ବ୍ରସେଲ୍ସ,୧୬ା୯: ପୃଥିବୀକୁ ଉତ୍ତପ୍ତ କରୁଥିବା ଜୀବାଶ୍ମ ଇନ୍ଧନକୁ ପର୍ଯ୍ୟାୟକ୍ରମେ ହ୍ରାସ କରିବା ଦାବିରେ ୫୪ ଦେଶରେ ଜଳବାୟୁ ବିକ୍ଷୋଭକାରୀମାନେ ଶୁକ୍ରବାର ରାସ୍ତାକୁ ଓହ୍ଲାଇଛନ୍ତି। ରବିବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସପ୍ତାହାନ୍ତ ବିକ୍ଷୋଭରେ ସେମାନେ ସାମିଲ ହୋଇଛନ୍ତି। ରବିବାର ନ୍ୟୁୟର୍କରେ ହେବାକୁ ଥିବା ଶୋଭାଯାତ୍ରାରେ ୧୫,୦୦୦ ବିକ୍ଷୋଭକାରୀ ଯୋଗଦେଇପାରନ୍ତି। ବିକ୍ଷୋଭକାରୀଙ୍କ ଉଦ୍ଦେଶ୍ୟ ହେଉଛି ସରକାରମାନଙ୍କ ଉପରେ ଚାପସୃଷ୍ଟି କରିବା। ବନ୍ୟା, ବନାଗ୍ନି ଓ ମରୁଡ଼ି ଆଦି ବିପର୍ଯ୍ୟୟରେ ମୃତ୍ୟୁସଂଖ୍ୟା ବଢ଼ିଚାଲିଥିବାବେଳେ ଅର୍ଥନୀତି ମଧ୍ୟ ଘୋର ପ୍ରଭାବିତ ହେଉଛି। ଏଥିପାଇଁ ସେମାନେ ପାକିସ୍ତାନଠୁ ନେଇ ନାଇଜେରିଆ ଏବଂ ଜାତିସଂଘ ପର୍ଯ୍ୟନ୍ତ ୫୦୦ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଲାଗି ଯୋଜନା କରିଛନ୍ତି। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍)ର ଆକଳନ ଅନୁସାରେ ଗତବର୍ଷ ସରକାରମାନେ ତୈଳ, ଗ୍ୟାସ୍ ଓ କୋଇଲା ସବ୍ସିଡି ବାବଦରେ ରେକର୍ଡ ପରିମାଣର ୭ ଟ୍ରିଲିୟନ୍ ଡଲାର ଖର୍ଚ୍ଚ କରିଛନ୍ତି। କିନ୍ତୁ ସୌରଶକ୍ତି ଭଳି ନବୀକରଣୀୟ ଉତ୍ସକୁ ବିଶେଷ ଗୁରୁତ୍ୱ ଦେଇନାହାନ୍ତି। ଜାତିସଂଘର ବିଶ୍ୱତାପନର ଭୟାବହ ପରିଣାମ ଉପରେ ସତର୍କ କରାଇଛି।
Posted inHome, Home Left, ଅନ୍ତର୍ଜାତୀୟ View All
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

