କୋଟିପତି ପିଏସ୍‌ ଗିରଫ

ଭୁବନେଶ୍ୱର,୩୧।୭(ବ୍ୟୁରୋ): ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ(ଓଏସ୍‌ଏସ୍‌ସି) ସଦସ୍ୟଙ୍କ କୋଟିପତି ବ୍ୟକ୍ତିଗତ ସଚିବ ଗିରଫ। ଶନିବାର ପିଏସ୍‌ ବିରଞ୍ଚି ନାରାୟଣ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଗିରଫ ପରେ ବିରଞ୍ଚି ନାରାୟଣ ସାହୁଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ। ଘରୁ ମିଳିଥିବା ବିଡ଼ା ବିଡ଼ା ଟଙ୍କା, ପୁଳା ପୁଳା ସୁନା ଗହଣା, ଜମି ଓ ଘରବାଡ଼ି ବାବଦରେ ପଚରାଉଚରା ଚାଲିଛି। ଏଥିସହ ବିରଞ୍ଚିଙ୍କ ସମେତ ଆବଶ୍ୟକ ପଡ଼ିଲେ ତାଙ୍କ ସମ୍ପର୍କୀୟଙ୍କୁ ବି ଜେରା କରାଯିବ ବୋଲି ଭିଜିଲାନ୍ସ କହିଛି। ସୂଚନାଯୋଗ୍ୟ, ବରଞ୍ଚିଙ୍କଠାରୁ ଏପର୍ଯ୍ୟନ୍ତ ୩କୋଟି ୭୯ଲକ୍ଷ ଟଙ୍କାର ସମ୍ପତ୍ତି ଜବତ ହୋଇଛି। ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ୱର ଓ କଟକ ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜବତ କରାଯାଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାର୍ଯ୍ୟ ସମୟରେ ନୀତିକାନ୍ତିକୁ ଗୁରୁତ୍ୱ

ପୁରୀ ଅଫିସ/ଭୁବନେଶ୍ୱର (ବ୍ୟୁରୋ), ୯।୭:ଶ୍ରୀକ୍ଷେତ୍ରର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଏ...

‘ଗୋଷ୍ଠୀ ସଂକ୍ରମଣର ପ୍ରାମାଣିକ ତଥ୍ୟ ନାହିଁ’

ଭୁବନେଶ୍ୱର,୧।୧(ବ୍ୟୁରୋ): କୋଭିଡର  ଗୋଷ୍ଠୀ ସଂକ୍ରମଣ ପ୍ରାମାଣିକ ତଥ୍ୟ ନାହିଁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ଆମ ରାଜ୍ୟରେ ସଂକ୍ରମଣ ବଢୁଛି, ଏଥିପାଇଁ...

ସତ୍ୟଜିତ୍‌ଙ୍କୁ ଅଗ୍ନିଶମ ଅତିରିକ୍ତ ଦାୟିତ୍ୱ; ଅରୁଣ ବୋଥ୍ରା ଓଏସ୍‌ଆର୍‌ଟିସି ଅଧ୍ୟକ୍ଷ

ଭୁବନେଶ୍ୱର,୩୦ା୫(ବ୍ୟୁରୋ)-ରାଜ୍ୟ ସରକାର ଆଇପିଏସ୍‌ ଅଫିସର ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ୧୯୮୮ ବ୍ୟାଚ ଆଇପିଏସ୍‌ ଅଫସର ତଥା ସ୍ପେଶାଲ୍‌ ଡିଜି (ଇଣ୍ଟେଲିଜେନ୍ସ) ସତ୍ୟଜିତ୍‌ ମହାନ୍ତିଙ୍କୁ ଅଗ୍ନିଶମ...

ନକଲି ନୋଟ୍‌ ଛାପୁଥିବା ର଼୍ୟାକେଟ୍‌ ଠାବ: ୩ ଗିରଫ

ଲଖନପୁର,୨୮ା୧୧(ଡି.ଏନ୍‌.ଏ.)-ଝାରସୁଗୁଡ଼ା ଜିଲା ବନହରପାଲି ଥାନା ପୋଲିସ ନକଲି ନୋଟ୍‌ ଛାପୁ ଥିବା ଏକ ର଼୍ୟାକେଟ୍‌ର ୩ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର ଝାରସୁଗୁଡ଼ା କୋର୍ଟ ଚାଲାଣ...

ପ୍ଲଟ୍‌ ଦେବା ନାଁରେ ୧୫ ଲକ୍ଷ ଠକେଇ

ଭୁବନେଶ୍ୱର,୨୬।୬(ବ୍ୟୁରୋ): ଜଣେ ବ୍ୟକ୍ତିଙ୍କୁ ଏକ ବିଲ୍ଡର ସଂସ୍ଥା ପ୍ଲଟ ଦେବାକୁ କହି ୧୫ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ଠକେଇ କରିଛି। ଠକେଇ ଅଭିଯୋଗର ଦୀର୍ଘ ୪...

ଶ୍ରୀଲିଙ୍ଗରାଜ ମନ୍ଦିରରେ ଫଟୋ ଭାଇରାଲ ଘଟଣା: ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ

ପୁରୁଣା ଭୁବନେଶ୍ୱର, ୨୨ା୮ (ଡି.ଏନ.ଏ.): ଶ୍ରାବଣ ଶେଷ ସୋମବାରରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରବଳ କାଉଡ଼ିଆଙ୍କ ସମାଗମ ସମୟରେ ଜନୈକ ସେବାୟତ ମନ୍ଦିରର ବିଭିନ୍ନ ସ୍ଥାନରେ ନିଜର...

ବିଦେଶରୁ ଫେରିଲେ ୧୩୦, ବଢ଼ୁଛି କରୋନା ଭୟ

କେନ୍ଦ୍ରାପଡା ଅଫିସ, ୨୧ା୩: ଗତ ୪ ତାରିଖରୁ ଗୁରୁବାର ସୁଦ୍ଧା ମୋଟ ୧୦୦ ଜଣ ବ୍ୟକ୍ତି ବିଦେଶରୁ ଜିଲାକୁ ଫେରିଥିବା ବେଳେ ଶୁକ୍ରବାର ୩୦ ଜଣ...

ପର୍ଯ୍ୟଟକଙ୍କୁ ଗୋପାଳପୁର ବେଳାଭୂମି ମନା

ଗଞ୍ଜାମ,୧୦।୫(ଡି.ଏନ୍‌.ଏ): ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ‘ଅସାନି’ଏବେ ଉପକୂଳ ମୁହାଁ ହୋଇଛି। କେତେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ଏହାର ପ୍ରଭାବରେ ଗୋପାଳପୁର ବେଳାଭୂମି ଅଶାନ୍ତ ହେଲାଣି।...

Advertisement
Archives

Model This Week