ଚାଷକୁ ନାହିଁ, ଶୋଷୁଛନ୍ତି ଶିଳ୍ପ

ଭୁବନେଶ୍ୱର, ୫ା୪(ବ୍ୟୁରୋ):ରାଜ୍ୟରେ ଚାଷଜମିକୁ ସମ୍ପୂର୍ଣ୍ଣ ଜଳସେଚନ ସୁବିଧା ଯୋଗାଇଦେବା ରାଜ୍ୟ ସରକାରଙ୍କ ପକ୍ଷେ କାଠିକର ପାଠ ହେଉଛି। ଏ ବାବଦରେ ପ୍ରଚୁର ଅର୍ଥ ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଜମିକୁ ଜଳସେଚନ ସୁବିଧା ମିିଳିପାରୁନାହିଁ। ଭୁଲ୍‌ ଡିଜାଇନ, ସମ୍ପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ(ଡିପିଆର)ରେ ତ୍ରୁଟି, ଜମି ଅଧିଗ୍ରହଣରେ ବିଳମ୍ବ, ଆର୍ଥିକ ପରିଚାଳନାରେ ଅନିୟମିତତା ଯୋଗୁ ପ୍ରକଳ୍ପ ନିର୍ମାଣରେ ୧୩ରୁ ୪୩ ବର୍ଷ ପର୍ଯ୍ୟନ୍ତ ଲାଗି ଯାଇଛି। ୨୦୧୪ରୁ ୨୦୧୯ ମଧ୍ୟରେ ଜଳସେଚନ ପାଇଁ ୧୨,୭୪୨.୧୧ କୋଟି ଟଙ୍କା ବ୍ୟୟରେ ୫,୦୨,୮୪୨ ହେକ୍ଟର ଜମିରେ ଜଳସେଚନ କରିବା ଲକ୍ଷ୍ୟ ରଖାଯାଇଥିବା ବେଳେ ମାତ୍ର ୨,୨୨,୪୧୮ ହେକ୍ଟର ଅର୍ଥାତ୍‌ ୨୪ ପ୍ରତିଶତ ଜଳସେଚନ ସମ୍ଭବ ହୋଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା, ଜଳସେଚନ ପାଇଁ ଉଦ୍ଦିଷ୍ଟ ପ୍ରକଳ୍ପରୁ ଜମିକୁ ଜଳଯୋଗାଣ ସମ୍ଭବ ହୋଇ ନ ଥିବା ବେଳେ ଶିଳ୍ପସଂସ୍ଥା ଜଳ ଶୋଷି ନେଉଛନ୍ତି। କୌଣସି ଚୁକ୍ତି ନ ଥାଇ ଶିଳ୍ପସଂସ୍ଥା ଜଳ ଉତ୍ତୋଳନ କରୁଥିବା ଯୋଗୁ ସରକାରଙ୍କୁ ବହୁ କୋଟି ଟଙ୍କାର ରାଜସ୍ବ ଫାଙ୍କି ଦେଉଛନ୍ତି। ନିକଟରେ ବିଧାନସଭାରେ ଉପସ୍ଥାପିତ କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ରିପୋର୍ଟରୁ ଏଭଳି ତଥ୍ୟ ପ୍ରଘଟ ହୋଇଛି।
ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ, ରେଙ୍ଗାଳି ବହୁମୁଖୀ ଜଳସେଚନ ପ୍ରକଳ୍ପ ଚାଷଜମିକୁ ଜଳସେଚିତ କରିବାକୁ ଉଦ୍ଦିଷ୍ଟ ଥିବାବେଳେ ଚଞ୍ଚକତା କରାଯାଇ ଶିଳ୍ପଗୁଡିକୁ ଜଳ ପାଇଁ ଅନୁମତି ଦିଆଯାଇଛି। ଏହି ପ୍ରକଳ୍ପରୁ ଶିଳ୍ପକୁ ଜଳ ଯୋଗାଇଦେବା ସକାଶେ ପ୍ରସ୍ତୁତ ଡିପିଆର୍‌ରେ କୌଣସି ବିଷୟ ଉଲ୍ଲେଖ କରାଯାଇନାହିଁ। କେନାଲ ନିର୍ମାଣରେ ବିଳମ୍ବ ଯୋଗୁ ପରିକଳ୍ପିତ କ୍ଷେତ୍ରକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇ ପାରିନାହିଁ। ତେବେ ପରବର୍ତ୍ତୀ ସମୟରେ ଏହି ପ୍ରକଳ୍ପରୁ ଶିଳ୍ପକୁ ଜଳ ବ୍ୟବହାର ଲାଗି ଅନୁମତି ଦିଆଯାଇଥିଲା। କେବଳ ସେତିକି ନୁହେଁ, ଜଳସେଚନ ନିୟମ ଉଲ୍ଲଂଘନ କରି ପାଣି ନେବାକୁ ଅନୁମତି ଦିଆଯାଇଥିବା ବେଳେ ଶିଳ୍ପଗୁଡିକ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଟିକସକୁ ମଧ୍ୟ ଫାଙ୍କି ଦେଇଛନ୍ତି। ଏ ବାବଦରେ ସରକାରଙ୍କୁ ୧୪୪୧.୮୩ କୋଟି ଟଙ୍କାର ରାଜସ୍ବ ହାନି ହେଉଛି।
ଓଡ଼ିଶା ଜଳସେଚନ ନିୟମଅନୁଯାୟୀ, ଜଳକର ପ୍ରଦାନରେ ବିଳମ୍ବ ହେଲେ ମାସିକ ୨ ପ୍ରତିଶତ ସୁଧ ହିସାବରେ ଅସୁଲ କରିବା ବ୍ୟବସ୍ଥା ରହିଛି। ୨୦୦୬ ମେ’ରେ ବ୍ରାହ୍ମଣୀ ବାମ ବେସିନ ପରିଚାଳକ ତଥା ସାମଲ ବ୍ୟାରେଜ୍‌ ମୁଖ୍ୟଯନ୍ତ୍ରୀ ସାମଲ ବ୍ୟାରେଜ ବାମ ହେଡ୍‌, ରେଗୁଲେଟରର ନିମ୍ନସ୍ରୋତର ୧୧୦ କିମିଠାରେ ଗ୍ୟାଲୋନ୍‌ ପ୍ରତି ୬୦ ଟଙ୍କା ଦରରେ ଆସନ୍ତା ୩୦ ବର୍ଷ ପାଇଁ ଓଡ଼ିଶା ପାଓ୍ବାର କନ୍‌ସୋର୍ଟିୟମ ଲିମିଟେଡ୍‌(ଓପିସିଏଲ) ସହିତ ଚୁକ୍ତିନାମା ସ୍ବାକ୍ଷର କରିଥିଲେ। ଉକ୍ତ ସଂସ୍ଥା ୨୦୦୯ରୁ ୨୦୧୦ ସେପ୍ଟେମ୍ବର ମଧ୍ୟରେ ୪୯.୯୩ ଲକ୍ଷ ଗ୍ୟାଲୋନ୍‌ ଜଳ ଉଠାଣ କରିଥିଲା। ମାତ୍ର ସେହି ସଂସ୍ଥାଠାରୁ ଜଳକର ଓ ମାସିକ ୨ ପ୍ରତିଶତ ସୁଧ ହିସାବରେ ୨୪୬.୧୪ କୋଟି ଟଙ୍କା ଆଦାୟ କରାଯାଇ ନ ଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
ସେହିପରି ୩ଟି ଶିଳ୍ପସଂସ୍ଥା ସାମଲ ବ୍ୟାରେଜ୍‌ରୁ ୨୦୧୬ରୁ ଜଳ ନେବା ସହ ୟୁନିଟ୍‌ ପ୍ରତି ୫.୬୦ ଟଙ୍କା ହାରରେ ଜଳକର ପଇଠ କରୁଥିଲେ। ତେବେ ପରବର୍ତ୍ତୀ ଆଦେଶ ଅନୁଯାୟୀ, ୨୦୧୮ରୁ ୨୦୨୦ ମଧ୍ୟରେ ଜଳକର ୟୁନିଟ୍‌ ପିଛା ୬.୭୮ ଓ ୭.୪୬ ବଦଳରେ ୬.୭୨ ଓ ୭.୨୮ ଟଙ୍କା ଆଦାୟ କରାଯାଉଥିଲା। ଏଥିଯୋଗୁ ଏହି ସମୟ ମଧ୍ୟରେ ୨,୩୯୮.୫୦ ଲକ୍ଷ ୟୁନିଟ୍‌ ଜଳ ବାବଦରେ ମାତ୍ର ୨.୪୦ କୋଟି ଟଙ୍କା ଆଦାୟ କରାଯାଇଥିଲା। ପ୍ରଚଳିତ ନିୟମ ଅନୁଯାୟୀ, ପ୍ରତ୍ୟେକ ବର୍ଷ ଟିକସ ମୂଲ୍ୟ ୧୦ ପ୍ରତିଶତ ହାରରେ ବୃଦ୍ଧି କରାଯିବା କଥା। ମାତ୍ର ତାହା କରାଯାଇନାହିଁ। କେବଳ ସେତିକି ନୁହେଁ, ଗୋଟିଏ ଶିଳ୍ପସଂସ୍ଥା କୌଣସି ଚୁକ୍ତିନାମା ନ କରି ୪୭,୬୯୬ କ୍ୟୁସେକ୍‌ ଜଳ ଉଠାଣ କରିଥିଲା। ଉକ୍ତ ସଂସ୍ଥାଠାରୁ ୨୦୧୪ରୁ ୨୦୧୯ ମଧ୍ୟରେ ୬ ଗୁଣ ଅର୍ଥଦଣ୍ଡ ବାବଦରେ ୫୦୫.୦୮ କୋଟି ଟଙ୍କା ଆଦାୟ କରାଯାଇ ନ ଥିଲା। ଜଳସେଚନ ନିୟମାବଳୀ ଅନୁଯାୟୀ, ଜଳକର ଫାଙ୍କୁଥିବା ଶିଳ୍ପସଂସ୍ଥାଠାରୁ ମୂଳ ସହିତ ୨ ପ୍ରତିଶତ ଚକ୍ରବର୍ତ୍ତୀ ସୁଧହାରରେ ଅସୁଲ କରାଯିବ। ୧୯୯୯ରୁ ଗୋଟିଏ ଶିଳ୍ପସଂସ୍ଥା ୪୭,୬୯୬ କ୍ୟୁସେକ୍‌ ଜଳ ଉତ୍ତୋଳନ କରିଥିଲା। ମାତ୍ର ଏହି ସଂସ୍ଥା ଟିକସ ପଇଠ କରି ନ ଥିଲା। ଫଳରେ ସରକାରଙ୍କୁ ୬୪୪.୬୭ କୋଟି ଟଙ୍କାର ରାଜସ୍ବ ହାନି ସହିବାକୁ ପଡିଛି ବୋଲି ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ତେବେ ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିଏଜି ସୁପାରିସ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?