ଲୋକସଚେତନତା ଓ ଦାୟିତ୍ୱ

ଡ. ମୌସୁମୀ ପରିଡ଼ା

ସାରରେ ଅନେକ ଘଟଣା ଦୁର୍ଘଟଣା ଘଟୁଛି। ସ୍ଥିତି ବଦଳିଯାଉଛି, ହେଲେ ଲୋକମାନଙ୍କ ମାନସିକତା ବଦଳୁନି। ଏପଟେ ଗାଡ଼ିରେ କୋଭିଡଜନିତ ସତର୍କତା ଅବଲମ୍ବନ କରିବାକୁ ଚେତେଇ ଦିଆଯାଉଥିବାବେଳେ ସେପଟେ ମୁହଁକୁ ମୁହଁ ଯୋଖି ଲୋକେ ଗପିବାରେ ମାତିଲେଣି! ସଚେତନତା ଗୋଟେ ଦିଗରେ, ବାସ୍ତବତା ଆଉ ଗୋଟେ ଦିଗରେ। ଅନେକ ଜାଗାରେ ତ ମାସ୍କ ବ୍ୟବହାର କରାଯାଉନି। ଗ୍ରାମାଞ୍ଚଳରେ ବୟସ୍କମାନଙ୍କର ଅବକାଶ ସମୟ ତାସ୍‌, ଗପସପ ଓ ପିଲାମାନଙ୍କର କ୍ରିକେଟ ଖେଳରେ କଟୁଛି। ଆଜିକାଲି ନିର୍ଦ୍ଦିିଷ୍ଟ କାମ କରିବାରେ କଟକଣା ରହିଥିବାରୁ ସାରା ସମୟ ଗୁଲିଖଟି ଓ ରାତିରେ ଭୋଜିଭାତ ଚାଲୁଛି, ତା’ ବି ଲୁଚାଛପାରେ। କେବେକେମିତି ପି.ସି.ଆର୍‌. ଭ୍ୟାନ୍‌ର ଶବ୍ଦ ଶୁଣି ବାହାରେ ଥିବା ଲୋକେ ଧାଇଁ ଘର ଭିତରେ। ଗାଡି ଗଲା ପରେ ପୁଣି ଜମୁଛି ଆସର। ଲୋକେ ପୁଣି ଏକତ୍ର ହେଉଛନ୍ତି ପୂର୍ବବତ୍‌। ଗାଁମାନଙ୍କରେ ଖୋଲିଥିବା ଛୋଟବଡ ଦୋକାନରେ ବରା, ପିଆଜି, ପକୁଡି ଆଦି ଛଣା ଖାଦ୍ୟ ବିକ୍ରି ହେଉଛି। ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ମଧ୍ୟ ଚିରାଚରିତ ଭାବେ କିଣାବିକା ଚାଲିଛି। ଯେତେବେଳେ ପୋଲିସ୍‌ ଗାଡି ଗାଁ ଏ ମୁଣ୍ଡରୁ ପଶୁଛି ଗାଁ ସାରା ଖବର ବ୍ୟାପିଯାଉଛି ଓ ଦୋକାନ ଶଟର୍‌ ପଡିଯାଉଛି। ଗାଁ ଅତିକ୍ରମ କଲା ପରେ ପୁଣି ଯେଉଁ କଥାକୁ ସେହି କଥା! ନା ଦୋକାନୀଙ୍କ ମୁହଁରେ ମାସ୍କ ଅଛି, ନା ଗ୍ରାହକମାନଙ୍କ ମୁହଁରେ। କଦବା କ୍ୱେଚିତ୍‌ କେହି କେହି ଗାମୁଛାଟେ କି ରୁମାଲଟେ ବେପରୁଆ ଭାବେ ଗୁଡେଇଦେଇ ଆସୁଛନ୍ତିି ମୁହଁରେ, ଯାହା କେବଳ ମାତ୍ର ଔପଚାରିକତା, ସଚେତନତା ଦୃଷ୍ଟିକୋଣରୁ ତ ଜମା ନୁହେଁ।
ଏତେସବୁ ମୃତ୍ୟୁ ଓ ଆକ୍ରାନ୍ତଙ୍କ ସଂଖ୍ୟା ଜାଣିବା ପରେ ବି ଆମ ପାଇଁ ସଚେତନତା କ’ଣ ଖାଲି ଡାକବାଜି ଯନ୍ତ୍ରରେ ଶୁଭୁଥିବ? ଆମେ କ’ଣ ସେସବୁକୁ ଆମ ଦାୟିତ୍ୱ ଭାବି କାର୍ଯ୍ୟରେ ପରିଣତ କରିପାରିବାନି ନା ଅନ୍ୟମାନଙ୍କୁ ବି ସଚେତନ କରିପାରିବାନି! ସବୁ ସମସ୍ୟାରେ ସରକାରଙ୍କୁ ଟାଣୁଥିବା ଲୋକମାନଙ୍କ ସୁବିଧା ପାଇଁ ସରକାର ନିଜର କର୍ତ୍ତବ୍ୟ କରୁଛନ୍ତି। ଆବଶ୍ୟକ ସ୍ଥଳେ ବିଭିନ୍ନ ପ୍ରକାରର ସହାୟତାର ହାତ ବଢାଉଛନ୍ତିି। ଏଥର ଲୋକମାନେ ବି ସଚେତନ ନାଗରିକ ହିସାବରେ ନିଜ ନିଜ କର୍ତ୍ତବ୍ୟ କରିବା ଓ ବୁଝିବା ଦରକାର, ଯାହା ସେମାନଙ୍କଠାରେ ପୂର୍ବଭଳି ଦିଶୁନି। ଆମ ଭିତରର ସଚେତନତା ହିଁ ଆମକୁ ଏ ରୋଗଠାରୁ ଦୂରେଇ ରଖିବ, ଯେପର୍ଯ୍ୟନ୍ତ କରୋନା ଟିକା ନ ବାହାରିଛି। ଏହା ହିଁ ଅନ୍ୟତମ ସତ୍ୟ।
ଅମାନିଆ ଲୋକଙ୍କୁ ପ୍ରତିରୋଧ କରିବାକୁ ଯେଉଁ ଦଣ୍ଡବିଧାନ ହୋଇଥିଲା, ତାହା ପୂରାପୂରି କୋହଳ ବିଭିନ୍ନ ମହଲରୁ ସେ ସଂକ୍ରାନ୍ତୀୟ ଅଭିଯୋଗ ଆସିବାରୁ। ତେବେ ସମସ୍ୟାର ସମାଧାନ କ’ଣ! କୋଭିଡ୍‌କୁ କ’ଣ ବିରୋଧୀ ଦଳ ଡାକିଛନ୍ତି ନା ସରକାରୀ ଦଳ ପ୍ରୋସତ୍ାହିତ କରୁଛନ୍ତି ଯେ ପ୍ରତିବାଦ କରାଯାଇପାରିବ! ଏବେ ଲୋକମାନଙ୍କ ହାତରେ ପ୍ରତିରୋଧର କ୍ଷମତା। ସାଧାରଣ ରୋଗଗୁଡ଼ିକ ପରି ଯଦି କରୋନା ହୋଇଥାନ୍ତା, ତେବେ ଚିନ୍ତାର ବିଶେଷ କାରଣ ନ ଥାନ୍ତା! ଏହା ଏଭଳି ଗୋଟେ ମାରାମତ୍କ ରୋଗ, ଯାହା ଦେହ ଅପେକ୍ଷା ମନକୁ ବେଶି ଦୁର୍ବଳ କରିଦିଏ। ଆତ୍ମୀୟମାନେ ବି କରଛଡା ଦିଅନ୍ତି। ନିଜର ଲୋକଟି ବି ଦୂରେଇ ରହିବାକୁ ବାଧ୍ୟ ହୁଏ।
ଅନୁଧ୍ୟାନରୁ ଜଣାପଡିଛି ଯେ, ଏ ରୋଗ ମଣିଷ ଭିତରର ମାନବିକତାକୁ ନଷ୍ଟ କରିଚାଲିଛି, ମାନସିକ ଅବସାଦଗ୍ରସ୍ତ କରି ମନକୁ ଦୁର୍ବଳ କରିଦେଇଛି। କରୋନାରେ ଆକ୍ରାନ୍ତ ବ୍ୟକ୍ତିଟେ ଅତି ସହଜେ ଭାଙ୍ଗିପଡୁଛି ଭୟରେ। ତେଣୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସଚେତନତା ଆବଶ୍ୟକ, ପ୍ରାଣ ରହିଲେ ଆଗକୁ ବିଭିନ୍ନ ବାଗରେ ଉପଭୋଗ କରିହେବ ଜୀବନର ପ୍ରତିଟି ମୁହୂର୍ତ୍ତ। ସେଇ ମହାମୂଲ୍ୟ ଜୀବନଟିକୁ ସୁସ୍ଥ ରଖିବାକୁ ହିଁ ସଚେତନତା ଲୋଡା। ସେଥିପାଇଁ ଆମର ନିଜ ପ୍ରତି, ନିଜ ପରିବାର ଓ ସମାଜ ପ୍ରତି କିଛି କର୍ତ୍ତବ୍ୟ ରହିଛି। ଜଣେ ଉତ୍ତମ ନାଗରିକ ହିସାବରେ ଏସବୁ କଟକଣାକୁ ମାନିବା ଆମର ଦାୟିତ୍ୱ। ଲୋକଙ୍କ କହିବା କଥା ସବୁବେଳେ ଗୋଟିଏ କଥା ଶୁଣି ଶୁଣି ସେମାନେ ବୋର୍‌ ହୋଇଗଲେଣି। କେତେ ଆଉ ସଚେତନ ହେବେ! ଯାହା ହବ ଦେଖାଯିବ। କିନ୍ତୁ କରୋନା ଯେ ଜଣକଠୁ ଅନ୍ୟଜଣକୁ ତଥା ଗୋଷ୍ଠୀକୁ ଅତି ଶୀଘ୍ର ବ୍ୟାପିଯାଇପାରେ। ଯାହା ଏବେ ହେଉଛି। କରୋନା ଭାଇରସ୍‌ ଡିଜିଜ୍‌- ୧୯ର ଭୂତାଣୁ କିନ୍ତୁ ବୋର୍‌ ହେଉନାହିଁ ସଂକ୍ରମଣ କରି କରି। ”ଓହୋ ଏ କରୋନା କଥା ଶୁଣିଶୁଣି ଭାରି ଚିଟା ଲାଗିଲାଣି! କେତେ ଏବେ ସାବଧାନ ରହିହେବ। ପିଲାଛୁଆଙ୍କ ସଂସାର। କେତେବେଳେ କ’ଣ ମନେପଡୁଚି ବଜାରରୁ ଆଣିବାକୁ। ସପ୍ତାହର ପାଞ୍ଚଦିନ ବଜାର ଖୋଲା, ବାକି ଦୁଇଦିନ ତ ବନ୍ଦ। ଆଉ କ’ଣ କୋଭିଡ ଡରରେ ଭୋକ ଉପାସରେ ମରିବେ ପିଲାମାନେ“- ଏ କଥା କହନ୍ତି କିଛି ପୁରୁଖା ଲୋକେ।
ଭୁଲ୍‌ ନୁହେଁ ଏ ପ୍ରତିକ୍ରିୟା। ହେଲେ ବୁଝିବିଚାରି କାର୍ଯ୍ୟ କରିବାକୁ ହେବ। ସାମୟିକ କଟକଣାକୁ ସମ୍ମାନ କଲେ ଏ ରୋଗକୁ ଆୟତ୍ତ କରିହେବ। କାରଣ ଏଠି ପ୍ରସଙ୍ଗ ହେଉଛି କୋଉ ଜଣେ ଯଦି ବେପରୁଆ ହେବ ତେବେ ଅନେକଙ୍କୁ ଏ ଭୂତାଣୁ ବ୍ୟାପିଯାଇପାରେ। ଏଠି ସମସ୍ୟା ନିଜ ପାଇଁ ଯେତିକି, ଅନ୍ୟମାନଙ୍କ ପାଇଁ ମଧ୍ୟ ସେତିକି। ନିର୍ଦ୍ଦିଷ୍ଟ ଜାଗାରେ ଛିଡା କରେଇଦେଇଛି ଏ ସମୟ ବଡସାନ, ଧନୀ ଗରିବ ନିର୍ବିଶେଷରେ ସମସ୍ତଙ୍କୁ। ସେଥିପାଇଁ ଯେତେସବୁ କଟକଣା! ନିଜ ଭୁଲ୍‌ର ଦଣ୍ଡ ଯଦି ନିଜକୁ ଭୋଗିବାକୁ ପଡେ, ତେବେ କଥାଟା ସହଜ, କିନ୍ତୁ ନିଜ ଭୁଲ୍‌ର ଦଣ୍ଡ ଯଦି ଗୋଷ୍ଠୀକୁ ସହିବାକୁ ପଡେ ତେବେ ତାହା ପାପଠୁ ବି ଗୁରୁତର। କାରଣ ଅନ୍ୟଠୁ ସଂକ୍ରମିତ ହେଉଥିବା ଏ ଭୂତାଣୁ ହୁଏତ ସେ ବ୍ୟକ୍ତିର ପ୍ରାଣ ନେଇଯାଇପାରେ। ସେଥିପାଇଁ ଯାବତୀୟ ସଚେତନତା, ଉପଦେଶ, ଅନୁରୋଧ, କଟକଣା… ଯାହାକୁ ମାନି ଚଳିବା ଆମମାନଙ୍କ ଦାୟିତ୍ୱ। ଖୁବ୍‌ କଷ୍ଟ ଘରେ ବନ୍ଦୀ ଜୀବନ ବିତେଇବା। ଖୁବ୍‌ ଯନ୍ତ୍ରଣାଦାୟକ ଛୋଟ ଛୋଟ ବ୍ୟବସାୟୀମାନଙ୍କ ପକ୍ଷେ ଘର ଚଳେଇବା, ସବୁଠାରୁ ବେଶି କଷ୍ଟ ଦିନମଜୁରିଆଙ୍କ ଚୁଲି ଜଳିବା। ଭୋକର ଯନ୍ତ୍ରଣାଠୁ ବଳି କଷ୍ଟଦାୟକ ଆଉ କିଛି ନ ଥାଇପାରେ।
ଏବେ ତ ଆମ ଦେଶରେ ବ୍ୟାପିଚାଲିଛି କରୋନା। ଚିନ୍ତାଜନକ ସ୍ଥିତିରେ ଆମେ ଏବେ। ଉଭୟ ବାଧୁଛି, ପେଟର ଭୋକ ଓ ଭୟର ଦୁଃଖ। ଅନେକ ବୟୋଜ୍ୟେଷ୍ଠ ଗବେଷକ ଓ ବିଶେଷଜ୍ଞ କହିସାରିଲେଣି- କରୋନା ସହ ରହିବାକୁ ପଡିବ ଯେପର୍ଯ୍ୟନ୍ତ ଏହାର ନିଦାନ ନ ବାହାରିଛି! ଏ ଭୂତାଣୁ ଖୁବ୍‌ ଭୟଙ୍କର, ଖୁବ୍‌ଶୀଘ୍ର ନିଜ ପ୍ରକୃତି ବଦଳାଇପାରେ। ଏ ମାରାମତ୍କ ରୋଗର ଭୟାବହ ଚିତ୍ରକୁ ବି ଅବହେଳା କରାଯାଇ ନ ପାରେ, ଯାହା ସମଗ୍ର ବିଶ୍ୱର ମେରୁଦଣ୍ଡ ଭାଙ୍ଗିିଦେଇ ଭିନ୍ନ ଏକ ସନ୍ଧିକ୍ଷଣରେ ଛିଡା କରେଇ ଦେଇଛି। ଏଭଳି କ୍ଷେତ୍ରରେ ଆମତ୍ସଚେତନତା ଛଡା ଆଉ କିଛି ବିକଳ୍ପ ନାହିଁ ଆମ ହାତରେ। କଟକଣା ଉଠିଗଲେ କାମ ନ ଥାଇ ବୁଲିବା ଆଳରେ ପୂର୍ବବତ୍‌ ଗାଡିମୋଟର ଧରି ବାହାରକୁ ବାହାରିବା ଅପରିଣାମଦର୍ଶିତା, ଯେଉଁଥିପାଇଁ ଆଗକୁ ଏହାର କୁପରିଣାମ ଭୋଗିବାକୁ ପଡ଼ିବ। ଏବେ ଯେଉଁ ମାନସିକ ଦୁଃସ୍ଥିତି ଭିତରେ ଆମେ ଗତି କରୁଛେ ହୁଏତ ଏହା ଆହୁରି ବିଗିଡିଯାଇପାରେ! ତେଣୁ ଆମକୁ ହିଁ ଦାୟିତ୍ୱବାନ୍‌ ହେବାକୁ ପଡ଼ିବ ନିଜର ତଥା ଅନ୍ୟମାନଙ୍କ ମଙ୍ଗଳ ବିଧାନ ପାଇଁ। ଆମ ସୁରକ୍ଷା ଏବେ ଆମ ହାତରେ।
ଇମେଲ୍‌:mousumi.mama7@gmail.com


Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri