ପରିିଚୟ ଦେଇଛି ଲାଲ୍‌ ଭେଣ୍ଡି ଚାଷ

ଦିନକୁ ଦିନ ଲାଲ୍‌ ଭେଣ୍ଡିର ଚାହିଦା ବଢ଼ି ଚାଲିଛି। ଏହି କିସମ ଭେଣ୍ଡିରେ ପ୍ରଚୁର ପରିମାଣରେ ରୋଗ ପ୍ରତିରୋଧକ ଶକ୍ତି ରହିଛି। ସେଥିପାଇଁ ରାଜ୍ୟ ବାହାରେ ଏହି ଭେଣ୍ଡି ବିକ୍ରି ବଢ଼ିଛି। ବିଦେଶରେ ଏହି ଭେଣ୍ଡି କେଜି ୪୦୦ ରୁ ୮୦୦ ଟଙ୍କାରେ ବିକ୍ରି ହେଉଛି। ଲାଲ୍‌ ଭେଣ୍ଡି ଖାଇବା ଦ୍ବାରା ମଧୁମେହ, ଉଚ୍ଚରକ୍ତଚାପ ଭଳି ରୋଗୀଙ୍କୁ ଉପଶମ ମିଳିଥାଏ ବୋଲି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ରାମନଗର ପଞ୍ଚାୟତ ବରଜ ଗ୍ରାମର ବାଇଧର ସାମଲ ଓ ତାଙ୍କ ସ୍ତ୍ରୀ ବେଙ୍ଗ ସାମଲ ଦାବି କରିଛନ୍ତି।
ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଏହି ଦମ୍ପତି ଗତ ୪ ବର୍ଷ ହେଲା ଲାଲ ଭେଣ୍ଡି ଚାଷ କରି ଆସୁଛନ୍ତି। ପ୍ରଥମେ ସେ ୧୦ ଡିସିମିଲ ବାଲିଆ ଜମିରେ ୨ ଶହ ଚାରା ରୋପଣ କରିଥିଲେ। ଏହି କିସମର ମଞ୍ଜି ସେମାନେ କୋଲକାତାରୁ ମଗାଇଥିଲେ। ଦୈନିକ ସେମାନେ ୧୦ କେଜି ଭେଣ୍ଡି ତୋଳି ସ୍ଥାନୀୟ ରାମନଗର ବଜାରରେ କେଜି ପିଛା ୪୦ଟଙ୍କା ଦରରେ ବିକ୍ରି କରିଥାନ୍ତି। କେତେଜଣ ବ୍ୟବସାୟୀ ଆମଠୁ କମ୍‌ ଦରରେ ଭେଣ୍ଡି କିଣି ବସ୍‌ରେ କୋଲକାତା ପଠାଇ ଲାଭବାନ ହେଉଛନ୍ତି ବୋଲି ଏହି ଦମ୍ପତି କହିଛନ୍ତି। ସ୍ଥାନୀୟ ଅଞ୍ଚଳର ବହୁ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗୀ ଆମ ଭେଣ୍ଡିକୁ ପ୍ରତିଦିନ ନେବାକୁ ଆସିଥାନ୍ତି ବୋଲି ବାଇଧର କହିଛନ୍ତି। ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀମାନଙ୍କୁ ଲାଲ ଭେଣ୍ଡି ଚାଷପାଇଁ ଉପଯୁକ୍ତ ତାଲିମ,ମଞ୍ଜି, ପମ୍ପସେଟ୍‌, ସ୍ପ୍ରେ ମେଶିନ୍‌ ଯୋଗାଇ ଦେଲେ ଏହି ଚାଷ ପ୍ରତି ଆଗ୍ରହ ବଢିବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।
ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲା ଜଜାଙ୍ଗ କୃଷି ବିଜ୍ଞାନ କେନ୍ଦ୍ରର ଉଦ୍ୟାନ ବିଶେଷଜ୍ଞ ପ୍ରଭଞ୍ଜନ ମିଶ୍ର ଓ କେନ୍ଦ୍ରାପଡ଼ା ଜିଲା ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ କନ୍ଦ ଜେନା କୁହନ୍ତି, ଲାଲ୍‌ ରଙ୍ଗର ଭେଣ୍ଡିରେ ଭିଟାମିନ-ଏ, ଆୟୋଡିନ ଓ ଖାଦ୍ୟସାର ସହ ଅନ୍ୟାନ୍ୟ ଭିଟାମିନ ଭରି ରହିଛି। ଏହି ଭେଣ୍ଡି ଖାଇଲେ ମଣିଷ ଶରୀରରେ ରୋଗ ପ୍ରତିଷୋଧକ କ୍ଷମତା ବୃଦ୍ଧି ପାଏ। ଏହା ମାନବ ଶରୀର ପାଇଁ ବେଶ୍‌ ଉପଯୋଗୀ। ସେହିପରି ଲାଲ୍‌ ଖଡ଼ା ଶାଗ, ସଜନା ପତ୍ର, କଳମ ଶାଗ ସମେତ ସବୁଜ ପନିପରିବା ଖାଇବା ଦ୍ୱାରା ମଣିଷ ଶରୀରକୁ ପ୍ରଚୁର ପରିମାଣରେ ଭିଟାମିନ ମିଳିଥାଏ। ଲାଲ ଭେଣ୍ଡି ଗଛରେ କୌଣସି ରାସାୟନିକ ସାର ନ ଦେଇ କେବଳ ଗୋବର ଖତ ଦେଲେ ଭଲ ଫସଲ ମିଳିଥାଏ ବୋଲି ଏହି କୃଷି ବିଶେଷଜ୍ଞମାନେ କହିଛନ୍ତି। ବରଜ ଗ୍ରାମର ମୁରବି ଧଡ଼ି ସାମଲ କୁହନ୍ତି, ସାଧାରଣ ଭେଣ୍ଡିଠାରୁ ଏହି ଲାଲ୍‌ ଭେଣ୍ଡିର ସ୍ବାଦ ନିଆରା। ଏଥିରେ ଔଷଧୀୟ ଗୁଣ ଥିବାରୁ ବାଇଧରଙ୍କ ଘର ଆଗରେ ଗ୍ରାହକଙ୍କ ଭିଡ଼ ଜମେ। ଜିଲା ଓ ବାହାର ଅଞ୍ଚଳର ବେପାରୀମାନେ ଭେଣ୍ଡି ନେବାକୁ ଆସିଥାନ୍ତି। ଲାଲ ଭେଣ୍ଡିରେ ପ୍ରଚୁର ପରିମାଣରେ ଜୀବସାର ରହିଛି। ତେଣୁ ରୋଗୀମାନେ ଏହାକୁ ଖାଇବା ଦ୍ବାରା ରୋଗ ଉପଶମ ହୋଇଥାଏ ବୋଲି ପରିବେଶ ପ୍ରେମୀ ସମରେନ୍ଦ୍ର ମାହାଳି କହିଛନ୍ତି।
-ପ୍ରତାପ ସ୍ବାଇଁ


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

ତେଜିଲା ଆନ୍ଦୋଳନ, ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୮।୯(ଦିଲ୍ଲୀପି ସାମଲ/ଦ୍ୱାରିକା ସାମଲ): ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଭୋଟ ଚୋରି ଅଭିଯୋଗକୁ ନେଇ ମୁଖ୍ୟ ନିର୍ବାଚନ କମିସନରଙ୍କ ବିରୋଧରେ ଗଞ୍ଜାମ ଜିଲା କଂଗ୍ରେସ…

ପଞ୍ଚାୟତ କାର୍ଯ୍ୟାଳୟରେ ଆଇନ ସଚେତନତା: ବିଭିନ୍ନ ଆଇନ ସମ୍ପର୍କରେ ଆଲୋଚନା

ଦିଗପହଣ୍ଡି, ୨୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ସୋମବାର ଏକ…

୧୬ ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି: ବିଭିନ୍ନ ମହଲରୁ ଶୁଭେଚ୍ଛା

କର୍ଲାମୁଣ୍ଡା, ୨୮।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ୧୬ ଜଣ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ପଦୋନ୍ନତି ମିଳିଥିବା ଜଣାପଡ଼ିଛି। ଏଥିରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୩ ଜଣ…

କାଠ ସଂଗ୍ରହ ବେଳେ ମହୁମାଛି ଆକ୍ରମଣ: ୪ ଜଣ ଆହତ, ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ

ତୁମୁଡ଼ିବନ୍ଧ, ୨୮୯ (ଦୀପକ କୁମାର ପରାସେଠ): ଜାଳେଣି କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବାବେଳେ ମହୁମାଛି ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ…

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

ମଙ୍ଗଳ-ଚନ୍ଦ୍ରଙ୍କ ସଂଯୋଗରେ ମହାଲକ୍ଷ୍ମୀ ରାଜଯୋଗ: ୨୦୨୭ ପୂର୍ବରୁ କର୍କଟ ସମେତ ୪ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର!

ନଭେମ୍ବର ଆରମ୍ଭରେ ଗ୍ରହମାନଙ୍କ ସ୍ଥିତିରେ ଏକ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ। ପଞ୍ଚାଙ୍ଗ ଅନୁସାରେ, ୧ ନଭେମ୍ବର ୨୦୨୬ରେ ଚନ୍ଦ୍ର ଓ ମଙ୍ଗଳ ଏକାଠି କର୍କଟ ରାଶିରେ…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?