ଜନଜୀବନ ଓ ଆୟୁ

ନାରାୟଣ ଚନ୍ଦ୍ର ବିଶ୍ୱାଳ

ଅବ୍ୟବସ୍ଥିତ ଜୀବନଶୈଳୀ, ବେପରୁଆ ଜୀବନ, କର୍ମବ୍ୟସ୍ତତାର ଚାପ, ଯାବତୀୟ ଶାରୀରିକ ଓ ମାନସିକ ଷ୍ଟ୍ରେସ୍‌ ଭିତରେ ବି ଭାରତୀୟଙ୍କ ଆୟୁଷ ବଢ଼ୁଛି। ଗତ ଦୁଇବର୍ଷ ମଧ୍ୟରେ ଜନ୍ମଗ୍ରହଣ କରିଥିବା ଶିଶୁ ଅତିକମ୍‌ରେ ୬୭ ବର୍ଷରୁ ଉର୍ଦ୍ଧ୍ୱ ବଞ୍ଚତ୍ବେ। ଜନ୍ମ, ମୃତ୍ୟୁ ଓ ରୋଗକୁ ନେଇ ହୋଇଥିବା ଗବେଷଣାର ରିପୋର୍ଟକୁ ଆଧାର କରି ଏହି ତଥ୍ୟରେ ଉଲ୍ଲେଖ ରହିଛି। ପୁରୁଷଙ୍କ ତୁଳନାରେ ମହିଳାମାନେ ୬୮ରୁ ୬୯ ବର୍ଷ ପର୍ଯ୍ୟନ୍ତ ବଞ୍ଚତ୍ବାକୁ ସକ୍ଷମ ହେଉଛନ୍ତି। କିନ୍ତୁ ଭାରତ ତୁଳନାରେ ଅନ୍ୟ ଉନ୍ନତ ଦେଶଗୁଡ଼ିକ ଯଥେଷ୍ଟ ଆଗରେ ରହିଛନ୍ତି। ଏ କ୍ଷେତ୍ରରେ ଜାପାନ ବିଶ୍ୱରେ ସବୁଠୁ ଆଗରେ ରହିଥିବା ଦେଖାଯାଇଛି। କାରଣ ଏହି ରାଷ୍ଟ୍ରର ଲୋକଙ୍କ ହାରାହାରି ଆୟୁଷ ପ୍ରାୟ ୮୪ ବର୍ଷ ଥିବାବେଳେ ଅନ୍ୟ ବିକଶିତ ରାଷ୍ଟ୍ର ଯଥା ଅଷ୍ଟ୍ରେଲିଆ, ଆମେରିକା, ସ୍ବିଜରଲ୍ୟାଣ୍ଡ, ଇଟାଲୀ ଓ ସ୍ପେନ୍‌ ଭଳି ରାଷ୍ଟ୍ରଗୁଡ଼ିକରେ ଲୋକଙ୍କ ହାରାହାରି ଆୟୁଷ ୮୦ ବର୍ଷ ରହିଛି। କିନ୍ତୁ ଏହି ତୁଳନାରେ ଆଫ୍ରିକୀୟ ରାଷ୍ଟ୍ର ଯଥା ନାଇଜେରିଆ, ସୋମାଲିଆ, ଆଙ୍ଗୋଲୀ ଓ ମୋଜାମ୍ବିକ ଭଳି ଦେଶଗୁଡ଼ିକରେ ବିଭିନ୍ନ ରୋଗଜନିତ ମୃତ୍ୟୁ ଅଧିକ ହେଉଥିବାରୁ ଏଠାକାର ଲୋକଙ୍କ ହାରାହାରି ଆୟୁଷ ୫୦ ବର୍ଷ ମଧ୍ୟରେ ସୀମିତ ରହିଛି। ଏହି କ୍ରମରେ ଦେଖିଲେ ଭାରତର କେରଳରେ ଲୋକଙ୍କ ଆୟୁଷ ଅନ୍ୟ ରାଜ୍ୟଗୁଡ଼ିକଠାରୁ ଅଧିକ ରହିଛି। ଏହି ରାଜ୍ୟରେ ଲୋକଙ୍କ ହାରାହାରି ଆୟୁଷ ୭୪ ବର୍ଷ ଥିବାବେଳେ ଓଡ଼ିଶାରେ ଏହି ହାର ୫୯.୬ ରହିଥିବା ୟୁଏନ୍‌ଓପି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ହ୍ୟୁମାନ୍‌ ଡେଭଲପ୍‌ମେଣ୍ଟ ଇଣ୍ଡେକ୍ସରେ ଦର୍ଶାଯାଇଛି। ତଥାପି ଭାରତ ଖାସ୍‌ କରି ଓଡ଼ିଶାରେ ଲୋକଙ୍କୁ ସ୍ବାସ୍ଥ୍ୟ ସଚେତନ ରହିବା ଆବଶ୍ୟକ ବୋଲି ଏହି ରିପୋର୍ଟର ମତ।
ଆଗପରି ଅବସ୍ଥା ଆଉ ନାହିଁ। ଏବେ ରୋଗ ନିରୂପଣ ସହଜ ହୋଇଯାଇଛି। ଲୋକେ ସ୍ବାସ୍ଥ୍ୟ ପ୍ରତି ଅନେକ ମାତ୍ରାରେ ସଚେତନ ହୋଇ ପଡ଼ିଛନ୍ତି। ଏପରିକି ଘରେ ବସି ମଧ୍ୟ ସ୍ବାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେବା ମାତ୍ରେ ଲୋକେ ବିଭିନ୍ନ ରୋଗର ଆଶଙ୍କା କରିପାରୁଛନ୍ତି, ଯାହା ୫୦ ବର୍ଷ ତଳେ ଲୋକେ ଜାଣିପାରୁ ନଥିଲେ। ଏବେ ସ୍ବାସ୍ଥ୍ୟରେ ସାମାନ୍ୟ ଅସୁବିଧା ହେଲେ ଲୋକେ ଅବିଳମ୍ବେ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି। ମୁଖ୍ୟତଃ ଲାଇଫ୍‌ ଷ୍ଟାଇଲ୍‌ ଡିଜିଜ୍‌ ଯଥା ମଧୁମେହ, ରକ୍ତଚାପ, ବିଷାଦ, ମୋଟାପଣ ଓ ଲିଭରଜନିତ ଲିଭରସିରୋସିସ୍‌, ପେଟଜନିତ ଗ୍ୟାସ ସମସ୍ୟା ଭଳି ରୋଗ ବାବଦରେ ଲୋକେ ବେଶ ସଚେତନ ହେଉଛନ୍ତି। ସଂପ୍ରତି ମଦ୍ୟପାନ ଜନିତ ଜଟିଳ ରୋଗର ସମସ୍ୟା ସମାଜକୁ ଭାରାକ୍ରାନ୍ତ କରୁଥିବାବେଳେ ପରବର୍ତ୍ତୀ ସମୟରେ ଲିଭର ସିରୋସିସ୍‌, ପେଟରେ ପାଣି ଜମିବା, ଲିଭର କ୍ୟାନ୍‌ସର ଦେଖାଯାଉଛି। ସେହିପରି ଭାବରେ ହେପାଟାଇଟିସ୍‌ ବି ଓ ସି ଭୂତାଣୁ ଦ୍ୱାରା ଯକୃତ ସଂକ୍ରମଣ ହେଲେ ୧୫ରୁ ୨୦ ବର୍ଷ ଭିତରେ ଲିଭର ସିରୋସିସ୍‌ ଓ ଲିଭର କ୍ୟାନ୍‌ସର ରୋଗ ହୁଏ। ତେଣୁ ଏହି ଦୁଇଟି ଭୂତାଣୁର ନିରାକରଣ କରିବା ଅତ୍ୟନ୍ତ ଜରୁରୀ। ହେପାଟାଇଟିସ୍‌ ବି ସଂକ୍ରମଣକୁ ପ୍ରତିହତ କରିବା ପାଇଁ ହେପାଟାଇଟିସ୍‌ ବିର ଟିକା ନେବା ବାଞ୍ଛନୀୟ। କିନ୍ତୁ ଯୁବାବସ୍ଥାରେ କେତେକ କ୍ଷେତ୍ରରେ ସଚେତନତା ବଢ଼ୁଥିବାରୁ ବା ପରୀକ୍ଷାନିରୀକ୍ଷା କରିବା ସହ ପାର୍ଶ୍ୱପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି କେତେକ ରୋଗୀ ନିୟମିତ ଲିଭର ବିଶେଷଜ୍ଞଙ୍କ ପରାମର୍ଶ ନେଉଥିବାରୁ ଏହା ଜଟିଳ ସମସ୍ୟା ଭାବେ ଆଉ ଦେଖାଦେଉନି। ଆହୁରି ମଧ୍ୟ ନିର୍ଦ୍ଦିଷ୍ଟ ବୟସ ଅତିକ୍ରମ କରିବା ପରେ ଲୋକେ ଏମ୍‌ଆରଇ ବା ନିୟମିତ କେତେକ ସ୍ବାସ୍ଥ୍ୟ ପରୀକ୍ଷା କରାଇ ନେଉଛନ୍ତି। ୬୦ ବର୍ଷ ଅତିକ୍ରମ କରିବା ପରେ ଏବେ ହୃଦ୍‌ଘାତଜନିତ ମୃତ୍ୟୁର ଆଶଙ୍କା ଅଧିକ ରହୁଛି। ମାତ୍ର ଏଥିରୁ କିପରି ରକ୍ଷାମିଳିବ, ସେ ନେଇ ଲୋକଙ୍କ ମଧ୍ୟରେ ଆଗ୍ରହ ବଢ଼ୁଛି। ଭାରତ ବିଶ୍ୱରେ ମଧୁମେହ ରୋଗର ରାଜଧାନୀ କହିଲେ ଅତ୍ୟୁକ୍ତି ହେବନାହିଁ। କାରଣ ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ସର୍ବାଧିକ। ଅନେକ ସଂକ୍ରାମକ ରୋଗର ନିରାକରଣ, ଏବେ ଉନ୍ନତ ଚିକିତ୍ସା ବ୍ୟବସ୍ଥାର ସହଜ ଉପଲବ୍ଧ ଲୋକଙ୍କ ଆୟୁଷ ବୃଦ୍ଧିରେ ସହାୟକ ହୋଇଛି।
ସମଗ୍ର ବିଶ୍ୱରେ ଭାରତ ଆୟୁ ବୃଦ୍ଧି ରାଷ୍ଟ୍ର ତାଲିକାର ୧୩୯ କ୍ରମରେ ରହିଛି। ଅନ୍ୟ ଉନ୍ନତ ରାଷ୍ଟ୍ରଗୁଡ଼ିକ ଆମଠାରୁ ଢେର ଆଗରେ ରହିଛନ୍ତି। ସେମାନଙ୍କ ସମକକ୍ଷ ହେବା ପାଇଁ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟା ପ୍ରତି ଯତ୍ନବାନ୍‌ ହେବାକୁ ପଡ଼ିବ। ତେଣୁ ଆମକୁ ଆମ ଜୀବନ ଶୈଳୀରେ ଆହୁରି ପରିବର୍ତ୍ତନ ଆଣିବାକୁ ପଡ଼ିବ। ସାଧାରଣତଃ ୬୫ ବର୍ଷ ପରେ ମସ୍ତିଷ୍କରେ ଥିବା ସ୍ନାୟୁକୋଷର ଅବକ୍ଷୟ ଆରମ୍ଭ ହୋଇଥାଏ। ଫଳରେ ଏମାନଙ୍କ କ୍ଷେତ୍ରରେ ସ୍ମରଣଶକ୍ତି ହ୍ରାସ ପାଇବା ସହିତ ସେ ନିତିଦିନିଆ କାର୍ଯ୍ୟ କରିବାରେ ଭୁଲଭଟକା କରିଥା’ନ୍ତି। ତେଣୁ ଏହାକୁ ଡିମେନ୍‌ସିଆ ବା ବୁଦ୍ଧିହ୍ରାସ କୁହାଯାଏ। ଏବେ ଏହି ରୋଗର ଗୁଣସୂତ୍ର ବା ଜିନ୍‌ ଚିହ୍ନଟ ହୋଇସାରିଛି। ଏଣିକି ଏହାର ଆଗୁଆ ପ୍ରତିଷେଧକ ବ୍ୟବସ୍ଥା ପାଇଁ ଉଦ୍ୟମ ଜାରି ରହିଛି। ବାଇଓ ଷ୍ଟାଟିଷ୍ଟିକ୍ସ ବା ଜୀବ ପରିସଂଖ୍ୟାନରୁ ଆୟୁ ବୃଦ୍ଧି ଘଟିଥିବା ଜଣାପଡ଼ିଛି। ତାହାର ମୁଖ୍ୟ କାରଣ ହେଉଛି ଚିକିତ୍ସା ବିଜ୍ଞାନର ବହୁଳ ପ୍ରସାର ଓ ଉନ୍ନତ ଜ୍ଞାନକୌଶଳର ପ୍ରୟୋଗ ମାଧ୍ୟମରେ ରୋଗୀଙ୍କ ଚିକିତ୍ସା କରାଯାଉଛି। ସଂକ୍ରାମକ ରୋଗଗୁଡ଼ିକର ପ୍ରାଦୁର୍ଭାବ ଅନେକମାତ୍ରାରେ ପ୍ରଶମିତ ହୋଇଛି। ଦୈନିକ ଖାଲିପେଟରେ ସକାଳେ କିମ୍ବା ସନ୍ଧ୍ୟାରେ ୨ କିଲୋମିଟର ଚାଲିବା ଦ୍ୱାରା ଲାଇଫ୍‌ ଷ୍ଟାଇଲ୍‌ ଡିଜିଜ୍‌କୁ ୬୦ ପ୍ରତିଶତ ପ୍ରତିରୋଧ କରିପାରିବ। ପ୍ରାଚୀନ ଭାରତର ଯୋଗାସନ ବ୍ୟବସ୍ଥାକୁ ଆଜି ସମଗ୍ର ବିଶ୍ୱ ଆପଣାଇ ନେବା ସହ ମିଳିତ ଜାତିସଂଘ ଏକ ନିର୍ଦ୍ଦିଷ୍ଟ ଦିବସକୁ ବିଶ୍ୱ ଯୋଗ ଦିବସ ଭାବେ ଗ୍ରହଣ କରିଛି। ସରକାରୀ ବ୍ୟବସ୍ଥାରେ ବ୍ୟାପକ ମାତ୍ରାରେ ଲୋକମାନଙ୍କୁ ସ୍ବାସ୍ଥ୍ୟ ସଚେତନ କରାଯାଇ ଉନ୍ନତ ଚିକିତ୍ସା ସୂଚନା ପ୍ରଯୁକ୍ତି ସହାୟତା ନିଆଯାଇ ସ୍ବାସ୍ଥ୍ୟସେବାକୁ ବ୍ୟାପକ ଓ ପ୍ରସାରାଭିମୁଖୀ କରାଯାଉଛି। କେବଳ ସହରାଞ୍ଚଳ ନୁହେଁ, ଗ୍ରାମାଞ୍ଚଳରେ ମଧ୍ୟ ଲୋକମାନେ ସ୍ବାସ୍ଥ୍ୟ ସଚେତନ ହେଲେଣି। ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଦିନକୁ ଦିନ ଅଧିକ ସ୍ବାସ୍ଥ୍ୟ ସୁବିଧା ପହଞ୍ଚାଇବା ସହ ଭ୍ରାମ୍ୟମାଣ ଚିକିତ୍ସା ଦଳ ଘର ପାଖରେ ସ୍ବାସ୍ଥ୍ୟସେବା ପହଞ୍ଚାଇବା ଦ୍ୱାରା ପରିଣତ ବୟସର ରୋଗୀମାନେ ଅନେକ ସୁବିଧା ପାଇ ପାରୁଛନ୍ତି। ଲୋକମାନଙ୍କ ଜୀବନଶୈଳୀ ପରିବର୍ତ୍ତିତ ହେବା ସହ ସ୍ବାସ୍ଥ୍ୟ ଜୀବନକୁ ଗୁରୁତ୍ୱ ଦେଉଥିବାରୁ ମୁର୍ମୁଷୁ ରୋଗୀଙ୍କ ସଂଖ୍ୟା କମିବାରେ ଲାଗିଛି ଯାହାକି ଅତ୍ୟନ୍ତ ଖୁସିର କଥା।
କଟିକଟା, ମଙ୍ଗଳପୁର, ଯାଜପୁର,
ମୋ: ୯୪୩୮୨୭୬୭୬୦


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri