ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଗ୍ରାମସଭା, ପ୍ରଭାବିତ ଗ୍ରାମ୍ୟ କମିଟି ତରଫରୁ ଗାଁରେ ବିରୋଧ କରାଯିବାରୁ…

ପାଟଣା,୨୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଚେମେଣା ଓ ଯମୁନା ପୋଷି ପଞ୍ଚାୟତ ୧୨ଟି ମୌଜାକୁ ନେଇ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଶୁକ୍ରବାର ଯମୁନାପଶି ପଞ୍ଚାୟତ ପଡ଼ିଆରେ
ଦ୍ୱାଦଶ ଗ୍ରାମ ସଭା ଶେଷ ହୋଇଛି। ଯମୁନାପଶି ସରପଞ୍ଚ ଶଶିଭୂଷଣ ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ଗ୍ରାମସଭାରେ ଅତିରିକ୍ତ ଜିଲା ପାଳ ତଥା ସ୍ବତନ୍ତ୍ର ଭୂ-ଅର୍ଜନ ଅଧିକାରୀ ରବୀନ୍ଦ୍ର ପ୍ରଧାନ ପାଟଣା ବିଡିଓ ମାନସ ଦଣ୍ଡପାଟ, ତହସିଲଦାର ଅଶ୍ବିନୀ କୁମାର ନାଏକ, ଇଡକୋଜମି ଅଧିଗ୍ରହଣ ଅଧିକାରୀ କୃଷ୍ଣଚନ୍ଦ୍ର ପାତ୍ର ସମିତି ସଭ୍ୟ ହେମଲତା ନାଏକ, ନାଏବ ସରପଞ୍ଚର ଓ୍ବାର୍ଡମେମ୍ବର ପ୍ରମୁଖ ଉପସ୍ଥିତ ରହିଥିଲେ। ଗ୍ରାମବାସୀଙ୍କ ତରଫରୁ ୩୩ଦଫା ଦାବି ଉପସ୍ଥାପନ କରାଯାଇଥିଲା। ଜମିର କ୍ଷତିପୂରଣ ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଓ ଦାବି ନେଇ ଗ୍ରାମବାସୀ ନିଜ ମତ ରଖି ଏକର ପିଛା ୨୦ କୋଟି ଟଙ୍କାଦାବି କରିଛନ୍ତି।

ଅନ୍ୟପକ୍ଷରେ ପୋସ୍କୋ ଜିନ୍ଦଲ ପ୍ରତିରୋଧ ମଞ୍ଚ ଗ୍ରାମ କମିଟି ପକ୍ଷରୁ ଯମୁନା ପୋଷିରେ ହେଇଥିବା ଗ୍ରାମସଭା ଅଗଣତାନ୍ତ୍ରିକ କହି ଯମୁନାପୋଷି, ଗୋଡ଼ିପୋଖରୀ, କୋଡ଼ ଖମଣ, ଚେମେଣା ଧନୁର୍ଜୟପୁର ଓ ଚିଳିଦାରେ ପ୍ରତିବାଦ ଓ ନାରା ବାଜି କରାଯାଇଥିଲା।
ପୂର୍ବରୁ ୧୧ଟି ଗ୍ରାମସଭା ଶେଷ ହୋଇଥିବାବେଳେ ଶୁକ୍ରବାର ଯମୁନା ଗ୍ରାମରେ ଶେଷ ଗ୍ରାମସଭା ଅନୁଷ୍ଠିତ ହୋଇଛି। ସମସ୍ତ ଗ୍ରାମସଭା ଶେଷ ହେବା ପରେ ଏବେ ମେଗା ଷ୍ଟିଲ୍‌ ପ୍ଲାଣ୍ଟ୍‌ ପାଇଁ ପରବର୍ତ୍ତୀ ପ୍ରଶାସନିକ ଓ ଆଇନଗତ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଏଡିଏମ୍‌ ତଥା ସ୍ବତନ୍ତ୍ର ଭୂ-ଅର୍ଜନ ଅଧିକାରୀ ରବୀନ୍ଦ୍ର ପ୍ରଧାନ କହିଛନ୍ତି। ମେଗାଷ୍ଟିଲ ପ୍ଲାଣ୍ଟ୍‌ ପ୍ରତିଷ୍ଠା ପାଇଁ ସମସ୍ତ ଗ୍ରାମସଭା ଶେଷ ହୋଇଥିବାରୁ ସ୍ଥାନୀୟପ୍ଲାଣ୍ଟ ସପକ୍ଷବାଦୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିବାବେଳେ ପ୍ଲାଣ୍ଟ ବିରୋଧୀ ପରବର୍ତ୍ତୀ କାର୍ଯ୍ୟ ପାଇଁ ପନ୍ଥା ପାଇଁ ସଜ ହୋଇଛନ୍ତି। କେବେ ଷ୍ଟିଲ୍‌ ପ୍ଲାଣ୍ଟ ନିର୍ମାଣ ଆରମ୍ଭ ହେବ ଏବଂ ଏହାଦ୍ୱାରା କେନ୍ଦୁଝରର ଶିଳ୍ପ, ରୋଜଗାର ଓ ଅର୍ଥନୀତିରେ କେବେ ପରିବର୍ତ୍ତନ ଆସିବ ସେନେଇ ଏବେ ସମସ୍ତଙ୍କ ନଜର ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନୂତନ ପରିବା ବଜାର କମ୍ପ୍ଲେକ୍ସକୁ ସ୍ଥାନାନ୍ତର ପାଇଁ ତତ୍ପର ପୌରପରିଷଦ

ଛତ୍ରପୁର, ୨୧/୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଜନସାଧାରଣଙ୍କ ସୁବିଧା ପାଇଁ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ପକ୍ଷରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ନବନିର୍ମିତ ପରିବା…

ବିପଦସଙ୍କୁଳ କୋଠରୀରେ ପିଲାଙ୍କ ବିଷ୍ୟତ: ବାରଣ୍ଡାରେ ଚାଲିଛି ପାଠପଢ଼ା

ଜମନକିରା, ୨୧/୮ (ରବୀନ୍ଦ୍ର ପ୍ରସାଦ ଦାନୀ): ରାଜ୍ୟରେ ଶିକ୍ଷା ଭିତ୍ତିଭୂମିର ଉନ୍ନତିକରଣ ନେଇ ସରକାରୀ ସ୍ତରରେ ବ୍ୟାପକ ପ୍ରଚାର ଚାଲିଥିବା ବେଳେ ଗ୍ରାମାଞ୍ଚଳରେ ବିପର୍ଯ୍ୟସ୍ତ ବିଦ୍ୟାଳୟ ଗୃହ…

ଚାଷୀ ପଞ୍ଜୀକରଣ ସରଳୀକରଣ ଓ ସମୟସୀମା ଅବଧି ବୃଦ୍ଧି ନେଇ ଆନ୍ଦୋଳନ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ…

SBI ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌, ଅକ୍ଟୋବର ୧ରୁ କ୍ୟାଶ୍‌ ଉଠାଇଲେ ଲାଗିବ ଏକ୍ସଟ୍ରା ଚାର୍ଜ

ନୂଆଦିଲ୍ଲୀ,୨୧ା୮: ଯଦି ଆପଣଙ୍କର ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ମାସକୁ ଅନେକ ଥର ବ୍ୟାଙ୍କ ଶାଖା (ବ୍ରାଞ୍ଚ) କୁ…

ଅଗଷ୍ଟର ଶେଷ ସପ୍ତାହରେ ବୁଧାଦିତ୍ୟ ରାଜଯୋଗ: କ୍ୟାରିୟର ସହ ଲଭ୍‌ ଲାଇଫରେ ବୃଷ, ମିଥୁନ ସହ ଏହି ରାଶିଙ୍କୁ…

ଅଗଷ୍ଟର ଶେଷ ସପ୍ତାହ ଜ୍ୟୋତିଷ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ। ଏହି ସମୟରେ ବୁଧ ସିଂହ ରାଶିରେ ଗୋଚର କରିବେ। ସିଂହରେ ପୂର୍ବରୁ ସୂର୍ଯ୍ୟ ରହିଥିବାରୁ ବୁଧ…

୨୭ ନା ୨୮ କେବେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ କ’ଣ କହିଲେ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର,୨୧ା୮: ଚଳିତ ବର୍ଷ ରକ୍ଷାବନ୍ଧନ ପର୍ବକୁ ନେଇଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ୨୭ରେ ରକ୍ଷାବନ୍ଧନ ପର୍ବ ପାଳନ କରାଯିବାକୁ ଥିବାବେଳେ ରାଖୀପୂର୍ଣ୍ଣିମା ୨୮ରେ। ତେଣୁ ଏହି ଦିନ…

୪୯ ଦିନ ପରେ ଶନିଙ୍କ ବଡ଼ ନକ୍ଷତ୍ର ପରିବର୍ତ୍ତନ; ଦଶହରା ପୂର୍ବରୁ ୬ ରାଶି ହେବେ ମାଲାମାଲ୍‌!

୯ ଅକ୍ଟୋବର ୨୦୨୬ରେ ଶନି ନକ୍ଷତ୍ର ପରିବର୍ତ୍ତନ କରିବେ। ଦଶହରା ପୂର୍ବରୁ ଶନିଙ୍କର ଏହି ଚାଲ୍ ୬ଟି ରାଶି ପାଇଁ ଶୁଭ ବୋଲି ଧରାଯାଉଛି। ଜାଣନ୍ତୁ କେଉଁ…

ଏନସିସି ନାଭାଲ ୱିଙ୍ଗ କ୍ୟାଡେଟ ଚୟନ ଶିବିର: ଯୋଗ୍ୟ ଛାତ୍ରୀଛାତ୍ର ଚୟନ

ଭଞ୍ଜନଗର,୨୧।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶୁକ୍ରବାର ଏନସିସି ନାଭାଲ ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri