ବିସ୍ଥାପିତଙ୍କୁ ବାସଗୃହ, ଖାଦ୍ୟ, ଚିକିତ୍ସା ଯୋଗାଇଦିଅ

କଟକ ଅଫିସ/ ଭୁବନେଶ୍ୱର(ବ୍ୟୁରୋ),୨୦।୫: କଟକ ନୂଆପଡା ବାଲିସାହିଠାରେ ଥିବା ବିସ୍ଥାପିତଙ୍କୁ ତୁରନ୍ତ ବାସଗୃହ, ଖାଦ୍ୟ ଓ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ କଟକ ଜିଲାପାଳ ଓ କଟକ ମହାନଗର ନିଗମ (ସିଏମ୍‌ସି) କମିଶନରଙ୍କୁ ବୁଧବାର ଓଡ଼ିଶା ମାନବାଧିକାର ଆୟୋଗ (ଓଏଚ୍‌ଆରସି) ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଜୁନ୍‌ ୨୨ରେ ଏହାର ପରବର୍ତ୍ତୀ ଶୁଣାଣି ରହିଛି। ଏହି ସମୟ ମଧ୍ୟରେ ଉପରୋକ୍ତ ପ୍ରଶାସନିକ ଅଧିକାରୀ ଦ୍ୱୟ ସବିଶେଷ ତଥ୍ୟ ପ୍ରଦାନ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ଅଧ୍ୟକ୍ଷ ମନୋଜ ଜେନାଙ୍କ ଅଭିଯୋଗର ଶୁଣାଣି କରି ବୁଧବାର ଓଏଚ୍‌ଆରସି ଏହି ନିର୍ଦ୍ଦେଶ ଦେଇଛନ୍ତି।
ପ୍ରକାଶଥାଉ କି, କଟକ ସହର ଭିତରେ ରାସ୍ତା ସମ୍ପ୍ରସାରଣ ପାଇଁ ୬୦୦ରୁ ଊର୍ଦ୍ଧ୍ୱ ପରିବାରକୁ ବିଭିନ୍ନ ବସ୍ତିରୁ ବିସ୍ଥାପିତ କରାଯାଇ ପଲିଥିନ ତଳେ ଆଶ୍ରୟ ଦିଆଯାଇଥିଲା। ଗତ ୧୧ ତାରିଖରେ ପ୍ରବଳ ଝଡବର୍ଷା ହେବାରୁ ସେମାନଙ୍କର ଅବସ୍ଥା ଆହୁରି ଦହନୀୟ ହୋଇଯାଇଥିଲା। କରୋନା ମହାମାରୀ ଯୋଗୁ ସେମାନଙ୍କର ଜୀବିକା ଚାଲିଯାଇଛି। ପ୍ରଶାସନ ବିକଳ୍ପ ବ୍ୟବସ୍ଥା ନ କରି ତରବରିଆ ଭାବେ ବିସ୍ଥାପିତ କରିବା ଫଳରେ ତାଙ୍କର ବଞ୍ଚିବାର ରାହା ଚାଲିଯାଇଥିଲା। ସେମାନେ ପ୍ରଶାସନର ଏତାଦୃଶ ଅମାନବୀୟ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବାରୁ ପୋଲିସ ୬୭ ଜଣଙ୍କୁ ଗିରଫ କରି ଜେଲ ପଠାଇ ଦେଇଥିଲେ, ଯାହାକି ମାନବାଧିକାରର ଘୋର ଉଲ୍ଲଂଘନ ଅଟେ। ଏହା ବିପକ୍ଷରେ ଅଭିଯୋଗକାରୀ ଆୟୋଗଙ୍କୁ ଲିଖିତ ଅଭିଯୋଗ କରି ତୁରନ୍ତ ଉକ୍ତ ଗରିବ ବିସ୍ଥାପିତଙ୍କୁ ବାସଗୃହ, ଖାଦ୍ୟ ଓ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ଏଥିସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ସମସ୍ତ ମକଦ୍ଦମାକୁ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ।

ବସ୍ତିବାସିନ୍ଦାଙ୍କ ଉପରେ ଦମନଲୀଳା ବନ୍ଦ ହେଉ

କଟକ ବାଲିସାହିରେ ଥିବା ବିସ୍ଥାପିତ ବସ୍ତିବାସିନ୍ଦାଙ୍କ ଉପରେ ଦମନ ଲୀଳା ବନ୍ଦ କରାଯାଉ। ୨୪ ଘଣ୍ଟା ମଧ୍ୟରେ ପଦକ୍ଷେପ ନ ନେଲେ ମା’ଘର ସଦସ୍ୟାମାନେ ଧାରଣାରେ ବସିବା ସହ ଆଇନର ଆଶ୍ରୟ ନିଆଯିବ ବୋଲି ସାମାଜିକ କର୍ମୀ ଋତୁପର୍ଣ୍ଣା ମହାନ୍ତି ଏକ ପ୍ରେସ୍‌ ବିବୃତିରେ କହିଛନ୍ତି। ଭୋକିଲା ବାସଗୃହହୀନ ମଣିଷମାନଙ୍କର ଆକ୍ରୋଶର କାରଣ ନ ବୁଝି ସେମାନଙ୍କୁ ଦମନ କରିବାର ଚେଷ୍ଟାକରି ୬୭ ବସ୍ତିବାସିନ୍ଦାଙ୍କୁ ଗିରଫ କରାଯାଇଛି। କୋଭିଡ୍‌ କଟକଣାକୁ ପଛରେ ପକାଇ ନିରୀହ ବସ୍ତିବାସିନ୍ଦାଙ୍କୁ ଗିରଫ କରି ସରକାରୀ ଅଧିକାରୀମାନେ କେଉଁ ଶାସନ ବ୍ୟବସ୍ଥାର ଉଦାହରଣ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଏଭଳି ବିଭିନ୍ନ ଘଟଣାକୁ ମା’ ଘର ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ୨୪ ଘଣ୍ଟା ମଧ୍ୟରେ କୌଣସି ସ୍କୁଲ କଲେଜ ବା କମ୍ୟୁନିଟି ସେଣ୍ଟରରେ ଏହି ପରିବାରଗୁଡିକୁ ସୁରକ୍ଷିତ ଗୃହ ଯୋଗାଇବା ଯାଏ ଥଇଥାନ କରାଯାଉ ବୋଲି ମା’ଘର ପକ୍ଷରୁ ଦାବି କରାଯାଇଛି। ସେହିଭଳି ସେମାନଙ୍କ ଲାଗି ୩୬୫ ଦିନ ଖାଦ୍ୟ ବ୍ୟବସ୍ଥା ସହ ପିଲାମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଏବଂ ବୟସ୍କଙ୍କ ପାଇଁ ସୁଷମ ଖାଦ୍ୟର ବ୍ୟବସ୍ଥା, ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ଚିିକିତ୍ସା ବ୍ୟବସ୍ଥା, ଗିରଫ ହୋଇଥିବା ଲୋକଙ୍କୁ ଖଲାସ କରି ମାମଲା ପ୍ରତ୍ୟାହାର ପାଇଁ ଦାବିରେ କୁହାଯାଇଛି। ଲୋକମାନଙ୍କ ପ୍ରତି ଏଭଳି ଅମାନବୀୟ ବ୍ୟବହାର କଲେ ଏହା ବିରୋଧରେ ଧାରଣା ଦିଆଯିବା ସହ କୋର୍ଟର ଦ୍ୱାରସ୍ଥ ହେବାକୁ ମା’ଘର ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ଏହି ମାମଲାରେ ହସ୍ତକ୍ଷେପକରି ଲୋକଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri