ଜନଜୀବନ ଓ ଆୟୁ

ନାରାୟଣ ଚନ୍ଦ୍ର ବିଶ୍ୱାଳ

ଅବ୍ୟବସ୍ଥିତ ଜୀବନଶୈଳୀ, ବେପରୁଆ ଜୀବନ, କର୍ମବ୍ୟସ୍ତତାର ଚାପ, ଯାବତୀୟ ଶାରୀରିକ ଓ ମାନସିକ ଷ୍ଟ୍ରେସ୍‌ ଭିତରେ ବି ଭାରତୀୟଙ୍କ ଆୟୁଷ ବଢ଼ୁଛି। ଗତ ଦୁଇବର୍ଷ ମଧ୍ୟରେ ଜନ୍ମଗ୍ରହଣ କରିଥିବା ଶିଶୁ ଅତିକମ୍‌ରେ ୬୭ ବର୍ଷରୁ ଉର୍ଦ୍ଧ୍ୱ ବଞ୍ଚତ୍ବେ। ଜନ୍ମ, ମୃତ୍ୟୁ ଓ ରୋଗକୁ ନେଇ ହୋଇଥିବା ଗବେଷଣାର ରିପୋର୍ଟକୁ ଆଧାର କରି ଏହି ତଥ୍ୟରେ ଉଲ୍ଲେଖ ରହିଛି। ପୁରୁଷଙ୍କ ତୁଳନାରେ ମହିଳାମାନେ ୬୮ରୁ ୬୯ ବର୍ଷ ପର୍ଯ୍ୟନ୍ତ ବଞ୍ଚତ୍ବାକୁ ସକ୍ଷମ ହେଉଛନ୍ତି। କିନ୍ତୁ ଭାରତ ତୁଳନାରେ ଅନ୍ୟ ଉନ୍ନତ ଦେଶଗୁଡ଼ିକ ଯଥେଷ୍ଟ ଆଗରେ ରହିଛନ୍ତି। ଏ କ୍ଷେତ୍ରରେ ଜାପାନ ବିଶ୍ୱରେ ସବୁଠୁ ଆଗରେ ରହିଥିବା ଦେଖାଯାଇଛି। କାରଣ ଏହି ରାଷ୍ଟ୍ରର ଲୋକଙ୍କ ହାରାହାରି ଆୟୁଷ ପ୍ରାୟ ୮୪ ବର୍ଷ ଥିବାବେଳେ ଅନ୍ୟ ବିକଶିତ ରାଷ୍ଟ୍ର ଯଥା ଅଷ୍ଟ୍ରେଲିଆ, ଆମେରିକା, ସ୍ବିଜରଲ୍ୟାଣ୍ଡ, ଇଟାଲୀ ଓ ସ୍ପେନ୍‌ ଭଳି ରାଷ୍ଟ୍ରଗୁଡ଼ିକରେ ଲୋକଙ୍କ ହାରାହାରି ଆୟୁଷ ୮୦ ବର୍ଷ ରହିଛି। କିନ୍ତୁ ଏହି ତୁଳନାରେ ଆଫ୍ରିକୀୟ ରାଷ୍ଟ୍ର ଯଥା ନାଇଜେରିଆ, ସୋମାଲିଆ, ଆଙ୍ଗୋଲୀ ଓ ମୋଜାମ୍ବିକ ଭଳି ଦେଶଗୁଡ଼ିକରେ ବିଭିନ୍ନ ରୋଗଜନିତ ମୃତ୍ୟୁ ଅଧିକ ହେଉଥିବାରୁ ଏଠାକାର ଲୋକଙ୍କ ହାରାହାରି ଆୟୁଷ ୫୦ ବର୍ଷ ମଧ୍ୟରେ ସୀମିତ ରହିଛି। ଏହି କ୍ରମରେ ଦେଖିଲେ ଭାରତର କେରଳରେ ଲୋକଙ୍କ ଆୟୁଷ ଅନ୍ୟ ରାଜ୍ୟଗୁଡ଼ିକଠାରୁ ଅଧିକ ରହିଛି। ଏହି ରାଜ୍ୟରେ ଲୋକଙ୍କ ହାରାହାରି ଆୟୁଷ ୭୪ ବର୍ଷ ଥିବାବେଳେ ଓଡ଼ିଶାରେ ଏହି ହାର ୫୯.୬ ରହିଥିବା ୟୁଏନ୍‌ଓପି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ହ୍ୟୁମାନ୍‌ ଡେଭଲପ୍‌ମେଣ୍ଟ ଇଣ୍ଡେକ୍ସରେ ଦର୍ଶାଯାଇଛି। ତଥାପି ଭାରତ ଖାସ୍‌ କରି ଓଡ଼ିଶାରେ ଲୋକଙ୍କୁ ସ୍ବାସ୍ଥ୍ୟ ସଚେତନ ରହିବା ଆବଶ୍ୟକ ବୋଲି ଏହି ରିପୋର୍ଟର ମତ।
ଆଗପରି ଅବସ୍ଥା ଆଉ ନାହିଁ। ଏବେ ରୋଗ ନିରୂପଣ ସହଜ ହୋଇଯାଇଛି। ଲୋକେ ସ୍ବାସ୍ଥ୍ୟ ପ୍ରତି ଅନେକ ମାତ୍ରାରେ ସଚେତନ ହୋଇ ପଡ଼ିଛନ୍ତି। ଏପରିକି ଘରେ ବସି ମଧ୍ୟ ସ୍ବାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେବା ମାତ୍ରେ ଲୋକେ ବିଭିନ୍ନ ରୋଗର ଆଶଙ୍କା କରିପାରୁଛନ୍ତି, ଯାହା ୫୦ ବର୍ଷ ତଳେ ଲୋକେ ଜାଣିପାରୁ ନଥିଲେ। ଏବେ ସ୍ବାସ୍ଥ୍ୟରେ ସାମାନ୍ୟ ଅସୁବିଧା ହେଲେ ଲୋକେ ଅବିଳମ୍ବେ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି। ମୁଖ୍ୟତଃ ଲାଇଫ୍‌ ଷ୍ଟାଇଲ୍‌ ଡିଜିଜ୍‌ ଯଥା ମଧୁମେହ, ରକ୍ତଚାପ, ବିଷାଦ, ମୋଟାପଣ ଓ ଲିଭରଜନିତ ଲିଭରସିରୋସିସ୍‌, ପେଟଜନିତ ଗ୍ୟାସ ସମସ୍ୟା ଭଳି ରୋଗ ବାବଦରେ ଲୋକେ ବେଶ ସଚେତନ ହେଉଛନ୍ତି। ସଂପ୍ରତି ମଦ୍ୟପାନ ଜନିତ ଜଟିଳ ରୋଗର ସମସ୍ୟା ସମାଜକୁ ଭାରାକ୍ରାନ୍ତ କରୁଥିବାବେଳେ ପରବର୍ତ୍ତୀ ସମୟରେ ଲିଭର ସିରୋସିସ୍‌, ପେଟରେ ପାଣି ଜମିବା, ଲିଭର କ୍ୟାନ୍‌ସର ଦେଖାଯାଉଛି। ସେହିପରି ଭାବରେ ହେପାଟାଇଟିସ୍‌ ବି ଓ ସି ଭୂତାଣୁ ଦ୍ୱାରା ଯକୃତ ସଂକ୍ରମଣ ହେଲେ ୧୫ରୁ ୨୦ ବର୍ଷ ଭିତରେ ଲିଭର ସିରୋସିସ୍‌ ଓ ଲିଭର କ୍ୟାନ୍‌ସର ରୋଗ ହୁଏ। ତେଣୁ ଏହି ଦୁଇଟି ଭୂତାଣୁର ନିରାକରଣ କରିବା ଅତ୍ୟନ୍ତ ଜରୁରୀ। ହେପାଟାଇଟିସ୍‌ ବି ସଂକ୍ରମଣକୁ ପ୍ରତିହତ କରିବା ପାଇଁ ହେପାଟାଇଟିସ୍‌ ବିର ଟିକା ନେବା ବାଞ୍ଛନୀୟ। କିନ୍ତୁ ଯୁବାବସ୍ଥାରେ କେତେକ କ୍ଷେତ୍ରରେ ସଚେତନତା ବଢ଼ୁଥିବାରୁ ବା ପରୀକ୍ଷାନିରୀକ୍ଷା କରିବା ସହ ପାର୍ଶ୍ୱପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି କେତେକ ରୋଗୀ ନିୟମିତ ଲିଭର ବିଶେଷଜ୍ଞଙ୍କ ପରାମର୍ଶ ନେଉଥିବାରୁ ଏହା ଜଟିଳ ସମସ୍ୟା ଭାବେ ଆଉ ଦେଖାଦେଉନି। ଆହୁରି ମଧ୍ୟ ନିର୍ଦ୍ଦିଷ୍ଟ ବୟସ ଅତିକ୍ରମ କରିବା ପରେ ଲୋକେ ଏମ୍‌ଆରଇ ବା ନିୟମିତ କେତେକ ସ୍ବାସ୍ଥ୍ୟ ପରୀକ୍ଷା କରାଇ ନେଉଛନ୍ତି। ୬୦ ବର୍ଷ ଅତିକ୍ରମ କରିବା ପରେ ଏବେ ହୃଦ୍‌ଘାତଜନିତ ମୃତ୍ୟୁର ଆଶଙ୍କା ଅଧିକ ରହୁଛି। ମାତ୍ର ଏଥିରୁ କିପରି ରକ୍ଷାମିଳିବ, ସେ ନେଇ ଲୋକଙ୍କ ମଧ୍ୟରେ ଆଗ୍ରହ ବଢ଼ୁଛି। ଭାରତ ବିଶ୍ୱରେ ମଧୁମେହ ରୋଗର ରାଜଧାନୀ କହିଲେ ଅତ୍ୟୁକ୍ତି ହେବନାହିଁ। କାରଣ ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ସର୍ବାଧିକ। ଅନେକ ସଂକ୍ରାମକ ରୋଗର ନିରାକରଣ, ଏବେ ଉନ୍ନତ ଚିକିତ୍ସା ବ୍ୟବସ୍ଥାର ସହଜ ଉପଲବ୍ଧ ଲୋକଙ୍କ ଆୟୁଷ ବୃଦ୍ଧିରେ ସହାୟକ ହୋଇଛି।
ସମଗ୍ର ବିଶ୍ୱରେ ଭାରତ ଆୟୁ ବୃଦ୍ଧି ରାଷ୍ଟ୍ର ତାଲିକାର ୧୩୯ କ୍ରମରେ ରହିଛି। ଅନ୍ୟ ଉନ୍ନତ ରାଷ୍ଟ୍ରଗୁଡ଼ିକ ଆମଠାରୁ ଢେର ଆଗରେ ରହିଛନ୍ତି। ସେମାନଙ୍କ ସମକକ୍ଷ ହେବା ପାଇଁ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟା ପ୍ରତି ଯତ୍ନବାନ୍‌ ହେବାକୁ ପଡ଼ିବ। ତେଣୁ ଆମକୁ ଆମ ଜୀବନ ଶୈଳୀରେ ଆହୁରି ପରିବର୍ତ୍ତନ ଆଣିବାକୁ ପଡ଼ିବ। ସାଧାରଣତଃ ୬୫ ବର୍ଷ ପରେ ମସ୍ତିଷ୍କରେ ଥିବା ସ୍ନାୟୁକୋଷର ଅବକ୍ଷୟ ଆରମ୍ଭ ହୋଇଥାଏ। ଫଳରେ ଏମାନଙ୍କ କ୍ଷେତ୍ରରେ ସ୍ମରଣଶକ୍ତି ହ୍ରାସ ପାଇବା ସହିତ ସେ ନିତିଦିନିଆ କାର୍ଯ୍ୟ କରିବାରେ ଭୁଲଭଟକା କରିଥା’ନ୍ତି। ତେଣୁ ଏହାକୁ ଡିମେନ୍‌ସିଆ ବା ବୁଦ୍ଧିହ୍ରାସ କୁହାଯାଏ। ଏବେ ଏହି ରୋଗର ଗୁଣସୂତ୍ର ବା ଜିନ୍‌ ଚିହ୍ନଟ ହୋଇସାରିଛି। ଏଣିକି ଏହାର ଆଗୁଆ ପ୍ରତିଷେଧକ ବ୍ୟବସ୍ଥା ପାଇଁ ଉଦ୍ୟମ ଜାରି ରହିଛି। ବାଇଓ ଷ୍ଟାଟିଷ୍ଟିକ୍ସ ବା ଜୀବ ପରିସଂଖ୍ୟାନରୁ ଆୟୁ ବୃଦ୍ଧି ଘଟିଥିବା ଜଣାପଡ଼ିଛି। ତାହାର ମୁଖ୍ୟ କାରଣ ହେଉଛି ଚିକିତ୍ସା ବିଜ୍ଞାନର ବହୁଳ ପ୍ରସାର ଓ ଉନ୍ନତ ଜ୍ଞାନକୌଶଳର ପ୍ରୟୋଗ ମାଧ୍ୟମରେ ରୋଗୀଙ୍କ ଚିକିତ୍ସା କରାଯାଉଛି। ସଂକ୍ରାମକ ରୋଗଗୁଡ଼ିକର ପ୍ରାଦୁର୍ଭାବ ଅନେକମାତ୍ରାରେ ପ୍ରଶମିତ ହୋଇଛି। ଦୈନିକ ଖାଲିପେଟରେ ସକାଳେ କିମ୍ବା ସନ୍ଧ୍ୟାରେ ୨ କିଲୋମିଟର ଚାଲିବା ଦ୍ୱାରା ଲାଇଫ୍‌ ଷ୍ଟାଇଲ୍‌ ଡିଜିଜ୍‌କୁ ୬୦ ପ୍ରତିଶତ ପ୍ରତିରୋଧ କରିପାରିବ। ପ୍ରାଚୀନ ଭାରତର ଯୋଗାସନ ବ୍ୟବସ୍ଥାକୁ ଆଜି ସମଗ୍ର ବିଶ୍ୱ ଆପଣାଇ ନେବା ସହ ମିଳିତ ଜାତିସଂଘ ଏକ ନିର୍ଦ୍ଦିଷ୍ଟ ଦିବସକୁ ବିଶ୍ୱ ଯୋଗ ଦିବସ ଭାବେ ଗ୍ରହଣ କରିଛି। ସରକାରୀ ବ୍ୟବସ୍ଥାରେ ବ୍ୟାପକ ମାତ୍ରାରେ ଲୋକମାନଙ୍କୁ ସ୍ବାସ୍ଥ୍ୟ ସଚେତନ କରାଯାଇ ଉନ୍ନତ ଚିକିତ୍ସା ସୂଚନା ପ୍ରଯୁକ୍ତି ସହାୟତା ନିଆଯାଇ ସ୍ବାସ୍ଥ୍ୟସେବାକୁ ବ୍ୟାପକ ଓ ପ୍ରସାରାଭିମୁଖୀ କରାଯାଉଛି। କେବଳ ସହରାଞ୍ଚଳ ନୁହେଁ, ଗ୍ରାମାଞ୍ଚଳରେ ମଧ୍ୟ ଲୋକମାନେ ସ୍ବାସ୍ଥ୍ୟ ସଚେତନ ହେଲେଣି। ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଦିନକୁ ଦିନ ଅଧିକ ସ୍ବାସ୍ଥ୍ୟ ସୁବିଧା ପହଞ୍ଚାଇବା ସହ ଭ୍ରାମ୍ୟମାଣ ଚିକିତ୍ସା ଦଳ ଘର ପାଖରେ ସ୍ବାସ୍ଥ୍ୟସେବା ପହଞ୍ଚାଇବା ଦ୍ୱାରା ପରିଣତ ବୟସର ରୋଗୀମାନେ ଅନେକ ସୁବିଧା ପାଇ ପାରୁଛନ୍ତି। ଲୋକମାନଙ୍କ ଜୀବନଶୈଳୀ ପରିବର୍ତ୍ତିତ ହେବା ସହ ସ୍ବାସ୍ଥ୍ୟ ଜୀବନକୁ ଗୁରୁତ୍ୱ ଦେଉଥିବାରୁ ମୁର୍ମୁଷୁ ରୋଗୀଙ୍କ ସଂଖ୍ୟା କମିବାରେ ଲାଗିଛି ଯାହାକି ଅତ୍ୟନ୍ତ ଖୁସିର କଥା।
କଟିକଟା, ମଙ୍ଗଳପୁର, ଯାଜପୁର,
ମୋ: ୯୪୩୮୨୭୬୭୬୦


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?