ଭାଗ ଚାଷୀର ଭାଗ୍ୟ

ସୁକାନ୍ତ କୁମାର ପାଣିଗ୍ରାହୀ

 

ଭାଗଚାଷୀ ଶବ୍ଦଟି ଏକ ନିର୍ଦ୍ଦିଷ୍ଟ ଚାଷୀ ଗୋଷ୍ଠୀଙ୍କ ସଂଜ୍ଞା ନିରୂପଣ କରିଥାଏ। ଆମ କୃଷି ବ୍ୟବସ୍ଥାରେ ଏମାନଙ୍କ ସ୍ଥାନ ଅତୁଳନୀୟ। କୌଣସି ଗାଡ଼ିର ସକ୍‌ଆବସରବର ଭଳି ଏମାନେ ବୋଝ ସମ୍ଭାଳି ଭାଗ୍ୟ ଆଦରି ଚାଲୁଥିବା କାରଣରୁ ଏ ସମାଜ ତିଷ୍ଠି ରହିଛି। ଏମାନଙ୍କ ଜୀବନ ଶୈଳୀ ସାଧାରଣ ଚାଷୀ ମାନଙ୍କଠାରୁ ନିମ୍ନରେ, ମାତ୍ର କୃଷି ଶ୍ରମିକଙ୍କଠାରୁ ଊଦ୍ଧର୍‌ବରେ ବୋଲି ବିବେଚନା କରାଯାଏ। ଆମ ଗ୍ରାମୀଣ କୃଷି ପରିସରରେ ଚାରି ପ୍ରକାର ଭାଗଚାଷୀ ଦେଖାଯାଆନ୍ତି। ଆଦୌ ଜମି ନ ଥିବା ଚାଷୀ ଯିଏ ଅନ୍ୟର ଜମିରେ ଭାଗଚାଷ କରନ୍ତି। ଅଳ୍ପ ଜମି ଥିବା ଚାଷୀ ଯିଏ ନିଜର ଜମିରେ ଚାଷ କରିବା ସହ ଅନ୍ୟ ଜମିରେ ଭାଗଚାଷ କରନ୍ତି। ବେଶି ଜମି ଥିବା ଚାଷୀ ଯିଏ ନିଜର ଅଧା ଜମିରେ ନିଜେ ଚାଷ କରନ୍ତି ଓ ଅଧା ଜମି ଅନ୍ୟମାନଙ୍କୁ ଭାଗଚାଷ ପାଇଁ ଦିଅନ୍ତି। ବେଶି ଜମିଥିବା ଚାଷୀ ଯିଏ ନିଜେ ଆଦୌ ଚାଷ ନ କରି ତାଙ୍କର ସବୁ ଜମି ଅନ୍ୟମାନଙ୍କୁ ଭାଗଚାଷ ପାଇଁ ଦିଅନ୍ତି। ଏହି ଚାରି ପ୍ରକାର ଚାଷୀଙ୍କ ମଧ୍ୟରେ ଭିନ୍ନ ଭିନ୍ନ ଧରଣର ମୌଖିକ ଚୁକ୍ତି ଅନୁସାରେ ଭାଗଚାଷ ଆଇନ ଆଢୁଆଳରେ ଗଲା ଷାଠିଏ ବର୍ଷ ହେଲା ଚାଲି ଆସୁଛି। ଓଡିଶାରେ କୃଷି ଉପଯୋଗୀ ଜମିକୁ ଭାଗଚାଷ ପାଇଁ ବ୍ୟବହାର କରିବା ଆଇନ ଅନୁଯାୟୀ ନିଷିଦ୍ଧ କରାଯାଇଛି। ଭିନ୍ନକ୍ଷମ ବ୍ୟକ୍ତି, ସେନାବାହିନୀରେ ଚାକିରି କରୁଥିବା ବ୍ୟକ୍ତି, ବିଧବା, ଅଭିଆଡି, ଛାଡ଼ପତ୍ର ପାଇଥିବା ମହିଳାମାନଙ୍କ କ୍ଷେତ୍ରରେ ଏହା କୋହଳ କରାଯିବା ସହ ମଠ, ମନ୍ଦିର, ସ୍ବେଚ୍ଛାସେବୀ ଅନୁଷ୍ଠାନ, ଟ୍ରଷ୍ଟମାନଙ୍କୁ ମଧ୍ୟ ଏହି କଟକଣାରୁ ମୁକ୍ତ କରାଯାଇଛି। ଏମାନେ ତାଙ୍କ ଜମି ଅନ୍ୟମାନଙ୍କୁ ଭାଗଚାଷ ପାଇଁ ଦେଇ ପାରିବେ।
ଦୀର୍ଘ ଷାଠିଏ ବର୍ଷର ବିଭିନ୍ନ କଟକଣା ସତ୍ତ୍ୱେ ଓଡ଼ିଶାର ଚାଷୀ ମୌଖିକ ଚୁକ୍ତି ଅନୁସାରେ ଭାଗଚାଷ କରିଆସୁଛନ୍ତି। ଗୋଟିଏ ଗାଁରେ ଜମି ଲିଜ୍‌ ଦେବା ଲୋକଙ୍କ ତୁଳନାରେ ଭାଗଚାଷ କରିବା ଲୋକଙ୍କ ସଂଖ୍ୟା ଅଧିକ ଥିବାରୁ ଜଣେ ଭାଗଚାଷୀ ବର୍ଷକ ପାଇଁ ଏକ ଏକର ଜମି ପାଇଲେ ତାକୁ ହାତଛଡା କରିବାକୁ ଚାହେଁ ନାହିଁ। ଏଣୁ ଜମି ମାଲିକ ସହ ଆପୋଷ ବୁଝାମଣାରେ ଚଳିବାକୁ ପସନ୍ଦ କରେ। ବେଳେ ବେଳେ ଜମିରୁ ଉତ୍ପାଦିତ ଶସ୍ୟର ଏକଚତୁର୍ଥାଂଶର ବଜାର ମୂଲ୍ୟଠାରୁ ଅଧିକ ଅର୍ଥ ସେମାନେ ପଇଠ କରନ୍ତି।
କେତେକ ସ୍ଥାନରେ ଭାଗଚାଷୀଟି ଜମି ମାଲିକର ବାକି ଜମିରେ ଚାଷ ପାଇଁ ବିଭିନ୍ନ ସହାୟତା କରେ। ପ୍ରତିବଦଳରେ ଭାଗଚାଷୀ ଜମି ମାଲିକଠାରୁ ସାର, କୀଟନାଶକ, ଜଳସେଚନ ଇତ୍ୟାଦିର ସୁବିଧା ହାସଲ କରିଥାଏ। ଏହି କାରଣରୁ ଉଭୟ ପକ୍ଷ ଏହି ଭାଗଚାଷକୁ ମୌଖିକ ରାଜିନାମାରେ ରହିବାକୁ ପସନ୍ଦ କରନ୍ତି। ଜମି ମାଲିକମାନେ ମୌଖିକ ଓ ଅଳ୍ପ ଅବଧି ଭାଗଚାଷ ପାଇଁ ଜମି ଦେବାକୁ ରାଜି ହୁଅନ୍ତି। କାରଣ ଏକାଦିକ୍ରମେ ଜଣେ ଭାଗଚାଷୀ ୧୨ ବର୍ଷ ଗୋଟିଏ ଜମିରେ ଚାଷ କଲେ ପ୍ରତିପକ୍ଷ ଜମି ଦଖଲ ଆଇନ ଅନୁସାରେ ଭାଗଚାଷୀ ସେହି ଜମିର ସ୍ବତ୍ୱାଧିକାରୀ ହୁଏ। ଏଣୁ ଜମି ମାଲିକ ଜମି ହରାଇବା ଆଶଙ୍କାରେ କାଳକାଟେ। ଏହି ମୌଖିକ ଚୁକ୍ତି ଯୋଗୁ ଭାଗଚାଷୀ କୌଣସି ବ୍ୟାଙ୍କ ବା ସମବାୟ ସମିତିରୁ କୃଷି ଋଣ ପାଇପାରନ୍ତି ନାହିଁ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ କୌଣସି ସରକାରୀ ସହାୟତା ପାଆନ୍ତି ନାହିଁ। ସେହି ଜମିରେ ଫସଲବୀମା ମଧ୍ୟ କରିପାରନ୍ତି ନାହିଁ। ତେଣୁ ସେମାନେ ତାଙ୍କର ଶ୍ରମ, ସମ୍ବଳ, ଶ୍ରଦ୍ଧା ଭାଗଚାଷ ଜମିରେ ବିନିଯୋଗ କରିବାକୁ କୁଣ୍ଠାବୋଧ କରନ୍ତି। ସମବାୟ ବା ବ୍ୟାଙ୍କ ସୂତ୍ରରୁ ଚାଷ ପାଇଁ ଋଣ ପାଉ ନ ଥିବାରୁ ଭାଗଚାଷୀ ବାଧ୍ୟ ହୋଇ ଗ୍ରାମୀଣ ମହାଜନୀ କାରବାରର ଶିକାର ହୋଇଥାଏ। ମହାଜନୀ ସୁଧ କାରବାର ଯଦିଓ ଆଇନ ଅନୁଯାୟୀ ନିଷିଦ୍ଧ ତଥାପି ମୌଖିକ ସୂତ୍ରରେ ଏହା ଚାଲି ଆସୁଛି।
ବର୍ତ୍ତମାନ ଦେଖାଯାଉଛି ଯେ, ସେଚାଞ୍ଚଳର ନାମମାତ୍ର ଚାଷୀମାନେ ନିଜର ଅଳ୍ପ ଜମିକୁ ଅନ୍ୟ ଜମି ମାଲିକ ମାନଙ୍କୁ ଭାଗଚାଷ ପାଇଁ ଦେଇ ନିକଟସ୍ଥ ସହରରେ ଛୋଟ ବ୍ୟବସାୟ କରୁଛନ୍ତି ବା ବ୍ୟବସାୟ ପ୍ରତିଷ୍ଠାନରେ କାମ କରୁଛନ୍ତି। ଜମିର ଆୟତନ ଅନୁସାରେ ସେମାନେ ବାର୍ଷିକ ମୂଲ୍ୟ ଆଦାୟ କରନ୍ତି। ମଧ୍ୟମ ଓ ବଡ଼ ଚାଷୀ ଏହାର ସୁଯୋଗ ନେଇ ଅଧିକ ଜମିରେ କୃଷି ଯନ୍ତ୍ରପାତି ବ୍ୟବହାର କରି ଫସଲ ଉତ୍ପାଦନ କରୁଛନ୍ତି।
ଏବେ ମାଛଚାଷ ଓ ପନିପରିବା ଚାଷ ପାଇଁ ପଞ୍ଚାୟତ ବନ୍ଧ ଓ କୋଠଜମିଗୁଡ଼ିକୁ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଲିଜ୍‌ ବା ଭାଗଚାଷ ପାଇଁ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଭାଗଚାଷ ପାଇଁ ହେଉଥିବା ମୌଖିକ ଚୁକ୍ତି ବିଭିନ୍ନ ସ୍ଥାନରେ ଭିନ୍ନ ପ୍ରକାରର ଦେଖିବାକୁ ମିଳିଥାଏ। କେତେକ ସ୍ଥାନରେ ଉଭୟ ପକ୍ଷ ବାର୍ଷିକ ଟଙ୍କା ଆକାରରେ ଚୁକ୍ତିବଦ୍ଧ ହେଉଥିବା ବେଳେ ଅନ୍ୟ ସ୍ଥାନରେ ଉତ୍ପାଦିତ ଫସଲର ନିର୍ଦ୍ଦିଷ୍ଟ ଭାଗ ଦେବା ନେବାକୁ ପସନ୍ଦ କରୁଛନ୍ତି। କିଛି ଭାଗଚାଷୀ ଉତ୍ପାଦିତ ଫସଲକୁ ସମାନ ଭାଗ ଦେବା ସହିତ ଚାଷ ପାଇଁ ସାର, ଜଳସେଚନ, ବିହନ, କୀଟନାଶକ, ଔଷଧ ଇତ୍ୟାଦି ପାଇଁ ଜମି ମାଲିକର ସହଯୋଗ ଦାବି କରନ୍ତି। ଏକ୍ଷେତ୍ରରେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଦ୍ବାରା ଫସଲ ନଷ୍ଟ ହେଲେ ଉଭୟେ କ୍ଷତି ସହନ୍ତି, ଭାଗଚାଷୀଟି ସମ୍ପୂର୍ଣ୍ଣ କ୍ଷତି ସହିବାରୁ ରକ୍ଷା ପାଏ। ଦୂରରେ ଥିବା ଜମି ମାଲିକ ସେମାନଙ୍କ ଜମି ବାବଦରେ ଭାଗଚାଷୀଠାରୁ ଫସଲ ଭାଗର ବଜାର ଦର ହିସାବ ଅନୁଯାୟୀ ଦେୟ ଦାବି କରନ୍ତି। ଯଦି ଉଭୟ ସେମାନଙ୍କ ବାର୍ଷିକ ଆମଦାନୀ ଓ ଭାଗବଣ୍ଟାରେ ସନ୍ତୁଷ୍ଟ ରହନ୍ତି, ପରସ୍ପରର ବ୍ୟବହାର ଓ ଆପୋଷ ବୁଝାମଣା ଠିକ୍‌ ରହେ, ତେବେ ସେହି ମୌଖିକ ଚୁକ୍ତି ପରବର୍ତ୍ତୀ ବର୍ଷ ପାଇଁ ବଳବତ୍ତର ରହେ। ନଚେତ ସେମାନେ ନୂଆ ଲୋକଙ୍କ ସହ ଚୁକ୍ତି ପାଇଁ ବାଟ ଖୋଜନ୍ତି। ଏଣୁ ନୀତି ଆୟୋଗ, ପୂର୍ବ ଆଇନଗୁଡ଼ିକର ପରିବର୍ତ୍ତନ ଆଣିବା ଲାଗି ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ସପ୍ତସୂତ୍ରୀ ଆଦର୍ଶ ଭାଗଚାଷ ଆଇନ ପ୍ରଣୟନ ପାଇଁ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦିଆଯାଇଛି। ସେଗୁଡ଼ିକ ହେଲା- * ଯେ କୌଣସି ଜମିମାଲିକ ଅନ୍ୟ ବ୍ୟକ୍ତିଙ୍କୁ ଆପୋଷ ଚୁକ୍ତି ଅନୁସାରେ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ଜମି ଲିଜ୍‌ ସୂତ୍ରରେ ଦେଇ ପାରିବେ, ଏହି ଚୁକ୍ତିକୁ ବୈଧ ଘୋଷଣା କରାଗଲେ ସମସ୍ତେ ଉପକୃତ ହେବେ। ଏହା ଦ୍ୱାରା କୃଷି କ୍ଷେତ୍ରରେ ଦକ୍ଷତା, ସମାନତା ବଢିବା ସହ ଉତ୍ପାଦକତା ବଢ଼ିବ ଏବଂ ଗ୍ରାମୀଣ ଅର୍ଥନୀତିରେ ଦ୍ରୁତ ଅଭିବୃଦ୍ଧି ଦେଖାଦେବ। * ଜମି ମାଲିକାନା ଯେପରି ଲିଜ୍‌ ଦେଉଥିବା ବ୍ୟକ୍ତି ନ ହରାନ୍ତି ଏବଂ ଭାଗଚାଷୀ ଯେପରି ସମୟ ପର୍ଯ୍ୟନ୍ତ ଲିଜ୍‌ ନେଇଥିବା ଜମିର ଉପଯୋଗ କରିବାର ସୁଯୋଗ ପାଆନ୍ତି, ଏ ନେଇ ବ୍ୟବସ୍ଥା ରହିବ। * ଭାଗଚାଷୀ ଏକାଦିକ୍ରମେ କିଛି ବର୍ଷ ଚାଷ କଲାପରେ ଅନ୍ୟର ସେହି ଜମିକୁ ନିଜ ନାମରେ କରିପାରିବା ପାଇଁ ଥିବା ଉଦ୍ଦିଷ୍ଟ ଆଇନକୁ ହଟାଇ ଦିଆଯାଉ। * ଲିଜ୍‌ ଚୁକ୍ତି ନାମାରେ ଥିବା ସମୟ ପରେ ଜମି ମାଲିକ ସମସ୍ତ ଜମି ଫେରିପାଇବେ। କୌଣସି ଅଂଶ ଭାଗଚାଷୀ ନିଜ ବ୍ୟବହାର ପାଇଁ ରଖିପାରିବେ ନାହିଁ, ଯାହା ପୂର୍ବ ଆଇନ ଅନୁଯାୟୀ ବ୍ୟବସ୍ଥା ରହିଛି। * ଭୟ ମୁକ୍ତ ବାତାବରଣରେ ଉଭୟ ଜମି ମାଲିକ ଓ ଭାଗଚାଷୀ ସେମାନଙ୍କ ସହମତି ଭିତ୍ତିରେ ଏକ ଚୁକ୍ତିନାମା ପ୍ରସ୍ତୁତ କରି ସେହି ଅନୁସାରେ ଦିଆ ନିଆ କରିବା। * ଜମି ବନ୍ଧକ ନ ରଖି ଉତ୍ପାଦନ ହେବାକୁ ଥିବା ଶସ୍ୟର ମୂଲ୍ୟ ଆଧାରରେ ବ୍ୟାଙ୍କ ବା ସମବାୟ ଋଣ ଓ ବୀମାର ସୁବିଧା ଭାଗଚାଷୀ ପାଇବା ପାଇଁ ବ୍ୟବସ୍ଥା କରିବା। * ଭାଗଚାଷୀକୁ ବିଭିନ୍ନ ସହାୟତା ଦେଇ ଜମିର ଉନ୍ନତି କରିବା ଏବଂ ଲିଜ୍‌ ଅବଧି ସରିବା ସମୟରେ ଜମିରେ ଖଟାଇ ଥିବା ଟଙ୍କା ଓ ଶ୍ରମର ଅବ୍ୟବହୃତ ମୂଲ୍ୟ ଫେରି ପାଇବା ପାଇଁ ବ୍ୟବସ୍ଥା କରିବା।
ନୀତି ଆୟୋଗ ଦ୍ବାରା ପ୍ରକାଶିତ ତଥ୍ୟ ଅନୁସାରେ ଓଡ଼ିଶାର ଭାଗଚାଷ ଜମିର ପରିମାଣ ୧୬.୬୧ ଶତାଂଶ। ଏହା ଭାରତର ପଞ୍ଚମ ବୃହତ ଭାଗଚାଷ ପ୍ରଚଳିତ ରାଜ୍ୟ। ନୀତି ଆୟୋଗଙ୍କ ପ୍ରସ୍ତାବକୁ ଓଡ଼ିଶାର ରାଜ୍ୟ ସରକାର ସମର୍ଥନ କରିଛନ୍ତି।
ସ୍ନାତକୋତ୍ତର କୃଷି, ଓୟୁଏଟି,
ମୋ-୯୪୩୭୮୭୩୭୧୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପିଲା ପାଠ ପଢ଼ିବା ସହ ମାଟି ପରୀକ୍ଷାର ଟେକ୍‌ନିକ ଶିଖୁଛନ୍ତି ପୁଣେ ଦୀପ ଗୃହ ଏକାଡେମୀରେ । ସେମାନେ ମାଟି ପରୀକ୍ଷା କୌଶଳ ଶିକ୍ଷା କରିବା ସହ…

ଖୁସିର ଦେଶ ଭୁଟାନ

ଭୁଟାନକୁ ଖୁସିର ଦେଶ କୁହାଯାଏ । ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ଧାର୍ମିକ ଦୁର୍ନୀତି

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ବାବ୍ରୀ ମସ୍‌ଜିଦ୍‌ ବିବାଦରେ ସମାଧାନ ଘଟିବା ପରେ ସେହି ସ୍ଥାନରେ ଶ୍ରୀରାମ ମନ୍ଦିର ସ୍ଥାପନ ହୋଇ ୨୨ ଜାନୁଆରୀ ୨୦୨୪ରେ ରାମଲାଲାଙ୍କ…

ମଣିଷ ହେବା ଏଥର

ଧନୀ ଲୋକଟିଏ ଥିଲା। କପଟ ଓ ଛଳନାକରି ତା’ର ବ୍ୟବସାୟ ଚଲେଇଥିଲା। ଖୁବ୍‌ କମ୍‌ ଦିନ ଭିତରେ ସେ ବିପୁଳ ସମ୍ପତ୍ତି ଅର୍ଜନକଲେ। ଲୋକେ କହିଲେ ଦୋ…

ବାମପନ୍ଥୀରୁ ଦକ୍ଷିଣପନ୍ଥୀ ଆଡ଼କୁ

ଭାରତବର୍ଷରେ ବାମପନ୍ଥୀ ଆନ୍ଦୋଳନ କ୍ରମେ ଦୁର୍ବଳ ହେବାପରି ମନେ ହେଉଛି। ନିକଟରେ ଅନୁଷ୍ଠିତ ୫ ରାଜ୍ୟରେ ବିଧାନସଭା ନିର୍ବାଚନରୁ ଏହା ଜଣାପଡ଼ିଛି। କେରଳ ଥିଲା ଶେଷ ବାମପନ୍ଥୀ…

କାନ୍ଥରେ ନାମ

ଭାରତର ଜମ୍ମୁ ଓ କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ୨୨ ଏପ୍ରିଲ ୨୦୨୫ରେ ଘଟିଥିଲା ଓ ସେଥିରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହି…

ଏଇ ଭାରତରେ

ବୁଲା କୁକୁର, ଗାଈ ଓ ବାଛୁରିଙ୍କୁ ରୁଟି ଖାଇବାକୁ ଦେଉଛନ୍ତି ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦର ଗୌତମ ଯାଦବ। ସେ ଠେଲାଗାଡ଼ିରେ ପ୍ରତିଦିନ ସନ୍ଧ୍ୟାରେ ଘରକୁ ଘର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri