ

ନୂଆଦିଲ୍ଲୀ,୨୫।୪: ପପୁଲାର୍‌ ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫ୍‌ଆଇ) ଉପରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍‌ଆଇଏ) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୂଚନାନୁସାରେ, ଏନଆଇଏ ପକ୍ଷରୁ ମଙ୍ଗଳବାର...

୭୬ ଘଣ୍ଟା ଖାଦ୍ୟ ପ୍ରସ୍ତୁତ କରି ରେକର୍ଡ କଲେ ଲତା

ଭୋପାଳ,୭।୯: ମଧ୍ୟ ପ୍ରଦେଶ ରିବା ଅଞ୍ଚରରେ ଥିବା ସେଫ୍‌ ଲତା ଟଣ୍ଡନ ଦୀର୍ଘ ୭୬ ଘଣ୍ଟା ଧରି ରୋଷେଇ କରିବା ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି...

ଅଯୋଧ୍ୟାରେ ଦଙ୍ଗା ଷଡ଼ଯନ୍ତ୍ର ପଣ୍ଡ: ୭ ମାଷ୍ଟରମାଇଣ୍ଡ ଗିରଫ

ଆଯୋଧ୍ୟା,୨୯।୪: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଥିବା ବିଭିନ୍ନ ଧାର୍ମିକ ସ୍ଥାନରେ ଆପତ୍ତିଜନକ ପୋଷ୍ଟର, ମାଂସ ଏବଂ ଚିରିଯାଇଥିବା ଧାର୍ମିକ ପୁସ୍ତକ ଫିଙ୍ଗି ଦଙ୍ଗା ସୃଷ୍ଟି କରିବାକୁ...

ତୁର୍କୀ-ସିରିଆ ଭୂକମ୍ପ: ମୃତ୍ୟୁସଂଖ୍ୟା ୩୮୦୦ ଛୁଇଁଲା, ଭାରତ ପଠାଇଲା ଏନ୍‌ଡିଆର୍‌ଏଫ୍‌ ଟିମ୍‌

ନୂଆଦିଲ୍ଲୀ,୭।୨: ତୁର୍କୀ ଏବଂ ସିରିଆ ସମେତ ଚାରିଟି ଦେଶରେ ଭୂକମ୍ପ ବ୍ୟାପକ ଧ୍ୱଂସ ଘଟାଇଛି। ତୁର୍କୀର ନୁର୍‌ଦାଗି ଠାରୁ ୨୩ କିଲୋମିଟର ପୂର୍ବରେ ଏହି କମ୍ପନ...

Advertisement
Archives

Model This Week