ସବୁ ଜିଲାରେ ହେବ ବିକ୍ଷୋଭ

ଭୁବନେଶ୍ବର,୧୯।୧୧(ବ୍ୟୁରୋ): ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ କେନ୍ଦ୍ରରେ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ। କେନ୍ଦ୍ର ସରକାର ଚାଷ ଓ ଚାଷୀଙ୍କ ସମସ୍ୟା ଦୂରୀକରଣ ପାଇଁ ଗତ ୮ ବର୍ଷରେ ବିଭିନ୍ନ ପ୍ରକାର କୃଷି କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିଆସୁଛନ୍ତି। ଅନ୍ୟପକ୍ଷରେ ଓଡ଼ିଶା ସରକାର କେନ୍ଦ୍ରୀୟ ଯୋଜନାର ସୁଫଳକୁ ଚାଷୀଙ୍କ ପାଖରେ ପହଞ୍ଚାଇବାରେ ବିଫଳ ହୋଇ ନିଜ ଦୋଷ କେନ୍ଦ୍ର ଉପରେ ଲଦିବାରେ ବ୍ୟସ୍ତ ରହୁଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ବିଜେଡି ଚାଷୀଙ୍କ ପାଇଁ କାଳ ସାଜିଥିବାର ପ୍ରମାଣିତ ହୋଇଛି ବୋଲି ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ଚାଷୀଙ୍କ ସ୍ବାର୍ଥ ରକ୍ଷା ପାଇଁ ବିଫଳ ହୋଇଥିବା ଏବଂ ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତିକୁ ପ୍ରତିବାଦକରି ଶୁକ୍ରବାରଠାରୁ ବିଧାନସଭା ସମ୍ମୁଖରେ ଭାଜପା ସତ୍ୟାଗ୍ରହ ଆରମ୍ଭ କରିଛି। ଚାଷୀକୁଳର ସ୍ବାର୍ଥରକ୍ଷା ପାଇଁ ବିହିତ ପଦକ୍ଷେପ ଗ୍ରହଣ ନ କରିବା ପର୍ଯ୍ୟନ୍ତ ଏହି ସତ୍ୟାଗ୍ରହ ଜାରି ରହିବ ଏବଂ ଆଗାମୀ ଦିନରେ ସମସ୍ତ ଜିଲାରେ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯିବ ବୋଲି ସେ କହିଛନ୍ତି।
ପୃଥ୍ବୀରାଜ ଆହୁରି କହିଛନ୍ତି, ଓଡ଼ିଶାରେ ଚାଷୀଙ୍କୁ ରାଜ୍ୟ ସରକାର ସର୍ବଦା ଅବହେଳିତ କରୁଛନ୍ତି। ମଣ୍ଡି ସମସ୍ୟା, ବିହନ ଓ ସାର ଅଭାବ, କଟ୍‌ନି ଛଟ୍‌ନି, ଅବ୍ୟବସ୍ଥିତ ଟୋକନ ବ୍ୟବସ୍ଥା, ବେପାରୀ-ମିଲର-ରାଜ୍ୟ ସରକାରଙ୍କ ମଧୁଚନ୍ଦ୍ରିକା ଭଳି ଏଠାକାର ସରକାରଙ୍କ ଚାଷୀମାରଣ ନୀତି ଯୋଗୁ ଚାଷୀର ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି। ବୀମା କମ୍ପାନୀ ପ୍ରତି ରାଜ୍ୟ ସରକାରଙ୍କ ଅହେତୁକ ଅନୁକମ୍ପା ଏବେ ଚାଷୀମାନଙ୍କ ପାଇଁ କାଳ ସାଜିଛି। ବୀମା କମ୍ପାନୀ ଟଙ୍କାରେ ଶାସକ ବିଜେଡି ନେତା ଓ ମନ୍ତ୍ରୀ ଅଜସ୍ର ଟଙ୍କା ରୋଜଗାର କରୁଛନ୍ତି ସତ, କିନ୍ତୁ ଚାଷୀଟି ନିଜ ନ୍ୟାଯ୍ୟ ହକ୍‌ ପାଇବାରୁ ବଞ୍ଚିତ ହେଉଛି। ନିର୍ବାଚନ ଆସିଲେ ଶାସକ ଦଳକୁ ଚାଷୀଙ୍କ କଥା ମନେପଡ଼େ। ସେମାନଙ୍କୁ ଭୁଆଁ ବୁଲାଇବା ପାଇଁ ମିଥ୍ୟା ପ୍ରତିଶ୍ରୁତିର ବନ୍ୟା ସୃଷ୍ଟି କରିଦିଅନ୍ତି। ମିଛ ଓ ପ୍ରତାରିତ କରି ଭୋଟ ହାତେଇବା ପରେ ଦେଇଥିବା ସବୁ ପ୍ରତିଶ୍ରୁତିକୁ ରାଜ୍ୟ ସରକାର ପବନରେ ଉଡ଼ାଇଦିଅନ୍ତି। ଚାଷୀଙ୍କୁ ଫସଲବୀମାର ସହଜ ଉପଲବ୍ଧ ନିମନ୍ତେ କେନ୍ଦ୍ର କୃଷି ବୈଷୟିକ କମିଟି ବାରମ୍ବାର ରାଜ୍ୟ ସରକାରଙ୍କୁ ଅବଗତ କରିବା ସତ୍ତ୍ୱେ ସେଥିପ୍ରତି କର୍ଣ୍ଣପାତ କରି ନ ଥିଲେ । ଚାଷୀଙ୍କ ରୋଷରୁ ବର୍ତ୍ତିବା ପାଇଁ ନିଜ ଦାୟିତ୍ୱରୁ ଓହରିଯାଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ମିଛ କଥା କହି କେନ୍ଦ୍ରକୁ ଦୋଷ ଲଦିଦେବାକୁ ଯେଉଁ ଅପପ୍ରୟାସ କରୁଛନ୍ତି ତାହା ଅତ୍ୟନ୍ତ ଲଜ୍ଜାଜନକ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ କେନ୍ଦ୍ର କୃଷିମନ୍ତ୍ରୀଙ୍କ ତ୍ୱରିତ ପଦକ୍ଷେପ କାରଣରୁ ରାଜ୍ୟର ଚାଷୀମାନେ ଫସଲ ବୀମା ଟଙ୍କା ପାଇବେ ବୋଲି ପୃଥ୍ବୀରାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?