Posted inଜାତୀୟ

ତ୍ରିପୁରା ପୋଲିସ କାର୍ଯ୍ୟାନୁଷ୍ଠାନ ବିରୋଧରେ ଦିଲ୍ଲୀରେ ବିକ୍ଷୋଭ

ନୂଆଦିଲ୍ଲୀ, ୨୩।୧୧: ତ୍ରିପୁରାରେ ଟିଏମ୍‌ସିର ଯୁବନେତ୍ରୀଙ୍କ ଉପରେ ପୋଲିସର ବର୍ବରତା ଓ ଗିରଫଦାରି ପ୍ରତିବାଦରେ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବାହାରେ ଦଳର ଏମ୍‌ପିମାନେ ଧାରଣାରେ ବସିଛନ୍ତି। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ତ୍ରିପୁରାରେ ଘଟିଥିବା ହିଂସାକାଣ୍ଡ ପାଇଁ ଆମେ ମୋଦି ଓ ଶାହାଙ୍କଠାରୁ ଜବାବ ଚାହୁଁ ବୋଲି ଟିଏମ୍‌ସି ନେତା ସୁଖେନ୍ଦୁ ଶେଖର ରାୟ କହିଛନ୍ତି। ପରେ ଅମିତ ଶାହା ଏମ୍‌ପିମାନଙ୍କ ପ୍ରତିନିଧି ଦଳକୁ ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି।
ଶନିବାର ରାତିରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଏକ ସଭାରେ ଯୋଗ ଦେଇଥିବାବେଳେ ଅଭିନେତ୍ରୀରୁ ଟିଏମ୍‌ସି ନେତ୍ରୀ ପାଲଟିଥିବା ସାୟନୀ ଘୋଷ ସେଠାରେ ଖେଲା ହୋବେ ସ୍ଲୋଗାନ ଦେବା ସହ ସଭାକୁ ଭଣ୍ଡୁର କରିବାକୁ ଉଦ୍ୟମ କରିଥିଲେ। ଏହା ପରେ ରାଜ୍ୟ ପୋଲିସ ତାଙ୍କୁ ଗିରଫ କରିବା ସହ ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ଲଗାଇଛି। ଏହା ପରେ ଦଳୀୟ କର୍ମୀମାନେ ଥାନା ବାହାରେ ରୁଣ୍ଡ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ତ୍ରିପୁରାରେ ପୌର ନିର୍ବାଚନ ପ୍ରଚାର ଚାଲିଥିବାବେଳେ ବିରୋଧୀ ଦଳଗୁଡ଼ିକ ପ୍ରତି ହିଂସା ଘଟଣା ରୋକିବାରେ ସରକାର ବିଫଳ ହୋଇଛନ୍ତି। ନଭେମ୍ବର ୧୧ରେ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବଢ଼ିଚାଲିଛି। ସରକାରଙ୍କ ବିରୋଧରେ ଅଦାଲତ ଅବମାନନା କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଟିଏମ୍‌ସି ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଏ.ଏସ୍‌. ବୋପାନ୍ନାଙ୍କ ଖଣ୍ଡପୀଠ ମଙ୍ଗଳବାର ଏହାର ଶୁଣାଣି କରିବାକୁ ରାଜି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ୨୦ ବର୍ଷର କ୍ଷମତା: କେବେ ମନୋଗ୍ରାମ ଶୁଟ୍ ପିନ୍ଧି ତ ପୁଣିକେବେ ନିର୍ବାଚନ ଚିହ୍ନରେ ସେଲ୍ଫି ନେଇ ଆସିଛନ୍ତି ଚର୍ଚ୍ଚାକୁ

ନୂଆଦିଲ୍ଲୀ, ୭ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାରେ ରହିବା ୨୦ ବର୍ଷ ପୂରଣ ହୋଇଛି । ପ୍ରଥମେ ସେ ୭ ଅକ୍ଟୋବର ୨୦୦୧ରେ ଗୁଜରାଟର...

ମନମୋହନ ସିଂଙ୍କ ସରକାରରେ ଶେଷଥର ପାଇଁ ବଳାତ୍କାରୀଙ୍କୁ ମିଳିଥିଲା ଫାଶୀ: ଗତ ୧୫ ବର୍ଷରେ ୪ ଲକ୍ଷ ମାମଲା; ପ୍ରତିଘଣ୍ଟାରେ ୫ ଜଣ ହେଉଛନ୍ତି ଶିକାର

ନୂଆଦିଲ୍ଲୀ,୩।୧୨: ମହିଳାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ପାଣିର ଗାର ପାଲଟିଛି। ମହିଳାଙ୍କ ସୁରକ୍ଷା ପ୍ରତିଶ୍ରୁତି ପ୍ରବଞ୍ଚନା ପାଲଟିଛି ବୋଲି ବିରୋଧୀ ଦଳ...

ମୋଦିଙ୍କୁ ଭେଟିଲେ ନଡ୍ଡା

ନୂଆଦିଲ୍ଲୀ,୬।୬: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ସମସ୍ତ ଜାତୀୟ ସାଧାରଣ ସଚିବଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ ତାଙ୍କ...

ଦିଲ୍ଲୀରେ କମୁଛି କରୋନା ଦୈନିକ ସଂକ୍ରମଣ: ହେଲେ ଦେଶର ଏହି ଅଞ୍ଚଳ ବଢ଼ାଉଛି ଚିନ୍ତା

ନୂଆଦିଲ୍ଲୀ,୨।୭: ରାଜଧାନୀ ଦିଲ୍ଲୀରୁ ଏବେ ଆଶ୍ୱସ୍ତିକର ଖବର ମିଳୁଛି। ବର୍ତ୍ତମାନ ରାଜ୍ୟରେ କରୋନା ଦୈନିକ ସଂକ୍ରମଣ ହାର ହ୍ରାସ ପାଇଥିବା ବେଳେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା...

ମୃତଦେହକୁ ଦ୍ୱିତୀୟ ଡୋଜ୍‌

ଅନନ୍ତପୁର(ଆନ୍ଧ୍ରପ୍ରଦେଶ),୧୪।୯: ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲାରେ ଜଣେ ମୃତ ବ୍ୟକ୍ତିଙ୍କୁ କୋଭିଡ-୧୯ର ଦ୍ୱିତୀୟ ଡୋଜ୍‌ ଟିକା ଦିଆଯାଇଛି। ଏନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକଙ୍କ ପୁଅ...

ଶିଶୁ କଲ୍ୟାଣ ଅଧିକାରୀଙ୍କୁ ପିଟିଲେ ଅନ୍ତେବାସୀ

ରାଏବରେଲୀ,୧୩।୧୧: ସାଧାରଣତଃ ପ୍ରାୟ ସମୟରେ ଶିକ୍ଷକଙ୍କ ଦ୍ୱାରା ଛାତ୍ରୀଛାତ୍ର ନିର୍ଯାତନାର ଶିକାର ହୋଇଥିବା ଭିଡିଓ ଭାଇରାଲ ହୋଇଥାଏ। କିନ୍ତୁ ଉତ୍ତରପ୍ରଦେଶ ରାଏବରେଲୀରେ ଏହାର ଓଲଟା ଦୃଶ୍ୟ...

ନାଗସାପକୁ ବିବାହ କରିବା ପାଇଁ ଅଡ଼ି ବସିଛି ନାବାଳିକା

ରାୟପୁର,୨୬।୬: ଭାରତରେ ଡିଜିଟାଲ ଯୁଗ ଆରମ୍ଭ ହୋଇସାରିଛି। ଗୋଟିଏ ପରେ ଦେଶ ମହାକାଶ ଗବେଷଣା କ୍ଷେତ୍ରରେ ଶ୍ରେଷ୍ଠତ୍ୱ ହାସଲ କରୁଥିବାବେଳେ ଅପରପକ୍ଷରେ ଏବେ ମଧ୍ୟ ସମାଜରେ...

ମହଙ୍ଗା ପଡିଲା ଭକ୍ତଙ୍କ ପାଇଁ ମନ୍ଦିର ଖୋଲିବା: ୭୪୩ କର୍ମଚାରୀ କରୋନା ସଂକ୍ରମିତ

ତିରୁପତି,୧୦।୮: କରୋନା ମାହାମାରୀ ବେଳକୁ ବେଳ ତା’ର କାୟା ବିସ୍ତାର କରି ଚାଲିଛି। ଦୀର୍ଘ ୨ ମାସର ଲକ୍‌ଡାଉନ ପରେ ଏବେ ଏଥିରେ କିଛିଟା କୋହଳ...

Advertisement
Archives

Model This Week